ବାହାରେ ପ୍ରଭାବ ନାହିଁ

ନାଗରିକ ତଥା ଆଭ୍ୟନ୍ତରୀଣ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ଲାଗି ସାର୍ବଭୌମ ରାଷ୍ଟ୍ରଗୁଡ଼ିକର ପୂର୍ଣ୍ଣ କ୍ଷମତା ବା ଅଧିକାର ରହିଛି। ସେମାନେ ଯାହା ନ କରିବା ପାଇଁ ଚାହାନ୍ତି, ସେଥିରେ ସେମାନଙ୍କୁ ବାଧ୍ୟ କରାଯାଇପାରିବ ନାହିଁ। କିନ୍ତୁ ବହୁ ସମୟରେ ଏଥିରେ ବ୍ୟତିକ୍ରମ ହେଉଛି ଓ ମହାଶକ୍ତିମାନଙ୍କ ଚାପରେ ଏଭଳି କରିବାକୁ ସେମାନେ ବାଧ୍ୟ ହେଉଛନ୍ତି। ଦେଶ ବାହାରେ ପ୍ରଭାବ ରଖିଥିବା ଗୋଟିଏ ଦେଶକୁ ଏକ ମହାଶକ୍ତି କୁହାଯାଏ। ଏଭଳି ଶକ୍ତି ବାହ୍ୟ ପ୍ରଭାବକୁ ପ୍ରତିହତ କରିବା ସହ ତା’ଇଚ୍ଛାକୁ ଅନ୍ୟ ଉପରେ ଲଦି ଦେଇପାରେ। ଆମ ସମୟରେ ଆମେରିକା ଏଭଳି ଏକ ଶକ୍ତି । ସାରା ବିଶ୍ୱରେ ମିଲିଟାରି ଶକ୍ତିଠାରୁ ଆରମ୍ଭ କରି ବୃହତ୍‌ ଅର୍ଥ ବ୍ୟବସ୍ଥା ଏବଂ ଟେକ୍‌ନୋଲୋଜିରେ ଉକତ୍ର୍ଷ ଥିବାରୁ ଏହାର ପ୍ରଭାବ ବଢିଛି। ରୁଷିଆ ଆମେରିକାଠାରୁ ଦୁର୍ବଳ ରହିଥିଲେ ମଧ୍ୟ ମିଲିଟାରୀ ଶକ୍ତି ଯୋଗୁ ଏହା ଏକ ପ୍ରମୁଖ ଶକ୍ତି ହୋଇପାରିଛି। ଏବେ ଶକ୍ତ ଅର୍ଥ ବ୍ୟବସ୍ଥା ଯୋଗୁ ଚାଇନା ମଧ୍ୟ ଏକ ବୃହତ୍‌ ଶକ୍ତି ପାଲଟିଛି। ଚାଇନାର ଅର୍ଥ ବ୍ୟବସ୍ଥା ଆମ ମୋଟ ଘରୋଇ ଉପତ୍ାଦ(ଜିଡିପି) ଠାରୁ ୬ଗୁଣ ଅଧିକ ଓ ବଜେଟରେ ମିଲିଟାରୀ ପାଇଁ ଯାହା ବ୍ୟୟବରାଦ କରୁଛି ତାହା ଆମଠାରୁ ୪ଗୁଣ ବେଶି। ବର୍ତ୍ତମାନ ଆମେରିକା କିମ୍ବା ଚାଇନା ପାଖରେ ଯେଉଁ ଆର୍ଥିକ ଶକ୍ତି ରହିଛି ତାହା ଭାରତର ନାହିଁ। ଚାଇନା ପରେ ଆମ ସେନା ବିଶ୍ୱର ଦ୍ୱିତୀୟ ବୃହତ୍ତମ । କିନ୍ତୁ ଏହା ମୁଖ୍ୟତଃ ଏକ ରକ୍ଷଣାମତ୍କ ଆର୍ମି ଭାବେ ଦେଶ ଭିତରେ ବିଭିନ୍ନ କାର୍ଯ୍ୟକଳାପ, ସନ୍ତ୍ରାସବାଦୀ କିମ୍ବା ବିଦ୍ରୋହୀଙ୍କ ବିରୋଧରେ ବିଶେଷକରି କଶ୍ମୀର ଉପରେ ଧ୍ୟାନ ଦେଉଛି। ଭାରତର ମିଲିଟାରୀର ଶକ୍ତି ଥିଲେ ମଧ୍ୟ ଦେଶ ବାହାରେ ତା’ଶକ୍ତିକୁ ଯେତିକି ପ୍ରଦର୍ଶନ କରିବା କଥା ସେପରି ଚେଷ୍ଟା କରୁନାହିଁ। ତେବେ ଭାରତ ପାଖରେ ଦୁଇଟି ଉପାୟ ରହିଛି,ଯେଉଁଥିରେ ଏହା ବିଶ୍ୱକୁ ପ୍ରଭାବିତ କରିପାରିବ। ପ୍ରଥମଟି ହେଉଛି, ଏକ ଜନବହୁଳ ଗଣତନ୍ତ୍ର ଭାବେ ଏହା ଅନ୍ୟ ଗଣତନ୍ତ୍ରଗୁଡ଼ିକ ସହ ମିଶି ସହଯୋଗଭିତ୍ତିରେ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରସାର କଲେ ବିଶ୍ୱକୁ ପ୍ରଭାବିତ କରିପାରିବ। ଦ୍ୱିତୀୟରେ, ଏକ ଆକାଂକ୍ଷୀ ଶକ୍ତି ଭାବେ ଚାଇନା ଭଳି ଏହାର ଅର୍ଥ ବ୍ୟବସ୍ଥାକୁ ମଜଭୁତ କଲେ ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ବିଶ୍ୱକୁ ପ୍ରଭାବିତ କରିବାକୁ ସକ୍ଷମ ହେବ। କିନ୍ତୁ ଆମେ ଏ ଦୁଇଟି କ୍ଷେତ୍ରରେ ବିଫଳ ହୋଇଛୁ।
ଆମେ ଆମ ଗଣତନ୍ତ୍ରକୁ କେବଳ ମୁକ୍ତ ଓ ସ୍ବଚ୍ଛ ନିର୍ବାଚନ ଏବଂ ମତାଧିକାର କାର୍ଯ୍ୟକଳାପ ବୋଲି ବିଚାର କରୁ, କିନ୍ତୁ ବିଶ୍ୱର ଅନ୍ୟ ସବୁ ଗଣତାନ୍ତ୍ରିକ ଦେଶ ଏହାକୁ ଏଭଳି ଦେଖନ୍ତି ନାହିଁ । ଗଣତନ୍ତ୍ର କହିଲେ ବାକ୍‌ ସ୍ବାଧୀନତା, ଧର୍ମୀୟ ସ୍ବାଧୀନତା ଏବଂ ଭୋଟ ଅଧିକାର ଭଳି ଆର୍ଥିକ, ସାମାଜିକ ତଥା ସାଂସ୍କୃତିକ ଅଧିକାରକୁ ବୁଝାଏ। ଏହିସବୁ ବିଷୟରେ ଯାଞ୍ଚ କରୁଥିବା ବିଭିନ୍ନ ବୈଶ୍ୱିକ ସୂଚକାଙ୍କଗୁଡ଼ିକ ସହ ମୁଁ ଏକମତ ଓ ଏଥିରେ ଦର୍ଶାଯାଇଛି ଯେ, ଭାରତ ଏକ ଆଂଶିକ ଗଣତାନ୍ତ୍ରିକ ଦେଶ। ଏହି କାରଣରୁ ଆମେ ଆମ ପର୍ଯ୍ୟାପ୍ତ ଶକ୍ତିକୁ ବ୍ୟବହାର କରିପାରୁନାହଁୁ। ଏହା ଯୋଗୁ ମଧ୍ୟ ଭାରତରେ ମାନବ ଅଧିକାର ସ୍ଥିତି ଓ ସଂଖ୍ୟାଲଘୁ ପ୍ରତି ଆମ ବ୍ୟବହାର ସମ୍ପର୍କରେ ଅନ୍ୟ ରାଷ୍ଟ୍ରଗୁଡ଼ିକଠାରୁ ଶୁଣିବାକୁ ପଡ଼ୁଛି। ଅର୍ଥ ବ୍ୟବସ୍ଥାକୁ ଦେଖାଯାଉ। ବାଂଲାଦେଶ ମୁଣ୍ଡପିଛା ଜିଡିପିରେ ଆମକୁ ଟପିଯାଇଛି। ଏହି ଦେଶ ୨୦୧୪ରେ ପ୍ରାୟ ୫୦% ଆମ ଠାରୁ ପଛରେ ଥିଲା, କିନ୍ତୁ ଏବେ ଆଗକୁ ଚାଲିଯାଇଛିି । ବେରୋଜଗାରୀ ଓ ବ୍ୟୟ ସମ୍ପର୍କିତ ସରକାରୀ ତଥ୍ୟରୁ ଜଣାପଡେ ଯେ,ଏଠାରେ ଏତେ ଶୀଘ୍ର ସ୍ଥିତି ସୁଧୁରିବ ନାହିଁ। ବିଗତ କିଛି ବର୍ଷ ହେଲା ଆମେ ଯେଉଁ ଧାରାରେ ଚାଲିଛୁ, ସେଥିରୁ ସ୍ପଷ୍ଟ ହେଉଛି, ଆଗକୁ ଆମେ ଆର୍ଥିକ କ୍ଷେତ୍ରରେ ଚାଇନା ଓ ଆମେରିକା ଭଳି ହୋଇପାରିବୁ ନାହିଁ। ଆମ ଚାରିପାଖରେ ଜର୍ମାନୀ, ଜାପାନ, ତାଇଓ୍ବାନ ଏବଂ ଦକ୍ଷିଣ କୋରିଆ ଟେକ୍‌ନୋଲୋଜି ଓ ଅର୍ଥ ବ୍ୟବସ୍ଥାରେ ବିକାଶ ଆଣିଥିବାରୁ ସେମାନଙ୍କର ବିଶ୍ୱକୁ ପ୍ରଭାବିତ କରିବାର ଶକ୍ତି ରହିଛି । ଏହିସବୁ ଦେଶର ମୋଟ କ୍ଷେତ୍ରଫଳ କିମ୍ବା ଲୋକସଂଖ୍ୟ ଠାରୁ ଭାରତ ବହୁତ ବଡ଼ । କିନ୍ତୁ ଆମ ଦୁର୍ବଳ ଅର୍ଥ ବ୍ୟବସ୍ଥା ଯୋଗୁ ଆମର ତାଙ୍କ ଭଳି ବିଶ୍ୱକୁ ପ୍ରଭାବିତ କରିବାର ଶକ୍ତି ନାହିଁ। ମନେରଖିବା ଉଚିତ ଯେ, ୨୦୦୦ ପରେ ବିଶ୍ୱରେ ଚାଇନାର ପ୍ରଭାବ ଅଧିକ ସମ୍ପ୍ରସାରିତ ହୋଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ରହିଛି ଏହାର ଭିଟ୍ଟୋ କ୍ଷମତା , କିନ୍ତୁ ତାହା ଚାଇନା ଶକ୍ତି ବୃଦ୍ଧିର ଉତ୍ସ ନୁହେଁ। ଚାଇନା ଏହାର ଅର୍ଥ ବ୍ୟବସ୍ଥାରୁ ପ୍ରାୟ ସବୁ ଶକ୍ତି ପାଇଛି।
ଭାରତ ସରକାର ଏବଂ ଶାସକ ଦଳକୁ କାହିଁକି କିଛି ଗଲ୍ଫ ଦେଶର ଦାବି ଆଗରେ ନରମିବାକୁ ପଡ଼ିଲା, ସେ ସମ୍ପର୍କରେ ଅନୁଧ୍ୟାନ କଲାବେଳେ ଆମେ ଏହି ସବୁ ବିଷୟ ଉପରେ ବିଚାର କରିବା ଉଚିତ। ଦାବି ଯୁକ୍ତିଯୁକ୍ତ ଥିଲା କି ନାହିଁ, ତାହା ବିଷୟ ନୁହେଁ ; ଭାଜପା ଭାରତକୁ ଏହି ଅନାବଶ୍ୟକ ସମସ୍ୟାରେ ପକାଇବାକୁ ଚାହଁୁଥିଲା କି ନାହିଁ ସେଥିରେ କିଛି କଥା ନାହିଁ। କିନ୍ତୁ ଅନ୍ୟମାନେ ଏହା ସମ୍ପର୍କରେ ଲେଖିଛନ୍ତି। ଭାଜପା ସରକାର ଯାହା ଚାହଁୁ ନ ଥିଲା ତାହା କରିବାକୁ କାହିଁକି ବାଧ୍ୟ ହେଲା ତାହା ହିଁ ମୁଖ୍ୟ ବିଷୟ। ଆମର ପ୍ରଭାବ ନ ଥିବାରୁ ବାହ୍ୟଚାପ ଯୋଗୁ ଏଭଳି ଘଟିଲା। ଏବେ ବିଶ୍ୱରେ ଆମେ ଅସୁରକ୍ଷିତ। ଭାଜପା ଏଥିରୁ ଶିକ୍ଷା ପାଇବା ଦରକାର। ବାହ୍ୟଚାପକୁ ପ୍ରତିରୋଧ କରିବା ଲାଗି ଏହା ଅନ୍ତର୍ନିହିତ ସମ୍ବଳଗୁଡ଼ିକୁ ଉପଯୋଗ କରିବା ସହ ମାନବ ଅଧିକାର ଓ ସଂଖ୍ୟାଲଘୁଙ୍କ ଅଧିକାରଗୁଡ଼ିକୁ ଅଧିକ ବ୍ୟବସ୍ଥିତ କରି ଗଣତନ୍ତ୍ରକୁ ମଜଭୁତ କରିବାକୁ ପଡ଼ିବ। ଏହା ମଧ୍ୟ ସ୍ବଳ୍ପ ସମୟରେ କରାଯାଇପାରିବ। ଭାରତକୁ ଏକ ପ୍ରମୁଖ ଆର୍ଥିକ ଶକ୍ତି କରିବା ପାଇଁ ଲମ୍ବା ସମୟ ଲାଗିବ, କିନ୍ତୁ ବିଗତ ବର୍ଷମାନଙ୍କରେ ବିଶେଷକରି ୨୦୧୬ରୁ କ’ଣ ସବୁ ତ୍ରୁଟି ହୋଇଛି ତାହାକୁ ଆକଳନ କରିବା ଦରକାର। ଯଦି ଭାରତ ଏହି ଦୁଇଟିରୁ କୌଣସିଟିକୁ କରିବାକୁ ଚାହେଁ ନାହିଁ, ତେବେ ଆଉ ଏକ ତୃତୀୟ ଉପାୟ ରହିଛି; ଯେଉଁଥିରେ ବାହ୍ୟ ପ୍ରଭାବକୁ କମାଯାଇପାରିବ। ଭାଜପା ଏଭଳି କାମ କରିବା ଉଚିତ ନୁହେଁ, ଯେଉଁଥିରେ ବିଶ୍ୱ ଆମ ଉପରେ କିଛି କହିବାକୁ ସୁଯୋଗ ପାଇବ କିମ୍ବା ଆମେ ଚାହ ଁୁନ ଥିବା ବିଷୟକୁ କରିବା ଲାଗି ଆମକୁ ବାଧ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri