ଏଯାଏ ବାହାରିନି ୪ ସଂକ୍ରମଣର ଟିକା

ନୂଆଦିଲ୍ଲୀ,୧୨ା୭(ପି.ଟି.): କରୋନା ସଂକ୍ରମଣକୁ ୭ ମାସ ବିତିଥିଲେ ହେଁ ଏପର୍ଯ୍ୟନ୍ତ ଟିକା ବାହାରିପାରି ନାହିଁ। ପ୍ରତିଷେଧକ ଟିକା ନ ଥିବା ଏବଂ ଉପଯୁକ୍ତ ଚିକିତ୍ସା ବାହାରିପାରି ନ ଥିବାରୁ କିଏ ପ୍ରଥମେ ବଜାରକୁ ଏହି ଟିକା ଆଣିବ ତାକୁ ନେଇ ପ୍ରତିଦ୍ୱନ୍ଦ୍ୱିତା ସୃଷ୍ଟି ହୋଇଛି। ଟିକାକୁ ନେଇ ବ୍ୟଗ୍ରତା ବଢ଼ୁଥିବାବେଳେ କେତେକ ସଂସ୍ଥା ଏହା ପ୍ରସ୍ତୁତ କରିଥିବା ଦାବି କରିଛନ୍ତି, ଯାହା ପରୀକ୍ଷା ପର୍ଯ୍ୟାୟରେ ରହିଛି। ତେବେ କୋଭିଡ୍‌-୧୯ ପୂର୍ବରୁ ମଧ୍ୟ କେତେକ ବିପଜ୍ଜନକ ସଂକ୍ରାମକ ରୋଗ ରହିଛି, ଯାହାର ଟିକା ଆଜି ପର୍ଯ୍ୟନ୍ତ ଉପଲବ୍ଧ ହୋଇପାରିନାହିଁ। ସେହି ସଂକ୍ରାମକ ରୋଗ ହେଲା ଏଚ୍‌ଆଇଭି, ମେର୍ସ, ଏନ୍‌ସେଫାଲାଇଟ୍ସ ଏବଂ ସାର୍ସ।
ହ୍ୟୁମାନ ଇମ୍ୟୁନୋ ଡେଫିସିଏନ୍ସି ଭାଇରସ୍‌ (ଏଚ୍‌ଆଇଭି) ହେଉଛି ଏକ ମାରାତ୍ମକ ଭୂତାଣୁ ଯାହା ଏଡ୍ସ ସୃଷ୍ଟି କରିଥାଏ। ବିଶ୍ୱରେ ୩୬.୯ ନିୟୁତ ଲୋକ ଏଥିରେ ଆକ୍ରାନ୍ତ। ଯଦିଓ ଭାରତ ସମେତ ବିଭିନ୍ନ ଦେଶ ଏଚ୍‌ଆଇଭି ସଂକ୍ରମଣକୁ ହ୍ରାସ କରିବାରେ ସଫଳ ହୋଇଛନ୍ତି, ତଥାପି ଏପର୍ଯ୍ୟନ୍ତ ଏହାର ପ୍ରତିଷେଧକ ଟିକା ବାହାରି ପାରିନାହିଁ। ଚାଇନା ବୈଜ୍ଞାନିକମାନେ ସିଆର୍‌ଆଇଏସ୍‌ପିଆର୍‌ ଟେକ୍‌ନୋଲୋଜି ବ୍ୟବହାର କରି ପରୀକ୍ଷା ଚଳାଇଥିଲେ ହେଁ ସଫଳ ହୋଇପାରି ନାହାନ୍ତି। ଏଚ୍‌ଆଇଭି ଭୂତାଣୁ ବିଭିନ୍ନ ପ୍ରକାରେ ଇମ୍ୟୁନ୍‌ ସିଷ୍ଟମକୁ ସଂକ୍ରମଣ କରୁଥିବାରୁ ସଫଳ ଟିକା ପ୍ରସ୍ତୁତ କରିବା ସମ୍ଭବ ହୋଇପାରୁନାହିଁ।
ସେହିପରି ଅନ୍ୟ ଏକ ସଂକ୍ରାମକ ରୋଗ ହେଲା ମେର୍ସ। କୋଭିଡ୍‌-୧୯ ଭଳି ଏହି ମିଡିଲ୍‌ ଇଷ୍ଟ ରେସ୍ପିରେଟୋରି ସିଣ୍ଡ୍ରୋମ୍‌ (ମେର୍ସ) ଭୂତାଣୁ ସଂକ୍ରମଣ କରିଥାନ୍ତି। ୨୦୨୧ରେ ପ୍ରଥମେ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଦେଖାଦେଇଥିଲା। ସେଠାର ସରକାର ବିଭିନ୍ନ ପଦକ୍ଷେପ ନେଇ ସଂକ୍ରମଣକୁ ରୋକିପାରିଛନ୍ତି। ଏପର୍ଯ୍ୟନ୍ତ ଏହାର ପ୍ରତିଷେଧକ ଟିକା ବାହାରିନାହିଁ। ଗତ ଏପ୍ରିଲରେ ମେର୍ସ ଟିକାର ବିକାଶ ସମ୍ପର୍କରେ ଘୋଷଣା କରାଯାଇଥିଲା ଓ ଏହାକୁ କୋଭିଡ୍‌-୧୯ ଚିକିତ୍ସାରେ ବ୍ୟବହାର କରାଯାଇପାରିବ ବୋଲି କୁହାଯାଇଥିଲା। ଏହା କ୍ଲିନିକାଲ ପରୀକ୍ଷା ପର୍ଯ୍ୟାୟରେ ରହିଛି।
ଅନ୍ୟତମ ମାରାତ୍ମକ ରୋଗ ଆକ୍ୟୁଟ୍‌ ଏନ୍‌ସେଫାଲାଇଟିସ୍‌, ଯାହା ୨୦୦୮ରୁ ୨୦୧୪ ମଧ୍ୟରେ ବିଭିନ୍ନ ଦେଶକୁ ସଂକ୍ରମିତ ହେବା ସହ ୪୪ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଥିଲା। ଜାପାନୀ ଏନ୍‌ସେଫାଲାଇଟିସ୍‌ ଭୂତାଣୁରୁ ଏହି ସଂକ୍ରମଣ ଆରମ୍ଭ ହୋଇଥିଲା। ଏହାର ଏପର୍ଯ୍ୟନ୍ତ ଟିକା ପ୍ରସ୍ତୁତ ହୋଇପାରିନାହିଁ। ଗତବର୍ଷ ବିହାର ଓ ଉତ୍ତରପ୍ରଦେଶରେ ବହୁ ଶିଶୁ ଓ ଯୁବଗୋଷ୍ଠୀ ଏହି ରୋଗରେ ପୀଡ଼ିତ ହୋଇଥିଲେ। ଏହା ସ୍ନାୟୁ ଓ ମସ୍ତିଷ୍କର କାର୍ଯ୍ୟକାରିତାକୁ ନଷ୍ଟ କରିଦେଇଥାଏ।
୨୦୦୩ରେ ଚାଇନାରେ ସୃଷ୍ଟି ହୋଇଥିବା ଅନ୍ୟତମ ମାରାତ୍ମକ ସଂକ୍ରାମକ ରୋଗ ସିଭିଅର୍‌ ଆକ୍ୟୁଟ୍‌ ରେସ୍ପିରେଟୋରି ସିଣ୍ଡ୍ରୋମ୍‌ (ସାର୍ସ)ର ଲକ୍ଷଣ କୋଭିଡ୍‌ ଭଳି। ସାର୍ସ ସଂକ୍ରମଣ ଯଥେଷ୍ଟ ବୃଦ୍ଧି ପାଇଥିବା ବେଳେ ଅନେକ ବୈଜ୍ଞାନିକ ଟିକା ପ୍ରସ୍ତୁତି ଯୋଜନାରେ ଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସଂକ୍ରମଣ ହ୍ରାସ ପାଇବାରୁ ଟିକା ପାଇଁ ସରକାର ପାଣ୍ଠି ଯୋଗାଇ ନ ଥିଲେ। ଫଳରେ ଆଜି ପର୍ଯ୍ୟନ୍ତ ସାର୍ସ ପାଇଁ ଟିକା ବାହାରିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା

ନୂଆଦିଲ୍ଲୀ,୧୪ା୯(ପି.ଟି.): ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି)ଗୁଡ଼ିକ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟା ବୋଲି ବ୍ରିକ୍ସ ନେତାମାନେ ସ୍ବୀକାର କରିଛନ୍ତି ଏବଂ ଏକ ସୁସ୍ଥ ଜୀବନଶୈଳୀ…

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?