ଭାଜପାକୁ ଟାର୍ଗେଟ କଲେ ନିରଞ୍ଜନ, ଆକ୍ରମଣ ଘଟଣାରେ ଜଣେ ଅଟକ

କେନ୍ଦୁଝର,୧୮।୧(ସ୍ବ.ପ୍ର.): ରବିବାର କେନ୍ଦୁଝରରେ ହୋଇଥିବା ଆକ୍ରମଣ ଘଟଣାରେ ଟାଉନ ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଅନ୍ୟମାନଙ୍କୁ ଧରିବ ପାଇଁ ଉଦ୍ୟମ ଜାରି ରଖିଛି ବୋଲି ଟାଉନ ଥାନା ଅଧିକାରିଣୀ ପ୍ରମୋଦିନୀ ସାହୁ କହିଛନ୍ତି। ଅଟକ ଯୁବକ ହେଉଛନ୍ତି ସଞ୍ଜୟ ମହାନ୍ତି। ଘର କେନ୍ଦୁଝର ଟାଉନ ମାଧପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଟୁଇଟ୍‌ ଯୋଗେ ସିଧାସଳଖ ଭାଜପାକୁ ଟାର୍ଗେଟ କରିଛନ୍ତି।ତାଙ୍କ କାର୍‌ ଉପରେ ହୋଇଥିବା ଆକ୍ରମଣ ଏବଂ ସୁରକ୍ଷାକର୍ମୀ ଓ ଡ୍ରାଇଭରଙ୍କୁ ମାଡ଼ ମାରିବା ଘଟଣାକୁ ଭୀରୁତା ବୋଲି କହିବା ସହ ଦଳର ଆଭିମୁଖ୍ୟକୁ ନେଇ ସମାଲୋଚନା କରିଛନ୍ତି। ‘ଆକ୍ରମଣକାରୀ ଭାଜପା ଯୁବ ମୋର୍ଚ୍ଚାର ସଦସ୍ୟ ଜାଣି ସେ ଆଶ୍ଚର୍ଯ୍ୟ’ ବ୍ୟକ୍ତ କରିବା ସହ ରାଜନୈତିକ ଉଦ୍ଦେଶ୍ୟ ରଖି ଆକ୍ରମଣ କରାଯାଇଥିବା ସେ ଉଲ୍ଲେଖ କରିଛନ୍ତ। ସେ ଭାଜପା ଦଳର ନୀତି ବିରୋଧରେ ସ୍ବର ଉତ୍ତୋଳନ କରିବାରୁ ଆକ୍ରମଣ ହୋଇଥିବା କହିବା ସହ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ଓ ରାଜ୍ୟ ପ୍ରଭାରୀ ପୁରୁନ୍ଦେଶ୍ୱରୀଙ୍କୁ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟନ କେନ୍ଦ୍ରରେ ଜମା ହୋଇଛି ପଥରଗୁଣ୍ଡ

କେନ୍ଦୁଝର, ୩।୨(ସ୍ବ.ପ୍ର.)- କେନ୍ଦୁଝର ଜିଲାର ଗୁରୁତ୍ୱପୂର୍ଣ୍ଣ ଭୀମକୁଣ୍ଡ ପର୍ଯ୍ୟଟନ କେନ୍ଦ୍ରର ବିକାଶ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି ା ଫଳରେ ପର୍ଯ୍ୟଟକଙ୍କ ଆଗ୍ରହ...

ଯବାନଙ୍କ ଗଳାକାଟି ହତ୍ୟା କଲେ ମାଓବାଦୀ

ମାଲକାନଗିରି, ୨୩ା୬ (ସ୍ବ.ପ୍ର.)-ସୀମାନ୍ତରେ ପୁଣି ଲାଲବାହିନୀ ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି। ସେମାନେ ଜଣେ ଯବାନଙ୍କ ଗଳାକାଟି ହତ୍ୟା କରିଛନ୍ତି। ଛତିଶଗଡ଼ର ବିଜାପୁର ଜିଲା ମିରତୁରରେ...

ଡରାଇଲାଣି ତୃତୀୟ ଲହର

ବାରିପଦା ଅଫିସ,୨୭।୮-କରୋନା ମହାମାରୀର ତୃତୀୟ ଲହର ଆଶଙ୍କାକୁ ନେଇ ସମସ୍ତେ ଭୀତସ୍ତତ। ସେପ୍ଟେମ୍ବର ଶେଷ ଓ ଅକ୍ଟୋବର ପ୍ରାରମ୍ଭରେ ସଂକ୍ରମଣ ବଢ଼ିବା ସମ୍ଭାବନା ଥିବା ନେଇ...

ଦୈନିକ ୨ଥର ପୋଷାକ, ମାସ୍କ ବଦଳାନ୍ତୁ ସରକାରୀ ଅଧିକାରୀ-କର୍ମଚାରୀ: ଗଞ୍ଜାମ ଜିଲାପାଳ

ଛତ୍ରପୁର, ୩୦।୬(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲାରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିରୁ ଅଧିକାଂଶ ସରକାରୀ, କର୍ମଚାରୀ ରହିଥିବାକୁ ନେଇ ପ୍ରଶାସନର ଚିନ୍ତା ବଢିଛି।...

ବିପଦପୂର୍ଣ୍ଣ ଅବସ୍ଥାରେ ପୋଖରୀକୁ ସ୍ନାନ ପାଇଁ ଯାଉଛନ୍ତି ଶିଶୁ

ଲାଠୋର,୨।୩(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର କ୍ଲଷ୍ଟର ଅଧୀନ ମସିଣା ଗ୍ରାମରେ ଥିବା ଋତୁକାଳୀନ ଆବାସିକ ବିଦ୍ୟାଳୟର ଛୋଟ ଛୋଟ ପିଲାମାନେ ବିପଦପୂର୍ଣ୍ଣ ଅବସ୍ଥାରେ...

ଜଗତ୍‌ସିଂହପୁର କୋର୍ଟରେ ସୋମାଲିକାଙ୍କ ବୟାନ ରେକର୍ଡ

ଜଗତ୍‌ସିଂହପୁର ଅଫିସ, ୧୧ା୨: ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ପ୍ରେମ ସମ୍ପର୍କ ଓ ବିବାହ ପ୍ରତିଶ୍ରୁତି ମାମଲା ଦିନକୁ ଦିନ ଜଟିଳ ରୂପ ନେବାରେ ଲାଗିଛି।...

ଚିକିଛା ଅଭାବୁ ମୁରତୁ ସଂଗେ ଯୁଝୁଛନ୍‌ ଜୟ: କୁଲି ମଜୁରି କରି କୁଟୁମ ପୁଷୁଛେ ପୁଓ

ଲାଠୋର, ୧୯ା୮ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପଁଚେତ୍‌ ଅଧୀନ ପିପଲବାହାଲ ଗଁାର ଜୟ ମେହେର(୫୦)। ଆଏଜ୍‌କେ ୪ ମାସ ତଲେ ସେ...

ସୂର୍ଯ୍ୟୋପରାଗ ପାଇଁ ଆଜି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି

ପୁରୀ ଅଫିସ୍‌,୨୪।୧୦: ଦୀପାବଳି ଅମାବାସ୍ୟ ଅବସରରେ ସୋମବାର ପୁରୀ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ମଙ୍ଗଳବାର ସୂର୍ଯ୍ୟୋପରାଗ ପଡୁଥିବାରୁ ଶ୍ରୀମନ୍ଦିରରେ ଆଜି ହିଁ ଦୀପଦାନ...

Advertisement
Archives

Model This Week