ଗାଁରେ ରହୁନି ନେଟ୍‌ୱର୍କ

କେନ୍ଦୁଝର, ୨।୨: (ସ୍ବ.ପ୍ର.) କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଅନ୍ତର୍ଗତ ତାଳପଦା ପଞ୍ଚାୟତ ଅଞ୍ଚଳରେ ମୋବାଇଲ ନେଟୱର୍କ ସୁବିଧା ନ ଥିବାରୁ ଛାତ୍ରୀଛାତ୍ରମାନେ ପାଠପଢାରୁ ବଞ୍ଚିତ ହେଉଛନ୍ତି। ଏ ନେଇ ପୂର୍ବରୁ ଜିଲାପାଳଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ନ ଯିବାରୁ ଏହାର ପ୍ରତିବାଦରେ ମଙ୍ଗଳବାର ଛାତ୍ରୀଛାତ୍ର ଏକ ରାଲିରେ ଆସି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଦେଇଛନ୍ତି। ବଣପାହାଡ ଘେରା ଏହି ଦୂର୍ଗମ ଅଞ୍ଚଳରେ ଅନଲାଇନ ପାଠପଢା ଏବଂ ପରୀକ୍ଷା ବ୍ୟାଘାତ ହୋଇଛି। ଅନଲାଇନରେ ପାଠ ପଢିବା ପାଇଁ ୫/୬ କି.ମି. ଚାଲି ଚାଲି ଉଚ୍ଚ ଜାଗାକୁ ଯିବାକୁ ପଡୁଛି। ତାଳପଦା ପଞ୍ଚାୟତର ଗୁରୁମ, ତାଳପଦା, ଶିମିଳିପାଳ, ରଙ୍ଗମାଟିଆ ଗ୍ରାମରେ ଆଦୌ ଟାୱାର ନାହିଁ ଓ ପଙ୍ଗା ଓ ବଡଖମଣରେ ବିଏସଏନଏଲ ଟାୱାର ଅଛି କିନ୍ତୁ ଇଣ୍ଟରନେଟ ନାହିଁ। ଏସମ୍ପର୍କରେ ତେଲକୋଇ ଥାନା ଅଧିକାରୀ ସାଇପ୍ରଭା ରାଉତଙ୍କୁ ପଚାରିବାରୁ ଅସମ୍ପୂର୍ଣ୍ଣ ଥିବା ଜିଓ ଟାୱାର କାର୍ଯ୍ୟକ୍ଷମ କରିବା ନେଇ କମ୍ପାନୀକୁ ପ୍ରଶାସନ ପକ୍ଷରୁ ଚିଠି କରାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଛୁଟି ଅବଧି ବଢ଼ିବା ଖବର ଗୁଜବ: ଗଣଶିକ୍ଷା ସଚିବ

ଭୁବନେଶ୍ୱର, ୧୬।୬(ବ୍ୟୁରୋ): ସ୍କୁଲ ଛୁଟି ବଢ଼ିନି। ଛୁଟି ଅବଧି ବଢ଼ିବା ନେଇ ଗଣଶିକ୍ଷା ବିଭାଗ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହିଁ। ଏଭଳି ଖବର ଗୁଜବ...

ଅନାଥ ଭଉଣୀଭାଇଙ୍କ ଦାୟିତ୍ୱ ନେଲା ପ୍ରଶାସନ

ବିଶୋଇ, ୧୯।୭ (ଡି.ଏନ.ଏ) ମେଡିକାଲରେ ପହଞ୍ଚିବାରେ ବିଳମ୍ବ କାରଣରୁ ଜଣେ ମହିଳାଙ୍କ ମୃତ୍ୟୁ ହେବା ଘଟଣା ‘ଧରିତ୍ରୀ’ରେ ପ୍ରକାଶ ପାଇବା ପରେ ମୟୂରଭଞ୍ଜ ଜିଲା ପ୍ରଶାସନ...

ବଡ଼ଚଣା ଥାନାବାବୁଙ୍କ ପାଇଁ ଥାନାରେ ସେବାୟତ, ନୋଟିସ୍‌ ଦେଇ ଛାଡ଼ିିଲା ପୋଲିସ

ପୁରୀ ଅଫିସ,୨୧ା୪:  କୋଭିଡ୍‌-୧୯ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରି ନିଲମ୍ବିତ ଯାଜପୁର ଜିଲା ବଡ଼ଚଣା ଥାନାଧିକାରୀ ଦୀପକ କୁମାର ଜେନାଙ୍କୁ ସପରିବାର ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ନେବା...

ଆଜି ଛତିଶା ନିଯୋଗ ବୈଠକ

ପୁରୀ ଅଫିସ, ୪ା୩:  ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୁଧବାର ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ...

ଭାରତ ଊର୍ଜା ନ୍ୟାୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛି: ଧର୍ମେନ୍ଦ୍ର

ଭୁବନେଶ୍ୱର,୧୧।୯(ବ୍ୟୁରୋ):ଭାରତରେ ଊର୍ଜା ନ୍ୟାୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବୋଚ୍ଚ ପ୍ରଧାନ୍ୟ ଦେଉଛନ୍ତି। ଆବୁଧାବୀଠାରେ ସୋମବାର ଆୟୋଜିତ ଅନ୍ତର୍ଜାତୀୟ ଶକ୍ତି ଫୋରମର ଅଷ୍ଟମ ଏସୀୟ ଶକ୍ତି ମନ୍ତ୍ରୀସ୍ତରୀୟ...

ଦାୟିତ୍ୱ ଗ୍ରହଣ କଲେ ଅଗ୍ନିଶମ, ହୋମ୍‌ଗାର୍ଡ ଆଇଜି ଅସିତ୍‌ ପାଣିଗ୍ରାହୀ

କଟକ ଅଫିସ, ୨୭।୮: ଅଗ୍ନିଶମ ଓ ହୋମ୍‌ଗାର୍ଡ ନୁତନ ଆଇଜି ଭାବେ ଅସିତ୍‌ ପାଣିଗ୍ରାହୀ ସୋମବାର ଅଗ୍ନିଶମ ମୁଖ୍ୟ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ...

ପୁଣି କଡ଼ାକଡ଼ି ହେବ କରୋନା କଟକଣା

ଭୁବନେଶ୍ୱର, ୨୧।୨: ବିଭିନ୍ନ ରାଜ୍ୟରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ମଧ୍ୟ କଡ଼ାକଡ଼ି ଭାବେ ପାଳନ କୋଭିଡ ନିୟମାବଳୀ। ଏ...

ଓଲିଉଡ୍‌ ଅଭିନେତ୍ରୀ ଦୀପା ସାହୁ ଗୁରୁତର, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୨୦।୬(ବ୍ୟୁରୋ): ଓଡ଼ିଆ ଆଲବମ୍‌ କୁଇନ୍‌ ତଥା ଓଲିଉଡ୍‌ ଅଭିନେତ୍ରୀ ଦୀପା ସାହୁ ଅସୁସ୍ଥ। ତାଙ୍କୁ ଶନିବାର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କ ଅବସ୍ଥା...

Advertisement
Archives

Model This Week