ମିଳୁନି ରାଜସ୍ୱ ଗ୍ରାମ ମାନ୍ୟତା

କେନ୍ଦୁଝର,୧।୪ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାର କଅଁଳେଇ ବାଲିପାଳ ଗାଁକୁ ରାଜସ୍ବ ଗ୍ରାମର ମାନ୍ୟତା ମିଳୁନି। ଫଳରେ ହାଟଡିହୀ ବ୍ଲକ ଅଧୀନ ହଦଗଡ଼ ସଂରକ୍ଷିତ ଜଙ୍ଗଲାଞ୍ଚଳରେ ଥିବା ଏହି ଗାଁର ୧୫୦ ବନବାସୀ ପରିବାର ବିଭିନ୍ନ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଏହି ଗାଁ ନାମରେ ପଞ୍ଚାୟତ ରହିଛି , କିନ୍ତୁ ରାଜସ୍ବ ଗ୍ରାମର ମାନ୍ୟତା ମିଳି ନ ଥିବାରୁ ଏହି ନାମଧାରୀ ପଞ୍ଚାୟତ ସେଠାରୁ ପ୍ରାୟ ୮ କି.ମି. ଦୂର ରାଇଘାଟି ଗ୍ରାମରେ ଚାଲିଛି।
୨୦୧୭ରେ ପଞ୍ଚାୟତବାସୀ ବିଭିନ୍ନ ଦାବିରେ ଭୋଟ ବର୍ଜନ କରିଥିବା ବେଳେ ଚଳିତ ବର୍ଷ କଅଁଳେଇ ବାଲିପାଳର ପାଖାପାଖି ୨୮୮ ଭୋଟର ସେମାନଙ୍କ ଦାବି ପୂରଣ ନ ହେବାରୁ ପ୍ରତିବାଦ କରି ପୂର୍ବ ନିଷ୍ପତ୍ତି କ୍ରମେ ଭୋଟଦାନରୁ ବିରତ ରହିଥିଲେ। ବ୍ଲକ ମୁଖ୍ୟାଳୟ ଠାରୁ ୪୦ କି.ମି. ଦୂରରେ ଥିବା ଏହି ଗ୍ରାମକୁ ସବୁଦିନିଆ ରାସ୍ତା ଖଣ୍ଡେ ନାହିଁ। ଯାତାୟାତରେ ବହୁ ଅସୁବିଧା ଭୋଗୁଛନ୍ତି ଲୋକେ। ବର୍ଷା ଦିନରେ ଅଧିକ ଅସୁବିଧାରେ ପଡ଼ୁଛନ୍ତି। ଟେଲିଫୋନ ସେବା ନ ଥିବାରୁ ଆମ୍ବୁଲାନ୍ସ ଓ ଦମକଳ ସଂସ୍ଥା ସହ ଯୋଗାଯୋଗ କରି ପାରୁ ନାହାନ୍ତି ଲୋକେ। ସେହିପରି ବିଦ୍ୟୁତ୍‌ ବ୍ୟବସ୍ଥା ନାହିଁ। ଏହି ଗ୍ରାମରେ ୪ଟି ନଳକୂପ ଖନନ ହୋଇଥିଲେ ହେଁ କାମରେ ଲାଗୁନାହିଁ। ଫଳରେ ଏବେ ହିଞ୍ଜଳ ଝରଣା, ଦେଶବନ୍ଧ ଝରଣା ଓ କପାଜଳ ଝରଣା ଉପରେ ଲୋକେ ପାଣି ପାଇଁ ନିର୍ଭର କରୁଛନ୍ତି। ସେହିପରି ଗ୍ରୀଷ୍ମ ଋତୁରେ ଏହି ସବୁ ଝରଣା ଶୁଖିଗଲେ ସେଠାରୁ ପ୍ରାୟ ୧ କି.ମି. ଦୂରରେ ଥିବା ହଦଗଡ଼ ଡ୍ୟାମରୁ ଗରାଡେକଚି ବା ଭାରରେ ବୋହି ପାଣି ଆଣି ବ୍ୟବହାର କରୁଥିବା ସ୍ଥାନୀୟ ଅଧିବାସୀ ବୁଧୀରାମ ପୂର୍ତ୍ତି କହିଛନ୍ତି। ଏହି ଗ୍ରାମରେ ଜଣେ ମଧ୍ୟ ବିଜୁ ପକ୍କା ଯୋଜନାରେ ଘର ଖଣ୍ଡେ ପାଇ ନ ଥିବା ବେଳେ ବ୍ୟକ୍ତିଗତ ବା ଗୋଷ୍ଠୀଗତ ଜଙ୍ଗଲ ଜମି ଅଧିକାର ପାଇ ନ ଥିବା କହିଛନ୍ତି। ଫଳରେ ଏହାକୁ ନେଇ ଗ୍ରାମବାସୀ ପ୍ରଶାସନଠାରୁ ଆରମ୍ଭ କରି ସରକାରଙ୍କ ଦ୍ୱାରସ୍ଥ ହୋଇଥିଲେ ହେଁ ସମସ୍ୟା ସମାଧାନ ହେଉ ନ ଥିବାରୁ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଣୁ ସେମାନେ ଅକଥନୀୟ ଦୁଃଖ ଦୁର୍ଦ୍ଦଶା ମଧ୍ୟରେ କାଳାତିପାତ କରୁଛନ୍ତି। ଏପରିକି ନିୟମାନୁଯାୟୀ ଉକ୍ତ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦାବି ନେଇ ରାଜ୍ୟପାଳଙ୍କୁ ଲିଖିତ ଜଣାଇବା ପରେ ଜିଲା ପ୍ରଶାସନକୁ ପଦକ୍ଷେପ ନେବାକୁ ଜଣାଇଛନ୍ତି। ଏଣୁ ଜିଲାପାଳଙ୍କ ପଦକ୍ଷେପକୁ ନେଇ ସ୍ଥାନୀୟ ବନବାସୀ ବହୁ କିଛି ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri