ଭାଜପାକୁ ଟାର୍ଗେଟ କଲେ ନିରଞ୍ଜନ, ଆକ୍ରମଣ ଘଟଣାରେ ଜଣେ ଅଟକ

କେନ୍ଦୁଝର,୧୮।୧(ସ୍ବ.ପ୍ର.): ରବିବାର କେନ୍ଦୁଝରରେ ହୋଇଥିବା ଆକ୍ରମଣ ଘଟଣାରେ ଟାଉନ ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଅନ୍ୟମାନଙ୍କୁ ଧରିବ ପାଇଁ ଉଦ୍ୟମ ଜାରି ରଖିଛି ବୋଲି ଟାଉନ ଥାନା ଅଧିକାରିଣୀ ପ୍ରମୋଦିନୀ ସାହୁ କହିଛନ୍ତି। ଅଟକ ଯୁବକ ହେଉଛନ୍ତି ସଞ୍ଜୟ ମହାନ୍ତି। ଘର କେନ୍ଦୁଝର ଟାଉନ ମାଧପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଟୁଇଟ୍‌ ଯୋଗେ ସିଧାସଳଖ ଭାଜପାକୁ ଟାର୍ଗେଟ କରିଛନ୍ତି।ତାଙ୍କ କାର୍‌ ଉପରେ ହୋଇଥିବା ଆକ୍ରମଣ ଏବଂ ସୁରକ୍ଷାକର୍ମୀ ଓ ଡ୍ରାଇଭରଙ୍କୁ ମାଡ଼ ମାରିବା ଘଟଣାକୁ ଭୀରୁତା ବୋଲି କହିବା ସହ ଦଳର ଆଭିମୁଖ୍ୟକୁ ନେଇ ସମାଲୋଚନା କରିଛନ୍ତି। ‘ଆକ୍ରମଣକାରୀ ଭାଜପା ଯୁବ ମୋର୍ଚ୍ଚାର ସଦସ୍ୟ ଜାଣି ସେ ଆଶ୍ଚର୍ଯ୍ୟ’ ବ୍ୟକ୍ତ କରିବା ସହ ରାଜନୈତିକ ଉଦ୍ଦେଶ୍ୟ ରଖି ଆକ୍ରମଣ କରାଯାଇଥିବା ସେ ଉଲ୍ଲେଖ କରିଛନ୍ତ। ସେ ଭାଜପା ଦଳର ନୀତି ବିରୋଧରେ ସ୍ବର ଉତ୍ତୋଳନ କରିବାରୁ ଆକ୍ରମଣ ହୋଇଥିବା କହିବା ସହ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ଓ ରାଜ୍ୟ ପ୍ରଭାରୀ ପୁରୁନ୍ଦେଶ୍ୱରୀଙ୍କୁ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri