ବେଗ ଉପରେ ଲାଗୁନି ବ୍ରେକ୍‌

ଅନୁଗୋଳ ଅଫିସ, ୧୩।୧୨: ସହର, ବଜାର କିମ୍ବା କଲୋନୀ ଅଞ୍ଚଳ ରାସ୍ତାରେ ଦ୍ରୁତଗତିରେ ଗାଡ଼ି ଚାଳନା ଉପରେ କଟକଣା ରହିଛି। ଏପରି କି ଡାକ୍ତରଖାନା, ସ୍କୁଲ ନିକଟରେ ଉଚ୍ଚଶବ୍ଦରେ ହର୍ନକୁ ମଧ୍ୟ ବାରଣ କରାଯାଇଛି। ଏହାର ଉଲ୍ଲଂଘନ ହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା। କିନ୍ତୁ ଅନୁଗୋଳ ସହରରେ ଏପରି କଟକଣାକୁ ଖାତିର କରାଯାଉ ନ ଥିବା ଦୈନିକ ଦେଖାଯାଉଥିଲେ ମଧ୍ୟ ପୋଲିସ ଓ ପରିବହନ କର୍ତ୍ତୃପକ୍ଷ ନୀରବଦ୍ରଷ୍ଟା ସାଜିଛନ୍ତି।
ଅନୁଗୋଳ ସହର ମଧ୍ୟଦେଇ ୫୫ନଂ. ଜାତୀୟ ରାଜପଥ ଯାଇଥିବାରୁ ଅନେକ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ବିଶେଷକରି ଭାରିଯାନ ଚଳାଚଳକୁ ଏଠାରେ ନିୟନ୍ତ୍ରଣ କରାଯାଇ ପାରୁନାହିଁ। ସହରରେ ଲୋକସଂଖ୍ୟା ବଢ଼ୁଥିବାବେଳେ ଶିଳ୍ପବହୁଳ ଜିଲା ହୋଇଥିବାରୁ ଦୈନିକ ବାହାର ଅଞ୍ଚଳରୁ ସହସ୍ରାଧିକ ଲୋକଙ୍କ ଆତଯାତ ହେଉଛି। ତେଣୁ ସହରାଞ୍ଚଳ ରାସ୍ତାରେ ସର୍ବଦା ଭିଡ଼ ଲାଗିରହୁଛି। ଏହାକୁ ଦୃଷ୍ଟିରେ ରଖି ଗାଡ଼ିର ବେଗ ନିୟନ୍ତ୍ରଣ ନିମନ୍ତେ ବିଭିନ୍ନ ରାସ୍ତାରେ ସୂଚନା ଫଳକ ଲଗାଯାଇଛି। କିନ୍ତୁ ରାଜପଥରେ ଟ୍ରକ୍‌, ବସ୍‌, କାର୍‌ ଆଦି କଟକଣା ମାନୁ ନ ଥିବାବେଳେ ସ୍ପିଡ୍‌ ବାଇକଗୁଡ଼ିକ ଅଧିକ ଚିନ୍ତାର କାରଣ ହୋଇଛି। ଭିଆଇପି ରୋଡ୍‌ରେ ଥିବା ଏସ୍‌ପିଙ୍କ ଆବାସିକ କାର୍ଯ୍ୟାଳୟ, ଉତ୍ତରକେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ଆବାସିକ କାର୍ଯ୍ୟାଳୟ ସହ ମେଡିକାଲ, କୋର୍ଟ, ଥାନା, ଜିଲା କାର୍ଯ୍ୟାଳୟ, ଏସ୍‌ପି କାର୍ଯ୍ୟାଳୟ, ସ୍କୁଲ ନିକଟରେ ମଧ୍ୟ କଟକଣାର ଉଲ୍ଲଂଘନ ହେଉଛି। ବିକଟାଳ ହର୍ନ ଶବ୍ଦ ପ୍ରଦୂଷଣ ବଢ଼ାଉଛି। ପୋଲିସ କିମ୍ବା ପରିବହନ ବିଭାଗ ପକ୍ଷରୁ ନିୟମିତ ଯାଞ୍ଚ କରାଯାଉ ନ ଥିବାରୁ ସହରବାସୀଙ୍କ କ୍ଷେତ୍ରରେ ଦୁର୍ଘଟଣା ଆଶଙ୍କା ବଢ଼ିଯାଉଛି। ଲୁଟେରା ଓ ଛିନ୍‌ତାଇ ଗ୍ୟାଙ୍ଗ ସହରରେ ଲୁଟ୍‌ପାଟ କରି ଫେରାର ହୋଇଯାଉଛନ୍ତି। ଗତ ସପ୍ତାହରେ ବିଇଡି କଲେଜ କଲୋନୀ ନିକଟ, ଗୀତାଗ୍ରାମ ଅଞ୍ଚଳ ଓ ଗାନ୍ଧୀ ମାର୍ଗରେ ମହିଳାମାନଙ୍କଠାରୁ ବ୍ୟାଗ, ଚେନ୍‌ ଆଦି ଛିନ୍‌ତାଇ କରାଯାଇଛି। ତଥାପି ପୋଲିସ କିମ୍ବା ପରିବହନ କର୍ତ୍ତୃପକ୍ଷ ସତର୍କ ହୋଇ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି।

 

ରଫ୍‌ ଡ୍ରାଇଭ୍‌ରେ କେସ୍‌ ବୁକ୍‌ ହେଉଛି
ଦ୍ରୁତ ଗତିରେ ଗାଡ଼ି ଚାଳନା କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିୟମ ରହିଛି। ଗାଡ଼ି ସିଜ୍‌ କରାଯାଇ ମାମଲା ରୁଜୁ କରାଯାଉଛି। ସହରରେ ଦ୍ରୁତ ଗତିରେ ଗାଡ଼ି ଚାଳନା କରୁଥିବା ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ବିଭବ ରଞ୍ଜନ ସାମନ୍ତସିଂହାର, ଆଞ୍ଚଳିକ ପରିବହନ ଅଧିକାରୀ

ସ୍ପେଶାଲ ଡ୍ରାଇଭ ହେବ
ଦ୍ରୁତଗତିରେ ଗାଡ଼ି ଚଳାଉଥିବା ଚାଳକଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ଗାଡ଼ି ମଧ୍ୟ ଜବତ ହେଉଛି। ବିଭିନ୍ନ ସ୍ଥାନରେ ନାକା ଲଗାଯାଇ ନଜର ରଖାଯାଉଛି। ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ସ୍ପେଶାଲ ଡ୍ରାଇଭ ମଧ୍ୟ କରାଯିବ।
-ଜଗମୋହନ ମୀନା, ଅନୁଗୋଳ ଏସ୍‌ପି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?