Posted inଜାତୀୟ

ନୀତୀଶ ଜଣେ ଇଞ୍ଜିୟର, ତେବେ ବି କିଭଳି ଗୋଟିଏ ପୋଲ ଦୁଇଥର ଭୁଶୁଡ଼ିଲା: ମୁଖ୍ୟମନ୍ତ୍ରୀଙ୍କୁ ଚିରାଗ ପାସଓ୍ବାନଙ୍କ ପ୍ରଶ୍ନ …

ପାଟନା,୭।୬ : ବିହାରର ଭାଗଲପୁରରେ ଗଙ୍ଗା ନଦୀ ଉପରେ ନିର୍ମିତ ଅଗୁୱାନି-ସୁଲତାନଗଞ୍ଜ ବ୍ରିଜ ଭୁଶୁଡ଼ିବା ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଚାଲିଛି। ଜମୁଇର ଲୋକସଭା ଏମପି ତଥା ଏଲଜେପି ରାମ ବିଲାସ ମୁଖ୍ୟ ଚିରାଗ ପାସୱାନ ବର୍ତ୍ତମାନ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପ୍ରଶ୍ନ କରିଛନ୍ତି। ଚିରାଗ ପ୍ରଶ୍ନ ଉଠାଇଛନ୍ତି, ମୁଖ୍ୟମନ୍ତ୍ରୀ ନୀତୀଶ ନିଜେ ଜଣେ ଇଞ୍ଜିନିୟର, ତଥାପି ତାଙ୍କର ସ୍ବପ୍ନର ପୋଲ ନିର୍ମାଣ ସମୟରେ କିଭଳି ଦୁଇଦୁଇ ଥର ଭୁଶୁଡ଼ିଲା ? ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା କାହିଁକି?

ଖବର ଅନୁଯାୟୀ, ବ୍ରିଜ ଦୁର୍ଘଟଣା ସମ୍ପର୍କରେ ଗଣମାଧ୍ୟମ ସହ ଆଲୋଚନା ବେଳେ ଚିରାଗ ପାସୱାନ ନୀତୀଶ କୁମାରଙ୍କ ଉଦ୍ଦେଶ୍ୟରେ ଏଭଳି କହିଛନ୍ତି। ପୋଲ ଭୁଶୁଡ଼ିବା ମୁଖ୍ୟମନ୍ତ୍ରୀଙ୍କ ଛତ୍ରଛାୟାରେ ଦୁର୍ନୀତି ହେଉଥିବାର ଏକ ଦୃଢ଼ ପ୍ରମାଣ। ମୁଖ୍ୟମନ୍ତ୍ରୀ ନୀତୀଶ ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଛନ୍ତି। ସେ ଦେଶ ଭ୍ରମଣରେ ବ୍ୟସ୍ତ। ନିଜ ରାଜ୍ୟବାସୀଙ୍କ ସମସ୍ୟା ଦେଖିବାକୁ ତାଙ୍କ ପାଖରେ ସମୟ ନାହିଁ ।

ନୀତୀଶ କହୁଛନ୍ତି ବିହାର ଦେଖିଛି, ଏବେ ଦେଶ ଦେଖିବ। ସେ ଦେଶକୁ କ’ଣ ଦେଖାଇବେ? ବର୍ତ୍ତମାନ ବିହାରରେ ଏହି ପୋଲ ଭୁଶୁଡି ପଡିଛି, ଏବେ ସେମାନେ ସାରା ଦେଶରେ କ’ଣ ପୋଲ ଭାଙ୍ଗିବେ। ଭାଗଲପୁର ପୋଲ ଭୁଶୁଡ଼ିବା ଉପରେ ପ୍ରଶ୍ନ ଉଠାଇ ପାସୱାନ କହିଛନ୍ତି ପୋଲଟି ପ୍ରଥମେ ଭୁଶୁଡ଼ିବା ବେଳେ ନିର୍ମାଣକାରୀ କମ୍ପାନୀ କାହିଁକି କଳା ତାଲିକାଭୁକ୍ତ ହୋଇନାହିଁ? ମୁଖ୍ୟମନ୍ତ୍ରୀ ନୀତୀଶ କମ୍ପାନୀକୁ ବଞ୍ଚାଇବାରେ କାହିଁକି ନିୟୋଜିତ? ସେ କହିଛନ୍ତି ଯଦି ପ୍ରଥମ ଘଟଣାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାନ୍ତା, ତେବେ ଏଭଳି ଦିନ ଦେଖିବାକୁ ପଡ଼ି ନ ଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?