ଜମି ସମସ୍ୟା ନାହିଁ, ଖୁବ୍‌ଶୀଘ୍ର କାମ

ପୁରୀ ଅଫିସ, ୨୩ା୭: ପୁରୀରେ ଭକ୍ତଙ୍କ ନିମନ୍ତେ ଆଉ ଏକ ଧର୍ମଶାଳା ନିର୍ମାଣ ହେବ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ ସୁଲଭ ମୂଲ୍ୟରେ ଉକ୍ତ ଅତ୍ୟାଧୁନିକ ଧର୍ମଶାଳାରେ ରହିବା ସହ ସମସ୍ତ ପ୍ରକାର ସୁବିଧା ପାଇପାରିବେ। ଏଥିଲାଗି ‘ଅବଢ଼ା’ ଯୋଜନାରେ ରାଜ୍ୟ କ୍ୟାବିନେଟ୍‌ରେ ୧୩୫ କୋଟି ୬୦ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏ ନେଇ ଟେଣ୍ଡର ସରିଥିବା ବେଳେ ଖୁବ୍‌ଶୀଘ୍ର ସରକାରଙ୍କ ନିକଟରେ ପ୍ରୋଜେକ୍ଟ ଡିଜାଇନ ଦାଖଲ ହେବ ବୋଲି ଜଣାପଡ଼ିଛି। ଦୁଇବର୍ଷ ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବାସେଳିସାହି ମୌଜାର ଖଣ୍ଡିଆବନ୍ଧ ନିକଟରେ ୧୦ ଏକର ଜମିରେ ଏହି ପ୍ରକଳ୍ପ ନିର୍ମାଣ କରାଯିବ। ଜମି ଅଧିଗ୍ରହଣ ସମସ୍ୟା ନ ଥିବାରୁ ଖୁବ୍‌ଶୀଘ୍ର ଧର୍ମଶାଳା ନିର୍ମାଣ କାମ ଆରମ୍ଭ ହେବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
ସୂଚନା ଅନୁଯାୟୀ, ପୁରୀ ଜେଲ ରୋଡ୍‌ରେ ବହୁତଳବିଶିଷ୍ଟ ‘ଶ୍ରୀପୁରୁଷୋତ୍ତମ ଭକ୍ତ ନିବାସ’ ନିର୍ମାଣ ସରିଥିବାବେଳେ ସାତମହଲା ବିଶିଷ୍ଟ ‘ବୃନ୍ଦାବତୀ’ର ଶୁଭାରମ୍ଭ ହୋଇଛି। କାର୍ତ୍ତିକ ମାସରେ ହବିଷିଆଳିମାନେ ‘ବୃନ୍ଦାବତୀ’ରେ ମାଗଣାରେ ରହି ବ୍ରତ ପାଳନ କରିବେ। ବର୍ଷର ଅନ୍ୟ ୧୧ ମାସ ଏହା କେଉଁ କାମରେ ଲାଗି ସେ ନେଇ ପ୍ରଶାସନ ନିଷ୍ପତ୍ତି ନେବ। ପୂର୍ବରୁ ବଡ଼ଦାଣ୍ଡରେ ଶ୍ରୀମନ୍ଦିର ପ୍ରଶାସନର ୩ଟି ଭକ୍ତନିବାସ ରହିଛି। ମାତ୍ର ଭକ୍ତମାନେ ଆଶାନୁରୂପ ସୁବିଧା ପାଉ ନ ଥିବା ଅଭିଯୋଗ ହେଉଛି। ତେଣୁ ବାସେଳିସାହି ମୌଜାରେ ପ୍ରସ୍ତାବିତ ବହୁତଳ ବିଶିଷ୍ଟ ଅତ୍ୟାଧୁନିକ ଧର୍ମଶାଳାରେ ସମସ୍ତ ବ୍ୟବସ୍ଥା କରାଯିବ। ଦୁଇବର୍ଷ ମଧ୍ୟରେ କାମ ସାରିବାକୁ ଠିକା ସଂସ୍ଥା ସି.ଜି. କୃପା ଲିମିଟେଡ୍‌କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରକଳ୍ପ ସ୍ଥଳରେ ପଥର ପ୍ୟାକିଂ ଆରମ୍ଭ ହୋଇଛି। ସରକାର ଭକ୍ତଙ୍କଠାରୁ କେବଳ ପାଣି ଓ ବିଦ୍ୟୁତ ଖର୍ଚ୍ଚ ନେଇ ଶହେ ଟଙ୍କାରେ ରୁମ୍‌ ଭଡ଼ା ଦେବେ ବୋଲି ସାଧାରଣରେ ଆଶା ପ୍ରକାଶ କରାଯାଇଛି।
ଏହି ପ୍ରକଳ୍ପକୁ ଶ୍ରୀମନ୍ଦିର ପରିଚାଳନା କମିଟି ସ୍ବାଗତ କରିବା ସହ ସରକାରଙ୍କୁ ଧନ୍ୟବାଦ ଜଣାଇଛି। ଅତ୍ୟାଧୁନିକ ଧର୍ମଶାଳା ନିର୍ମାଣ ଦ୍ୱାରା ଭକ୍ତମାନେ ସ୍ବଳ୍ପ ମୂଲ୍ୟରେ ସମସ୍ତ ସୁବିଧା ପାଇପାରିବେ ବୋଲି କମିଟିର ସଦସ୍ୟ ଅନନ୍ତ ତିଆଡ଼ି କହିଛନ୍ତି। ସରକାର ନୂତନ ଧର୍ମଶାଳା ନିର୍ମାଣ ଲାଗି ଯେଉଁ ମଞ୍ଜୁରୀ ଦେଇଛନ୍ତି ତାହା ସ୍ବାଗତଯୋଗ୍ୟ ବୋଲି ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି। ପରିଚାଳନା କମିଟି ସଦସ୍ୟ ମାଧବ ଚନ୍ଦ୍ର ପୂଜାପଣ୍ଡା ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ସେ କହିଛନ୍ତି, ନୂତନ ଭକ୍ତନିବାସ ହେଲେ ସମସ୍ତ ବର୍ଗର ଭକ୍ତ ସ୍ବଳ୍ପମୂଲ୍ୟରେ ରହି ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଆସନ୍ତା ୪ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ନେଇ ବିସ୍ତୃତ ଭାବେ ଆଲୋଚନା ହେବ। ସେହିପରି ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ଜମି ଅଧିଗ୍ରହଣରେ ସମସ୍ୟା ନାହିଁ। ତେଣୁ ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ। ଏହି ଧର୍ମଶାଳା ନିର୍ମାଣ ହେଲେ ଭକ୍ତମାନେ ସ୍ବଳ୍ପ ମୂଲ୍ୟରେ ରହି ସୁବିଧା ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କିଶନନଗର ତହସିଲରେ ନୂଆ ନିଯୁକ୍ତିକୁ ନେଇ ବିବାଦ, କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

କଟକ ସଦର,୧୧।୧୦(ସୁଶାନ୍ତ କୁମାର ଜେନା): କଟକ ଜିଲା କିଶନ ନଗର ତହସିଲ କାର୍ଯ୍ୟାଳୟ ରେ ଜଣେ ଅଧିକାରିଣୀ ତହସିଲଦାର ଭାବେ ଯୋଗ ଦେଉଥିବା ଖବର ରବିବାର ଗଣମାଧ୍ୟମରେ…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ଖୋଳିବାରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

ଡଙ୍ଗା ଓଲଟି ଚାଲିଗଲା ୧୦୦ରୁ ଅଧିକ ଜୀବନ, ୧୧୬ ନିଖୋଜ

ଜିବୁତି ସିଟି,୧୧।୧୦: ପୂର୍ବ ଆଫ୍ରିକାର ଜିବୁତି ଉପକୂଳରେ ଏକ ବଡ଼ ଡଙ୍ଗା ଦୁର୍ଘଟଣା ଘଟିଛି । ପ୍ରାୟ ୩୦୫ ଜଣ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା…

ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ ଆଶଙ୍କା, ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ୧୬୩ ଧାରା ଜାରି

ସାକ୍ଷୀଗୋପାଳ,୧୧ା୧୦(କିଶୋର ମହାପାତ୍ର/ପ୍ରଶାନ୍ତ ବାରିକ): ଶାସକ ଓ ବିରୋଧୀ ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ ଆଶଙ୍କା ଥିବାରୁ ସତ୍ୟବାଦୀ ପ୍ରଶାସନ ପକ୍ଷରୁ ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ବିଏନଏସ୍‌ର…

କୁଶପଲ୍ଲୀ ଚଳଚଞ୍ଚଳ: ମା’ ଚାମୁଣ୍ଡାଙ୍କ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା

ଗଞ୍ଜାମ,୧୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀସ୍ଥିତ ମା’ ଚାମୁଣ୍ଡାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଅବସରରେ ୯ ଦିନବ୍ୟାପୀ ନବରାତ୍ର ପୂଜା ଓ ଅଖଣ୍ଡ…

୮ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ଛାତ୍ରୀନିବାସ: ଭୂତକୋଠି ପାଲଟିଛି କୋଟି ଟଙ୍କାର କୋଠା

ଗୁଡ଼ାରି, ୧୦।୧୦ (ପ୍ରମୋଦ କୁମାର ପତି): ଆଦିବାସୀ ଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ଓ ସେମାନଙ୍କ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ମାତ୍ର…

CM ବିଜୟଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ମୋଦି, କେନ୍ଦ୍ରରୁ ଯାହା….

ଚେନ୍ନାଇ,୧୧।୧୦: ତାମିଲନାଡୁକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଚେନ୍ନାଇରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?