ଜମି ସମସ୍ୟା ନାହିଁ, ଖୁବ୍‌ଶୀଘ୍ର କାମ

ପୁରୀ ଅଫିସ, ୨୩ା୭: ପୁରୀରେ ଭକ୍ତଙ୍କ ନିମନ୍ତେ ଆଉ ଏକ ଧର୍ମଶାଳା ନିର୍ମାଣ ହେବ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ ସୁଲଭ ମୂଲ୍ୟରେ ଉକ୍ତ ଅତ୍ୟାଧୁନିକ ଧର୍ମଶାଳାରେ ରହିବା ସହ ସମସ୍ତ ପ୍ରକାର ସୁବିଧା ପାଇପାରିବେ। ଏଥିଲାଗି ‘ଅବଢ଼ା’ ଯୋଜନାରେ ରାଜ୍ୟ କ୍ୟାବିନେଟ୍‌ରେ ୧୩୫ କୋଟି ୬୦ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏ ନେଇ ଟେଣ୍ଡର ସରିଥିବା ବେଳେ ଖୁବ୍‌ଶୀଘ୍ର ସରକାରଙ୍କ ନିକଟରେ ପ୍ରୋଜେକ୍ଟ ଡିଜାଇନ ଦାଖଲ ହେବ ବୋଲି ଜଣାପଡ଼ିଛି। ଦୁଇବର୍ଷ ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବାସେଳିସାହି ମୌଜାର ଖଣ୍ଡିଆବନ୍ଧ ନିକଟରେ ୧୦ ଏକର ଜମିରେ ଏହି ପ୍ରକଳ୍ପ ନିର୍ମାଣ କରାଯିବ। ଜମି ଅଧିଗ୍ରହଣ ସମସ୍ୟା ନ ଥିବାରୁ ଖୁବ୍‌ଶୀଘ୍ର ଧର୍ମଶାଳା ନିର୍ମାଣ କାମ ଆରମ୍ଭ ହେବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
ସୂଚନା ଅନୁଯାୟୀ, ପୁରୀ ଜେଲ ରୋଡ୍‌ରେ ବହୁତଳବିଶିଷ୍ଟ ‘ଶ୍ରୀପୁରୁଷୋତ୍ତମ ଭକ୍ତ ନିବାସ’ ନିର୍ମାଣ ସରିଥିବାବେଳେ ସାତମହଲା ବିଶିଷ୍ଟ ‘ବୃନ୍ଦାବତୀ’ର ଶୁଭାରମ୍ଭ ହୋଇଛି। କାର୍ତ୍ତିକ ମାସରେ ହବିଷିଆଳିମାନେ ‘ବୃନ୍ଦାବତୀ’ରେ ମାଗଣାରେ ରହି ବ୍ରତ ପାଳନ କରିବେ। ବର୍ଷର ଅନ୍ୟ ୧୧ ମାସ ଏହା କେଉଁ କାମରେ ଲାଗି ସେ ନେଇ ପ୍ରଶାସନ ନିଷ୍ପତ୍ତି ନେବ। ପୂର୍ବରୁ ବଡ଼ଦାଣ୍ଡରେ ଶ୍ରୀମନ୍ଦିର ପ୍ରଶାସନର ୩ଟି ଭକ୍ତନିବାସ ରହିଛି। ମାତ୍ର ଭକ୍ତମାନେ ଆଶାନୁରୂପ ସୁବିଧା ପାଉ ନ ଥିବା ଅଭିଯୋଗ ହେଉଛି। ତେଣୁ ବାସେଳିସାହି ମୌଜାରେ ପ୍ରସ୍ତାବିତ ବହୁତଳ ବିଶିଷ୍ଟ ଅତ୍ୟାଧୁନିକ ଧର୍ମଶାଳାରେ ସମସ୍ତ ବ୍ୟବସ୍ଥା କରାଯିବ। ଦୁଇବର୍ଷ ମଧ୍ୟରେ କାମ ସାରିବାକୁ ଠିକା ସଂସ୍ଥା ସି.ଜି. କୃପା ଲିମିଟେଡ୍‌କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରକଳ୍ପ ସ୍ଥଳରେ ପଥର ପ୍ୟାକିଂ ଆରମ୍ଭ ହୋଇଛି। ସରକାର ଭକ୍ତଙ୍କଠାରୁ କେବଳ ପାଣି ଓ ବିଦ୍ୟୁତ ଖର୍ଚ୍ଚ ନେଇ ଶହେ ଟଙ୍କାରେ ରୁମ୍‌ ଭଡ଼ା ଦେବେ ବୋଲି ସାଧାରଣରେ ଆଶା ପ୍ରକାଶ କରାଯାଇଛି।
ଏହି ପ୍ରକଳ୍ପକୁ ଶ୍ରୀମନ୍ଦିର ପରିଚାଳନା କମିଟି ସ୍ବାଗତ କରିବା ସହ ସରକାରଙ୍କୁ ଧନ୍ୟବାଦ ଜଣାଇଛି। ଅତ୍ୟାଧୁନିକ ଧର୍ମଶାଳା ନିର୍ମାଣ ଦ୍ୱାରା ଭକ୍ତମାନେ ସ୍ବଳ୍ପ ମୂଲ୍ୟରେ ସମସ୍ତ ସୁବିଧା ପାଇପାରିବେ ବୋଲି କମିଟିର ସଦସ୍ୟ ଅନନ୍ତ ତିଆଡ଼ି କହିଛନ୍ତି। ସରକାର ନୂତନ ଧର୍ମଶାଳା ନିର୍ମାଣ ଲାଗି ଯେଉଁ ମଞ୍ଜୁରୀ ଦେଇଛନ୍ତି ତାହା ସ୍ବାଗତଯୋଗ୍ୟ ବୋଲି ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି। ପରିଚାଳନା କମିଟି ସଦସ୍ୟ ମାଧବ ଚନ୍ଦ୍ର ପୂଜାପଣ୍ଡା ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ସେ କହିଛନ୍ତି, ନୂତନ ଭକ୍ତନିବାସ ହେଲେ ସମସ୍ତ ବର୍ଗର ଭକ୍ତ ସ୍ବଳ୍ପମୂଲ୍ୟରେ ରହି ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଆସନ୍ତା ୪ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ନେଇ ବିସ୍ତୃତ ଭାବେ ଆଲୋଚନା ହେବ। ସେହିପରି ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ଜମି ଅଧିଗ୍ରହଣରେ ସମସ୍ୟା ନାହିଁ। ତେଣୁ ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ। ଏହି ଧର୍ମଶାଳା ନିର୍ମାଣ ହେଲେ ଭକ୍ତମାନେ ସ୍ବଳ୍ପ ମୂଲ୍ୟରେ ରହି ସୁବିଧା ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri