ସୁଡ଼ଙ୍ଗ ଉଦ୍ଧାର ଅଭିଯାନରେ ଟେକ୍ନୋଲୋଜିର ପ୍ରୟୋଗ

ଇତିମଧ୍ୟରେ ଉତ୍ତରକାଶୀର ସିଲ୍‌କ୍ୟାରା ସୁଡ଼ଙ୍ଗରେ ଅଟକି ରହିଥିବା ସମୁଦାୟ ୪୧ ଜଣ ନିର୍ମାଣ ଶ୍ରମିକଙ୍କୁ ସଫଳତାର ସହ ଉଦ୍ଧାର କରାଯାଇ ପାରିଛି। ଏହି ସଫଳତାର କାହାଣୀ ପଛରେ ଅନେକ ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ଅବଦାନ ରହିଥିଲାବେଳେ ଏଥିରେ ମଧ୍ୟ ପ୍ରୟୋଗ କରାଯାଇଥିବା କିଛି ଅତ୍ୟାଧୁନିକ ଟେକ୍ନୋଲୋଜି ବା ପ୍ରଯୁକ୍ତିବିଦ୍ୟାର ପ୍ରମୁଖ ଭୂମିକା ରହିଛି, ଯାହା ସମ୍ପର୍କରେ ନିମ୍ନରେ ସୂଚନା ଦିଆଗଲା।
ଅଗର ଡ୍ରିଲିଂ ମେଶିନ : ସୁଡ଼ଙ୍ଗ ମଧ୍ୟରେ ଅଟକି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଶ୍ରମିକମାନଙ୍କ ପର୍ଯ୍ୟନ୍ତ ମାଟି ଖୋଳି ଏକ ୮୦୦ ମି.ମି. ବ୍ୟାସର ଷ୍ଟିଲ୍‌ ପାଇପ୍‌ ବିଛାଇବା ନିମନ୍ତେ ଉଦ୍ଧାରକାରୀ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଏହି କଠିନ କାର୍ଯ୍ୟକୁ ବାସ୍ତବତାରେ ରୂପାୟନ କରିବା ପାଇଁ ଏକ ‘ଅଗର’ ମେଶିନକୁ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ମାଟିକୁ ସମ୍ପୂର୍ଣ୍ଣ ନ କାଢ଼ି ଟ୍ରେଞ୍ଚବିହୀନ ଭାବରେ ସିଧା ସିଧା ଭୂସମାନ୍ତର ଭାବେ ଖୋଳି ତା’ ମଧ୍ୟରେ ପାଇପ୍‌ ଭର୍ତ୍ତି କରିବା ପାଇଁ ଏହି ମେଶିନ ସାଧାରଣତଃ କାର୍ଯ୍ୟକ୍ଷେତ୍ରରେ ବ୍ୟବହାର କରାଯାଇଥାଏ। ଏହାର ଡ୍ରିଲ୍‌ ବିଟ ସଦୃଶ ଏକ ଶକ୍ତ ଖୋଦନ ଅଗ୍ର ଥାଏ, ଯାହାକୁ ‘ଅଗର’ କହନ୍ତି। ଏଥିରେ ମଧ୍ୟ ଥାଏ ପେଚ କିମ୍ବା ସ୍କୃ ଭଳି ଏକ କୁଣ୍ଡଳାକାର ବ୍ଲେଡ୍‌ ବ୍ୟବସ୍ଥା ଏବଂ ଖୋଳା ଗର୍ତ୍ତ ମଧ୍ୟରେ ପାଇପ୍‌କୁ ପୂରାଇ ଆଗକୁ ଠେଲିବା ପାଇଁ ହାଇଡ୍ରଲିକ ବ୍ୟବସ୍ଥା। ପ୍ରଥମେ ଶକ୍ତିଶାଳୀ ମୋଟର ଦ୍ୱାରା ଅଗରକୁ ଘୂରାଇ ଘୂରାଇ ମାଟି କିମ୍ବା ପଥର ଚଟାଣରେ କଣା କରାଯାଏ। ତା’ପରେ ଘୂର୍ଣ୍ଣାୟମାନ କୁଣ୍ଡଳାକାର ବ୍ଲେଡ୍‌ ଦ୍ୱାରା ଏହି ଗର୍ତ୍ତକୁ ଆବଶ୍ୟକତା ମାପ ଅନୁଯାୟୀ ଚଉଡ଼ା କରାଯାଏ। ଗର୍ତ୍ତ ଖୋଳିବା ଦ୍ୱାରା ନିର୍ଗତ ମାଟିକୁ ଘୂରାଇ ଘୂରାଇ ପଦାକୁ ବାହାର କରାଯାଏ। ପରିଶେଷରେ, ଖୋଳା ଯାଇଥିବା ଗାତ ମଧ୍ୟରେ ପାଇପ୍‌କୁ ଠେଲି ଭର୍ତ୍ତି କରାଯାଏ। ଗୋଟିଏ ପାଇପ୍‌ ଗର୍ତ୍ତରେ ଭର୍ତ୍ତି ହେଲା ପରେ ପୁଣି ଅନ୍ୟ ଏକ ପାଇପ୍‌କୁ ଭର୍ତ୍ତି କରାଯାଏ। ଏଭଳି ଅଗର୍‌ ମେଶିନକୁ ସାଧାରଣତଃ ଖଣି ଖାଦାନ କାର୍ଯ୍ୟରେ କିମ୍ବା ମାଟି ତଳେ ଟେଲିଫୋନ କେବୁଲ ବିଛାଇବା କାର୍ଯ୍ୟରେ ବ୍ୟବହୃତ କରାଯାଇଥାଏ।
ଉତ୍ତରକାଶୀଠାରେ ପ୍ରଥମେ ୯ ଟନ ଓଜନର ଏକ ୩୫ ଅଶ୍ୱକ୍ଷମତା ବିଶିଷ୍ଟ ଦେଶୀ ଅଗର ମେଶିନ ବ୍ୟବହାର କରାଯାଇଥିଲା। ମାତ୍ର ପରେ ଜଣାପଡ଼ିଲା ଯେ, ଏହାର କାର୍ଯ୍ୟ ସମ୍ପାଦନ ପ୍ରକ୍ରିୟା ଅତିଶୟ ମନ୍ଥର ଏବଂ ଏହା ଘଣ୍ଟାକୁ ମାତ୍ର ୧ ମିଟର ଗଭୀରତାର ଗର୍ତ୍ତ ଖୋଳିପାରୁଛି। ତେଣୁ ଖୋଦନ ପ୍ରକ୍ରିୟାକୁ ତ୍ୱରାନ୍ବିତ କରି ଶ୍ରମିକମାନଙ୍କୁ ଜଲ୍‌ଦି ଉଦ୍ଧାର କରିବା ନିମନ୍ତେ ଅନ୍ୟ ଏକ ୨୫ ଟନ୍‌ ଓଜନର ୧୭୫ ଅଶ୍ୱକ୍ଷମତା ବିଶିଷ୍ଟ ଭାରି ଆମେରିକୀୟ ଅଗର ମେଶିନକୁ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ଏହି ମେଶିନ ଏତେ ବିଶାଳକାୟ ଥିଲା ଯେ ଏହାକୁ ଏକକାଳୀନ କାର୍ଯ୍ୟକ୍ଷେତ୍ରକୁ ସ୍ଥାନାନ୍ତର କରିବା ସମ୍ଭବପର ନଥିଲା। ସୁତରାଂ ଏହାକୁ ତିନି ଖଣ୍ଡରେ ବିଭକ୍ତ କରି ବାୟୁସେନାର ସ୍ବତନ୍ତ୍ର ପରିବହନ ବିମାନ ଜରିଆରେ ଇନ୍ଦୋରରୁ ନୂଆଦିଲ୍ଲୀ ଦେଇ ଡେରାଡୁନକୁ ସ୍ଥାନାନ୍ତରିତ କରାଯାଇଥିଲା, ଯେଉଁଠାରୁ ସ୍ଥଳପଥରେ ଟ୍ରକ ଦ୍ୱାରା ବୋହି ସୁଡ଼ଙ୍ଗ ନିକଟକୁ ଅଣାଯାଇଥିଲା ଏବଂ ଅଭିଜ୍ଞ କାରିଗରଙ୍କ ଦ୍ୱାରା ପୁଣି ଯୋଡ଼ି ଦିଆଯାଇଥିଲା।
ଏହି ମେଶିନ୍‌ ଘଣ୍ଟାକୁ ୫ ମିଟର ଲମ୍ବର ଗାତ ଖୋଳି ତା’ ମଧ୍ୟରେ ପାଇପ୍‌ ଭର୍ତ୍ତି କରିବାରେ ସକ୍ଷମ ଥିଲା। ସାଧାରଣ ଅଗର ମେଶିନ ଖୋଦନ କିମ୍ବା ମୃତ୍ତିକା ନିଷ୍କାସନ ପ୍ରକ୍ରିୟା ନିମନ୍ତେ ପାଣି ବ୍ୟବହାର କରୁଥିଲାବେଳେ ଏହି ଆମେରିକୀୟ ଅଗର୍‌ ମେଶିନ କିନ୍ତୁ ବିନା ପାଣିରେ ଶୁଷ୍କ ପ୍ରକ୍ରିୟାରେ ନିଜର କାର୍ଯ୍ୟ ସମ୍ପାଦନ କରିଥାଏ। ପରିସ୍ଥିତି ଅନୁକୂଳ ରହିଲେ ଏହା ଆବଶ୍ୟକ ୬୦ ମିଟର ଲମ୍ବ ଗର୍ତ୍ତକୁ ମାତ୍ର ୧୨ ଘଣ୍ଟାରେ ଖୋଳିପାରିବ ବୋଲି ଆଶା କରାଯାଉଥିଲା। ମାତ୍ର ବାସ୍ତବ କ୍ଷେତ୍ରରେ ଖୋଳାପଥରେ ଟାଣ ପଥର ଓ ଲୁହାରଡ଼ ପଡ଼ିଯିବାରୁ ଏହାର ଖୋଦନ ସମୟ ଯଥେଷ୍ଟ ବିଳମ୍ବ ହୋଇଥିଲା। ଏହି ଶକ୍ତିଶାଳୀ ମେଶିନ ନିର୍ଦ୍ଧାରିତ ୬୦ ମିଟର ଲମ୍ବରୁ ୪୬.୪ ମିଟର ଗାତ ଖୋଳି ଦ୍ରୁତଗତିରେ ଆଗେଇ ଯାଉଥିଲାବେଳେ ଟାଣ ପଥର, କଂକ୍ରିଟ ଚଟାଣ ଓ ଲୁହାରଡ଼ ପଡ଼ିବାରୁ ଏହାର ବ୍ଲେଡ୍‌ ଗୁରୁତର କ୍ଷତିଗ୍ରସ୍ତ ହୋଇ ମାଟି ମଧ୍ୟରେ ଅଟକି ଯାଇଥିଲା। ଫଳରେ ଏହି ମେଶିନକୁ ପରିତ୍ୟାଗ କରି ଅବଶିଷ୍ଟ ପ୍ରାୟ ୧୩ ମିଟର ଖୋଦନ କାର୍ଯ୍ୟକୁ ହାତ ଦ୍ୱାରା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସୁତରାଂ ଏହି ଅଗର୍‌ ମେଶିନ ଶେଷ ପର୍ଯ୍ୟନ୍ତ କାର୍ଯ୍ୟ କରି ନ ପାରିଥିଲେ ସୁଦ୍ଧା ଏହା ସମୁଦାୟ ଖୋଳାପଥର ତିନି-ଚତୁର୍ଥାଂଶ ମାର୍ଗ ଖୋଳି ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟକୁ ଯେ ଯଥେଷ୍ଟ ସୁଗମ କରି ଦେଇଥିଲା ଏଥିରେ ସନ୍ଦେହ ନାହିଁ।
ଦକ୍ଷ ଯୋଗାଯୋଗ ବ୍ୟବସ୍ଥା ସ୍ଥାପନ ସୁଡ଼ଙ୍ଗ ମଧ୍ୟରେ ଅଟକି ରହିଥିବା ଶ୍ରମିକମାନଙ୍କ ସହିତ ଏକ ଦକ୍ଷ ଯୋଗାଯୋଗ ବ୍ୟବସ୍ଥା ସ୍ଥାପନ କରିବା ଥିଲା ଉଦ୍ଧାର କାର୍ଯ୍ୟ ଦିଗରେ ଏକ ବିରାଟ ଆହ୍ବାନ; କାରଣ ମାଟି ମଧ୍ୟରେ ରେଡିଓ ତରଙ୍ଗର ଗତି ଅତି କମ୍‌ ଥିବାରୁ ପ୍ରଚଳିତ ୱାକି-ଟକି ସଂଚାର ବ୍ୟବସ୍ଥା ସଠିକ୍‌ କାର୍ଯ୍ୟ କରୁ ନଥିଲା ଏବଂ ସୁଡ଼ଙ୍ଗ ମୁହଁରେ ପ୍ରାପ୍ତ ସିଗ୍‌ନାଲ ଅତିଶୟ କ୍ଷୀଣ ଥିଲା। ଏହି ସମସ୍ୟାକୁ ସୁଧାରିବା ପାଇଁ ଏକ ‘ଜଳ ତଳ ଯୋଗାଯୋଗ ବ୍ୟବସ୍ଥା’ ପ୍ରୟୋଗ କରାଯାଇଥିଲା। ଏହି ବ୍ୟବସ୍ଥାକୁ ସାଧାରଣତଃ ସମୁଦ୍ର କିମ୍ବା ନଦୀରେ ଜଳର ତଳଭାଗରେ ବୁଡ଼ାଳିମାନଙ୍କ ଦ୍ୱାରା ବାର୍ତ୍ତା ବିନିମୟ କରିବା କ୍ଷେତ୍ରରେ ପ୍ରୟୋଗ କରାଯାଏ। ଏହି ବ୍ୟବସ୍ଥାରେ କଥା କହିବା ପାଇଁ ଏକ ବିଶେଷ ପ୍ରକାରର ମାଇକ୍ରୋଫୋନ ବ୍ୟବହାର କରାଯାଏ, ଯାହାର ନାମ ହାଇଡ୍ରୋଫୋନ। ଏହା ଏକ ‘ପିଜୋ’ ବ୍ୟବସ୍ଥା ମାଧ୍ୟମରେ ବକ୍ତାର ଧ୍ୱନି ତରଙ୍ଗକୁ ବିଦ୍ୟୁତ ତରଙ୍ଗରେ ରୂପାନ୍ତରିତ କରେ; ଯାହା ୬୦, ୧୨୦ କିମ୍ବା ୧୫୦ ମିଟର ଲମ୍ବର ତାର ଦେଇ ଅନ୍ୟ ବୁଡାଳିଙ୍କ ପାଖରେ କିମ୍ବା ଜଳପୃଷ୍ଠ ଉପରେ ଥିବା କଣ୍ଟ୍ରୋଲ ରୁମରେ ପହଞ୍ଚେ। ଉତ୍ତରକାଶୀଠାରେ ରାଜ୍ୟ ଆପଦା ପ୍ରଶମନ ବଳ (ଏସ୍‌.ଡି.ଆର୍‌.ଏଫ୍‌.)ର ବୈଜ୍ଞାନିକମାନେ ଏହି ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ କରି ପ୍ରଥମଥର ପାଇଁ ଏହାକୁ ବାୟୁ ମାଧ୍ୟମରେ ଏକ ସୁଡ଼ଙ୍ଗ ପରିସ୍ଥିତିରେ ସଫଳତାର ସହ ପ୍ରୟୋଗ କରିଥିଲେ। ଫଳରେ ସୁଡ଼ଙ୍ଗ ମଧ୍ୟରେ ଅଟକି ରହିଥିବା ଶ୍ରମିକମାନଙ୍କ ସହିତ ଏକ ଦକ୍ଷ ଯୋଗାଯୋଗ ବ୍ୟବସ୍ଥା ସ୍ଥାପନ କରାଯାଇ ପାରିଥିଲା। (କ୍ରମଶଃ..)

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ ଅଫିସର୍‌, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ : ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?