ସମାପ୍ତି ଦିଶୁ ନାହିଁ

ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ୧ ମାସ ଅତିକ୍ରମ କରିଯାଇଥିଲେ ମଧ୍ୟ ଯୁଦ୍ଧ ଥମିବାର ସଙ୍କେତ ମିଳୁନାହିଁ। ୟୁକ୍ରେନ୍‌ ପ୍ରତି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ଭିତିରି ସମର୍ଥନ ରହୁଥିବାରୁ ରୁଷିଆ ଅଧିକ ଆକ୍ରମଣାତ୍ମକ ହୋଇପଡ଼ିଥିବା ମନେହେଉଛି। ନିକଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପୋଲାଣ୍ଡ ଗସ୍ତ କରି ନାଟୋର ସମରସଜ୍ଜା ତଦାରଖ କରିଥିଲେ। ଏହା ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଆମେରିକାକୁ ପରୋକ୍ଷରେ ଧମକ ଦେବାକୁ ଯାଇ ୨୬ ମାର୍ଚ୍ଚରେ ୟୁକ୍ରେନ୍‌ର ଲଭିଭ୍‌ ସହର ଉପରେ ରାତିଅଧିଆ କ୍ରମାଗତ ରକେଟ୍‌ ମାଡ଼ କରିଛନ୍ତି। ସହରର ପୂର୍ବ ଉପକଣ୍ଠରେ ଥିବା ତୈଳ ଡିପୋକୁ ରୁଷିଆ ନଷ୍ଟ କରିଦେଇଥିବା ବେଳେ ସାମରିକ କାରଖାନାକୁ ଟାର୍ଗେଟ କରିଛି। ଉଲ୍ଲେଖ କରାଯାଇପାରେ ଯେ, ଲଭିଭ୍‌ ୧୯୩୯ ପର୍ଯ୍ୟନ୍ତ ପୋଲାଣ୍ଡର ଅଂଶବିଶେଷ ଥିଲା। ସୋଭିଏଟ୍‌ ୟୁନିୟନ ଏହାକୁ ଆକ୍ରମଣ କରି ଦଖଲ କରିଥିଲା। ପରେ ଏହା ୟୁକ୍ରେନ୍‌ ଅଧୀନରେ ରହିଛି। ୟୁକ୍ରେନ୍‌ର ଲଭିଭ୍‌ ସହରକୁ ରୁଷିଆ ଟାର୍ଗେଟ କରିବାର ଉଦ୍ଦେଶ୍ୟ ହେଉଛି ପୋଲାଣ୍ଡକୁ ଯାଇ ବାଇଡେନ୍‌ ମସ୍କୋ ବିରୋଧୀ ମନ୍ତ୍ରଣା କରିଥିବାରୁ ତାଙ୍କୁ ଜବାବ ଦେବା। ଏହାଦ୍ୱାରା ପୁଟିନ୍‌ ଜଣାଇଦେଇଛନ୍ତି ଯେ, ଆମେରିକା ରାଷ୍ଟ୍ରପତି ଉଭୟ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧରେ ହସ୍ତକ୍ଷେପ ନ କରନ୍ତୁ।
ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ଆଣବିକ ଅସ୍ତ୍ର ବ୍ୟବହାର କରାଯିବାର ଆଶଙ୍କା ବଢ଼ୁଥିବା ବେଳେ ପୁଟିନ୍‌ ଉତ୍ତର ଆଟଲାଣ୍ଟିକ୍‌ରେ ଏକାଧିକ ବୁଡ଼ାଜାହାଜ ମୁତୟନ କରିଥିବା ଜଣାପଡ଼ିଛି। ରୁଷିଆର ଯୁଦ୍ଧ ଗତି ପୂର୍ବ ୟୁରୋପ ଆଡ଼କୁ ମୁହଁାଇବାର ଏହା ସଙ୍କେତ ବୋଲି ଧରାଯାଇପାରେ। ମସ୍କୋର ସାମରିକ ଶକ୍ତି ବିଷୟରେ ଜାଣିଥିବା ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଏବେ ବୁଡ଼ାଜାହାଜ ଉପରେ ଧ୍ୟାନ କେନ୍ଦ୍ରିତ କରିଥିବା କୁହାଯାଉଛି। ୟୁକ୍ରେନ୍‌କୁ ସାହାଯ୍ୟ କରିବାଠାରୁ ନିଜ ରାଷ୍ଟ୍ରର ସୁରକ୍ଷା ସେମାନଙ୍କୁ ଅଧିକ ଘାରିଲାଣି। ବୁଡ଼ାଜାହାଜଗୁଡ଼ିକ ଅଣୁଅସ୍ତ୍ର ରଖିବାରେ ସକ୍ଷମ। ତେବେ ସବୁଥିରେ ଅଣୁଅସ୍ତ୍ର ଅଛି ବୋଲି କହିବା ସମ୍ଭବପର ନୁହେଁ। କେତେକ ଅନ୍ତର୍ଜାତୀୟ ପର୍ଯ୍ୟବେକ୍ଷକ କହୁଛନ୍ତି ଯେ, ନାଟୋକୁ ଡରାଇବା ଲକ୍ଷ୍ୟରେ ରୁଷିଆ ବୁଡ଼ାଜାହାଜରୁ କ୍ଷେପଣାସ୍ତ୍ର ଓ ଆଣବିକ ଆକ୍ରମଣ କରିବାର ବାର୍ତ୍ତା ପ୍ରଚାର କରୁଛି। ହେଲେ ବିଶ୍ୱ ସମୁଦାୟ ଜାଣିଛି ରୁଷିଆ ନିକଟରେ ଦୁନିଆର ସବୁଠୁ ବଡ଼ ଆଣବିକ ଅସ୍ତ୍ରଭଣ୍ଡାର ରହିଛି, ଯାହାର ପରିମାଣ ୪,୪୭୭ ବୋଲି କୁହାଯାଉଛି। ସେହିପରି ଖବର ମିଳିଛି ଯେ ରୁଷିଆର ମିଲିଟାରୀ ପୃଥିବୀର ପୂର୍ବାଞ୍ଚଳ ତଥା ପ୍ରଶାନ୍ତ ମହାସାଗରରେ ଥିବା କେତେକ ଦ୍ୱୀପରେ ସମରାଭ୍ୟାସ ଆରମ୍ଭ କରିଛି। ଏହି ଦ୍ୱୀପଗୁଡ଼ିକ ରୁଷିଆ ଓ ଜାପାନ ମଧ୍ୟରେ ଦୀର୍ଘଦିନ ଧରି ଲାଗିରହିଥିବା ବିବାଦର ଅଂଶ। ଏଥିରୁ ବୁଝିବାକୁ ହେବ ଯେ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ରୁଷିଆ ତା’ର ଯୁଦ୍ଧଶକ୍ତି ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଛି। ଏଥିସହିତ ପ୍ରଶାନ୍ତ ମହାସାଗରରେ ଏଭଳି ସାମରିକ ଅଭ୍ୟାସ କରିବା ପଛରେ ଆଉ ଏକ ବିରାଟ କାରଣ ଥାଇପାରେ। ଏହି ଅଞ୍ଚଳରେ ଚାଇନା ତା’ର ପ୍ରତିପତ୍ତି ଜାହିର କରିବାକୁ ଚେଷ୍ଟା କରୁଛି। ଯଦି ରୁଷିଆର ମିଲିଟାରୀ ଏହି ଅଞ୍ଚଳରେ ଜାପାନ ସହିତ କୌଣସି ପ୍ରକାରର ସମସ୍ୟା ସୃଷ୍ଟି କରେ ତେବେ ଚାଇନାକୁ ଏହି ଗଣ୍ଡଗୋଳ ଭିତରକୁ ଟାଣିଆସିବା ମସ୍କୋ ପାଇଁ ସମ୍ଭବପର ହୋଇପାରେ। ସେଥିରୁ ଚାଇନାର ରୁଷିଆ ପ୍ରତି ଆଭିମୁଖ୍ୟ ଖୋଲାଖୋଲି ଜଣାପଡ଼ିବ।
ନିକଟରେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ନାଫ୍ଟାଲି ବେନେଟ୍‌ ମସ୍କୋ ଗସ୍ତରେ ଯାଇ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ଙ୍କ ସହିତ ଆଲୋଚନା କରିଛନ୍ତି। ଏହି କଥାବାର୍ତ୍ତା ବେଳେ ଯୁଦ୍ଧବିରତି ପାଇଁ ପୁଟିନ୍‌ ୟୁକ୍ରେନ୍‌ ଉଦ୍ଦେଶ୍ୟରେ କିଛି ସର୍ତ୍ତ ରଖିଛନ୍ତି, ଯାହା ଏହାର ରାଷ୍ଟ୍ରପତି ଭୋଲୋଡିମିର୍‌ ଜେଲେନ୍‌ସ୍କିଙ୍କୁ ବେନେଟ୍‌ ଜଣାଇଛନ୍ତି। ୟୁକ୍ରେନ୍‌ର କ୍ରିମିଆ ଅଞ୍ଚଳ ରୁଷିଆର ବୋଲି ମାନ୍ୟତା ଦେବା, ଡୋନେସ୍କ ଓ ଲୁହାନସ୍କକୁ ସ୍ବାଧୀନ ରାଷ୍ଟ୍ର କରିବା ଏବଂ ୟୁକ୍ରେନ ନାଟୋରେ ନ ମିଶିବା ଆଦି ଉକ୍ତ ସର୍ତ୍ତରେ ରହିଛି। ତେବେ ଜେଲେନ୍‌ସ୍କି ତାହାକୁ ସହଜରେ ଗ୍ରହଣ କରିବେ ବୋଲି ସଙ୍କେତ ମିଳିନାହିଁ। ଏବର ସ୍ଥିତି ଦେଖିଲେ ଯଦି ଏହି ଯୁଦ୍ଧ ଅଧିକ ଦିନ ଚାଲେ ତାହା କେବଳ ରୁଷିଆ ଓ ୟୁକ୍ରେନ୍‌ ନୁହେଁ, ସାରା ବିଶ୍ୱ ପାଇଁ ଭୟଙ୍କର ପରିସ୍ଥିତି ଆଣିଦେବ। ଏହାର ଆଶୁ ସମାପ୍ତି ଏପର୍ଯ୍ୟନ୍ତ ଦିଶୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?