ଯୋଜନା ଅଛି, ସୁହାଉନାହିଁ

ଜଗତ୍‌ସିଂହପୁର ଅଫିସ,୧୭ା୧: କୃଷିଭିତ୍ତିକ ଉଦ୍ୟୋଗ ସ୍ଥାପନ ସାଙ୍ଗକୁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ଦ୍ରୁତ ବିକାଶକୁ ଆଖି ଆଗରେ ରଖି ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ (ଏମ୍‌କେୟୁୱାଇ) ୧୯୯୬ରେ କାର୍ଯ୍ୟକାରୀ କରିଛନ୍ତି। ପାରମ୍ପରିକ କୃଷିକୁ ବ୍ୟବସାୟିକ କୃଷିରେ ପରିଣତ କରିବା ଏହାର ଉଦ୍ଦେଶ୍ୟ। ରାଜ୍ୟ ସରକାରଙ୍କ ସଂସ୍ଥା ଓଡ଼ିଶା କୃଷି ପ୍ରୋତ୍ସାହନ ଓ ପୁଞ୍ଜିଲଗାଣ ନିଗମ ଲିଃ (ଆପିକଲ) ରାଜ୍ୟ କୃଷି ନୀତି ୨୦୧୩ ଅନୁଯାୟୀ ଏହି ଯୋଜନାକୁ ୨୦୧୮ରୁ କାର୍ଯ୍ୟକାରୀ କରିଆସୁଛି। କୃଷକ ତଥା ଉଦ୍ୟୋଗୀମାନଙ୍କୁ କୃଷିଭିତ୍ତିକ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ବୈଷୟିକ ଜ୍ଞାନକୌଶଳ, ପ୍ରଶିକ୍ଷଣ, ପ୍ରୋତ୍ସାହନ ଓ ଅନୁକୂଳ ପରିବେଶ ଯୋଗାଇଦେବା ଯୋଜନାର ମୁଖ୍ୟ ଲକ୍ଷ୍ୟ। କିନ୍ତୁ ଯୋଜନାରୁ ସୁବିଧା ପାଇବାରେ କ୍ଲିଷ୍ଟତା ଏବଂ ଅନ୍ୟ ଯୋଜନାରେ ସହଜରେ ଅଧିକ ସୁବିଧା ମିଳୁଥିବାରୁ ଏମ୍‌କେୟୁୱାଇ କୃଷି ଉଦ୍ୟୋଗୀ ସୃଷ୍ଟି ପାଇଁ ଆକୃର୍ଷିତ କରିପାରୁନି। ଏଥିଯୋଗୁ ରାଜ୍ୟର ୧୩୩୨ ପ୍ରକଳ୍ପକୁ ‘ଗୋ ଆହେଡ୍‌’ ଅର୍ଥାତ୍‌ ‘ଆଗକୁ ଯିବା’ ପାଇଁ ଅନୁମତି ଦିଆଯାଇଥିବାବେଳେ ସେଥିମଧ୍ୟରୁ ମାତ୍ର ୨୯୬ଟି ଅନୁମୋଦନ ଲାଭ କରିଛି। ୯୩୪ ପ୍ରକଳ୍ପ ଉପରେ ସିଦ୍ଧାନ୍ତ ହୋଇପାରି ନ ଥିବାବେଳେ ୧୦୩ଟିକୁ ବିଭିନ୍ନ କାରଣରୁ ବାତିଲ କରି ଦିଆଯାଇଛି। ନିଜସ୍ବ ଉଦ୍ୟମରେ ୪୧ଟି ପ୍ରକଳ୍ପ କାମ ଆଗେଇଛି। ଯୋଜନା କାର୍ଯ୍ୟକାରୀ ହେବା ଦିନଠାରୁ ଏ ପର୍ଯ୍ୟନ୍ତ ମାତ୍ର ୯୬ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରିଛି। ଜିଲାୱାରି ଦେଖିଲେ ନବରଙ୍ଗପୁର, କୋରାପୁଟ, ଗଜପତି ଓ ସମ୍ବଲପୁର ଜିଲାରେ ଗୋଟିଏ ବି ପ୍ରକଳ୍ପ ଅନୁମୋଦନ ଲାଭ କରିନାହିଁ। ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଜିଲାରେ ଗୋଟିଏ ଲେଖାଏ ପ୍ରକଳ୍ପ ଅନୁମୋଦିତ ହୋଇଛି। ଯୋଜନା ସମ୍ପର୍କରେ ବ୍ୟାପକ ଜନସଚେତନତା କରାଯାଉନାହିଁ। ଜିଲାୱାରି ଆପିକଲର ସ୍ଥାୟୀ କର୍ମଚାରୀ ନ ଥିବାରୁ ଯୋଜନା କାର୍ଯ୍ୟକାରିତାରେ ବାଧା ସୃଷ୍ଟି ହେଉଛି।

କୃଷି ଉଦ୍ୟୋଗ ସ୍ଥାପନ ପାଇଁ ପ୍ରୋତ୍ସାହିତ କରିବା ଓ ଏହି ସଂକ୍ରାନ୍ତୀୟ ବ୍ୟବସାୟିକ ଅନୁଷ୍ଠାନଗୁଡିକୁ ସୁରକ୍ଷା ଯୋଗାଇଦେବା ନିମନ୍ତେ ଯୋଜନାରେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା କରାଯାଇଛି। କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ୬୨ଟି ପ୍ରକଳ୍ପ ପାଇଁ ଏହି ସୁବିଧା ଉପଲବ୍ଧ ହେଉଛି। କେହି ସହାୟତା ପାଇବା ପାଇଁ ହେଲେ www.apicol.nic.in ମାଧ୍ୟମରେ ନାମ ପଞ୍ଜୀକରଣ କରିବା ବାଧ୍ୟତାମୂଳକ। ତା’ପରେ ଯୋଗ୍ୟ ବିବେଚିତ ହେଲେ ବ୍ୟାଙ୍କ ସହାୟତାରେ ହେଉ ଅବା ନିଜ ପାଣ୍ଠିରେ ଉଦ୍ୟୋଗ ପ୍ରତିଷ୍ଠା କରିପାରିବେ। ତା’ପରେ ରିହାତି ରାଶି ଯୋଗାଇ ଦିଆଯିବ।
ଆପିକଲରୁ ମିଳିଥିବା ସୂଚନା ଅନୁଯାୟୀ ଜଗତ୍‌ସିଂହପୁର ଜିଲାର ୨୬ ପ୍ରକଳ୍ପ ଗୋ ଆହେଡ୍‌ ତାଲିକାରେ ଥିବାବେଳେ ସେଥିରୁ ୪ଟି ଅନୁମୋଦନ ଲାଭ କରିଛି। ୧୯ଟି ପ୍ରକଳ୍ପ ବ୍ୟାଙ୍କ ବିଚାରାଧୀନ ଥିବାବେଳେ ୩ଟି ବାତିଲ କରି ଦିଆଯାଇଛି। ଜଣେ ନିଜ ଉଦ୍ୟମରେ ଉଦ୍ୟୋଗ ପ୍ରତିଷ୍ଠା କରୁଛନ୍ତି। ଏଥିମଧ୍ୟରେ ଜିଲାର କୃଷି, ଉଦ୍ୟାନ କୃଷି ବିଭାଗରେ ଗୋଟିଏ ବି ପ୍ରକଳ୍ପ ଅନୁମୋଦନ ଲାଭ କରିନାହିଁ। ଏ ସମ୍ପର୍କରେ ଜିଲା ମୁଖ୍ୟ କୃଷି ଅଧିକାରୀ ରବିନାରାୟଣ ମହାପାତ୍ରଙ୍କୁ ପଚାରିବାରୁ ଆଗ୍ରୋ ସର୍ଭିସ ସେଣ୍ଟର ମାଧ୍ୟମରେ ଯୋଜନାର ସୁବିଧା ପାଇବା ବ୍ୟବସ୍ଥା ରହିଛି। କୃଷି ବିଭାଗ ଅଧୀନ ପ୍ରକଳ୍ପ ପାଇଁ ୪ଟି ବାଧ୍ୟତାମୂଳକ ଓ ଅନ୍ୟଗୁଡିକ ମଧ୍ୟରୁ ୩ଟି ଇଚ୍ଛାଧୀନ ଏହିପରି ଜଣେ ମୋଟ ୭ଟି ଯନ୍ତ୍ରପାତି ଓ ଉପକରଣ କିଣିବାକୁ ପଡୁଛି। ବାଧ୍ୟତାମୂଳକ ଭିତରେ ରହିଛି ଟ୍ରାକ୍ଟର, ଧାଡ଼ିରେ ମଞ୍ଜିବୁଣା ଯନ୍ତ୍ର, ରୋଟାଭେଟର ଓ ଟ୍ରାକ୍ଟର ଚାଳିତ ମୋଡ଼ପତ୍ର ଲଙ୍ଗଳ। ଇଚ୍ଛାଧୀନ ୬୨ଟି ଯନ୍ତ୍ରପାତି ଓ ଉପକରଣ ମଧ୍ୟରେ ଟ୍ରଲି, ୯ ଦାନ୍ତିଆ ଲଙ୍ଗଳ, ସ୍ପ୍ରେ ମେଶିନ ଇତ୍ୟାଦି ରହିଛି। ପୂର୍ବରୁ ସରକାରଙ୍କ ମାଧ୍ୟମରେ କେହି ଟ୍ରାକ୍ଟର କିଣୁଥିଲେ, ପାଖାପାଖି ୩ ଲକ୍ଷ ଟଙ୍କା ରିହାତି ପାଉଥିଲେ। ପରବର୍ତ୍ତୀ ସମୟରେ ଏହା ପାଖାପାଖି ୨ ଲକ୍ଷ ଏବଂ ଏବେ ଏମ୍‌କେୟୁୱାଇରେ ମାତ୍ର ୯୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା କରାଯାଇଛି। ଟ୍ରାକ୍ଟର ସହ ଅନ୍ୟ ୬ଟି ଯନ୍ତ୍ରପାତି କିଣିଲେ ପ୍ରକଳ୍ପ ଅନ୍ତର୍ଭୁକ୍ତ କରାଯାଉଛି। ଏ ବାବଦରେ ୧୦ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହେଉଛି। ଅନେକ କେବଳ ଟ୍ରାକ୍ଟର କିମ୍ବା ସେମାନଙ୍କ ପସନ୍ଦର ଯନ୍ତ୍ରପାତି କିଣିବାକୁ ଚାହୁଁଛନ୍ତି। ଯେହେତୁ ଯୋଜନାରେ ତାହା ସମ୍ଭବ ହେଉନି, ତେଣୁ ଉଦ୍ୟୋଗୀମାନେ ଆକୃଷ୍ଟ ହେଉନାହାନ୍ତି ବୋଲି ମହାପାତ୍ର କହିଛନ୍ତି।

ଉଦ୍ୟାନ କୃଷି ସହକାରୀ ନିର୍ଦ୍ଦେଶକ ମିହିର କୁମାର ସାମନ୍ତରାୟ କହିଛନ୍ତି, ଏମ୍‌କେୟୁୱାଇରେ ଯେଉଁ ପ୍ରକଳ୍ପ ରହୁଛି ବିଭାଗ ପକ୍ଷରୁ ଅନ୍ୟ ଯୋଜନାରେ ମଧ୍ୟ ବିକଳ୍ପ ସୁବିଧା ରହୁଛି। ବିକଳ୍ପ ଯୋଜନାରେ ଲୋକେ ସହଜରେ ଏବଂ ଛୋଟ ପ୍ରକଳ୍ପ କରିବାର ସୁବିଧା ପାଇପାରୁଥିବାରୁ ଏମ୍‌କେୟୁୱାଇ ପ୍ରତି ଆକୃଷ୍ଟ ହେଉନାହାନ୍ତି। ଜିଲା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି, ଇତିମଧ୍ୟରେ ଗୋଟିଏ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ସହ ରିହାତି ଯୋଗାଇ ଦିଆଯାଇଛି। ୩ଟି ପ୍ରକଳ୍ପର ନିର୍ମାଣ କାମ ସରିଥିବାବେଳେ ୨ଟି ନିର୍ମାଣାଧୀନ ଅଛି। ଅବଶିଷ୍ଟ ୨୦ଟି ଗୋ ଆହେଡ୍‌ ଅନ୍ତର୍ଭୁକ୍ତ କରାଯାଇଛି। ଯେଉଁମାନେ ବ୍ୟାଙ୍କ କନସେଣ୍ଟ ଲେଟର ଦେବେ ସେମାନଙ୍କୁ ଗୋ ଆହେଡ୍‌ ତାଲିକାଭୁକ୍ତ କରାଯିବା ପାଇଁ ଚିନ୍ତା କରାଯାଉଛି। ଯେହେତୁ ଯୋଜନାରେ ବଡ଼ ପ୍ରକଳ୍ପ ବ୍ୟବସ୍ଥା ଅଛି ଏବଂ ବ୍ୟାଙ୍କର ସବୁଜ ସଙ୍କେତ ଦରକାର ପଡୁଛି, ତେଣୁ ଉଦ୍ୟୋଗୀମାନେ ଆକୃଷ୍ଟ ହୋଇପାରୁ ନାହାନ୍ତି।

ବିଶେଷକରି ଆର୍ଥିକ ସ୍ବଚ୍ଛଳ ବର୍ଗର ଲୋକଙ୍କ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ତେଣୁ ବିକଳ୍ପ ଛୋଟ ଯୋଜନାରେ ଅଧିକ ଲୋକ ସାମିଲ ହେଉଛନ୍ତି। ଜିଲା ମତ୍ସ୍ୟ ଅଧିକାରୀ ସୁବ୍ରତ ଦାସ କହିଛନ୍ତି, ଇତିମଧ୍ୟରେ ଜଣେ ନିଜ ଉଦ୍ୟମରେ ପ୍ରକଳ୍ପ କରୁଛନ୍ତି। ଏମ୍‌କେୟୁୱାଇରେ ଯାହା ବ୍ୟବସ୍ଥା ଅଛି, ଯେପରି ପୋଖରୀ ଖୋଳିବା ପାଇଁ ସର୍ବନିମ୍ନ ୧ ଏକର ଜମି ଓ ୧୦ ହଜାର ଟଙ୍କା ଜମା କରିବା ଦରକାର ପଡୁଛି, ତାହା ଅଧିକାଂଶଙ୍କୁ ସୁହାଉନାହିଁ। ଅନ୍ୟ ଛୋଟ ଯଥା ମତ୍ସ୍ୟ ସମ୍ପଦ ଯୋଜନାରେ କମ୍‌ ଜମି ଓ ଭଲ ରିହାତି ବ୍ୟବସ୍ଥା ଅଛି। ୧୦ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ହେଲେ ବ୍ୟାଙ୍କ ଋଣ ବାଧ୍ୟତାମୂଳକ। କିନ୍ତୁ ଅନେକ ସମୟରେ ବ୍ୟାଙ୍କଗୁଡ଼ିକ ଋଣ ଦେଉନାହାନ୍ତି।

ଏ ସମ୍ପର୍କରେ ଆପିକଲ ପରିଚାଳନା ନିର୍ଦ୍ଦେଶକ ପ୍ରଭାତ କୁମାର ରାଉଳଙ୍କୁ ପଚାରିବାରୁ ଯୋଜନାକୁ ସରଳୀକରଣ ପାଇଁ ଉଦ୍ୟମ ଚାଲିଛି। ବିଶେଷକରି କିଛି ବାଧ୍ୟତାମୂଳକ ରଖାଯିବ ନାହିଁ। ଆଉ କ’ଣ ସବୁ ଯୋଜନାରେ ରଖିଲେ ଉଦ୍ୟୋଗୀ ଆକୃଷ୍ଟ ହେବେ ସେ ବାବଦରେ ଗଭୀରତାର ସହ ଚିନ୍ତା କରାଯାଉଛି। ଆଗକୁ ବିଶେଷଜ୍ଞ ଦଳ ମାଧ୍ୟମରେ ଜିଲାଗୁଡିକରୁ ତଥ୍ୟ ସଂଗ୍ରହ କରାଯାଇ ପ୍ରତିକାର ପାଇଁ ଚିନ୍ତା କରାଯିବ। ଯେକୌଣସି ପ୍ରକଳ୍ପ ଆରମ୍ଭ କରିବାର ୨ ବର୍ଷ ଭିତରେ ସାରିବା କଥା। କରୋନା ଯୋଗୁ କାମରେ ବାଧା ସୃଷ୍ଟି ହୋଇଛି, ଯେଉଁଥିପାଇଁ ଅଧିକାଂଶ ପ୍ରକଳ୍ପ ଶେଷ ହୋଇପାରିନାହିଁ ବୋଲି ରାଉଳ କହିଥିଲେ।

ପ୍ରମୋଦ କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?