କେହି ଚିରସ୍ଥାୟୀ ନୁହେଁ

ଆଲୋଚନା ହେଉଛି, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଭଳି ଯାଞ୍ଚ ସଂସ୍ଥାକୁ ବ୍ୟବହାର କରି ଭାରତୀୟ ଜନତା ପାର୍ଟି (ଭାଜପା) ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଛି। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଗିରଫ ବିଷୟ ଏହାର ସଦ୍ୟ ପ୍ରମାଣ ଦେଇଛି। ୬ ଏପ୍ରିଲରେ ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଜିଲାର ଭୂପତିନଗର ଅଞ୍ଚଳରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଟିମ୍‌ର ଏକ ଗାଡ଼ି ଉପରେ ଆକ୍ରମଣ ହୋଇଥିବା ଖବର ଶୁଣିବାକୁ ମିଳିଛି। ସେମାନେ ୨୦୨୨ ବୋମା ବିସ୍ଫୋରଣ ମାମଲାର ତଦନ୍ତ ପାଇଁ ସେଠାକୁ ଯାଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ସେହି ବର୍ଷ ଡିସେମ୍ବର ୩ରେ ଭୂପତିନଗରର ଏକ ଘରେ ବୋମା ବିସ୍ଫୋରଣ ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନ୍‌ଆଇଏର ଟିମ୍‌ ରାତିରେ ଲୋକଙ୍କ ଘରେ ପଶି ଦୁଇ ଜଣଙ୍କୁ ଗିରଫ କରି କୋଲକାତା ଫେରୁଥିବା ବେଳେ ସ୍ଥାନୀୟ ଲୋକେ ଆକ୍ରମଣ କରିଥିବାରୁ ଯାଞ୍ଚ ସଂସ୍ଥା ପୋଲିସରେ ଅଭିଯୋଗ କରିଛି। ସେପଟେ ମହିଳାଙ୍କ ପ୍ରତି ଅସଦାଚରଣ କରିଥିବା ଅଭିଯୋଗ ଆଣି ପଶ୍ଚିମବଙ୍ଗ ପୋଲିସ ଉକ୍ତ ଅଫିସରଙ୍କ ବିରୋଧରେ ଏତଲା ଦେଇଛି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉକ୍ତ ଟିମ୍‌ର ରାତିଅଧିଆ ଚଢ଼ାଉ ଓ ନିର୍ବାଚନ ପୂର୍ବରୁ କରାଯାଉଥିବା ତଦନ୍ତର ସମୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ଇତିହାସରୁ ଜଣାପଡ଼ିଛି ଯେ, କ୍ଷମତାରେ ଥିବା ଦଳ ସୁଯୋଗ ଖୋଜି ଅନ୍ୟ ଦଳର ନେତା ଓ କର୍ମୀଙ୍କ ଉପରେ ଚଢ଼ାଉ କରିଥାଏ। କୌତୂହଳର ବିଷୟ ହେଉଛି, ନିର୍ବାଚନ ବେଳେ ସମସ୍ତେ ଦାବି କରନ୍ତି, ପୂର୍ବ ଧାରାକୁ ବଦଳାଇ ନୂଆ ବ୍ୟବସ୍ଥା ଆଣିବାକୁ। କିନ୍ତୁ କ୍ଷମତାକୁ ଆସିବା ପରେ ପୂର୍ବ ଦଳ ଏଭଳି କୁକର୍ମ କରିଥିବା ଦର୍ଶାଇ ନୂତନ ସରକାର ସେହିଭଳି ପନ୍ଥା ଆପଣାଇଥାଆନ୍ତି।
୨୦୨୪ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ବିରୋଧୀଙ୍କୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କରିବା ଲାଗି ମୁଖ୍ୟ ବିରୋଧୀ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଉପରେ କଟକଣା ସହ ଆୟକର (ଆଇଟି) ବିଭାଗ ନୋଟିସ ଦିଆଯିବାଠାରୁ ଆରମ୍ଭ କରି ଅସମୟରେ ଏନ୍‌ଆଇଏର ଟିମ୍‌କୁ ପୁରୁଣା ମାମଲାରେ ଅଚାନକ ଘଟଣାସ୍ଥଳକୁ ପଠାଯିବା ସ୍ପଷ୍ଟ ଭାବେ ସରକାରୀ କଳା ଅପବ୍ୟବହାରର ଦୃଷ୍ଟାନ୍ତ ଦେଉଛି। ଗଣତନ୍ତ୍ରରେ ସବୁ ଦଳ ଯେଭଳି କ୍ଷେତ୍ର ଉପରେ ଠିକ୍‌ ଭାବେ ଖେଳିପାରିବେ ସେହିପରି ପରିବେଶ ସୃଷ୍ଟି କରାଯିବା ଉଚିତ। କିନ୍ତୁ ଦେଖାଯାଉଛି ଦୀର୍ଘବର୍ଷ ଶାସନ କରୁଥିବା ଦଳ କଳେବଳେ କୌଶଳେ ଗାଦି ଧରି ରଖିବା ପାଇଁ ଯେତେ ତଳ ସ୍ତରକୁ ଖସିଯାଇ ହେବ, ସେହି ଦିଗରେ କାର୍ଯ୍ୟାନୁଷ୍ଠାନ ନେଉଛି। ବିରୋଧୀଙ୍କୁ ଉପରକୁ ଉଠିବାକୁ ନ ଦେଇ ତା’ର ଆକାଉଣ୍ଟକୁ ଅଚଳ କରିଦିଆଯିବା ଚିନ୍ତା କରାଯାଉଛି। ସେହିପରି ପ୍ରଚାର ପଡ଼ିଆରୁ ବିପକ୍ଷ ନେତାଙ୍କୁ ହଟେଇ ଜେଲରେ ପୂରାଇ ଦିଆଯିବା ଭଳି ପରୋକ୍ଷ ଆକ୍ରମଣ କରାଯାଉଥିବା ଲୋକେ ଦେଖିଲେଣି। ଏହାଦ୍ୱାରା ଜାଣନ୍ତରେ ଏକ ଅସୁସ୍ଥ ଗଣତାନ୍ତ୍ରିକ ପରିବେଶ ସୃଷ୍ଟି ହୋଇଯାଉଛି। କଂଗ୍ରେସକୁ ଦୁର୍ବଳ କରିବା ଲାଗି ଭାଜପା ନେଉଥିବା ପଦକ୍ଷେପ ପରିପ୍ରେକ୍ଷୀରେ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ ଏଠାରେ ପ୍ରଣିଧାନଯୋଗ୍ୟ। ନିକଟରେ ସେ କହିଥିଲେ, ତାଙ୍କ ଦଳ କ୍ଷମତାକୁ ଆସି ସରକାର ଗଢ଼ିଲେ ଏବେ ଗଣତନ୍ତ୍ରକୁ ବିବସ୍ତ୍ର କରୁଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ଭାଜପା ମନେରଖିବା ଉଚିତ ଯେ ସେମାନଙ୍କ ବିରୋଧରେ ଏଭଳି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବ, ସେମାନେ ଆଉ ଥରେ ଏଭଳି କରିବାକୁ ସାହସ କରିବେ ନାହିଁ ବୋଲି ରାହୁଲ ତାଙ୍କ ଗ୍ୟାରେଣ୍ଟି ଦେଇଥିଲେ।
ଏହା ସତ୍ୟ ଯେ, କ୍ଷମତା ଜାବୁଡ଼ି ଧରିବାରେ କେହି ଚିରସ୍ଥାୟୀ ନୁହନ୍ତି। ସମୟ ଓ ଲୋକଙ୍କ ମିଜାଜରେ ପରିବର୍ତ୍ତନ ଆସିଲେ ଶାସନ ବଦଳିବା ଥୟ। ଏବେ ଯେଉଁ ଭୁଲ୍‌ଗୁଡ଼ିକ ଶାସକ ବର୍ଗ କରୁଛନ୍ତି, ତାହା ଇତିହାସରେ ଲିପିବଦ୍ଧ ହୋଇଯାଉଛି। ଆଗକୁ ଯେଉଁ ଶାସକ ଆସିବେ ସେ ଅତୀତରେ ପାଇଥିବା ଯନ୍ତ୍ରଣାର କଡ଼ାଗଣ୍ଡା ହିସାବ ନେବେ ବୋଲି ବର୍ତ୍ତମାନର ପଦକ୍ଷେପ ବା କାର୍ଯ୍ୟାନୁଷ୍ଠାନ ତା’ର ପ୍ରାକ୍‌-ସୂଚନା ବୋଲି କୁହାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?