କ୍ଷତିପୂରଣ ମିଳୁନି: ଅଧାରେ ଏନ୍‌ଏଚ୍‌ କାମ

ଯାଜପୁର ଅଫିସ,୧୨।୧୦: ଜନଜୀବନର ସୁରକ୍ଷା ଏବଂ ନିରାପଦ ଗମନାଗମନ ପାଇଁ ୨୦୧୭ରୁ ରାଜ୍ୟରେ ୧୧୬୨ କିମି ଦୂରତା ବିଶିଷ୍ଟ ୨୨ଟି ଜାତୀୟ ରାଜପଥ (ଏନ୍‌ଏଚ୍‌) ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଏଥିପାଇଁ ଯାଜପୁର, ଅନୁଗୋଳ, ବାଲେଶ୍ୱର, କଟକ, ଦେବଗଡ଼, ଢେଙ୍କାନାଳ, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲାର ସମୁଦାୟ ୨୪୧୨ ହେକ୍ଟର ବେସରକାରୀ ଜମି ଅଧିଗ୍ରହଣ ହେଉଛି। ଏହିକ୍ରମରେ କ୍ଷତିଗ୍ରସ୍ତ ଜମି ମାଲିକଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ କମ୍ପିଟେଣ୍ଟ ଅଥରିଟି ଅଫ୍‌ ଲ୍ୟାଣ୍ଡ ଆକ୍ୟୁଜିଶନ (ସିଏଏଲ୍‌ଏ ବା କାଲା) ନିକଟରେ ୨୩୩୯.୭୨କୋଟି ଟଙ୍କା ଜମା ହୋଇଛି। ହେଲେ କାଲା କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଏଯାଏ ୨୪୨.୯୫୫ କୋଟି ଟଙ୍କା କ୍ଷତିଗ୍ରସ୍ତ ଜମି ମାଲିକଙ୍କୁ ବଣ୍ଟନ ହୋଇପାରି ନାହିଁ। ଫଳରେ ସମସ୍ତ ୨୨ଟି ପ୍ରକଳ୍ପ ଅଧାରେ ଅଟକି ରହିଛି। ଏହାବାଦ୍‌ ୨୦୨୧-୨୨ ଓ ୨୦୨୨-୨୩ ବର୍ଷ ପାଇଁ ନିଷ୍ପତ୍ତି ନିଆଯାଇଥିବା ୨୦ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରିନାହିଁ। ଏହି ମର୍ମରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟର ସଚିବ ତଥା ଏନଏଚ୍‌ଆଇଏର ଅଧ୍ୟକ୍ଷ ଗିରିଧର ଅରମନେ ସୂଚନା ଦେବା ପରେ ତପତ୍ରତା ପ୍ରକାଶ ପାଇଛି। ଏହାପରେ ନିର୍ମାଣ ବିଭାଗର
ସ୍ବତନ୍ତ୍ର ସଚିବ ଏଚ୍‌.କେ. ପାଢ଼ୀ ଜିଲାପାଳମାନଙ୍କୁ ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ଟଙ୍କା ପ୍ରଦାନ କରିବା ପାଇଁ କାଲା କର୍ତ୍ତୃପକ୍ଷଙ୍କୁ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।
ଏନ୍‌ଏଚ୍‌ଏଆଇ ଅଧ୍ୟକ୍ଷ ଅରମନେଙ୍କ ବିବୃତି ଅନୁସାରେ ଯାଜପୁର ଜିଲା ଦେଇ ଯାଇଥିବା ୪ଟି ଏନ୍‌ଏଚ୍‌ ସମ୍ପ୍ରସାରଣ ଓ ନିର୍ମାଣ କାର୍ଯ୍ୟ ଚାଲିଛି। ଏଥିରେ ୧୬ ନମ୍ବର ଏନ୍‌ଏଚ୍‌ର ଚଣ୍ଡିଖୋଲ-ଭଦ୍ରକ ୬ ଲାଇନ ବିଶିଷ୍ଟ ପ୍ରକଳ୍ପରେ ୭୪.୫ କିମି ଲମ୍ବ ରହିଛି। ଏଥିପାଇଁ ୧୨୩୦.୫୫ କୋଟି ଟଙ୍କା ଅଟକଳ ହୋଇଥିବାବେଳେ ଦିଲୀପ ବିଲ୍‌ଡକନ୍‌ ଠିକାସଂସ୍ଥା ନିର୍ମାଣ ଦାୟିତ୍ୱରେ ରହିଛି। ଏହି ପ୍ରକଳ୍ପ ୧୨ା୬ା୨୦୨୧ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଧାର୍ଯ୍ୟ ହୋଇଥିଲା। କିନ୍ତୁ କାର୍ଯ୍ୟରେ ମନ୍ଥରତା କାରଣରୁ ସମୟସୀମାକୁ ବୃଦ୍ଧି କରାଯାଇ ଆସନ୍ତା ୧୨ା୫ା୨୦୨୨ ତାରିଖକୁ ଧାର୍ଯ୍ୟ କରାଯାଇଛି। କାର୍ଯ୍ୟର ଅଗ୍ରଗତି(୬୧%)କୁ ଅବଲୋକନ କଲେ ଏହି ଧାର୍ଯ୍ୟ ତାରିଖ ମଧ୍ୟ ଘୁଞ୍ଚିପାରେ ବୋଲି ମନେ ହେଉଛି। ୫୩ ନମ୍ବର ଏନ୍‌ଏଚ୍‌ରେ ଡୁବୁରୀ-କାମାକ୍ଷାନଗର ୫୧.୨ କିମି ୪ ଲେନ୍‌ କାର୍ଯ୍ୟ ପାଇଁ ୭୬୧.୧୧ କୋଟି ଟଙ୍କା ମଞ୍ଜୁର ହୋଇଛି। ଜିଆର୍‌ ଇନ୍‌ଫ୍ରା ଠିକାସଂସ୍ଥା ଏହାର ନିର୍ମାଣ ଦାୟିତ୍ୱରେ ରହିଛି। ଏହାର ସମୟସୀମା ୨୧ା୮ା୨୦୨୧ ରହିଥିଲାବେଳେ ପୁଣି ୩୧ା୩ା୨୦୨୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏଯାଏ ମାତ୍ର ୭୭ ପ୍ରତିଶତ କାମ ହୋଇଛି। ୫୩ ନମ୍ବର ଏନ୍‌ଏଚ୍‌ରେ ଡୁବୁରୀ-ଚଣ୍ଡିଖୋଲ ୪ଲେନ୍‌ କାର୍ଯ୍ୟ ମାତ୍ର ୨୭% ହୋଇଛି। ୩୯.୪ କିମି ଲମ୍ବ ଏହି ସମ୍ପ୍ରସାରଣ କାର୍ଯ୍ୟ ପାଇଁ ୭୮୯.୨୩ କୋଟି ଟଙ୍କା ଅଟକଳ ହୋଇଛି। ଗାମନ ଇଞ୍ଜିନିୟର୍ସ ଆଣ୍ଡ କଣ୍ଟ୍ରାକ୍ଟର୍ସ ଠିକାସଂସ୍ଥା ଏହାର ନିର୍ମାଣ ଦାୟିତ୍ୱରେ ରହିଛି। ଆସନ୍ତା ୧୦ା୮ା୨୦୨୨ ସୁଦ୍ଧା ସାରିବାକୁ ସମୟ ଧାର୍ଯ୍ୟ ହୋଇଛି। ସେହିପରି ୨୦ ନମ୍ବର ଏନ୍‌ଏଚ୍‌ରେ ପାଣିକୋଇଲି-ରେମୁଳି ପ୍ରକଳ୍ପର ବାକି ୭ କି.ମି. କାମ ପାଇଁ ୧୮୩.୯୫ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଆର୍‌ଏସ୍‌ଏସ୍‌ ଠିକାସଂସ୍ଥାକୁ ଏହାର ନିର୍ମାଣ ଦାୟିତ୍ୱ ଦିଆଯାଇଛି। ତେବେ ଏହାର ମାତ୍ର ୮% କାମ ସରିଛି। ଉପରୋକ୍ତ ୪ ପ୍ରକଳ୍ପ ପାଇଁ ୧୨୬.୭୩୯ ହେକ୍ଟର ଜମିର କ୍ଷତିପୂରଣ ଟଙ୍କା ବାବଦକୁ ୫୭.୦୦୭ କୋଟି ଟଙ୍କା କାଲା ପାଖରେ ଜମା ହୋଇଛି। ହେଲେ ଏଯାଏ ୪.୪୭୭ କୋଟି ଟଙ୍କା କ୍ଷତିଗ୍ରସ୍ତ ଜମିମାଲିକଙ୍କୁ ପ୍ରଦାନ କରାଯାଇ ପାରିନାହିଁ। ଏନେଇ ଯାଜପୁର ସହକାରୀ ଜିଲାପାଳ ତଥା କାଲା ଅଧିକାରୀ ତରଣୀସେନ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, କାଗଜପତ୍ର ଦେଖିବା ପରେ ସେ କିଛି କହିପାରିବେ।
ଅନ୍ୟ ଏନ୍‌ଏଚ୍‌ ନିର୍ମାଣ କାର୍ଯ୍ୟଗୁଡ଼ିକର ଅଗ୍ରଗତିକୁ ଦେଖିଲେ, ଅନୁଗୋଳ-ସମ୍ବଲପୁର ଏନ୍‌ଏଚ୍‌ କାର୍ଯ୍ୟ ୫୩% ସରିଥିବାବେଳେ ତିଳେଇବଣି-ସମ୍ବଲପୁର ୭୨%, ବାହାରଗୋଡା-ସିଙ୍ଗରା ୯୫%, କଟକ-ଅନୁଗୋଳ ୫୦%, ରେମୁଳି-କୋଇଡା ୮୪%, କୋଇଡା-ରାଜାମୁଣ୍ଡା ୭୮%, ବୀରମିତ୍ରପୁର-ବ୍ରାହ୍ମଣୀବ୍ରିଜ ୬୦%, ସିଙ୍ଗରା-ବିଞ୍ଜାବାହାଲ ୯୧%, ପୁଇଁତୋଲା-ଟାଙ୍ଗି ୫୬%, ରାଜାମୁଣ୍ଡା-ବାରକୋଟ ୨୭%, ବ୍ରାହ୍ମଣୀ ବ୍ରିଜ-ରାଜାମୁଣ୍ଡା ୮୨%, ତାଳଚେର-କାମାକ୍ଷାନଗର ୬୨%, ଟାଙ୍ଗି-ଭୁବନେଶ୍ୱର ୪୭%, ଭଦ୍ରକ-ବାଲେଶ୍ୱର ଏନ୍‌ଏଚ୍‌ ନିର୍ମାଣ କାର୍ଯ୍ୟ ୪୦% ଶେଷ ହୋଇଛି। ସେହିପରି ବାଲିକୁଦା, ଶିଖରପୁର, ବଡ଼ଚଣାରେ ଭାଇକୁଲାର ଅଣ୍ଡରପାସ୍‌(ଭିୟୁପି) କାର୍ଯ୍ୟ ୪୩%, ହଂସପାଳଠାରେ ଫ୍ଲାଇଓଭର ବ୍ରିଜ୍‌ ୫% ଏବଂ ବାଲେଶ୍ୱର, ବାରିପଦା ଓ ଝାରପୋଖରିଆଠାରେ ଭିୟୁପି ନିର୍ମାଣ ୮% କାମ ସରିଛି। ଏହି କାରଣରୁ ଭାରତମାଳା, ବନ୍ଦର ସଂଯୋଗୀକରଣ ଓ ଏନ୍‌ଏଚ୍‌ଡିପି ପ୍ରକଳ୍ପରେ ୨୦୨୧-୨୨ ଏବଂ ୨୦୨୨-୨୩ ବର୍ଷ ପାଇଁ ୨୦ ପ୍ରକଳ୍ପ କାମ ଆରମ୍ଭ ହୋଇପାରିନାହିଁ ବୋଲି ଏନ୍‌ଏଚ୍‌ଏଆଇ ଅଧ୍ୟକ୍ଷ ଅରମନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri