ଅତିଥିଙ୍କୁ ମିଳେନି ଆତିଥ୍ୟ

ବଅଁରପାଳ, ୯।୧୧: ଘରକୁ ଅତିଥି ଆସିଲେ ଅତ୍ୟନ୍ତ ଆନନ୍ଦର ସହ ଆତିଥ୍ୟ ପ୍ରଦାନ କରାଯାଏ। ଏହା ଆମ ପରମ୍ପରା ଓ ଚଳଣି। ହେଲେ ଅନୁଗୋଳ ଜିଲା ବଅଁରପାଳ ବ୍ଲକର ତୁଳସୀପାଳ ଓ ଗଡ଼ସନ୍ତ୍ରୀ ଗ୍ରାମରେ ମା’ ଲୋଭୀ ଠାକୁରାଣୀଙ୍କ ଯାତ୍ରା ବେଳେ ଅତିଥିଙ୍କୁ କୌଣସି ଆତିଥ୍ୟ ପ୍ରଦାନ କରାଯାଏ ନାହିଁ। ଏହି ସମୟରେ ମା’ ଗଁାର ଅତିଥି ହୋଇଥିବାରୁ ଅନ୍ୟ ଅତିଥିଙ୍କ ଆଦର ଯତ୍ନ କରାଯାଇ ନ ଥାଏ। ସୋମବାରଠାରୁ ଆରମ୍ଭ ହୋଇଥିବା ମା’ ଲୋଭୀଙ୍କ ଯାତ୍ରା ବେଳେ ଏହି ପରମ୍ପରା ଏଠାରେ ଦେଖିବାକୁ ମିଳୁଛି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବଅଁରପାଳ ବ୍ଲକ ତୁଳସୀପାଳ ଓ ଗଡସନ୍ତ୍ରୀ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ଲୋଭୀ ଠାକୁରାଣୀ। ପ୍ରତିବର୍ଷ କାର୍ତ୍ତିକ ମାସରେ ମା’ଙ୍କ ବାର୍ଷିକ ଯାତ୍ରା ପାଳିତ ହୋଇଥାଏ। ଗତ ସୋମବାରଠାରୁ ମା’ଙ୍କ ୫ ଦିନିଆ ଯାତ୍ରା ଆରମ୍ଭ ହୋଇଛି। ଏହା ୧୧ ତାରିଖ ଯାଏ ଚାଲିବ। ଏଥିପାଇଁ ଉଭୟ ଗ୍ରାମ ଉତ୍ସବମୁଖର ହୋଇପଡ଼ିଛି। ଘରେ ଘରେ ବନ୍ଧୁ ବାନ୍ଧବଙ୍କ ଭିଡ଼ ଜମିଛି। କିନ୍ତୁ ପରମ୍ପରା ଅନୁଯାୟୀ କୌଣସି ଅତିଥିଙ୍କୁ ପରିବାର ଲୋକେ ସ୍ବାଗତ କରି ନ ଥାନ୍ତି। ବନ୍ଧୁବାନ୍ଧବ ଘରକୁ ଆସିବା ପରେ ସେମାନଙ୍କୁ କେହି ପାଛୋଟି ଆଣନ୍ତି ନାହିଁ। ଗୋଡ଼ ଧୋଇଦେବା କି ତୁରନ୍ତ ଖାଦ୍ୟ ପରଷିଦେବା ଦେଖାଯାଏ ନାହିଁ। ଏହାଛଡ଼ା ଗ୍ରାମର କୌଣସି ବ୍ୟକ୍ତି କଳା ବସ୍ତ୍ର ପରିଧାନ କରନ୍ତି ନାହିଁ। ଗତ ୨ ବର୍ଷ ହେଲା କରୋନା ପାଇଁ ମା’ଙ୍କ ବାର୍ଷିକ ଯାତ୍ରା କେବଳ ନୀତିକାନ୍ତିରେ ସୀମିତ ରହିଥିଲା। ହେଲେ ଚଳିତବର୍ଷ ଧୁମ୍‌ଧାମରେ ପାଳନ କରାଯାଉଥିବାରୁ ଏହାକୁ ଦେଖିବାକୁ ଦୈନିକ ସହସ୍ରାଧିକ ଭକ୍ତଙ୍କ ଗହଳି ହେଉଛି। ଘରେ ଘରେ ପିଠାପଣା ହୋଇଥିବା ବେଳେ ଯାତ୍ରାସ୍ଥଳରେ ପଡ଼ିଥିବା ମିନାବଜାର, ଦୋଳି, ଫୁଡ୍‌ ଷ୍ଟଲ ଲୋକଙ୍କ ମନମୋହୁଛି। ବିଶେଷକରି ସନ୍ଧ୍ୟା ସମୟରେ ମିନାବଜାରରେ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ଜିଲା ଓ ଜିଲା ବାହାରୁ ବହୁ ସଂଖ୍ୟାରେ ଭକ୍ତ ମା’ଙ୍କ ଦର୍ଶନ ପାଇଁ ଆସୁଛନ୍ତି। ଦୈନିକ ହଜାରେରୁ ଅଧିକ ଶିଶୁଙ୍କ ମୁଣ୍ଡନ କରାଯାଉଛି। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମସ୍ତଙ୍କ ଅପେକ୍ଷା ରହିଛି। ବୁଧବାର ଦଣ୍ଡନାଚ ହେବ। ୨ ଦିନ ଧରି ଅପେରା ପରିବେଷଣ କରାଯିବ।

 

 

ଗଁାରେ ଉତ୍ସବମୁଖର ପରିବେଶ
୨ ବର୍ଷ ପରେ ମା’ଙ୍କ ବାର୍ଷିକ ଯାତ୍ରା ଆଡ଼ମ୍ବରରେ ଆୟୋଜନ କରାଯାଇଥିବାରୁ ଗଁା ପରିବେଶ ଉତ୍ସବମୁଖର ହୋଇପଡ଼ିଛି। ମା’ ଲୋଭୀ ହେଉଛନ୍ତି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ। ତେଣୁ ତାଙ୍କୁ ଆତିଥ୍ୟ ଦିଆଯାଉଥିବାରୁ ଅନ୍ୟ କାହାକୁ ଏହି ସମୟରେ ଆତିଥ୍ୟ ଦିଆଯାଏ ନାହିଁ।
-ବାଉରି ବନ୍ଧୁ ସାହୁ, ତୁଳସୀପାଳ
ଆକର୍ଷଣୀୟ ହେବ ଅପେରା
ଚଳିତବର୍ଷ ମା’ଙ୍କ ଯାତ୍ରା ବେଳେ ପ୍ରଥମ ଥର ପାଇଁ ଅପେରା କାର୍ଯ୍ୟକ୍ରମ ରହିଛି। ଭଲ ଭଲ କଳାକାର ସେମାନଙ୍କ କଳା ପରିବେଷଣ କରିବାକୁ ଥିବାରୁ ଏହା ନିଶ୍ଚିତ ଆକର୍ଷଣୀୟ ହେବ। ଏହାକୁ ଦେଖିବା ପାଇଁ ବହୁ ଦର୍ଶକଙ୍କ ଗହଳି ଜମିବ।
-ସୁନୀଲ ମାଝି, ମନ୍ଦିର ଟ୍ରଷ୍ଟ ସଭାପତି
ଯାତ୍ରାରେ ସାମିଲ ହୋଇ ଖୁସି ଲାଗୁଛି
ଦୀର୍ଘ ୨ ବର୍ଷ ପରେ ବିନା କଟକଣାରେ ମା’ଙ୍କ ଯାତ୍ରା ନିଶ୍ଚିତ ଖୁସିର କଥା। ଏଥିରେ ସାମିଲ ହୋଇପାରିଥିବାରୁ ଆନନ୍ଦ ଅନୁଭବ କରୁଛି। ମିନାବଜାର ବୁଲି କିଣାକିଣି କରିବା ସହ ଚାଟ୍‌, ଗୁପ୍‌ଚୁପ୍‌ ଓ ଆଇସକ୍ରିମ୍‌ ଆଦି ଖାଦ୍ୟର ମଜା ନେଉଛି।
-ଲିସା ସ୍ବାାଇଁ, ଶ୍ରଦ୍ଧାଳୁ
କଳା ବସ୍ତ୍ର ପରିଧାନ ମନା
ମା’ ହେଉଛନ୍ତି ଆମର ପ୍ରତ୍ୟକ୍ଷ ଦେବୀ। ତାଙ୍କର ବହୁ ମହିମା ରହିଛି। ସେଥିପାଇଁ ପରମ୍ପରା ଅନୁଯାୟୀ ଗଁାର କୌଣସି ଲୋକ କଳା ବସ୍ତ୍ର ପରିଧାନ କରନ୍ତି ନାହିଁ। ଦେବୀ କଳାବସ୍ତ୍ର ଓ କାଳଚୁଡ଼ି ବ୍ୟବହାର କରୁଥିବାରୁ ଅନ୍ୟ କେହି ଏହାକୁ ପିନ୍ଧନ୍ତି ନାହିଁ।
-ଅଞ୍ଜଳି ଭୋଇ, ସନ୍ତ୍ରୀ

ଉପେନ୍ଦ୍ର ରାଉତ


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri