କୌଣସି ଶକ୍ତି ଭାଜପାର ବିଜୟକୁ ରୋକିପାରିବ ନାହିଁ: ଜୟନାରାୟଣ

ସମ୍ବଲପୁର,୩୧ା୩(ବି.ଶଙ୍କର)୨୦୧୯ ସାଧାରଣ ନିର୍ବାଚନ ପରେ ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଅନ୍ତର୍ଦ୍ଧାନ ହୋଇଯାଇଥିଲେ। ସାଧାରଣ ନିର୍ବାଚନ ଆଉ ପ୍ରାୟ ଦୁଇମାସ ବାକି ଥିବାବେଳେ ପୁଣି ସେ ଦୃଷ୍ଟିଗୋଚର ହୋଇଛନ୍ତି। ବିଭିନ୍ନ ଗଣମାଧ୍ୟମରେ ସେ ୨୦୨୪ ନିର୍ବାଚନରେ ସମ୍ବଲପୁର ଲୋକ ସଭା ଆସନ ସମେତ ସାତୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି ା ଏହା ହାସ୍ୟାସ୍ପଦ ବୋଲି ଶନିବାର ପ୍ରେସ ବିବୃତ୍ତି ମାଧ୍ୟମରେ ସମ୍ବଲପୁର ଜିଲା ଯୁବ ବିଜେଡି ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ସମ୍ବଲପୁର ବିଧାୟକଙ୍କ ଯଦି ସତ୍‌ସାହସ ଅଛି, ତେବେ ସେ ଚାରିଥର ବିଧାୟକ ହୋଇଥିବାରୁ କିପରି ବିକାଶ କରିଛନ୍ତି ଜନତାଙ୍କ ସମ୍ମୁଖରେ ତା’ର ତଥ୍ୟ ପ୍ରଦାନ କରନ୍ତୁ। ଅନ୍ୟପଟେ ଭାଜପାର ସମ୍ବଲପୁର ଲୋକ ସଭା ଏମ୍‌ପି ନିତେଶ ଗଙ୍ଗଦେବ ମଧ୍ୟ କାର୍ଯ୍ୟକ୍ଷେତ୍ରରୁ ଉଭାନ ହୋଇଯାଇଥିଲୋ ତାଙ୍କ ନାମରେ ବିଭିନ୍ନ ପ୍ରକାର କୁତ୍ସାରଟନା କାନ୍ଥବାଡରେ ଲେଖାଥିବା ନଜିର ରହିଛିା ଅଥଚ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଲୋକ ସଭା ପ୍ରାର୍ଥୀ କରିବା ସମ୍ବଲପୁର ସହର ପାଇଁ ଗର୍ବ ଓ ଗୌରବର ବିଷୟ। ପ୍ରଣବଙ୍କ ନେତୃତ୍ୱରେ ସମ୍ବଲପୁରର ବିକାଶ ଆହୁରି ଦ୍ରୁତ ହେବା ସହ ସେ ଓଡ଼ିଶାର କଥା ଦିଲ୍ଲୀ ଦରବାରରେ ଉପସ୍ଥାପିତ ହୋଇପାରିବ। ଅପରପକ୍ଷେ ବର୍ତ୍ତମାନର ଭାଜପାର ସମ୍ବଲପୁର ସାଂସଦ ପ୍ରାର୍ଥୀ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ମନ୍ତ୍ରୀ ଥିବା ସମୟରେ ରୋଷେଇ ଗ୍ୟାସ ଦରକୁ ୪୦୦ରୁ ପ୍ରାୟ ୧୧୦୦ ଟଙ୍କା କରିଛନ୍ତି। ସେହିପରି ପେଟ୍ରୋଲ ଓ ଡିଜେଲ ଦର ବଢାଇ ୭୦ରୁ ୧୦୦ ଟଙ୍କାରୁ ଅଧିକ ପହଞ୍ଚାଇବାର ବିରଳ ରେକର୍ଡର ଅଧିକାରୀ ଅଟନ୍ତି ବୋଲି ଯୁବ ବିଜେଡି ସଭାପତି ମହାପାତ୍ର କହିଛନ୍ତି ା ଏ ନେଇ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ସମ୍ବଲପୁର ଲୋକ ସଭା କ୍ଷେତ୍ରରେ ଆମେ ବହୁତ ଭଲ ପ୍ରଦର୍ଶନ କରିବୁ ା ଜନତା ଜନାର୍ଦ୍ଦନ ୭ଟି ବିଧାନସଭା ଓ ୧ଟି ଲୋକ ସଭାରେ ଆମକୁ ବିଜୟୀ କରାଇବେ ା ସଦାସର୍ବଦ ଭାଜପା ଜନସାଧାରଣଙ୍କ ସାଙ୍ଗରେ ରହି କାର୍ଯ୍ୟ କରୁଛି ା ପ୍ରକୃତରେ ଆମେ ହଁି ସେମାନଙ୍କ ସୁଖଦୁଃଖର ସାଥୀ। ଭାଜପା ବିଜୟୀ ହେବାକୁ କୌଣସି ଶକ୍ତି ରୋକିପାରିବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଜୟନାରାୟଣ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

ଭାଜପାରେ ବଡ଼ ଅଦଳବଦଳ: ସ୍ମୃତି-ବସୁନ୍ଧରାଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୭।୮: ସଭାପତି ନୀତିନ ନବୀନ ନୂଆ ଟିମ୍‌ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ୧୬…

ଆଜି ବୁଧ-ଶନିଙ୍କ ନବପଞ୍ଚମ ଯୋଗ, ମିଥୁନ ସମେତ ଏହି ୪ ରାଶିର କ୍ୟାରିୟରରେ ଆସିବ ବଡ଼ ସଫଳତା, ବ୍ୟବସାୟରେ…

ନବପଞ୍ଚମ ଦୃଷ୍ଟି ଯୋଗ ଦୁଇଟି ଗ୍ରହ ପରସ୍ପରଠାରୁ ୫ମ ଏବଂ ୯ମ ଭାବରେ ଅବସ୍ଥିତ ହେଲେ ଗଠିତ ହୁଏ। ଏହି ଯୋଗ ଗଠନ ହେବା ଫଳରେ ଭାଗ୍ୟଶାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri