ସୌଧ,ସବୁଜିମା ଓ ସାହିତ୍ୟ

ଡ. ପ୍ରଫୁଲ୍ଲ କୁମାର ସାହୁ

 

ବିଧାୟକମାନଙ୍କ ପାଇଁ ବିଧାନସଭା ସନ୍ନିକଟ ନଗରବନରେ ନିର୍ମାଣ ହେବ ବିଧାୟକ ଭବନ। ଦୁଇଶହ ପଚାଶ କୋଟି ଟଙ୍କା ବ୍ୟୟରେ ଛିଡ଼ାହେବ ଏଗାର ମହଲା ବିଶିଷ୍ଟ ସୌଖୀନ ସୌଧ। ବିଡ଼ମ୍ବନାର ବିଷୟ ଜଙ୍ଗଲକୁ ସୁରକ୍ଷା ଦେବା ଯେଉଁ ବନବିଭାଗର କାମ, ସେହି ବନବିଭାଗ ସହାୟତାରେ କଟାଯାଇଛି ଗଛ। ଗୋଟିଏ କି ଦୁଇଟି ନୁହେଁ, ଛଅ ଶହ ଗଛ କଟା ସରିଛି ଏବଂ ବଳିପଡ଼ିବା ଅପେକ୍ଷାରେ ଅଛନ୍ତି ଛୋଟବଡ଼ ଆହୁରି ଚାରିଶହ ଗଛ। ସରକାରଙ୍କ ଏହି ପରିବେଶବିରୋଧୀ ଆଭିମୁଖ୍ୟ ପାଇଁ କଂକ୍ରିଟ ଜଙ୍ଗଲରେ ପରିଣତ ହେବାକୁ ଯାଉଛି ନଗରବନ; ଯାହାକୁ କୁହାଯାଉଥିଲା ସୂକ୍ଷ୍ମ ଜୈବବିବିଧତାର ଗନ୍ତାଘର। ସହର ଭିତରେ ଏଭଳି ଧ୍ବଂସଲୀଳାକୁ ତୀବ୍ର ବିରୋଧ କରିଛନ୍ତି ପରିବେଶପ୍ରେମୀ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନମାନେ ଘଟଣା ସ୍ଥଳରେ ଧାରଣା ଦେବା ସହିତ ଉଚ୍ଚ ନ୍ୟାୟାଳୟରେ ପହଞ୍ଚିବା ଫଳରେ ସାମୟିକ ଭାବରେ ଗଛକଟା ବନ୍ଦ ରଖିବାକୁ ବାଧ୍ୟ ହୋଇଛନ୍ତି ସରକାର।
ବନବିଭାଗର ପରବର୍ତ୍ତୀ ପ୍ରସ୍ତୁତିରୁ ମନେହୁଏ ଯେ କୌଣସି ପ୍ରକାରେ ସୌଧ ନିର୍ମାଣ ସରକାରଙ୍କର ଲକ୍ଷ୍ୟ। ମାତ୍ର ଅବଶିଷ୍ଟ ଗଛ ନ କାଟିଲେ ପ୍ରକଳ୍ପ କାମ ଆଗକୁ ବଢ଼ିବ କେମିତି? ସେଥିପାଇଁ ତା’ର ବିକଳ୍ପକୁ ନେଇ ଆରମ୍ଭ ହୋଇଛି ବିଚାର ବିମର୍ଶ। ଗଣମାଧ୍ୟମର ସୂଚନା ଅନୁଯାୟୀ ବନବିଭାଗ ପକ୍ଷରୁ ଚାଲିଛି ସ୍ଥାନାନ୍ତର ପଦ୍ଧତି(ରିପ୍ଲାଣ୍ଟ)ରେ ଅବଶିଷ୍ଟ ବୃକ୍ଷକୁ ସୁରକ୍ଷା ଦେବାର ଯୋଜନା। ମାତ୍ର ବିଶେଷଜ୍ଞଙ୍କ ମତରେ ଏହି ବ୍ୟୟ ବହୁଳ ପଦ୍ଧତିରେ ବଡ଼ଗଛ ନୁହେଁ, କେବଳ ଛୋଟଛୋଟ ଗଛକୁ ସ୍ଥାନାନ୍ତର କରିବା ସମ୍ଭବ। କାରଣ ବୈଷୟିକ ଦୃଷ୍ଟିକୋଣରୁ ତିନି ଫୁଟରୁ ଅଧିକ ଗୋଲେଇ ବିଶିଷ୍ଟ ଗଛ ସ୍ଥାନାନ୍ତର କଲେ ତା’ର ବଞ୍ଚିବା ସମ୍ଭାବନା ପ୍ରାୟତଃ ନାହିଁ କହିଲେ ଚଳେ। ଅର୍ଥାତ୍‌ ବିକଳ୍ପ ବ୍ୟବସ୍ଥା ସତ୍ତ୍ବେ ନଗରବନରୁ ବଳିପଡ଼ିବେ ବର, ଓସ୍ତ, ଆମ୍ବ, ଜାମୁ, ନିମ୍ବ, ପଣସ, ବଉଳ ଓ କଦମ୍ବ ଆଦି ବିଭିନ୍ନ କିସମର ଅବଶିଷ୍ଟ ପ୍ରାୟ ଦୁଇଶହରୁ ଊଦ୍ଧର୍‌ବ ମହାଦ୍ରୁମ; ଯାହାର ଉପସ୍ଥିତି ପରିବେଶ ପାଇଁ ଜରୁରୀ। ତେଣୁ ସ୍ବତଃ ପ୍ରଶ୍ନ ଉଠେ ବ୍ୟୟବହୁଳ ସ୍ଥାନାନ୍ତର ଯୋଜନା କ’ଣ ପାଇଁ? ପରିବେଶ ସୁରକ୍ଷା ନା କେବଳ ଜନ ଅସନ୍ତୋଷକୁ ପ୍ରଶମିତ କରିବା ଏହାର ଲକ୍ଷ୍ୟ? ସରକାର ଯଦି ପରିବେଶ ସୁରକ୍ଷା ପ୍ରତି ଗୁରୁତ୍ୱ ଦେଉଛନ୍ତି, ତେବେ ବୃକ୍ଷ ସ୍ଥାନାନ୍ତର ବଦଳରେ ପ୍ରକଳ୍ପର ସ୍ଥାନ ପରିବର୍ତ୍ତନ କଥା ଭାବୁ ନାହାନ୍ତି କାହିକିଁ ?
ଇତିହାସ କହେ ଭୁବନେଶ୍ବରରେ ରାଜଧାନୀ ପ୍ରତିଷ୍ଠା ବେଳେ ଏହାକୁ ଏକ ସବୁଜ ସହର ଭାବରେ ଗଢ଼ି ତୋଳିବା ପାଇଁ ପ୍ରସ୍ତୁତ ହୋଇଥିଲା ନକ୍ସା। ଯୋଜନା ଅନୁସାରେ ବିସ୍ତୀର୍ଣ୍ଣ ସବୁଜିମା ଓ ଘଞ୍ଚ ଅରଣ୍ୟରେ ହସି ଉଠିଥିଲା ରାଜଧାନୀ ଓ ତା’ର ପାଶର୍‌ବବର୍ତ୍ତୀ ଅଞ୍ଚଳ। ସାରା ଦେଶରେ ଭୁବନେଶ୍ବର ଥିଲା ଏକମାତ୍ର ସହର; ଯାହାର ଜଳବାୟୁରେ ଭରି ରହିଥିଲା ପୂର୍ଣ୍ଣ ସ୍ବାସ୍ଥ୍ୟର ଜୀବନ ଶକ୍ତି। ଉପକଣ୍ଠର ଘଞ୍ଚ ଅରଣ୍ୟ, ସୁନ୍ଦର ସବୁଜିମାଭରା ପାହାଡ଼ ପର୍ବତ ତଥା ବହିଯାଉଥିବା ନଦୀ ଓ ଝରଣା ପାଇଁ ଭୁବନେଶ୍ବରକୁ କୁହାଯାଉଥିଲା ଥଣ୍ଡା ସହର। ଏବେ ନାତିଶୀତୋଷ୍ଣ ଜଳବାୟୁ ପରିବର୍ତ୍ତେ ଭୁବନେଶ୍ବର ପାଲଟି ସାରିଛି ସର୍ବୋଚ୍ଚ ତାପମାତ୍ରାର ସହର। ଜାଗା ଅଧିକାର କରିବାର ପ୍ରତିଯୋଗିତା, ରାସ୍ତା ନିର୍ମାଣର ଆବଶ୍ୟକତା ତଥା ଫନୀ ଓ ଫାଇଲିନ ଆଦି ପ୍ରଳୟଙ୍କରୀ ବାତ୍ୟା ପ୍ରକୋପରେ ଏ ସହର ହରାଇ ସାରିଛି ତା’ର ସବୁଜ ସମ୍ଭାର। ତଥ୍ୟ କହେ ପୁରୀ ଭୁବନେଶ୍ବର ରାସ୍ତା ସଂପ୍ରସାରଣ ପାଇଁ ଡୋଜର ମାଡ଼ରେ ଉତ୍‌ଖାତ ହୋଇଛି ଅଠର ହଜାର ଗଛ। ଚାରି ହଜାର ଗଛ ବଳି ପଡ଼ିଛି ରାଜଧାନୀ ଭିତର ରାସ୍ତା ସଂପ୍ରସାରଣ ପାଇଁ।
ଅବଶିଷ୍ଟ ବୃକ୍ଷ ନ ରହିଲେ ସଂପୂର୍ଣ୍ଣ ସବୁଜିମା ହରେଇ ବସିବ ରାଜଧାନୀ। ତାପମାତ୍ରା ଆହୁରି ବଢ଼ିବ ଓ ଅସ୍ବାଭାବିକ ହୋଇଯିବ ଜଳବାୟୁ। ଚିନ୍ତାର ବିଷୟ ହେବ ଶ୍ବାସକ୍ରିୟା ପାଇଁ ବିଶୁଦ୍ଧ ବାୟୁର ଅଭାବ। ଦିଲ୍ଲୀ ସହର ଭଳି ଅବସ୍ଥା ଉପୁଜିବା ପୂର୍ବରୁ ସରକାର ଏକଥା ହେଜିବା ଉଚିତ। ଅଥଚ ସରକାର ବୃକ୍ଷ ନିପାତ କରି ଦେଖୁଛନ୍ତି ତଥାକଥିତ ବିକାଶର ଚିତ୍ର। ଏଭଳି ସ୍ଥିତିରେ ସରକାରୀ ନୀତି ବିରୋଧରେ ସ୍ବର ଉତ୍ତୋଳନ କରିବା ପାଇଁ ପରିବେଶବିତ୍‌ ତଥା ପରିବେଶ ସୁରକ୍ଷା ନିମନ୍ତେ ଗଢ଼ି ଉଠିଥିବା ବିଭିନ୍ନ ସଂଗଠନ ଆଗେଇ ଆସିବା ଆବଶ୍ୟକ। ମାତ୍ର ପରିବେଶ ସୁରକ୍ଷା ନାଁରେ ତ ଏବେ ନକଲି ପରିବେଶପ୍ରେମୀ ଓ ସଂଗଠନର ସଂଖ୍ୟା ବେଶି। ଏମାନେ ଜଙ୍ଗଲ ସୁରକ୍ଷାକୁ ନେଇ ସୁନ୍ଦର ଭାଷଣ ଦିଅନ୍ତି, ବନ ମହୋତ୍ସବ ସପ୍ତାହ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରନ୍ତି, ମାତ୍ର ଏମାନଙ୍କ ଆଭିମୁଖ୍ୟ ଓ ଆଚରଣରେ ପ୍ରତିଫଳିତ ହୁଏନି ପରିବେଶ ସୁରକ୍ଷା ଚିନ୍ତା। ତା’ର ସଦ୍ୟତମ ଦୃଷ୍ଟାନ୍ତ ହେଉଛି ଆଲୋଚ୍ୟ ନଗରବନ ବୃକ୍ଷକଟା ଘଟଣା। ବୃକ୍ଷକଟାକୁ ବିରୋଧ କରି ଘଟଣାସ୍ଥଳରେ ପହଞ୍ଚିଲେ ଅଳ୍ପ କେତେଜଣ ନିଷ୍ଠାପର ପରିବେଶପ୍ରେମୀ ଓ ସଂଗଠକ। ସେମାନେ ସରକାରଙ୍କ ପଦକ୍ଷେପକୁ ବିରୋଧ କରି ଧାରଣା ଦେଲେ। ଅନ୍ୟପକ୍ଷରେ ତଥାକଥିତ ପରିବେଶପ୍ରେମୀ ଓ ଛଦ୍ମ ସଂଗଠକମାନେ ଦେହଛପା ଦେଲେ ସରକାରୀ ସୁବିଧା ହରାଇବା ଭୟରେ। ଏମାନଙ୍କ ସଂଖ୍ୟା କିନ୍ତୁ ଆଶାତୀତ ଭାବରେ ବେଶି।
ସାଧାରଣତଃ ଯାହାସମ୍ଭବ ହୁଏନି ହଜାରେ ଆଇନକାନୁନ, ଉପଦେଶ, ପରାମର୍ଶ ଓ ବିଜ୍ଞାପନ ଜରିଆରେ, ତାହା ସମ୍ଭବ ହୋଇଥାଏ ଏକ ସୃଜନଶୀଳ ଲେଖା ସାହାଯ୍ୟରେ। ଏହି ଦୃଷ୍ଟିରୁ ପରିବେଶ ସୁରକ୍ଷା ଦିଗରେ ସାହିତ୍ୟର ଭୂମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ତେଣୁ ପୃଥିବୀକୁ ପୁନଃ ସବୁଜିମାରେ ଭରିଦେବା ପାଇଁ କବି ଓ ଲେଖକମାନେ ନିଷ୍ଠାପର ଭାବେ କଲମ ଚାଳନା କରିବା ଉଚିତ। ମାତ୍ର ଅନେକ ସାହିତି୍ୟକ ଅନ୍ୟାୟ ଅନୀତି ବିରୋଧରେ ପ୍ରତିବାଦ କରି ତା’ର ସାହସ ହରେଇ ବସିଲେଣି ପଦ ପଦବୀ ଓ ପୁରସ୍କାର ପାଇବା ଲୋଭରେ। ଜାଣି ରଖିବା ଦରକାର, ପରିବେଶର ଅବକ୍ଷୟୀ ରୂପକୁ ନେଇ କବି ଓ ଲେଖକ ଯଦି ନିଜ ଦାୟିତ୍ୱ ପ୍ରତି ସଚେତନ ନ ହେବେ, ତେବେ ପୃଥିବୀ କ୍ରମଶଃ ହରେଇ ବସିବ ତା’ର ସବୁଜିମା। ଜୀବଜନ୍ତୁଙ୍କ ପ୍ରାକୃତିକ ଆବାସ ସ୍ଥଳୀ ଧ୍ବଂସ ପାଇବା ସହିତ ଉଜୁଡ଼ିଯିବ ଉଦ୍ଭିଦ ପରିସଂସ୍ଥାନ। ବିପର୍ଯ୍ୟସ୍ତ ହୋଇଯିବ ଜୈବବିବିଧତା। ଭାବିଲେ ଦେଖି, ଯେଉଁ ବନ୍ୟ ପୃଥିବୀରେ ନ ଥିବ ଫୁଲ ଫୁଟିବାର ଅନ୍ତରଙ୍ଗ ମୁହୂର୍ତ୍ତ, ଯେଉଁଠି ମର୍ମରିତ ହେଉ ନ ଥିବ ଗଛର ପତ୍ର, ଶାଖାରୁ ଶାଖାକୁ ଭାସି ଆସୁ ନ ଥିବ କୋଇଲିର କୁହୁ ସ୍ବନ, କଳକଳ ନାଦ କରି ବହି ଯାଉ ନ ଥିବ ଶୀତଳ ଝରଣା, ସେ ନିର୍ଜୀବ ପୋଡ଼ା ଭୂଇଁରେ କବି ହୃଦୟରୁ କ’ଣ ଆଉ କବିତା ଝରିବ? ଏଣୁ ସବୁଜିମାର ସୁରକ୍ଷା ଦିଗରେ କବି ଓ ଲେଖକମାନେ ତତ୍ପର ହୋଇ ଉଠିବା ଉଚିତ। ପରିବେଶ ବିଜ୍ଞାନୀଙ୍କ ତଥ୍ୟକୁ ଆଧାର କରି ସେମାନେ ଏମିତି ଆବେଗଧର୍ମୀ ଗଳ୍ପ ଓ କବିତା ଲେଖିବା ଦରକାର, ଯାହା ପଢ଼ିବା ମାତ୍ରେ ମାଟି ଖୋଳି ଗଛ ଲଗାଇବା ନିମନ୍ତେ ପ୍ରାଣରେ ଖେଳିଯିବ ଅଦ୍ଭୁତ ଉନ୍ମାଦନା।
ପ୍ରାକ୍ତନ କଲେଜ ଅଧ୍ୟକ୍ଷ,
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri