ବିଶ୍ବାସର ଆଖି ନାହିଁ

ମୋହନ ଚରଣ ବିଷି

 

ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଇସ୍ତଫା ଦେଲେ। କାରଣ ନିଜ ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନେ ତାଙ୍କୁ ବିରୋଧ କଲେ। କିଛିଦିନ ତଳେ ମହାରାଷ୍ଟ୍ରରେ ମଧ୍ୟ ସେମିତି କିଛି ଦେଖିବାକୁ ମିଳିଥିଲା। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ନିଜ ଦଳର ବିଧାୟକ ଓ ମନ୍ତ୍ରୀମାନେ ବିରୋଧ କରିଥିଲେ। ଶେଷରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉଦ୍ଧବ ଠାକରେ। ରାଜନୀତିରେ ଏମିତି କଥା କିଛି ନୂଆ ନୁହେଁ। ବିରୋଧୀଙ୍କ ଏମିତି ନିଷ୍ପତ୍ତି ନିଶ୍ଚିତ ଭାବେ ଦଳର ମୁଖ୍ୟଙ୍କୁ ଚକିତ କରିଥାଏ। ଦଳ ପ୍ରମୁଖ ବିଶ୍ବାସ କରି ଦାୟିତ୍ୱ ଦେବାରେ କ’ଣ ଭୁଲ କରିଥିଲେ? ପ୍ରତିପକ୍ଷର ବିଶ୍ବାସର ଦୂରଦର୍ଶିତାର ଅଭାବ ପାଇଁ ପରସ୍ପର ମଧ୍ୟରେ ଗୋଡ଼ ଟଣା ହୋଇଥାଏ।
ବିଶ୍ବାସେ ମିଳଇ ହରି ତର୍କେ ବହୁଦୂର। ବିଶ୍ବାସ କଲେ ହରି ସବୁଠି ଅଛନ୍ତି। ପରମ ସତ୍ତାକୁ ବିଶ୍ବାସ କରିବା ଶ୍ରେୟସ୍କର। ସେ କେବେ ଧୋକା ଦେବେ ନାହିଁ। ନିଜ ଭିତର ଜଡ଼ତାକୁ ଚେତନାରେ ରୂପାନ୍ତରିତ କରିବେ। ଅଜ୍ଞାନତା ବିନାଶ କରି ଆଲୋକ ଆଡ଼କୁ ନେବେ। ହେଲେ ମଣିଷ କ’ଣ ବିଶ୍ବାସ କରେ ? ଆଧ୍ୟାତ୍ମିକ ଶାସ୍ତ୍ରରେ ମଣିଷକୁ ପ୍ରିୟ ପରମକୁ ଦୃଢ଼ରୁ ଦୃଢ଼ ବିଶ୍ବାସ କରିବା ପାଇଁ କୁହାଯାଇଛି। ଯିଏ ବିଶ୍ବାସ କରେ ସିଏ ହିଁ ପାଏ। ଏହା ବ୍ୟକ୍ତି ଉପରେ ନିର୍ଭର କରିଥାଏ। କିନ୍ତୁ ମଣିଷର ସେଇଠି ବିଶ୍ୱାସ ଯେଉଁଠି ତା’ର କିଛି ସ୍ବାଭିମାନ ପଣ,ସ୍ବାର୍ଥ ନିହିତ ଥାଏ।
ବିଶ୍ୱାସ ନ କଲେ ସଂସାରରେ ଚଳିବା କଷ୍ଟ। ଯେହେତୁ ଆମେ ସ୍ବୟଂସମ୍ପୂର୍ଣ୍ଣ ନୁହେଁ ତେଣୁ ବିଶ୍ବାସ କରିବାକୁ ପଡ଼େ। ସାମାଜିକ ଜୀବନ ନିର୍ବାହ ଭିତରେ ଅନେକଙ୍କ ସମ୍ପର୍କରେ ଆସିଥାଏ ମଣିଷ। ଘର ପରିବାରଠାରୁ ଆରମ୍ଭ କରି ସାଙ୍ଗସାଥି, ବନ୍ଧୁବାନ୍ଧବ, ବିଦ୍ୟାଳୟ, ମହାବିଦ୍ୟାଳୟ, ଦୋକାନ, ବଜାର, ଅଫିସ, ଥାନା, ଅଦାଲତ ସବୁଠି ବିଶ୍ବାସ ସହ କାମ କରିଥାଏ। କେତେବେଳେ କାମରେ ସଫଳତା ମିଳିଥାଏ ତ କେତେବେଳେ ବିଶ୍ବାସ କରି ଠକି ଯାଏ। ବିଶ୍ବାସ କାହାକୁ ଉପରକୁ ଉଠାଇ ଦିଏ ତ କାହାକୁ ରସାତଳଗାମୀ କରାଏ। କର୍ମମୟ ଜୀବନରେ ବିଶ୍ବାସକୁ ଆତ୍ମବିଶ୍ବାସରେ ରୂପାନ୍ତରିତ କରିବା ହିଁ କାଠିକର ପାଠ। ଏହା ଆମ ଦ୍ବାରା ହେଉନି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ବିଶ୍ବାସର ଆଖି ନାହିଁ।
ଆଜିକାଲିର ବିଶ୍ବାସ, ବିଶ୍ବାସଘାତକରେ ବଦଳିବାକୁ ସମୟ ଲାଗୁନାହିଁ। ନିଜ ରୁଚି ବାହାରେ ସାମାନ୍ୟ କିଛି ପରିବର୍ତ୍ତନ ହେଲେ ଅବିଶ୍ୱାସ ଜାତ ହେଉଛି। ସତ୍ୟାସତ୍ୟର ବିନା ତର୍ଜମାରେ ଦୋଷାରୋପ କରି ବିଶ୍ବାସଘାତକର ସାର୍ଟିଫିକେଟ ଦିଆଯାଉଛି। ଯେବେ ନ ଦେଖିବ ଦୁଇ ନୟନେ ପରତେ ନ ଯିବ ଗୁରୁ ବଚନେ। ଏହି ଲୋକକଥା ବିଶ୍ବାସକୁ ନେଇ ଗୁରୁତ୍ୱପୂର୍ଣ୍ଣ ମନେହୁଏ। ନିଜେ ନ ଦେଖି ମନ୍ତବ୍ୟ ଦେବା ଆଦୌ ଉଚିତ ନୁହେଁ। ବରଂ ଏହା ଅବିଶ୍ୱାସକୁ ଜନ୍ମ ଦିଏ। ବୁଝି ବିଚାରି କାର୍ଯ୍ୟ କଲେ ପ୍ରମାଦ ନ ପଡ଼ଇ ଭଲେ। ହେଲେ ଏତେ ଅପେକ୍ଷାକୁ ଧୈର୍ଯ୍ୟ କାହିଁ ? ଧୈର୍ଯ୍ୟହରା ମଣିଷ ଗଭୀର ଚିନ୍ତା ନ କରି ଅବିଶ୍ୱାସ କରେ ଏବଂ ସଂସାର ସାରା ଡେଙ୍ଗୁରା ପିଟେ ଆଉ ବିଶ୍ବାସ କରି ହେଉନାହିଁ। ବିଶ୍ବାସ ଏବେ ମଧ୍ୟ ରହିଛି । ଏହା ଅଛି ବୋଲି ତ ସଂସାର ଅଛି। କିନ୍ତୁ ଅତ୍ୟଧିକ ବିଶ୍ବାସ ଯେ ଭଲ ନୁହେଁ, ଧୋକା ଖାଇଲା ପରେ ଅନୁଭବ କରେ ମଣିଷ।
ଖବର ଆସିଲା ନିମ୍ବ ଗଛରୁ କ୍ଷୀର ବାହାରୁଛି। ଶୁଣିବା ମାତ୍ରେ ଆମେ ସମସ୍ତେ ସେଠାକୁ ଛୁଟିଲେ ।
ସେଠି ଦେଖିଲେ, ନଡ଼ିଆ ବାଡ଼େଇଲେ। ପ୍ରଚାର ହେଲା ଯାହାର ଗୋଟିଏ ପୁଅ ଆଜି ରାତିରେ ଶିବ ମନ୍ଦିରରେ ନଡିଆ ଭାଙ୍ଗ। ମନ୍ଦିରରେ ଏତେ ଭିଡ଼, ଆସ୍ତିକ,ନାସ୍ତିକ ସମସ୍ତେ ଏକତ୍ର। ବଜାରରେ ନଡ଼ିଆ ଅଭାବ। ଚଢ଼ା ଦାମରେ ନଡ଼ିଆ କିଣିଲେ ଲୋକେ। ଏମିତି ଘଟଣାକୁ ଅଧ୍ୟାତ୍ମିକ ବା ଈଶ୍ୱରୀୟ ବିଶ୍ବାସ କହନ୍ତି। କିନ୍ତୁ ଏହିପରି ଘଟଣା ଆଧ୍ୟାତ୍ମିକ ବିଶ୍ବାସରେ ଗଣାଯାଏ ନାହିଁ। ଅନେକ ଲୋକ ଆଧ୍ୟାତ୍ମିକତାକୁ ଅନ୍ଧ ବିଶ୍ୱାସ କହନ୍ତି। ଏହା ସମ୍ପୂର୍ଣ୍ଣ ଭୁଲ। ଆଧ୍ୟାତ୍ମିକ ବିଶ୍ବାସ କେବେ ଅନ୍ଧ ନୁହେଁ। ବରଂ ଆଧ୍ୟାତ୍ମିକତା ସତ୍ୟକୁ ଅନ୍ବେଷଣ କରିଥାଏ। ମନେ ରଖିବା ଉଚିତ ଯେ,ସମାଜରେ ରହିଥିବା କିଛି କୁସଂସ୍କାର ହିଁ ଅନ୍ଧବିଶ୍ୱାସ। ସେ ବିଷୟରେ ଚିନ୍ତା କରିବାର ସମୟ ଆସିଛି। ବିଜ୍ଞାନ ଯୁଗରେ ମଧ୍ୟ ଅନ୍ଧବିଶ୍ବାସ ରହିଛି ? ସମାଜର ଉଗ୍ର ଆଧୁନିକ ମିଛୁଆ, ଠକ ଗୋଷ୍ଠୀ ସହଜରେ ଧରା ପଡ଼ିଥାନ୍ତି ବିଜ୍ଞାନର ସହଯୋଗରେ। ତେଣୁ ବିଜ୍ଞାନ ବିଶ୍ବାସଯୋଗ୍ୟ ହୋଇପାରିଛି। ସେହିପରି ଆମର ଆସ୍ଥା, ଆମ ଅସ୍ମିତା ହିଁ ଆମ ବିଶ୍ୱାସ । ତେଣୁ ଦୃଢ଼ବିଶ୍ବାସ କେବେ ଅନ୍ଧ ନୁହେଁ ? ହେଲେ ଆମେ ଗ୍ରହଣ କରୁ କି ? ନିଜେ ଭଲ ଭାବରେ ବିଚାର ନ କରି ଅନ୍ୟକୁ ନିରେଖି ଆମେ ମଧ୍ୟ ବିଶ୍ବାସ କରିବସୁ ପରିଣାମ ଯାହା ହେଉ। ସତ୍ୟାସତ୍ୟ ନ ଜାଣି ବିଶ୍ବାସ କରିବା ହିଁ ଅନ୍ଧବିଶ୍ୱାସ ।
ଆଜିକାଲି ଅଧିକ ବିଶ୍ବାସ କରିବାର ଫଳ ତତ୍କାଳ ଜଣାପଡୁଛି। ଅଧିକ ମିଠା ଫଳକୁ ପୋକ ଖାଏ, ଅତି ମଧୁର ସମ୍ପର୍କ ତୁଟିଯାଏ। ଏହା ପଛରେ ରହସ୍ୟ ଉନ୍ମୋଚନ କଲେ ଜଣାପଡ଼େ ବିଶ୍ବାସ ହିଁ ରହିଛି। ବିଶ୍ୱାସକୁ ସମ୍ପୂର୍ଣ୍ଣ ଭରସାଯୋଗ୍ୟ ଆଜି ଆଉ କରିହେଉ ନାହିଁ। ତେଣୁ ବିଶ୍ବାସ କରିବା ପୂର୍ବରୁ ବାରମ୍ବାର ପରଖିବା ଦରକାର। ସାଧାରଣ ସ୍ବାର୍ଥ ହାସଲରେ ବିଶ୍ବାସ କରି ପରେ ପଶ୍ଚାତ୍ତାପ କରିବାକୁ ପଡ଼ିଥାଏ। ପ୍ରତ୍ୟେକ ଦିନ କିଛି ନା କିଛି ଅବିଶ୍ୱାସର ଖବର ଶୁଣିବାକୁ ମିଳିଥାଏ। ନିଜ ମତ ମଧ୍ୟ କେତେବେଳେ କେଉଁ ପରିସ୍ଥିତିରେ ବଦଳି ଯାଏ। ଆଗେ ଆମେ ଶୁଣୁଥିଲେ ନିଃଶ୍ବାସକୁ ବିଶ୍ବାସ ନାହିଁ। ଏବେ ତ କାହାକୁ ବିଶ୍ବାସ କରିବା ହେବ ନାହିଁ ?
ବିଶ୍ବାସ କରନ୍ତୁ କିନ୍ତୁ ଅନ୍ଧ ଭାବରେ ନୁହେଁ। ଆମେ ଯେତେ କହିଲେ କ’ଣ ମାନିବା ଲୋକ?
ଆମର ବିଶ୍ବାସ ତ ଏତେ ପ୍ରଖର ଯେ ବିଶ୍ବାସର ମଧ୍ୟ ଆଖି ବାହାର କରି ଦେଉଛୁ। ବିନ୍‌ଦାସ ଭାବରେ ବିଶ୍ବାସ କରିଚାଲିଛୁ ବାରମ୍ବାର। ଯେତେଥର ଠକିଯାଉ ପରବାୟ ନାହିଁ। ତାହାହେଲେ ବିଶ୍ବାସ କ’ଣ ଅନ୍ଧ?
ଗଡ଼ରାମାଲ,କୋକସରା
କଳାହାଣ୍ଡି
ମୋ-୯୭୭୭୪୬୮୮୪୧


Enter your email to get our daily news in your inbox.

All Right Reserved By Dharitri.Com

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

ଜିଡିପି ବୃଦ୍ଧିର ରହସ୍ୟ

ଭାରତରେ ୨୦୨୬ ଏପ୍ରିଲ-ଜୁନ ତ୍ରୈମାସିକରେ ପ୍ରକାଶିତ ୭.୮% ବାସ୍ତବ ଜିଡିପି ବୃଦ୍ଧି କେବଳ ଅର୍ଥନୀତି କେତେ ଦ୍ରୁତ ବଢ଼ୁଛି ତାହା ନୁହେଁ, ବରଂ ସେହି ବୃଦ୍ଧିକୁ କିପରି…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?