୫ ଓ୍ବାର୍ଡ କଂଗ୍ରେସ ଶୂନ୍ୟ

ଭୁବନ, ୧୦ା୩(ଡି.ଏନ୍‌.ଏ.): ଭୁବନ ଏନ୍‌ଏସିରେ ନାମାଙ୍କନ ପତ୍ର ଯାଞ୍ଚ ପରେ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି। ପୂର୍ବରୁ ୧୦ନଂ. ଓ୍ବାର୍ଡରେ ଦଳ ପ୍ରାର୍ଥୀ ଦେଇ ନ ଥିବାବେଳେ ଯାଞ୍ଚ ପ୍ରକ୍ରିୟାରେ ୪ ଜଣ ଦଳୀୟ କାଉନ୍‌ସିଲର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଯାଇଛି। ଫଳରେ ଚଳିତ ପୌର ନିର୍ବାଚନରେ ୫ଟି ଓ୍ବାର୍ଡ କଂଗ୍ରେସ ଶୂନ୍ୟ ରହିଛି। ଏସବୁ ଓ୍ବାର୍ଡରେ ବିଜେଡି-ଭାଜପା ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ଅପରପକ୍ଷେ ୭ ନଗରପାଳ ପ୍ରାର୍ଥୀଙ୍କ ପ୍ରାର୍ଥତ୍ତ୍ୱ କାଏମ ରହିଛି। ଭୁବନ ଏନ୍‌ଏସିର ୧୫ଟି ୱାର୍ଡରୁ କାଉନ୍‌ସିଲର ପଦବୀରେ ମୋଟ ୪୪ଟି ନାମାଙ୍କନ ଦାଖଲ ହୋଇଥିଲା। ବିଭିନ୍ନ କାରଣରୁ ୧ନଂ. ଓ୍ବାର୍ଡର ଚନ୍ଦନ ସେଠୀ, ୫ନଂ. ଓ୍ବାର୍ଡର ଟୁକୁନା ସାହୁ , ୭ନଂ. ଓ୍ବାର୍ଡର ସୁକାନ୍ତ ସାହୁ, ୧୫ନଂ. ଓ୍ବାର୍ଡର ଲିଲି ନାଏକଙ୍କ ପ୍ରାର୍ଥିପତ୍ର ଯାଞ୍ଚରେ କଟିଯାଇଛି। ସମ୍ପୃକ୍ତ ୪ଜଣ କଂଗ୍ରେସ ପକ୍ଷରୁ ନାମାଙ୍କନ ଦାଖଲ କରିଥିଲେ। ସୂଚନାଯୋଗ୍ୟ, ଗତ ନିର୍ବାଚନରେ ଲିଲି ୧ନଂ. ଓ୍ବାର୍ଡର କାଉସିଲର ଭାବେ ବିଜୟୀ ହୋଇଥିଲେ। ତେବେ ଚଳିତ ନିର୍ବାଚନରେ ପ୍ରାର୍ଥିପତ୍ର ନାକଚ ହୋଇଯିବାରୁ ସେ ନିରାଶ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳା ପଲ୍‌ସରରେ ଆସି ଖେଳାଇଲେ ଆତଙ୍କ; ଭୁଜାଲି ଦେଖାଇ ଲୁଟିନେଲେ ୩୦ହଜାରରୁ ଅଧିକ ଟଙ୍କା

ଭୁବନ,୬।୭( ବିପିନ ବିହାରୀ ସେଠୀ) : ଢେଙ୍କାନାଳ ଜିଲା ଭୁବନ ମହିଳା କଲେଜ ନିକଟସ୍ଥ ଜାତୀୟ ରାଜପଥ ୫୩ ଓଭର ବ୍ରିଜ ଉପରେ ଏକ କଳା ପଲସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri