ଭୋଟର ତାଲିକାରେ ନାଁ ନାହିଁ

ଆରଡ଼ି, ୧୮।୧ (ଡି.ଏନ.ଏ.) ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡ଼ି ପଞ୍ଚାୟତ ୯ ନଂ. ଓ୍ବାର୍ଡର ସଂଶୋଧିତ ଭୋଟର ତାଲିକାରୁ ୪୦ଜଣ ବ୍ୟକ୍ତିଙ୍କ ନାମ ବାଦ୍‌ ପଡିଛି। ଏହି ତାଲିକାରୁ ଜଣେ ଆଶାୟୀ ସରପଞ୍ଚ ପ୍ରାର୍ଥିନୀଙ୍କ ପରିବାରର ୪ଜଣଙ୍କ ନାମ ମଧ୍ୟ ନ ଥିବା ଜଣାପଡ଼ିଛି। ଶାସକ ଦଳର ବିଧାୟକ ଓ କେତେଜଣ ପଞ୍ଚାୟତସ୍ତରୀୟ ନେତାଙ୍କ ଚକ୍ରାନ୍ତ ଓ ହୀନ ରାଜନୀତି ଯୋଗୁ ଏପରି ହୋଇଥିବା ଚାନ୍ଦବାଲିର ଭାଜପା ନେତା ସୁରେଶ ସାହୁ, କମଳାକାନ୍ତ ସୂତାର ଓ ଦେବଦତ୍ତ ପାଢ଼ୀ ଅଭିଯୋଗ କରିଛନ୍ତି। ୩ ଦିନ ହେଲା ପ୍ରାୟ ୧୦ ପରିବାରର ଲୋକେ ବିଡିଓଙ୍କ ଦ୍ୱାରସ୍ଥ ହୋଇଥିଲେ ବି କୌଣସି ସୁଫଳ ନ ମିଳିବାରୁ ସୋମବାର ଆରଡ଼ିରୁ ଭାଜପା କର୍ମୀ ତଥା ୫୦ ମହିଳା ଓ ପୁରୁଷ ଚାନ୍ଦବାଲି ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ବିଡିଓଙ୍କ ବିରୋଧରେ ନାରାବାଜି କରିଥିଲେ। ପରେ ୧୦ରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ଆମରଣ ଅନଶନରେ ବସିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ମହିଳା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ସମ୍ପର୍କରେ ଚାନ୍ଦବାଲି ବିଡିଓ ଜ୍ୟୋତି ବିକାଶ ଦାଶଙ୍କୁ ପଚାରିବାରୁ ଗତ ନଭେମ୍ବରରେ ଭୋଟର ତାଲିକା ସଂଶୋଧନ ବେଳେ ଉକ୍ତ ବ୍ୟକ୍ତିମାନଙ୍କ ନାଁ ନ ଥିଲା। ସେତେବେଳେ ସଂଶୋଧନ କରି ନ ଥିବାରୁ ଏଭଳି ସମସ୍ୟା ଉପୁଜିଛି। ଏନେଇ ସେ ଜିଲାପାଳଙ୍କୁ ଚିଠି ଲେଖି ପଦକ୍ଷେପ ନେବା ପାଇଁ ଜଣାଇଛନ୍ତି। ତେବେ ଏହି ସଂଶୋଧନ ତାଙ୍କ ପରିସର ବାହାରେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ପୁଣି ୪୫୭ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୨୦।୭(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୪୫୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୧୧୮ ଜଣ ସୁସ୍ଥ ହୋଇଥିବାବେଳେ ନୟାଗଡରୁ ୫୩, କଟକରୁ ୪୪, ସୁନ୍ଦରଗଡରୁ...

ପ୍ରତିବର୍ଷ ହେପାଟାଇଟିସ୍‌ରେ ଆକ୍ରାନ୍ତ ହେଉଛନ୍ତି ରାଜ୍ୟର ୫ ହଜାର ଲୋକ

ଭୁବନେଶ୍ୱର,୨୭ା୭ (ବ୍ୟୁରୋ): ଓଡ଼ିଶାରେ ପ୍ରତିବର୍ଷ ୪ରୁ ୫ ହଜାର ଲୋକ ହେପାଟାଇଟିସ୍‌ରେ ଆକ୍ରାନ୍ତ ହେଉଛନ୍ତି। ରାଜ୍ୟର କେତେକ ଜନଜାତିଙ୍କଠାରେ ହେପାଟାଇଟିସ ‘ବି’ ମାତ୍ରା ଅଧିକ। ଆଦିବାସୀ...

ସିଏଜି ରିପୋର୍ଟ ରାଜ୍ୟପାଳଙ୍କୁ ପ୍ରଦାନ

ଭୁବନେଶ୍ୱର,୧୨ା୩ (ବ୍ୟୁରୋ): ଆସନ୍ତା ବିଧାନସଭାର ବଜେଟ ଅଧିବେଶନରେ ଉପସ୍ଥାପିତ ହେବାକୁ ଥିବା ୨୦୨୦ ମାର୍ଚ୍ଚ ସମାପ୍ତ ବର୍ଷ ପାଇଁ ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ...

ବ୍ଲକର ଜମାଖାତାରୁ ଟଙ୍କା ଗାଏବ: ବ୍ୟାଙ୍କ ମ୍ୟାନେଜର ସହ ୩ ଗିରଫ, ୬ ମାସରେ ୧୨ ଲକ୍ଷ ୪୭ ହଜାର କରିଥିଲେ ଠକେଇ

ସମ୍ବଲପୁର,୨୯।୧୨(ବ୍ୟୁରୋ): ସମ୍ବଲପୁର ଜିଲା ଠେଲକୋଲି ଥାନା ଆଇସିଆଇସିଆଇ ବ୍ୟାଙ୍କ ବାମଲୋଇ ଶାଖାରେ ରେଙ୍ଗାଲି ବ୍ଲକର ଜମାଖାତାରୁ ଟଙ୍କା ଠକେଇ ହୋଇଛି। ବିଭିନ୍ନ ଯୋଜନାରେ ଥିବା ପେନ୍‌ସନ...

ଗଞ୍ଜାମର ୩ ପଞ୍ଚାୟତକୁ ଜାତୀୟ ଆୱାର୍ଡ: ଟୁଇଟ୍‌କରି ସୂଚନା ଦେଲେ ଜିଲାପାଳ

ଛତ୍ରପୁର, ୨୪।୪( ଡି.ଏନ୍‌.ଏ.): ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଶୁକ୍ରବାର ଗଞ୍ଜାମ ଜ଼ିଲାର ୩ ପଞ୍ଚାୟତକୁ ୩ଟି ବିଭାଗରେ ଜାତୀୟ ପଞ୍ଚାୟତ ଆୱାର୍ଡ ମିଳିଛି। ଓଡ଼ିଶାରେ...

ଜାତୀୟ ଶିକ୍ଷାନୀତି ୨୦୨୦- ବିଶ୍ୱ ଜ୍ଞାନ ଅର୍ଥନୀତିରେ ଶୀର୍ଷସ୍ଥାନ ହାସଲ କରିବାର ଆୟୁଧ

୧୭।୮(ଧରିତ୍ରୀ): ଚଳିତବର୍ଷ ଜୁଲାଇ ୮ ତାରିଖରେ ମୁଁ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କଲି। ଶିକ୍ଷା ଭଳି ଏକ ପ୍ରତିଷ୍ଠିତ ଓ ଖ୍ୟାତିସମ୍ପନ୍ନ ବିଭାଗର ଦାୟିତ୍ୱ...

ବିଜେପୁର ଉପନିର୍ବାଚନ: ପ୍ରାର୍ଥୀ ଚୟନକୁ ନେଇ ବଢ଼ୁଛି ଚିନ୍ତା

ଭୁବନେଶ୍ୱର, ୫।୬(ବ୍ୟୁରୋ): ରାଜ୍ୟ ରାଜନୀତିରେ ପୁଣିଥରେ ବିଜେପୁର ଆସନକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଦ୍ୱିତୀୟ ଥର ଲାଗି ପଶ୍ଚିମ ଓଡ଼ିଶା ରାଜନୀତିରେ ବିଜେଡି ଓ...

ମହାପ୍ରଭୁଙ୍କ ଚନ୍ଦନଯାତ୍ରା,ମୁତୟନ ହେବେ ୫ପ୍ଲାଟୁନ ଫୋର୍ସ

ପୁରୀ ଅଫିସ, ୨।୫: ମହାପ୍ରଭୁଙ୍କ ଚନ୍ଦନଯାତ୍ରା ମଙ୍ଗଳବାରଠୁ ଆରମ୍ଭ ହେବ। ତେବେ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରାଯାଇଛି।...

Advertisement
Archives

Model This Week