ଗାଁରେ ରହୁନି ନେଟ୍‌ୱର୍କ

କେନ୍ଦୁଝର, ୨।୨: (ସ୍ବ.ପ୍ର.) କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଅନ୍ତର୍ଗତ ତାଳପଦା ପଞ୍ଚାୟତ ଅଞ୍ଚଳରେ ମୋବାଇଲ ନେଟୱର୍କ ସୁବିଧା ନ ଥିବାରୁ ଛାତ୍ରୀଛାତ୍ରମାନେ ପାଠପଢାରୁ ବଞ୍ଚିତ ହେଉଛନ୍ତି। ଏ ନେଇ ପୂର୍ବରୁ ଜିଲାପାଳଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ନ ଯିବାରୁ ଏହାର ପ୍ରତିବାଦରେ ମଙ୍ଗଳବାର ଛାତ୍ରୀଛାତ୍ର ଏକ ରାଲିରେ ଆସି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଦେଇଛନ୍ତି। ବଣପାହାଡ ଘେରା ଏହି ଦୂର୍ଗମ ଅଞ୍ଚଳରେ ଅନଲାଇନ ପାଠପଢା ଏବଂ ପରୀକ୍ଷା ବ୍ୟାଘାତ ହୋଇଛି। ଅନଲାଇନରେ ପାଠ ପଢିବା ପାଇଁ ୫/୬ କି.ମି. ଚାଲି ଚାଲି ଉଚ୍ଚ ଜାଗାକୁ ଯିବାକୁ ପଡୁଛି। ତାଳପଦା ପଞ୍ଚାୟତର ଗୁରୁମ, ତାଳପଦା, ଶିମିଳିପାଳ, ରଙ୍ଗମାଟିଆ ଗ୍ରାମରେ ଆଦୌ ଟାୱାର ନାହିଁ ଓ ପଙ୍ଗା ଓ ବଡଖମଣରେ ବିଏସଏନଏଲ ଟାୱାର ଅଛି କିନ୍ତୁ ଇଣ୍ଟରନେଟ ନାହିଁ। ଏସମ୍ପର୍କରେ ତେଲକୋଇ ଥାନା ଅଧିକାରୀ ସାଇପ୍ରଭା ରାଉତଙ୍କୁ ପଚାରିବାରୁ ଅସମ୍ପୂର୍ଣ୍ଣ ଥିବା ଜିଓ ଟାୱାର କାର୍ଯ୍ୟକ୍ଷମ କରିବା ନେଇ କମ୍ପାନୀକୁ ପ୍ରଶାସନ ପକ୍ଷରୁ ଚିଠି କରାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନରେ କାର୍ଯ୍ୟାନୁଷ୍ଠାନ ପାଇଁ ବାଧ୍ୟ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୩ା୭: ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଧ୍ୟ ବୋଲି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ମୋହନ ପଣ୍ଡା। ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ସ୍ଥିତି…

ମେଡିକାଲ ଆଗରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ଅଭିଯୋଗ

ବେଲପାହାଡ଼,୩ା୭(ସୁବାସ ପ୍ରଧାନ): ବେଲପାହାଡ଼ ପୌରାଞ୍ଚଳରେ ଶୁକ୍ରବାର ସକାଳୁ ଏକ ଅଭାବନୀୟ କାଣ୍ଡ ଘଟିଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଏବଂ ଉତ୍ତେଜନା ପ୍ରକାଶ…

ପୋଡମପେଟା ସମୁଦ୍ର କୂଳ ଲଂଘିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୩।୭(ଅନାଥ ତରାଇ):  ବିଶ୍ୱତାପନ ଓ ବଙ୍ଗୋପସାଗରରେ କ୍ରମାଗତ ଜଳସ୍ତର ବୃଦ୍ଧି ଯୋଗୁଁ ଗଞ୍ଜାମ ଜିଲା ଉପକୂଳରେ ସ୍ଥିତି ଗମ୍ଭୀର ରହିଛି । ଏହାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ…

ଘରୁ ଉଭାନ୍‌ ହୋଇଗଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ: ବାପା କହିଲେ…

ଭବାନୀପାଟଣା,୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହର ସ୍ଥିତ ଭୈରବନଗର ପଡ଼ାରେ ରହୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅପହରଣ ହୋଇଥିବା ନେଇ ଅଭିଯୋଗ ଆସିଛି।…

ଓଡ଼ିଶା ସମେତ ୧୬ ରାଜ୍ୟକୁ ହାଇ ଆଲର୍ଟ; IMD ର ବଡ଼ ଚେତାବନୀ

ନୂଆଦିଲ୍ଲୀ,୩।୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ, ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଛି। ଉତ୍ତର ଓଡ଼ିଶା ଉପକୂଳ ନିକଟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।…

ଅଙ୍ଗନବାଡି ଗୃହ ପାଇଁ ବ୍ଲକ ଘେରାଉ: ଆନ୍ଦୋଳନରେ ସାମିଲ ହେଲେ କୁନି କୁନି ପିଲା

ଜଗନ୍ନାଥପ୍ରସାଦ,୩।୭(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଚାରିକୋଣିଆ ଗୌଡ଼ ସାହିରେ ଅଙ୍ଗନବାଡି…

ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷାଙ୍କ ପରଲୋକ, ଶୋକବ୍ୟକ୍ତ କଲେ କଳାହାଣ୍ଡି ଏମପି

ଭବାନୀପାଟଣା,୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ତଥା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀଙ୍କ ପତ୍ନୀ ଶ୍ରୀମତୀ ମାଝୀ (୫୭)ଙ୍କ ଗୁରୁବାର ବିଳମ୍ବିତ…

ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, କଲେ ବଡ଼ ଘୋଷଣା

ଭୁବନେଶ୍ବର,୩ା୭: ଦିଲ୍ଲୀରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri