ବର୍ଷା ପୂର୍ବରୁ ସରିବ ଡ୍ରେନ୍‌ ସଫେଇ

ଖୋର୍ଦ୍ଧା ଅଫିସ,୧୨।୬: ଖୋର୍ଦ୍ଧା ସହରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସହରରେ ରହିଥିବା ଡ୍ରେନ୍‌ ସଫା ନ ହେବାରୁ ତାହା ପୋତି ହୋଇଗଲାଣି। ବର୍ଷାଦିନ ପୂର୍ବରୁ ଡ୍ରେନ୍‌ ସଫା ନ ହେଲେ କୃତ୍ରିମ ବନ୍ୟା ସୃଷ୍ଟିହେବା ସମ୍ଭାବନା ରହିଥିବା ନେଇ ଖବର ପରିବେଷଣ ପରେ ପୌର ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଶନିବାର ୧୩ ନମ୍ବର ଓ୍ବାର୍ଡରେ ଡ୍ରେନ୍‌ ସଫା କାର୍ଯ୍ୟର ଶୁଭାରମ୍ଭ ହୋଇଛି। ପର୍ଯ୍ୟାୟକ୍ରମେ ସମସ୍ତ ୨୨ ଓ୍ବାର୍ଡର ଡ୍ରେନ୍‌ ସଫା କରାଯିବ। ଡ୍ରେନ୍‌ ସଫା ଲାଗି ଜଣେ ଠିକାଦାରଙ୍କୁ ନିଯୁକ୍ତ କରାଯାଇଛି। ବର୍ଷାଦିନ ପୂର୍ବରୁ ସମସ୍ତ ଡ୍ରେନ୍‌କୁ ସ୍ବାଭାବିକ କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲାପାଳ ଆଇ. ଗୌରବ ଶିବାଜୀ କହିଛନ୍ତି। ଡ୍ରେନ୍‌ ପୁନରୁଦ୍ଧାର ଶୁଭାରମ୍ଭ ବେଳେ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ଉପାଧ୍ୟକ୍ଷ ଶୌର୍ଯ୍ୟରଞ୍ଜନ ମହାନ୍ତି, ସ୍ଥାନୀୟ କାଉନ୍‌ସିଲର କାଦମ୍ବିନୀ ରାଉତଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
କି, ଖୋର୍ଦ୍ଧା ସହରର ବହୁ ଡ୍ରେନ୍‌ ପରିତ୍ୟକ୍ତ ଅବସ୍ଥାରେ ରହିଛି। ଅଧିକାଂଶ ଡ୍ରେନ୍‌ର ପଥର ଭୁଶୁଡ଼ି ପଡ଼ିବା ସହ ମାତିଅତଡ଼ା ଖସି ପୋତିହୋଇଗଲାଣି। ପାଣି ବୋତଲ, ପ୍ଲାଷ୍ଟିକ, ପଲିଥିନ ଆଦି ଅଳିଆ ଆବର୍ଜନା ଜମିରହି ପଚିଶଢ଼ି ଦୁର୍ଗନ୍ଧ ହେଉଛି। ଗୋପୀନାଥ ସାହି, ଉପରସାହି, ରାଧାବଲ୍ଲଭ ସାହି ଓ ବରୁଣେଇ ସାହିରୁ ନିଷ୍କାସନ ନାଳ ପୁରୁଣା ଦମକଳ ଛକ ନାଳରେ ମିଶିଛି। ସେହିପରି ସାମନ୍ତରାପୁର ଛକ ଠାରୁ ଉପରସାହି, ଖ୍ରୀଷ୍ଟିଆନ ସାହି, ବାସେଳି ସାହି, ମାଛ ମାର୍କେଟ, ଉପଜିଲାପାଳଙ୍କ ବାସଭବନ ପଛପଟ ଆଦି ସାହିର ନାଳ ପୁରୁଣା ଦମକଳ ଛକ ନାଳକୁ ସଂଯୋଗ କରୁଛି। ତେବେ ସେଠାରୁ ଗୋଡ଼ିପୋଖରୀ ଛକ ପରେ ନାଳ ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଅନ୍ୟପଟେ ଏହି ନାଳରେ ଘରୋଇ ବର୍ଜ୍ୟବସ୍ତୁ, ପ୍ଲାଷ୍ଟିକ, ପଲିଥିନ, ପାଣିବୋତଲ ପ୍ରଭୃତି ପଡ଼ି ଜମାହୋଇ ରହୁଛି। ଏହାକୁ ମଧ୍ୟ ସଫା କରାଯାଉନାହିଁ। ଫଳରେ ନାଳପାଣି ନିଷ୍କାସନ ହୋଇ ନ ପାରି ରାସ୍ତା ଉପରେ ଭାସୁଥିବା ଦେଖିବାକୁ ମିଳୁଛି। ବର୍ଷାଦିନ ପୂର୍ବରୁ ଡ୍ରେନ୍‌ ସଫା ନ ହେଲେ ସହରରେ ନାଳ ପାଣି ଜମି ରହିବା ନିଶ୍ଚିତ। ଏନେଇ ଖବର ପରିବେଷଣ ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଯୁବନେତା ଦେବବ୍ରତ ଆଚାର୍ଯ୍ୟ କୁହନ୍ତି, ସହରର ଏକାଧିକ ଡ୍ରେନ୍‌ ମୁକୁଳା ପଡ଼ିଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଡ୍ରେନ୍‌ ଉପରେ ସ୍ଲାବ୍‌ ପକାଯାଉନାହିଁ। ବର୍ଷାଦିନ ଆସିଲେ ପୌର ପ୍ରଶାସନ ପକ୍ଷରୁ ଲୋକଦେଖାଣିଆ କାମ କରାଯାଉଛି ବୋଲି ସେ କହିିଛନ୍ତି। ସାମାଜିକ କର୍ମୀ ଆଦିତ୍ୟ ମହାରଣା କୁହନ୍ତି, ଖୋର୍ଦ୍ଧା ସହରରେ ଦୀର୍ଘବର୍ଷ ଧରି ଏହି ସମସ୍ୟା ଲାଗିରହିଛି। କେଉଁଠି ମଧ୍ୟ୍‌ ଡ୍ରେନ୍‌ ସଫା କରାଯାଉନାହିଁ। କେବଳ ବର୍ଷାଦିନ ଆସିଲେ ଏହାକୁ ସଫା କରି ଛାଡ଼ି ଦିଆଯାଉଛି। ବଳକା ଦିନ ସମାନ ସମସ୍ୟା ରହୁଛି। ଡ୍ରେନେଜ୍‌ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପୌର ପ୍ରଶାସନ ପକ୍ଷରୁ ସେଭଳି କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଏ ସମ୍ପର୍କରେ ପୌର ଉପାଧ୍ୟକ୍ଷ ଶୌର୍ଯ୍ୟରଞ୍ଜନ ମହାନ୍ତି ବର୍ଷାଦିନ ପୂର୍ବରୁ ସମସ୍ତ ଡ୍ରେନ୍‌ ସଫା ପାଇଁ ଗୁରୁତ୍ୱ ଦିଆଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଡ୍ରେନ୍‌ ମରାମତି ପ୍ରତି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri