ପେଟ୍ରୋଲ ପମ୍ପରେ ଛାଉଣୀ ନାହିଁ: ତେଲ ଭରିବାକୁ ଆସି ଖରାରେ ଶିଝୁଛନ୍ତି ଗ୍ରାହକ

ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ): ବରଗଡରେ ଦିନକୁ ଦିନ ତାତି ବଢ଼ି ଚାଲିଛି। ଅ୍ଯଯବର୍ଷ ତୁଳନାରେ ଏଥର ତାତି ଅସମ୍ଭାଳ ହେବ ବୋଲି ଆକଳନ କରାଯାଉଛି। ଏହାସତ୍ତ୍ୱେ ତାତିର ମୁକାବିଲା ପାଇଁ ଏପର୍ଯ୍ୟନ୍ତ ସେଭଳି କିଛି ଠୋସ୍‌ ପଦକ୍ଷେପ ନିଆଯାଇ ନ ଥିବା ପରିଲକ୍ଷିତ ହେଉଛି। ଟାଣଖରା ଯୋଗୁ ଦିନ ୧୧ଟା ପରେ ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇ ପଡ଼ୁଛି। ତଥାପି ଯିଏ କୌଣସି ଜରୁରୀ କାମରେ ବାହାରିଲେ ମୁଣ୍ଡରେ ଗାମୁଛା ଘୋଡ଼ାଇଥିବା କିମ୍ବା ହାତରେ ଛତା ଧରିଥିବା ଦେଖିବାକୁ ମିଳୁଛି। କିନ୍ତୁ ଏଭଳି ଟାଣଖରା ଯୋଗୁ କେତେକ ପେଟ୍ରୋଲ ପମ୍ପରେ ଛାଉଣୀ ବ୍ୟବସ୍ଥା ନ ଥିବା ଯୋଗୁ ସେଠାକୁ ପେଟ୍ରୋଲ ପକାଇବାକୁ ଯାଉଥିବା ଗ୍ରାହକ ତଥା ଗାଡ଼ି ଚାଳକଙ୍କୁ ତାତିର ସମ୍ମୁଖୀନ ହେବାକୁ ପଡ଼ୁଛି। ପେଟ୍ରୋଲ ଭରିବା ପାଇଁ ଦୀର୍ଘ ସମୟ ଧରି ଧାଡ଼ିରେ ରହୁଥିବା ଯୋଗୁ ସେଭଳି ସ୍ଥିତିରେ ଗାଡ଼ି ଚାଳକଙ୍କୁ ଅଂଶୁଘାତର ସମ୍ମୁଖୀନ ହେବାର ଆଶଙ୍କା ଦେଖାଯାଇଛି। ଖୋଦ୍‌ ଜିଲା ସଦର ମହକୁମାର ବରଗଡ଼ ଗାନ୍ଧିଛକସ୍ଥିତ ପେଟ୍ରୋଲ ପମ୍ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଛାଉଣୀ ବ୍ୟବସ୍ଥା ନଥିବା ଯୋଗୁ ସେଠାକୁ ପେଟ୍ରୋଲ ଭରିବାକୁ ଯିବା ସମୟରେ ଟାଣଖରାର ତାତି ଅସହ୍ୟ ହୋଇ ପଡ଼ୁଥିବା କିଛି ଗାଡ଼ି ଚାଳକ କହିଛନ୍ତି। ସହରର କେନ୍ଦ୍ରସ୍ଥଳ ତଥା ପ୍ରମୁଖ ଗାନ୍ଧିଛକ ପାଖରେ ରହିଥିବା ଉକ୍ତ ପେଟ୍ରୋଲ ପମ୍ପରେ ତାତି ତଥା ଟାଣଖରା ମୁକାବିଲା ପାଇଁ ସେଭଳି କିଛି ୍ଯଯବସ୍ଥା କରାଯାଇ ନଥିବାବେଳେ ସେଥିପ୍ରତି କୌଣସି ଅଧିକାରୀଙ୍କ ଦୃଷ୍ଟି ନ ପଡ଼ିବା ଚର୍ଚ୍ଚାର ବିଷୟ ହୋଇଛି।

ଅନ୍ୟପଟେ ଉକ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ରହିଥିବା ଟ୍ରାଫିକ ପୋଷ୍ଟ ପରିସରରେ ପୋଲିସ ପକ୍ଷରୁ ସବୁଜ ଓ ଗେରୁଆ ପରଦା ଟାଣି ଛାଇ ବ୍ୟବସ୍ଥା କରାଯାଇଛି। ତେବେ କେବଳ ଏହି ପେଟ୍ରୋଲ ପମ୍ପ ନୁହେଁ, ଜିଲାର ବିଭିନ୍ନ ପେଟ୍ରୋଲ ପମ୍ପ ଦିନ ଦ୍ୱିପ୍ରହରରେ ଖୋଲା ରହୁଥିଲେ ହେଁ ତାତି, ଟାଣଖରା ମୁକାବିଲା ପାଇଁ ସେଭଳି ବ୍ୟବସ୍ଥା କରାଯାଇ ନଥିବା ଯୋଗୁ ଏଭଳି ସ୍ଥିତି ଯୋଗୁ ଗାଡ଼ି ଚାଳକମାନେ ଅଂଶୁଘାତର ସମ୍ମୁଖୀନ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତ୍ୱରିତ୍‌ ପଦକ୍ଷେପ ନେବା ପାଇଁ ସଚେତନ ନାଗରିକ ମହଲରେ ଦାବି ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଅବସର ନେଲେ ଭାରତର ଏହି ଉଇକେଟକିପର ବ୍ୟାଟର, ଜାଣନ୍ତୁ…

ମୁମ୍ବାଇ, ୪ା୬- ଉଇକେଟକିପର ବ୍ୟାଟର କେଏସ୍‌ ଭରତ ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଏହି ନେଇ ସୂଚନା ଦେଇଛନ୍ତି।…

ମା’ଙ୍କ ଶୁଦ୍ଧିକ୍ରିୟା ଭୋଜି ସରିଲା, ସନ୍ଧ୍ୟାରେ ଗାଁ ଶ୍ମଶାନରେ ଜଳିଲା ପୁଅର ଚିତା: ଫାସିଗୁଡ଼ା ଗ୍ରାମରେ ଶୋକାକୁଳ ପରିବେଶ

ଦିଗପହଣ୍ଡି,୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମର ଶରତ ଚନ୍ଦ୍ର ନାୟକ(୩୯) ଗୁରୁବାର ମଧ୍ୟାହ୍ନରେ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା…

62,81,17,91,250… ଏହା କୌଣସି ଫୋନ ନମ୍ବର ନୁହେଁ – ଏହା FIFA ବିଶ୍ୱକପ ପାଇଁ ପୁରସ୍କାର ରାଶି! କ୍ରିକେଟ ଜଗତ ବି ପଛରେ ରହିଯିବ

ନୂଆଦିଲ୍ଲୀ,୪।୬: ପ୍ରଥମ ନଜରରେ, ଏହି ଶିରୋନାମାଟିର ଆରମ୍ଭରେ ଆପଣଙ୍କୁ ଏହା ଏକ ମୋବାଇଲ ଫୋନ ନମ୍ବର ବୋଲି ଲାଗିପାରେ; ତଥାପି, ଏହା 2026 FIFA ବିଶ୍ୱକପ ପାଇଁ…

ମମତାଙ୍କୁ ବଡ଼ ଅଫର ଦେଲେ ହୁମାୟୁନ୍‌ କବୀର, ଜାଣନ୍ତୁ କ’ଣ ଏହି ଅଫର? ସଭିଏଁ ପଡିଲେଣି ଚିନ୍ତାରେ!

କୋଲକାତା,୪।୬: ଗୁରୁବାର ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ଘଟଣା ଘଟିଲା ଯେତେବେଳେ AJUP (ଆମ ଜନତା ଉନ୍ନୟନ ପାର୍ଟି)ର ପ୍ରତିଷ୍ଠାତା ହୁମାୟୁନ କବୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା…

ଜୟଦେବ ଭବନରେ ସମ୍ମାନିତ ହେଲେ ଦେବଗଡ଼ର ବିଶିଷ୍ଟ ଶିକ୍ଷାବିତ୍ ପ୍ରଶାନ୍ତ ସାର୍

ଦେବଗଡ଼, ୪।୬(ଶଶାଙ୍କ ଶେଖର ଝାଙ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ଓମେନ୍ସ ସ୍ୱେଚ୍ଛାସେବୀ ସଂଗଠନ ଓ କଳିଙ୍ଗ ସଂକୀର୍ତ୍ତନ ମଣ୍ଡଳୀ ମହାସଂଘ ପକ୍ଷରୁ ୨୦ତମ ବାର୍ଷିକ…

ଜେୱର ବିମାନବନ୍ଦର ଫ୍ଲାଏଓଭର ନିର୍ମାଣ ସ୍ଥାନରେ ବଡ଼ ଦୁର୍ଘଟଣା: କ୍ରେନ ଓଲଟି ପଡ଼ିବାରୁ ଅନେକ ଶ୍ରମିକ ଫସି ରହିଛନ୍ତି; ୩ ମୃତ

ଫରିଦାବାଦ,୪।୬: ଗୁରୁବାର ଅପରାହ୍ନରେ ହରିୟାଣାର ଫରିଦାବାଦରେ ଜେୱର ବିମାନବନ୍ଦର ସଂଯୋଗ ନେଟୱାର୍କ ସହିତ ଜଡିତ ଏକ ପ୍ରମୁଖ ପ୍ରକଳ୍ପ ସହିତ ଜଡିତ ଏକ ନିର୍ମାଣ ସ୍ଥାନରେ ଏକ…

୯୨ ଭୂମିହୀନ ପରିବାରକୁ ମିଳିଲା ଘର ଠିକଣା

ଲାଞ୍ଜିଗଡ଼,୪ା୬(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ରାଜସ୍ବ ବିଭାଗ ପକ୍ଷରୁ ୯୨ ଭୂମିହୀନ ପରିବାରକୁ ସ୍ଥାୟୀ ଘରଡ଼ିହ ପଟ୍ଟା ଗୁରୁବାର ଆବଣ୍ଟନ କରାଯାଇଛି। ପ୍ରତ୍ୟେକ ନାଗରିକଙ୍କୁ…

ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିଲେ; ବୈତରଣୀରେ ବୁଡ଼ି ଦଶମ ପାସ୍ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ଜଣେ…

ହାଟଡିହୀ/ଛେନାପଦୀ, ୪।୬(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଆଇତିପୁର ପଞ୍ଚାୟତ ଅମୃତପୁର ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ନିକଟସ୍ଥ ବୈତରଣୀ ନଦୀରେ ବୁଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri