ଅତିଥିଙ୍କୁ ମିଳେନି ଆତିଥ୍ୟ

ବଅଁରପାଳ, ୯।୧୧: ଘରକୁ ଅତିଥି ଆସିଲେ ଅତ୍ୟନ୍ତ ଆନନ୍ଦର ସହ ଆତିଥ୍ୟ ପ୍ରଦାନ କରାଯାଏ। ଏହା ଆମ ପରମ୍ପରା ଓ ଚଳଣି। ହେଲେ ଅନୁଗୋଳ ଜିଲା ବଅଁରପାଳ ବ୍ଲକର ତୁଳସୀପାଳ ଓ ଗଡ଼ସନ୍ତ୍ରୀ ଗ୍ରାମରେ ମା’ ଲୋଭୀ ଠାକୁରାଣୀଙ୍କ ଯାତ୍ରା ବେଳେ ଅତିଥିଙ୍କୁ କୌଣସି ଆତିଥ୍ୟ ପ୍ରଦାନ କରାଯାଏ ନାହିଁ। ଏହି ସମୟରେ ମା’ ଗଁାର ଅତିଥି ହୋଇଥିବାରୁ ଅନ୍ୟ ଅତିଥିଙ୍କ ଆଦର ଯତ୍ନ କରାଯାଇ ନ ଥାଏ। ସୋମବାରଠାରୁ ଆରମ୍ଭ ହୋଇଥିବା ମା’ ଲୋଭୀଙ୍କ ଯାତ୍ରା ବେଳେ ଏହି ପରମ୍ପରା ଏଠାରେ ଦେଖିବାକୁ ମିଳୁଛି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବଅଁରପାଳ ବ୍ଲକ ତୁଳସୀପାଳ ଓ ଗଡସନ୍ତ୍ରୀ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ଲୋଭୀ ଠାକୁରାଣୀ। ପ୍ରତିବର୍ଷ କାର୍ତ୍ତିକ ମାସରେ ମା’ଙ୍କ ବାର୍ଷିକ ଯାତ୍ରା ପାଳିତ ହୋଇଥାଏ। ଗତ ସୋମବାରଠାରୁ ମା’ଙ୍କ ୫ ଦିନିଆ ଯାତ୍ରା ଆରମ୍ଭ ହୋଇଛି। ଏହା ୧୧ ତାରିଖ ଯାଏ ଚାଲିବ। ଏଥିପାଇଁ ଉଭୟ ଗ୍ରାମ ଉତ୍ସବମୁଖର ହୋଇପଡ଼ିଛି। ଘରେ ଘରେ ବନ୍ଧୁ ବାନ୍ଧବଙ୍କ ଭିଡ଼ ଜମିଛି। କିନ୍ତୁ ପରମ୍ପରା ଅନୁଯାୟୀ କୌଣସି ଅତିଥିଙ୍କୁ ପରିବାର ଲୋକେ ସ୍ବାଗତ କରି ନ ଥାନ୍ତି। ବନ୍ଧୁବାନ୍ଧବ ଘରକୁ ଆସିବା ପରେ ସେମାନଙ୍କୁ କେହି ପାଛୋଟି ଆଣନ୍ତି ନାହିଁ। ଗୋଡ଼ ଧୋଇଦେବା କି ତୁରନ୍ତ ଖାଦ୍ୟ ପରଷିଦେବା ଦେଖାଯାଏ ନାହିଁ। ଏହାଛଡ଼ା ଗ୍ରାମର କୌଣସି ବ୍ୟକ୍ତି କଳା ବସ୍ତ୍ର ପରିଧାନ କରନ୍ତି ନାହିଁ। ଗତ ୨ ବର୍ଷ ହେଲା କରୋନା ପାଇଁ ମା’ଙ୍କ ବାର୍ଷିକ ଯାତ୍ରା କେବଳ ନୀତିକାନ୍ତିରେ ସୀମିତ ରହିଥିଲା। ହେଲେ ଚଳିତବର୍ଷ ଧୁମ୍‌ଧାମରେ ପାଳନ କରାଯାଉଥିବାରୁ ଏହାକୁ ଦେଖିବାକୁ ଦୈନିକ ସହସ୍ରାଧିକ ଭକ୍ତଙ୍କ ଗହଳି ହେଉଛି। ଘରେ ଘରେ ପିଠାପଣା ହୋଇଥିବା ବେଳେ ଯାତ୍ରାସ୍ଥଳରେ ପଡ଼ିଥିବା ମିନାବଜାର, ଦୋଳି, ଫୁଡ୍‌ ଷ୍ଟଲ ଲୋକଙ୍କ ମନମୋହୁଛି। ବିଶେଷକରି ସନ୍ଧ୍ୟା ସମୟରେ ମିନାବଜାରରେ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ଜିଲା ଓ ଜିଲା ବାହାରୁ ବହୁ ସଂଖ୍ୟାରେ ଭକ୍ତ ମା’ଙ୍କ ଦର୍ଶନ ପାଇଁ ଆସୁଛନ୍ତି। ଦୈନିକ ହଜାରେରୁ ଅଧିକ ଶିଶୁଙ୍କ ମୁଣ୍ଡନ କରାଯାଉଛି। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମସ୍ତଙ୍କ ଅପେକ୍ଷା ରହିଛି। ବୁଧବାର ଦଣ୍ଡନାଚ ହେବ। ୨ ଦିନ ଧରି ଅପେରା ପରିବେଷଣ କରାଯିବ।

 

 

ଗଁାରେ ଉତ୍ସବମୁଖର ପରିବେଶ
୨ ବର୍ଷ ପରେ ମା’ଙ୍କ ବାର୍ଷିକ ଯାତ୍ରା ଆଡ଼ମ୍ବରରେ ଆୟୋଜନ କରାଯାଇଥିବାରୁ ଗଁା ପରିବେଶ ଉତ୍ସବମୁଖର ହୋଇପଡ଼ିଛି। ମା’ ଲୋଭୀ ହେଉଛନ୍ତି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ। ତେଣୁ ତାଙ୍କୁ ଆତିଥ୍ୟ ଦିଆଯାଉଥିବାରୁ ଅନ୍ୟ କାହାକୁ ଏହି ସମୟରେ ଆତିଥ୍ୟ ଦିଆଯାଏ ନାହିଁ।
-ବାଉରି ବନ୍ଧୁ ସାହୁ, ତୁଳସୀପାଳ
ଆକର୍ଷଣୀୟ ହେବ ଅପେରା
ଚଳିତବର୍ଷ ମା’ଙ୍କ ଯାତ୍ରା ବେଳେ ପ୍ରଥମ ଥର ପାଇଁ ଅପେରା କାର୍ଯ୍ୟକ୍ରମ ରହିଛି। ଭଲ ଭଲ କଳାକାର ସେମାନଙ୍କ କଳା ପରିବେଷଣ କରିବାକୁ ଥିବାରୁ ଏହା ନିଶ୍ଚିତ ଆକର୍ଷଣୀୟ ହେବ। ଏହାକୁ ଦେଖିବା ପାଇଁ ବହୁ ଦର୍ଶକଙ୍କ ଗହଳି ଜମିବ।
-ସୁନୀଲ ମାଝି, ମନ୍ଦିର ଟ୍ରଷ୍ଟ ସଭାପତି
ଯାତ୍ରାରେ ସାମିଲ ହୋଇ ଖୁସି ଲାଗୁଛି
ଦୀର୍ଘ ୨ ବର୍ଷ ପରେ ବିନା କଟକଣାରେ ମା’ଙ୍କ ଯାତ୍ରା ନିଶ୍ଚିତ ଖୁସିର କଥା। ଏଥିରେ ସାମିଲ ହୋଇପାରିଥିବାରୁ ଆନନ୍ଦ ଅନୁଭବ କରୁଛି। ମିନାବଜାର ବୁଲି କିଣାକିଣି କରିବା ସହ ଚାଟ୍‌, ଗୁପ୍‌ଚୁପ୍‌ ଓ ଆଇସକ୍ରିମ୍‌ ଆଦି ଖାଦ୍ୟର ମଜା ନେଉଛି।
-ଲିସା ସ୍ବାାଇଁ, ଶ୍ରଦ୍ଧାଳୁ
କଳା ବସ୍ତ୍ର ପରିଧାନ ମନା
ମା’ ହେଉଛନ୍ତି ଆମର ପ୍ରତ୍ୟକ୍ଷ ଦେବୀ। ତାଙ୍କର ବହୁ ମହିମା ରହିଛି। ସେଥିପାଇଁ ପରମ୍ପରା ଅନୁଯାୟୀ ଗଁାର କୌଣସି ଲୋକ କଳା ବସ୍ତ୍ର ପରିଧାନ କରନ୍ତି ନାହିଁ। ଦେବୀ କଳାବସ୍ତ୍ର ଓ କାଳଚୁଡ଼ି ବ୍ୟବହାର କରୁଥିବାରୁ ଅନ୍ୟ କେହି ଏହାକୁ ପିନ୍ଧନ୍ତି ନାହିଁ।
-ଅଞ୍ଜଳି ଭୋଇ, ସନ୍ତ୍ରୀ

ଉପେନ୍ଦ୍ର ରାଉତ


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅନ୍ତୋଷ, ଟିପିଏସ୍‌ଓଡିଏଲ୍‌ କାର୍ଯ୍ୟାଳୟ ଘେରାଉ ଚେତାବନୀ ତେଜିଲା

ହିଞ୍ଜିଳିକାଟୁ,୧୨।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଅଞ୍ଚଳରେ ବିଦ୍ୟୁତ୍‌ ସେବାକୁ ନେଇ ଦିନକୁ ଦିନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ବିନା ସୂଚନାରେ ପ୍ରତିଦିନ ୨ରୁ ୫…

୧୫୦ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ଦ୍ୱିତୀୟଥର ଘଟିଲା ଏହି ଘଟଣା: ବିରଳ ରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍‌

ଡର୍ବାନ,୧୨।୧୦:ଟେଷ୍ଟ କ୍ରିକେଟ୍‌ରେ ବେଳେବେଳେ ଏପରି କିଛି ବିରଳ ରେକର୍ଡ ଦେଖିବାକୁ ମିଳେ, ଯାହା କ୍ରିକେଟ୍‌ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡର୍ବାନର କିଙ୍ଗ୍ସମିଡ…

ସେବା ସେତୁରେ ଲୋକଙ୍କ ଗୁହାରି ଶୁଣିଲା ପ୍ରଶାସନ, ସମାଧାନର ଭରସା ଦେଲେ ଅଧିକାରୀ

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ପଞ୍ଚାୟତ ପରିସରରେ ସୋମବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ…

ବଳାତ୍କାର ମାମଲାରେ ଆସିଲା ବଡ଼ ରାୟ: ପୀଡ଼ିତାଙ୍କୁ…

ନବରଙ୍ଗପୁର, ୧୨/୧୦ (ସଦାଶିବ ପ୍ରହରାଜ): ଏକ ବଳାତ୍କାର ମାମଲାର ବିଚାର କରି ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ବାସୁଦେବ ଆଚାର୍ଯ୍ୟ ଅଭିଯୁକ୍ତ ଡେଭିଡ୍ ଗରଡ଼ାଙ୍କୁ…

ମାତ୍ର ୩୫ ପଇସାରେ ୧୦ ଲକ୍ଷର ବୀମା କଭର୍‌! କାହାକୁ ମିଳିବ ଏହି ଲାଭ, ଜାଣନ୍ତୁ ରେଳବାଇର ନିୟମ

ନୂଆଦିଲ୍ଲୀ, ୧୨।୧୦: ଯଦି ଆପଣ ନିୟମିତ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଅନଲାଇନରେ ଟିକେଟ ବୁକ କରୁଛନ୍ତି, ତେବେ ଟିକେଟ ବୁକିଂ ସମୟରେ ମିଳୁଥିବା ରେଳ ଯାତ୍ରା…

ମୁହଁତୋଡ ଜବାବ ଦେଲେ କ୍ୟାଟ୍ରିନା: କହୁ କହୁ କହିଦେଲେ…

ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌। ଓଜନ ବୃଦ୍ଧିକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବାପରେ ଏବେ ସେ ନିଜ ଷ୍ଟାଇଲିସ ଲୁକକୁ ନେଇ ସାଉଁଟିଛନ୍ତି…

ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଏମିତି କାରନାମା କଲେ ଅଭିଷେକ ଶର୍ମା: କ୍ରିକେଟ୍‌ ଜଗତରେ ଖେଳିଗଲା…

ଇନ୍ଦୋର,୧୩।୧୦: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ନିଜ ବିସ୍ଫୋରକ ବ୍ୟାଟିଂରେ ନୂଆ ରେକର୍ଡ କରିଛନ୍ତି ଭାରତୀୟ ଓପନର୍‌ ଅଭିଷେକ ଶର୍ମା। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବା…

ସରକାରଙ୍କ ବଡ଼ ଯୋଜନା! ଦୁର୍ଘଟଣାରେ କୃଷକଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ, ୧୨।୧୦: ଚାଷୀ ଦିନରାତି ପରିଶ୍ରମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। କିନ୍ତୁ ବେଳେବେଳେ ଏକ ଦୁର୍ଘଟଣା ପୂରା ପରିବାରର ଜୀବନକୁ ବଦଳାଇ ଦେଇଥାଏ। ପରିବାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?