କଥା ରଖିଲେ ନୀତୀଶ

ପାଟନା,୧ ।୩: ବିହାର ବିଧାନସଭା ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟବାସୀଙ୍କୁ କଥା ଦେଇଥିଲେ ଯେ କରୋନା ଟିକା ମାଗଣାରେ ଦେବେ । ଏବେ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି । ବିହାର ସରକାର ସ୍ଥିର କରିଛନ୍ତି ଯେ ମାର୍ଚ୍ଚ ୧ ଅର୍ଥାତ୍ ସୋମବାରଠାରୁ ଆରମ୍ଭ ହେଉଥିବା ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣରେ କେବଳ ସରକାରୀ ନୁହେଁ ବେସରକାରୀ ହସ୍ପିଟାଲରେ ବି ଲୋକଙ୍କୁ ମାଗଣାରେ ଟିକା ଯୋଗାଇ ଦିଆଯିବ । ସରକାର ଏହାର ସମ୍ପୂର୍ଣ୍ଣ ଖର୍ଚ୍ଚ ଉଠାଇବେ । ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ରବିବାର ଆୟୋଜିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସୋମବାରଠାରୁ ଆରମ୍ଭ ହେଉଥିବା ଟିକାକରଣରେ କେବଳ ୬୦ ବର୍ଷରୁ ଊର୍ଦ୍ଧ୍ୱ ଓ ଜଟିଳ ରୋଗରେ ପୀଡିତ ୪୫ ବର୍ଷର ବ୍ୟକ୍ତିଙ୍କୁ ଏହି ଟିକା ଦିଆଯିବ । କେନ୍ଦ୍ର ସରକାର ପ୍ରତି ଡୋଜ୍‌ର ଦାମ ୨୫୦ ଟଙ୍କା ରଖିଛନ୍ତି । ହେଲେ ବିହାରବାସୀଙ୍କୁ ଏହା ମାଗଣାରେ ଯୋଗାଇ ଦିଆଯିବ । ସୂଚନାଯୋଗ୍ୟ, ବିହାର ବିଧାନସଭା ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟି(ଭାଜପା) କହିଥିଲା ଯଦି ସେ ଶାସନ କ୍ଷମତାକୁ ଆସିବ ତେବେ ବିହାରବାସୀଙ୍କୁ ମାଗଣାରେ କରୋନା ଟିକା ଯୋଗାଇ ଦିଆଯିବ । ଯାହା ଆଜି ପୂରଣ କରିବାକୁ ଯାଉଛନ୍ତି ନୀତୀଶ କୁମାର ।


Enter your email to get our daily news in your inbox.

All Right Reserved By Dharitri.Com

ରାଗିଲେ ଦୁଷ୍ୟନ୍ତ ଚୌତାଲା

ଚଣ୍ଡିଗଡ଼,୨୯ ।୮: କରନାଲ ଏସ୍‌ଡିଏମଙ୍କ ଭାଇରାଲ ଭିଡିଓ ଦେଖିବା ପରେ ହରିୟାଣାର ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଉକ୍ତ...

୧୦୫ ବର୍ଷରେ କରୋନାକୁ ଜିତିଲେ

କୋଲ୍ଲାମ୍‌: ସମଗ୍ର ଦେଶରେ କରୋନା ସଂକ୍ରମିତ ଏବଂ ଏହା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ଏଭଳି ସମୟରେ କେରଳର ଜଣେ ୧୦୫ ବର୍ଷୀୟା ମହିଳା କରୋନାକୁ...

ମନ୍ଦିରରେ ପ୍ରବେଶ କରିବାରୁ ୨ ବର୍ଷ ଶିଶୁଙ୍କ ମାତାପିତାଙ୍କୁ ଦଣ୍ଡ, ୨୩ ହଜାର ଜରିମାନା…

କୋପ୍ପଲ,୨୨।୯: ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଥିବା ସମ୍ପର୍କ ଅତି ନିଆରା। ଭଗବାନ ଭକ୍ତର ଭାବରେ ବନ୍ଧା। ଭଗବାନଙ୍କୁ ଦର୍ଶନ କରିବାରେ ଭକ୍ତଙ୍କ ଉପରେ ପହରା...

ଦେଶବାସୀଙ୍କୁ ଇଦ୍‌ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୫।୫: ଇଦ-ଉଲ-ଫିତର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିଜ ବାର୍ତ୍ତାରେ ମୋଦି କହିଛନ୍ତି, ଏହି ପର୍ବ ପ୍ରେମ, ଶାନ୍ତି, ଭାତୃତ୍ୱ...

୧୩ରୁ ଆରମ୍ଭ ହେବ କୋଭିଡ୍‌-୧୯ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ

ନୂଆଦିଲ୍ଲୀ, ୪ା୨- ଟିକାକରଣ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ କୋଭିଡ-୧୯ ଭାକ୍ସିନର ପ୍ରଥମ ଡୋଜ ନେଇଥିବା ସ୍ବସ୍ଥ୍ୟକର୍ମୀଙ୍କୁ ଆସନ୍ତା ୧୩ ତାରିଖରେ ଦ୍ୱିତୀୟ ଡୋଜ ଦିଆଯିବ। ଏ...

ସୁଶାନ୍ତ ଆତ୍ମହତ୍ୟା ମାମଲା: ରିୟାଙ୍କୁ ଇଡିର ସମନ

ମୁମ୍ବାଇ,୫।୮: ବଲିଉଡ୍‌ର ପ୍ରତିଭାଶାଳୀ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଦିନକୁ ଦିନ ବିବାଦ ଘେରରେ...

ଜୀବନ ନେଇପାରେ ଦେଶୀ, ନକଲି ମଦ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ମହାମାରୀ କରୋନାକୁ ନେଇ ଏବେ ସମସ୍ତେ ଆତଙ୍କିତ। ଘାତକ ଭୂତାଣୁ ‘କୋଭିଡ୍‌-୧୯’ କବଳରୁ ରକ୍ଷା ପାଇବା ପାଇଁ ଏଯାଏ ସଫଳ ଔଷଧ ବାହାରି ନାହିଁ।...

ରାଜ୍ୟରେ ନୂଆ ୧୫୭ କରୋନା ପଜିଟିଭ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୩୭୨୩ରେ ପହଞ୍ଚିଲା

ଭୁବନେଶ୍ୱର, ୨୦।୧(ବ୍ୟୁରୋ): ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ବୁଧବାର ଦିନ ରାଜ୍ୟରୁ ୧୫୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ...

Advertisement
Archives

Model This Week