ଲିଚୁ, କାଜୁ ଚାଷ ନଷ୍ଟ ଆଶଙ୍କା, ଚିନ୍ତାରେ ଚାଷୀ

ଖଜୁରିପଡ଼ା,୧୧ା୧୨(ବିଦୁର ବେହେରା): କୃଷି କଲେ ଉନ୍ନତ ସକଳ ଉନ୍ନତର ନାରା ଦେଇ ସରକାର ଚାଷୀମାନଙ୍କୁ ଚାଷ କାର୍ଯ୍ୟ ପ୍ରତି ଆକୃଷ୍ଟ କରିବା, ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ତାଲିମ ପ୍ରଦାନ କରୁଛନ୍ତି। ଏବଂ ଚାଷ କାର୍ଯ୍ୟ ପାଇଁ ସରକାର ଯୋଗାଇ ଦେଉଥିବା ସହାୟତା ଏବଂ ସହଯୋଗ ସମ୍ବନ୍ଧରେ ଆଲୋଚନା କରି ଚାଷୀକୁ ଚାଷ କାର୍ଯ୍ୟ କରିବା ପାଇଁ ପ୍ରଲୋଭିତ କରୁଛନ୍ତି। ସରକାରୀ ଅଧିକାରୀମାନଙ୍କ କହିବା ଅନୁଯାୟୀ ଚାଷୀମାନେ ଚାଷ କରୁଛନ୍ତି। କିନ୍ତୁ ଅଧିକାରୀମାନେ ପ୍ରତିଶ୍ରୁତି ଦେଇ ପ୍ରତିଶ୍ରୁତି ଭୁଲି ଯାଉଛନ୍ତି। ଫଳରେ ଚାଷୀ ସରକାରୀ ସହାୟତାକୁ ଚାହିଁ ହତାଶ ହେଉଛନ୍ତି। ଏଭଳି ଅଭିଯୋଗ ହୋଇଛି ଖଜୁରିପଡ଼ା ବ୍ଲକ ଅନ୍ତର୍ଗତ ଦୂତି ପଡା ପଞ୍ଚାୟତର ଜମୁଝୋରି ଏବଂ କୁକୁରୁ କୂମ୍ପା ଗାଁରୁ । ଏହି ଗାଁର ଚାଷୀମାନେ ହେଲେ ବଶିଷ୍ଠ ଜାନି ଏବଂ ଶରଣ ସେନ ମଲ୍ଲିକ। ଏମାନଙ୍କ କହିବା ଅନୁଯାୟୀ କାଜୁ ଚାଷ ଏବଂ ଲିଚୁ ଚାଷ କରିବା ପାଇଁ ବିଭାଗୀୟ ଅଧିକାରୀମାନେ ଏମାନଙ୍କୁ ପ୍ରଲୋଭିତ କରିଥିଲେ। ତାଙ୍କ କହିବା ଅନୁଯାୟୀ ୨ ହେକ୍ଟର ଯାଗାରେ ଲିଚୁ ଚାଷ ଏବଂ କାଜୁ ଚାଷ କରିବା ପାଇଁ ଚାରା ଯୋଗାଇ ଦେଲେ। ଚାଷୀମାନେ ଚାଷ ମଧ୍ୟ କରିଛନ୍ତି। କିନ୍ତୁ ଚାରି ପାଖରେ ତାର ଜାଲି ବାଢ଼ କରିବା ପାଇଁ ସହଯୋଗ କରିଲେ ନାହିଁ। ତାର ଜାଲି ବାଢ଼ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନେହୁରା ହେଲେ ସୁଧା କେହି ଶୁଣୁ ନ ଥିବାରୁ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି। ଏବେ ବିଲ ମାଳରୁ ଧାନ ଅମଳ ହେବା ପରେ ଗୋରୁ ଗାଈ ପଶି ଲିଚୁ କାଜୁ ଗଛ ଖାଇ ଦେବେ ବୋଲି ଚାଷୀ ଚିନ୍ତାରେ। ଏପଟେ ‘ଗଛ ଚଢ଼େଇ ଦେଇ ମୂଳ କାଟିବା’ ନୀତି ଆପଣେଇ ସରକାରୀ ନୀତି ନିୟମ ଚାଷୀ ଆଗରେ ବଖାନୁଛନ୍ତି ।ଏ ନେଇ ଜିଲା ଉପ ନିର୍ଦ୍ଦେଶକ କୃଷି ଉଦ୍ୟାନ ବିଭାଗ ଅଧିକାରୀ ରମାକାନ୍ତ ଗିରିଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଯେ ଚାଷୀ ମାନେ ନିଜ ଟଙ୍କାରେ ଜାଲି ବାଢ଼ କିଣି ବାଢ଼ କରିବେ ତାପରେ ଟଙ୍କା ପୈଠ କରାଯିବ ବୋଲି ନିୟମ ରହିଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଳ ଆଲୁମିନା CSR ପ୍ରତାରଣା ଅଭିଯୋଗ: ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଖଣି ପ୍ରଭାବିତ ଅଞ୍ଚଳବାସୀ

ଥୁଆମୂଳ ରାମପୁର, ୭।୭ (ଦୁର୍ଗା କୀର୍ତ୍ତି): ଉତ୍କଳ ଆଲୁମିନା କମ୍ପାନୀର ସାମାଜିକ ଦାୟିତ୍ୱବୋଧ (CSR) କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା ଓ ପ୍ରତିଶ୍ରୁତି ଖିଲାପ ପ୍ରତିବାଦରେ ଆଜି କଳାହାଣ୍ଡି…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri