ସହର ମୁଖ୍ୟ ରାସ୍ତାରେ ଅବାଧ ପାର୍କିଂ ଲାଗି ସମସ୍ୟା

ପାରଳାଖେମୁଣ୍ଡି,୯।୧୧(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ରାମସାଗର ରାସ୍ତାରେ ଅବାଧ ପାର୍କିଂ ଯୋଗୁ ସମସ୍ୟା ସୃଷ୍ଟି ହୋଇଛି। ଦିନରେ ସହର ମଧ୍ୟକୁ ଭାରିଜାନବାହାନ ପ୍ରବେଶ ପାଇଁ ସମୟ ନିର୍ଦ୍ଧଷ୍ଟ ରହିଛି । ସକାଳ ୮ରୁ ମଧ୍ୟାହ୍ନ ୧ଟା ଏବଂ ଅପରାହ୍ନ ୩ରୁ ରାତି ୮ଟା ପର୍ଯ୍ୟନ୍ତ ସହର ମଧ୍ୟକୁ ଭାରୀଯାନ ପ୍ରବେଶ ଉପରେ କଟକଣା ରହିଛି। ଏଥି ଯୋଗୁ ପାରଳାଖେମୁଣ୍ଡି ସହରକୁ ଆସୁଥିବା ଭାରୀଯାନ ତଥା ଟ୍ରକ ଗୁଡିକ ସହର ବାହାରେ ରହୁଛି। ଏମାନଙ୍କ ଲାଗି କୌଣସି ପାର୍କିଂ ବ୍ୟବସ୍ଥା ହୋଇ ନଥିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଟ୍ରକ ଗୁଡିକୁ ପାର୍କିଂ କରୁଛନ୍ତି। ଏହି ପାର୍କିଂ ଯୋଗୁ ଉଭୟ ପଟର ରସ୍ତା ଠିକ ଭାବେ ଦେଖା ଦେଉ ନଥିବା ବେଳେ ଏହି ପାର୍କିଂ ବୁଲାଣିଆ ରାସ୍ତାର ଠିକ ପୂର୍ବରୁ କରାଯାଉଛି। ଫଳରେ ଉଭୟ ପଟରୁ ଯାଆସ କରୁଥିବା ଗାଡି ଗୁଡିକ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ରାସ୍ତା ଓଡିଶାର ବିଭିନ୍ନ ଗ୍ରାମ ତଥା ସହର ଯଥା ଗାରବନ୍ଧ, ଲାବଣ୍ୟଗଡ, ବ୍ରହ୍ମପୁର, ଭୁବନେଶ୍ୱର ଆଦି ସମେତ ଆନ୍ଧ୍ରର ଚାପରା, ପଲାସା ଆଦିକୁ ସଂଯୋଗ କରୁଥିବାରୁ ଖୁବ ବ୍ୟସ୍ଥ ବହୁଳ ରାସ୍ତା ଅଟେ। ଦୈନନ୍ଦିନ ଶହଶହ ମୋଟର ଯାନ ଯାତାୟାତ କରୁଛି । ବୁଲାଣୀଆ ଓ ରାସ୍ତାର ଉଭୟ ପାର୍ଶ୍ୱରେ ଟ୍ରକ ଗୁଡିକ ପାର୍କିଂ କରିଦେଉଥିବାରୁ କେତେ ବେଳେ କୌଣସି ଅଘଟଣ ଘଟିବ ତାହା ସହଜେ ଅନୁମେୟ। ତେଣୁ ରାସ୍ତାର ଉଭୟ ପାର୍ଶ୍ୱରେ ରହୁଥିବା ଟ୍ରକ ବା ଭାରିଯାନ ଗୁଡିକୁ ଏହି ଅଞ୍ଚଳରେ ନ ରଖିବା ପାଇଁ କଟକଣା ଜାରି କରିବା ଆବଶ୍ୟକ ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦିନକ ପରେ ସାବିତ୍ରୀ, ଜମୁଛି ଆମ୍ବ-ପଣସ ଆସର

ଗଞ୍ଜାମ,୧୪।୫(ବିଦ୍ୟାଧର ସାହୁ): ଦିନକ ପରେ ଅର୍ଥାତ ଶନିବାର ସମଗ୍ର ରାଜ୍ୟରେ ପାଳିତ ହେବ ସାବିତ୍ରୀ ଅମାବାସ୍ୟା l କେଉଁ ଆବାହନ କାଳରୁ ବାପାମା’ ଝିଅ ପାଇଁ ଭାର…

ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ: ନିଲମ କଲେଜ ଟପ୍ପର

ଲୋଇସିଂହା,୧୪।୫(ସୁଶାନ୍ତ ବାରୁକ): ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ବଲାଙ୍ଗୀର ଲୋଇସିଂହା ବ୍ଲକ ଯୋଗୀସର୍ଡା ଗ୍ରାମ ତଥା ବଲାଙ୍ଗୀର ଜେଆଇଟିମ କଲେଜ କଳା ବିଭାଗ…

କେନ୍ଦୁପତ୍ର ବୋଝେଇ ପିକଅପ୍‌ ଜବତ, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ରିଆମାଳ, ୧୪୫(ବଦ୍ରିନାରାୟଣ ଅଗ୍ରୱାଲା):ଦେବଗଡ଼ ଜିଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା କରଲଗା ଜିରୋ ପଏଣ୍ଟଠାରେ ଏକ କେନ୍ଦୁପତ୍ର ବୋଝେଇ ପିକଅପ ଜବତ ହେବା ସହ ଦୁଇ ଜଣକୁ…

ମାସେ ହେଲା ଅଚଳ ଜଳ ଯୋଗାଣ ପ୍ରକଳ୍ପ: ଚୁବୁକାଦାଦର ଗାଁରେ ପାନୀୟ ଜଳ ସମସ୍ୟା

ଅମରପାଲି,୧୪ା୫(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ଚୁବୁକାଦାଦର ଗଁାରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଗ୍ରାମରେ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ…

ଜନଗଣନାରେ ଓବିସିଙ୍କୁ ଅଣଦେଖା ଅଭିଯୋଗ:ଦାବିପତ୍ର ପ୍ରଦାନ

ବରଗଡ଼,୧୪ା୫(ପ୍ରେମାନନ୍ଦ ଖମାରୀ):ଚଳିତ ଜନଗଣନାରେ ପଛୁଆବର୍ଗ (ଓବିସି)ଙ୍କୁ ଅଣଦେଖା କରାଯାଇଛି ବୋଲି ଅଭିଯୋଗ ହୋଇଛି। ଜନଗଣନାରେ ଉଦ୍ଦିଷ୍ଟ ୧୨ ନମ୍ବର ପ୍ରଶ୍ନରେ ଓବିସି କଲମ ଯୋଡିବା ପାଇଁ ଓଡିଶା…

ପଶ୍ଚିମ ଓଡିଶା ପାଇଁ ଆଉ ଏକ ନୂଆ ଟ୍ରେନ: ସ୍ବପ୍ନ ପୂରଣ କଲେ ଅଶ୍ୱିନୀ ବୈଷ୍ଣବ

କେସିଙ୍ଗା,୧୪।୫(ତୁମେଶ୍ୱର ସାହୁ): କେସିଙ୍ଗାରୁ ଭୁବନେଶ୍ୱରକୁ ନୂତନ ଟ୍ରେନ ପାଇଁ ଦାବି ଜୋର ଧରିଥିଲା। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀରୁ କୋରାପୁଟ ସିଧା ପଶ୍ଚିମ ଓଡ଼ିଶାରକୁ ସଂଯୋଗ…

ବଲାଙ୍ଗୀର ତୁଷୁରା ଗ୍ରୀଡରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା…

ବଲାଙ୍ଗୀର,୧୩।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଓପିଡିସିଏଲ ଗ୍ରୀଡ଼ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ରାତିରେ ହଠାତ୍ ଗ୍ରୀଡ଼ ପରିସରରୁ ଭୟଙ୍କର ନିଆଁ ଓ କଳା…

ଖୁବ୍ ଶୀଘ୍ର ଚାଲିବ ପୁରୀ-କୋରାପୁଟ ନୂଆ ଏକ୍ସପ୍ରେସ୍‌; ରେଳ ମନ୍ତ୍ରଣାଳୟର ମଞ୍ଜୁରୀ, ବଲାଙ୍ଗୀରରେ ଖୁସିର ଲହରୀ

ବଲାଙ୍ଗୀର,୧୩।୫ (ସୁନିଲ କୁମାର ମହାନ୍ତି): ଓଡ଼ିଶାର ରେଳ ସଂଯୋଗୀକରଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ରେଳ ମନ୍ତ୍ରଣାଳୟ ପକ୍ଷରୁ ପୁରୀ ଏବଂ କୋରାପୁଟ ମଧ୍ୟରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri