ଭାଇରାଲ ହେଉଛି ନୀତା ଅମ୍ବାନୀଙ୍କ ଜନ୍ମଦିନର ଲୁକ୍‌, ଭିଡିଓ ଦେଖିଲେ…

ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀ ୬୨ ବର୍ଷରେ ପାଦ ଥାପିଛନ୍ତି। ତେବେ ତାଙ୍କର ଜନ୍ମଦିନ ନଭେମ୍ବର ୧ରେ ପାଳନ କରିଥିଲେ। ଏବେ ତାଙ୍କ ଜନ୍ମଦିନ ପାଳନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଅମ୍ବାନୀ ପରିବାରର ଫ୍ୟାନ୍‌ ପେଜରେ ନୀତାଙ୍କ ଜନ୍ମଦିନର ଏକ ଭିଡିଓ ଶେୟାର କରାଯାଇଛି। ଭିଡିଓର କ୍ୟାପ୍‌ଶନରେ ଲେଖାଯାଇଛି, ‘ନୀତା ଅମ୍ବାନୀ ଜାମନଗରରେ ଟିମ୍‌ ସହିତ ତାଙ୍କର ଜନ୍ମଦିନ ପାଳନ କରିଛନ୍ତି।’

 

View this post on Instagram

 

A post shared by Ambani Family (@ambani_update)


ନୀତା ତାଙ୍କ ଜନ୍ମଦିନ ପାଳନ ପାଇଁ ଏକ ରାଜକୀୟ ଗୋଲାପୀ ରଙ୍ଗର ଡ୍ରେସ୍‌ ପିନ୍ଧିଥିଲେ। ସେ ସୁନା କାନଫୁଲ ଏବଂ ଏକ ବେଣୀ ସହିତ ତାଙ୍କର ଲୁକ୍‌କୁ ଶେଷ କରିଥିଲେ। ମୁଣ୍ଡରେ ଏକ ବଡ଼ ଟିକିଲି ତାଙ୍କ ଲୁକ୍‌କୁ ପୂରା କମ୍ପ୍ଲିଟ୍‌ କରିଥିଲା।

ଭିଡିଓରେ ନୀତା ତାଙ୍କ ରୁମ୍‌ରୁ ବାହାରି ଯାଉଥିବା ଦେଖାଯାଉଛି ଯେଉଁଠାରେ ଗୋଲାପ ଫୁଲର ପାଖୁଡ଼ାରେ ଏକ ରାସ୍ତା ତିଆରି କରାଯାଇଛି। ପରେ ନୀତା ତାଙ୍କର ଚପଲ ଖୋଲି ସେହି ଫୁଲ ଉପରେ ଚାଲିଚାଲି ଯାଉଛନ୍ତି। ଏହି ସମୟରେ ନୀତା ବହୁତ ଖୁସି ଦେଖାଯାଉଛନ୍ତି। ତାଙ୍କ ଟିମ୍‌ ନୀତାଙ୍କ ପାଇଁ ଏକ ସୁନ୍ଦର ଜନ୍ମଦିନ ପାର୍ଟି ଆୟୋଜନ କରିଥିଲା। ଯେଉଁଠାରେ ସେ ଟିମ୍‌ ସହିତ କେକ୍‌ କାଟି ସମସ୍ତଙ୍କୁ ଖୁଆଇଥିଲେ।

ନୀତା ଅମ୍ବାନୀ ରିଲାଏନ୍ସ ଫାଉଣ୍ଡେଶନ ଏବଂ ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାଶନାଲ ସ୍କୁଲର ଅଧ୍ୟକ୍ଷା ଏବଂ ପ୍ରତିଷ୍ଠାତା। ସେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଜଣେ ନିର୍ଦ୍ଦେଶକ ମଧ୍ୟ। ନୀତା ଏବଂ ମୁକେଶ ତିନୋଟି ସନ୍ତାନର ପିତାମାତା ଜଣେ ଝିଅ, ଈଶା ଅମ୍ବାନୀ ଏବଂ ଦୁଇ ପୁଅ, ଆକାଶ ଏବଂ ଅନନ୍ତ ଅମ୍ବାନୀ। ନୀତାଙ୍କ ତିନି ସନ୍ତାନ ବିବାହ କରିସାରିଛନ୍ତି।

ନୀତା ତାଙ୍କର ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ବେଶ୍‌ ଜଣାଶୁଣା। ସେ ଜଣେ ଫ୍ୟାଶନ ଆଇକନ। ତାଙ୍କର ଲୁକ୍‌ ପ୍ରାୟତଃ ଭାଇରାଲ ହୁଏ। ନୀତା ତାଙ୍କ ବୋହୂ, ରାଧିକା ମର୍ଚ୍ଚାଣ୍ଟଙ୍କ ସହିତ ମନୀଷ ମାଲହୋତ୍ରାଙ୍କ ଦୀପାବଳି ପାର୍ଟିରେ ଯୋଗ ଦେଇଥିଲେ। ସେମାନଙ୍କର ଲୁକ୍‌ ବି ଭାଇରାଲ ହୋଇଥିଲା।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାଇ ଅର୍ଜୁନ ତେନ୍ଦୁଲକରଙ୍କୁ ଏମିତି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସାରା, ସଭିଏଁ କହୁଛନ୍ତି…

ମୁମ୍ବାଇ,୨୪।୯: ଅର୍ଜୁନ ତେନ୍ଦୁଲକର ଗୁରୁବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି; ତାଙ୍କର ଜନ୍ମ ୨୪ ସେପ୍ଟେମ୍ବର ୧୯୯୯ରେ ହୋଇଥିଲା। ‘କ୍ରିକେଟର ଭଗବାନ’ ଭାବେ ପରିଚିତ ସଚିନ…

ବିଧାନସଭା ନିର୍ବାଚନ ପୂର୍ବରୁ BJPର ବଡ଼ ଘୋଷଣା: ବିଭିନ୍ନ ରାଜ୍ୟରେ ୨୪ ନୂଆ ପଦାଧିକାରୀ ନିଯୁକ୍ତ

ନୂଆଦିଲ୍ଲୀ,୨୪।୯: ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନ ପୂର୍ବରୁ BJP ନିଜର ସାଙ୍ଗଠନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଆରମ୍ଭ କରିଛି। ଏହି ପ୍ରକ୍ରିୟାର ଅଂଶବିଶେଷ…

ଗୁଡ଼ାରିରୁ OSRTC ବସ୍ ସେବା ଦାବି: ବିଧାନସଭାରେ ଉଠିଲା ପ୍ରଶ୍ନ, ମନ୍ତ୍ରୀ କହିଲେ….

ଗୁଡାରି,୨୪।୯(ପ୍ରମୋଦ କୁମାର ପତି ): ଗୁଡାରିରୁ ରାଜଧାନୀ ଭୁବନେଶ୍ୱରକୁ ସରକାରୀ ବସ ସେବା ପ୍ରଦାନ ନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ।…

୫୯ ନଂ ଜାତୀୟ ରାଜପଥ ଗାଜଲବାଡି ଘାଟି ସିଲ୍, ଗୋପାଳପୁର-ରାଇପୁର ଯାତାୟାତ ବନ୍ଦ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟି ରାସ୍ତାକୁ ସିଲ୍ କଲା କନ୍ଧମାଳ ଜିଲା…

ବିଦାୟ ନେବାକୁ ପ୍ରସ୍ତୁତ ମୌସୁମୀ: ଆପଣଙ୍କ ରାଜ୍ୟରେ କେବେ ବର୍ଷା ବନ୍ଦ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୯: ପ୍ରବଳ ବର୍ଷା ପରେ, ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଚଳିତ ବର୍ଷ ମୌସୁମୀ ୫ଦିନ…

ଜ୍ଞାନେଶ କୁମାରଙ୍କୁ CJPର ଅଲ୍ଟିମେଟମ୍, ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦାବି, ନଚେତ୍…

ନୂଆଦିଲ୍ଲୀ,୨୪।୯: ନିର୍ବାଚନ କମିଶନ ଓ ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ ପ୍ରକ୍ରିୟା (SIR)କୁ ନେଇ ବିବାଦ ମଧ୍ୟରେ କକରୋଚ୍ ଜନତା ପାର୍ଟି (CJP) ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅଷ୍ଟ୍ରେଲିଆ ଦିନିକିଆ ଅଧିନାୟକ ପଦରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କିଏ ନେଲା ପ୍ୟାଟ କମିନ୍ସଙ୍କ ସ୍ଥାନ

ନୂଆଦିଲ୍ଲୀ,୨୪।୯: ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ବର୍ତ୍ତମାନ ଡର୍ବାନରେ ଖେଳାଯାଉଛି। ଏହି ମ୍ୟାଚରେ ମିଚେଲ ମାର୍ଶ ଅଷ୍ଟ୍ରେଲୀୟ ଦଳର ଅଧିନାୟକତ୍ୱ କରୁଛନ୍ତି,…

କଳିଙ୍ଗା ଘାଟିରେ ଭୂସ୍ଖଳନ: ଯାତାୟାତ ବନ୍ଦ, ଘଟଣାସ୍ଥଳରେ ପ୍ରଶାସନ

ଜି.ଉଦୟଗିରି, ୨୪।୯ (ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସମ୍ଭାବ୍ୟ ବାତ୍ୟାର ପ୍ରଭାବ ସହ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲାର କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?