ଏଯାଏ ବାହାରିନି ୪ ସଂକ୍ରମଣର ଟିକା

ନୂଆଦିଲ୍ଲୀ,୧୨ା୭(ପି.ଟି.): କରୋନା ସଂକ୍ରମଣକୁ ୭ ମାସ ବିତିଥିଲେ ହେଁ ଏପର୍ଯ୍ୟନ୍ତ ଟିକା ବାହାରିପାରି ନାହିଁ। ପ୍ରତିଷେଧକ ଟିକା ନ ଥିବା ଏବଂ ଉପଯୁକ୍ତ ଚିକିତ୍ସା ବାହାରିପାରି ନ ଥିବାରୁ କିଏ ପ୍ରଥମେ ବଜାରକୁ ଏହି ଟିକା ଆଣିବ ତାକୁ ନେଇ ପ୍ରତିଦ୍ୱନ୍ଦ୍ୱିତା ସୃଷ୍ଟି ହୋଇଛି। ଟିକାକୁ ନେଇ ବ୍ୟଗ୍ରତା ବଢ଼ୁଥିବାବେଳେ କେତେକ ସଂସ୍ଥା ଏହା ପ୍ରସ୍ତୁତ କରିଥିବା ଦାବି କରିଛନ୍ତି, ଯାହା ପରୀକ୍ଷା ପର୍ଯ୍ୟାୟରେ ରହିଛି। ତେବେ କୋଭିଡ୍‌-୧୯ ପୂର୍ବରୁ ମଧ୍ୟ କେତେକ ବିପଜ୍ଜନକ ସଂକ୍ରାମକ ରୋଗ ରହିଛି, ଯାହାର ଟିକା ଆଜି ପର୍ଯ୍ୟନ୍ତ ଉପଲବ୍ଧ ହୋଇପାରିନାହିଁ। ସେହି ସଂକ୍ରାମକ ରୋଗ ହେଲା ଏଚ୍‌ଆଇଭି, ମେର୍ସ, ଏନ୍‌ସେଫାଲାଇଟ୍ସ ଏବଂ ସାର୍ସ।
ହ୍ୟୁମାନ ଇମ୍ୟୁନୋ ଡେଫିସିଏନ୍ସି ଭାଇରସ୍‌ (ଏଚ୍‌ଆଇଭି) ହେଉଛି ଏକ ମାରାତ୍ମକ ଭୂତାଣୁ ଯାହା ଏଡ୍ସ ସୃଷ୍ଟି କରିଥାଏ। ବିଶ୍ୱରେ ୩୬.୯ ନିୟୁତ ଲୋକ ଏଥିରେ ଆକ୍ରାନ୍ତ। ଯଦିଓ ଭାରତ ସମେତ ବିଭିନ୍ନ ଦେଶ ଏଚ୍‌ଆଇଭି ସଂକ୍ରମଣକୁ ହ୍ରାସ କରିବାରେ ସଫଳ ହୋଇଛନ୍ତି, ତଥାପି ଏପର୍ଯ୍ୟନ୍ତ ଏହାର ପ୍ରତିଷେଧକ ଟିକା ବାହାରି ପାରିନାହିଁ। ଚାଇନା ବୈଜ୍ଞାନିକମାନେ ସିଆର୍‌ଆଇଏସ୍‌ପିଆର୍‌ ଟେକ୍‌ନୋଲୋଜି ବ୍ୟବହାର କରି ପରୀକ୍ଷା ଚଳାଇଥିଲେ ହେଁ ସଫଳ ହୋଇପାରି ନାହାନ୍ତି। ଏଚ୍‌ଆଇଭି ଭୂତାଣୁ ବିଭିନ୍ନ ପ୍ରକାରେ ଇମ୍ୟୁନ୍‌ ସିଷ୍ଟମକୁ ସଂକ୍ରମଣ କରୁଥିବାରୁ ସଫଳ ଟିକା ପ୍ରସ୍ତୁତ କରିବା ସମ୍ଭବ ହୋଇପାରୁନାହିଁ।
ସେହିପରି ଅନ୍ୟ ଏକ ସଂକ୍ରାମକ ରୋଗ ହେଲା ମେର୍ସ। କୋଭିଡ୍‌-୧୯ ଭଳି ଏହି ମିଡିଲ୍‌ ଇଷ୍ଟ ରେସ୍ପିରେଟୋରି ସିଣ୍ଡ୍ରୋମ୍‌ (ମେର୍ସ) ଭୂତାଣୁ ସଂକ୍ରମଣ କରିଥାନ୍ତି। ୨୦୨୧ରେ ପ୍ରଥମେ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଦେଖାଦେଇଥିଲା। ସେଠାର ସରକାର ବିଭିନ୍ନ ପଦକ୍ଷେପ ନେଇ ସଂକ୍ରମଣକୁ ରୋକିପାରିଛନ୍ତି। ଏପର୍ଯ୍ୟନ୍ତ ଏହାର ପ୍ରତିଷେଧକ ଟିକା ବାହାରିନାହିଁ। ଗତ ଏପ୍ରିଲରେ ମେର୍ସ ଟିକାର ବିକାଶ ସମ୍ପର୍କରେ ଘୋଷଣା କରାଯାଇଥିଲା ଓ ଏହାକୁ କୋଭିଡ୍‌-୧୯ ଚିକିତ୍ସାରେ ବ୍ୟବହାର କରାଯାଇପାରିବ ବୋଲି କୁହାଯାଇଥିଲା। ଏହା କ୍ଲିନିକାଲ ପରୀକ୍ଷା ପର୍ଯ୍ୟାୟରେ ରହିଛି।
ଅନ୍ୟତମ ମାରାତ୍ମକ ରୋଗ ଆକ୍ୟୁଟ୍‌ ଏନ୍‌ସେଫାଲାଇଟିସ୍‌, ଯାହା ୨୦୦୮ରୁ ୨୦୧୪ ମଧ୍ୟରେ ବିଭିନ୍ନ ଦେଶକୁ ସଂକ୍ରମିତ ହେବା ସହ ୪୪ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଥିଲା। ଜାପାନୀ ଏନ୍‌ସେଫାଲାଇଟିସ୍‌ ଭୂତାଣୁରୁ ଏହି ସଂକ୍ରମଣ ଆରମ୍ଭ ହୋଇଥିଲା। ଏହାର ଏପର୍ଯ୍ୟନ୍ତ ଟିକା ପ୍ରସ୍ତୁତ ହୋଇପାରିନାହିଁ। ଗତବର୍ଷ ବିହାର ଓ ଉତ୍ତରପ୍ରଦେଶରେ ବହୁ ଶିଶୁ ଓ ଯୁବଗୋଷ୍ଠୀ ଏହି ରୋଗରେ ପୀଡ଼ିତ ହୋଇଥିଲେ। ଏହା ସ୍ନାୟୁ ଓ ମସ୍ତିଷ୍କର କାର୍ଯ୍ୟକାରିତାକୁ ନଷ୍ଟ କରିଦେଇଥାଏ।
୨୦୦୩ରେ ଚାଇନାରେ ସୃଷ୍ଟି ହୋଇଥିବା ଅନ୍ୟତମ ମାରାତ୍ମକ ସଂକ୍ରାମକ ରୋଗ ସିଭିଅର୍‌ ଆକ୍ୟୁଟ୍‌ ରେସ୍ପିରେଟୋରି ସିଣ୍ଡ୍ରୋମ୍‌ (ସାର୍ସ)ର ଲକ୍ଷଣ କୋଭିଡ୍‌ ଭଳି। ସାର୍ସ ସଂକ୍ରମଣ ଯଥେଷ୍ଟ ବୃଦ୍ଧି ପାଇଥିବା ବେଳେ ଅନେକ ବୈଜ୍ଞାନିକ ଟିକା ପ୍ରସ୍ତୁତି ଯୋଜନାରେ ଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସଂକ୍ରମଣ ହ୍ରାସ ପାଇବାରୁ ଟିକା ପାଇଁ ସରକାର ପାଣ୍ଠି ଯୋଗାଇ ନ ଥିଲେ। ଫଳରେ ଆଜି ପର୍ଯ୍ୟନ୍ତ ସାର୍ସ ପାଇଁ ଟିକା ବାହାରିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri