ଡାକ୍ତର ନାହାନ୍ତି, ରୋଗୀ ସେବା ବିପର୍ଯ୍ୟସ୍ତ

ବୁଗୁଡ଼ା,୧୧ା୧୨(କାଳି ଚରଣ ଦାଶ): ସରକାର ସ୍ବାସ୍ଥ୍ୟ ସେବାକୁ ପ୍ରାଥମିକତା ଦେଉଥିବା କହୁଥିବା ବେଳେ ୩ ଲକ୍ଷରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ବୁଗୁଡ଼ା ବ୍ଲକରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ବୁଗୁଡ଼ାରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମେତ କରଚୁଲି, ବାଲିପଦର ଓ ଏ. କରଡ଼ାବାଡ଼ିଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଡାକ୍ତର ଓ କର୍ମଚାରୀ ନଥିବାରୁ ଗର୍ଭବତୀ ଶିଶୁ ଓ ମହିଳାଙ୍କଠାରୁ ଆରମ୍ଭ କରି ସାଧାରଣ ରୋଗୀ ଚିକିତ୍ସା ସୁବିଧା ପାଇ ପାରୁନଥିବା ଅଭିଯୋଗ ହେଉଛି। ବୁଗୁଡ଼ା ଡାକ୍ତରଖାନାର ପୁରୁଣା କୋଠା ଭଙ୍ଗାଯାଇ ୧ କୋଟି ୮୬ ଲକ୍ଷ ଟଙ୍କା ବ୍ୟୟରେ ନୂତନ କୋଠା ନିର୍ମାଣ ହୋଇ ଉଦଘାଟନ ସରିଲାଣି। ହେଲେ ଆବଶ୍ୟକ ଡାକ୍ତର ଓ କର୍ମଚାରୀ ସାଙ୍ଗକୁ ଯନ୍ତ୍ରାଂଶ ନଥିବା ବେଳେ ନୂଆ ଖଟ ଓ ଆସବାବପତ୍ର ନାହିଁ। ନୂଆ କୋଠାର କେବଳ ଗୋଟିଏ ଚେମ୍ବରରେ ଜଣେ ଡାକ୍ତର ବସୁଥିବା ବେଳେ ଅନ୍ୟ ରୁମ ଗୁଡିକ ଖାଲି ପଡିଛି। ଏଠି ଜଣେ ମେଡିକାଲ ଅଫିସର ସାଙ୍ଗକୁ ଜଣେ ଲେଖାଏ ଭେଷଜ ବିଶେଷଜ୍ଞ, ଶିଶୁରୋଗ ବିଶେଷଜ୍ଞ, ସର୍ଜରୀ ବିଶେଷଜ୍ଞ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ସମେତ ୩ ଜଣ ଆସିଷ୍ଟାଣ୍ଟ ସର୍ଜନ ଓ ଏଲଟିଆର ଏମଓ ସ୍କିମରେ ୫ ଜଣ ଏମ୍‌ବିବିଏସ ଡାକ୍ତର ପଦବୀ ପାଇଁ ମଞ୍ଜୁରୀ ମିଳିଛି। ହେଲେ ଜଣେ ମାତ୍ର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସୁଭାଶିଷ ପାଣିଗ୍ରାହୀ ହିଁ ଅଛନ୍ତି। ଗୋଟିଏ ଆସିଷ୍ଟାଣ୍ଟ ସର୍ଜନ ଓ ସମସ୍ତ ୫ଟି ଏମବିବିଏସ ଡାକ୍ତର ପଦବୀ ଖାଲି ପଡିଛି। ସେହିପରି ୨ ଜଣ ଫାର୍ମାସିଷ୍ଟଙ୍କ ମଧ୍ୟରୁ ଜଣଙ୍କୁ ଡେପୁଟେସନରେ ଚିକିଟି ପଠାଇ ଦିଆଯାଇଥିବାରୁ ଔଷଧ ବଣ୍ଟନ ବ୍ୟବସ୍ଥା ବାଧାପ୍ରାପ୍ତ ହେଉଛି। ୩ ଜଣ ଲେବରେଟରି ସ୍ଥାନରେ ଜଣେ ମାତ୍ର ଅଛନ୍ତି। ମ୍ୟାଲେରିଆ ଟେକିନିସିଆନ ନଥିବାରୁ ମାଲେରିଆ ଟେଷ୍ଟ ପାଇଁ ଆସୁଥିବା ରୋଗୀଙ୍କୁ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡୁଛି। ମେଡିକାଲରେ ଏକ୍ସରେ ମେସିନ ନାହିଁ। ସେହିପରି ଅଲଟ୍ରାସାଉଣ୍ଡ ମେସିନ ନଥିବାରୁ ଗର୍ଭବତୀଙ୍କୁ ପୋଲସରା କିମ୍ବା ଆସ୍କା ମେଡିକାଲକୁ ଯିବାକୁ ପଡୁଛି। ବୁଗୁଡ଼ା ମେଡିକାଲରେ ୬ ଜଣ ଝାଡୁଦାରଙ୍କ ସ୍ଥାନରେ ମାତ୍ର ଜଣେ ଥିବା ବେଳେ ୪ ଟି ଆଟେନଡେଣ୍ଟ ପଦବୀ ଖାଲି ପଡିଛି। ବୁଗୁଡ଼ା ସିଏଚସି ଅଧୀନରେ ଥିବା ମାଣିତରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଏକ ଟ୍ରଷ୍ଟ ପରିଚାଳନା କରୁଥିବା ବେଳେ ବାଲିପଦର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କୌଣସି ଡାକ୍ତର ନାହାନ୍ତି। କେବଳ ଜଣେ ଫାର୍ମାସିଷ୍ଟ ଓ ଜଣେ ନର୍ସଙ୍କ ଭରସାରେ ଚାଲିଛି ସ୍ବାସ୍ଥ୍ୟ ସେବା। ବୁଗୁଡ଼ା ସମେତ କରଚୁଲି, ବାଲିପଦର ଓ ଏ. କରଡ଼ାବାଡ଼ିରେ ଏଲଏଚଭି କେହି ନଥିବା ଏବଂ ଗୋଲାମୁଣ୍ଡଳା, କରଚୁଲି ଓ କାନସୁକା ଠାରେ ମହିଳା ସ୍ବାସ୍ଥ୍ୟ କର୍ମୀ ନଥିବାରୁ ଟୀକା ଦାନ ବ୍ୟବସ୍ଥା ବାଧାପ୍ରାପ୍ତ ହେଉଛି। ବୁଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପ୍ରଶାସନିକ କୋଠା ମଧ୍ୟ ପୁରୁଣା ହୋଇ ପାଣି ଗଳୁଛି ଏବଂ ଏଠାରେ ଆବ୍ଯଯକ ଜାଗା ନଥିବାରୁ ଫାଇଲପତ୍ର ପରିଚାଳନା କରିବା ଅସୁବିଧା ହେଉଛି। ଏଣୁ ଆବଶ୍ୟକ କୋଠା ନିର୍ମାଣ ସହ ସମସ୍ତ ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥିପତ୍ର ଦାଖଲ କଲେ ଅରିନ୍ଦମ

ସାଲେପୁର,୯ା୫: ସାଲେପୁରର ଭାଜପା ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ଗୁରୁବାର ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ଆସି ଅରିନ୍ଦମ ଆଜି ତାଙ୍କର...

ସ୍ତ୍ରୀ, ଝିଅଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜକୁ ଗୁଳି କଲେ ବ୍ୟକ୍ତି

ଝାରସୁଗୁଡ଼ା,୯ା୫: ସ୍ତ୍ରୀ ଓ ଝିଅକୁ ଗୁଳି ହତ୍ୟା କରିବା ପରେ ନିଜକୁ ଗୁଳି କରିଛନ୍ତି ଜଣେ ବ୍ୟକ୍ତି। ଏପରି ଦୁଃଖଦ ଘଟଣା ଘଟିଛି ଝାରସୁଗୁଡ଼ା ଜିଲାର...

ଚୋର ପ୍ରାର୍ଥୀଙ୍କୁ ଭୋଟ୍‌ ଦିଅନ୍ତୁନି: ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର,୯ା୫: ଗଞ୍ଜାମ ଜିଲା କନିଷିଠାରେ ଗୁରୁବାର ମୁଖ୍ୟମନ୍ତ୍ରୀ ମାରାଥନ ପ୍ରଚାର କରିଛନ୍ତି। ଏଠାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି, ଆପଣମାନେ ଏତେ...

ଦବିଲା ରାସ୍ତା, ଫସିଲା ସାର ବୋଝେଇ ଟ୍ରକ୍‌

କର୍ଲାମୁଣ୍ଡା,୯ା୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ଆତ୍ମା କାର୍ଯ୍ୟାଳୟ ପରିସରରେ ନବ ନିର୍ମିତ କଂକ୍ରିଟ ରାସ୍ତାରେ ଗୁରୁବାର ଏକ ସାର ବୋଝେଇ...

ଭାଜପାର ପ୍ରଚାର ଜୋରଦାର: ଘରେ ଘରେ ପହଞ୍ଚିଲେ ମାନଗୋବିନ୍ଦ

ଦାରିଙ୍ଗବାଡି, ୯/୫ (ଅରୁଣ ସାହୁ):କନ୍ଧମାଳ ଜିଲା ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଭାଜପାର ବିଧାନସଭା ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନ ନିଜ ପ୍ରଚାର ଜୋରଦାର କରିଛନ୍ତି। ସେ...

ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଭାରତର ସ୍ଥାନ ୧୬୧

ସମ୍ବଲପୁର, ୯ା୫(ପ୍ରମୋଦ ବହିଦାର)ଓଡିଶାର ସାମ୍ବାଦିକମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିଶ୍ରୁତିକୁ ଧୂଆଁବାଣ...

କ୍ଷମତାକୁ ଆସିଲେ ମହିଳାଙ୍କୁ ୫୦ ହଜାର ଟଙ୍କାର କୁପନ: ଧର୍ମେନ୍ଦ୍ର

ଦେବଗଡ଼,୯।୫(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ଧାନର ସର୍ବନିମ୍ନ ଦର ୩୧ଶହ ଟଙ୍କା ଧାର୍ଯ୍ୟ ହେବ। ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର...

ବସୁଧା ଯୋଜନା ବାଟବଣା

ନୂଆପଡ଼ା,୯ା୫ (ମକାରୁ ବେମାଲ)ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ କରଙ୍ଗାଭଟା ଗାଁରେ ଉତ୍କଟ ଜଳ ସଙ୍କଟ ଦେଖାଦେଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri