ନାଇଟକ୍ଲବରେ ଲାଗିଲା ନିଆଁ: ଚାଲିଗଲା ୨୯ ଜୀବନ

ଇସ୍ତାନବୁଲ,୩।୪: ତୁର୍କୀର ଇସ୍ତାନବୁଲ ନାଇଟକ୍ଲବରେ ନବୀକରଣ କାର୍ଯ୍ୟ ସମୟରେ ଅଗ୍ନିକାଣ୍ଡରେ ୨୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। କିଛି ଲୋକଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି। ଆହତଙ୍କ ମଧ୍ୟରୁ ୭ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଇସ୍ତାନବୁଲର ୟୁରୋପୀୟ ଅଂଶର ବେସିକ୍ତାସ ଜିଲାର ୧୬ ମହଲା ବିଶିଷ୍ଟ ଆବାସିକ କୋଠାର ତଳ ମହଲାରେ ଥିବା ନାଇଟ କ୍ଲବ ମରାମତି ପାଇଁ ବନ୍ଦ ରହିଥିଲା। ପରେ ନିଆଁ ଲିଭାଯାଇଥିଲା।
ରାଜ୍ୟପାଳ ଡାଭୁଟ ଗୁଲ କହିଛନ୍ତି, ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରାଯାଉଛି। ଅନୁମାନ କରାଯାଉଛି ଯେ, ମରାମତି କାର୍ଯ୍ୟରେ ଜଡିତ ଲୋକମାନେ ନିଆଁରେ ଫସିଯାଇଛନ୍ତି। ନ୍ୟାୟ ମନ୍ତ୍ରୀ ୟିଲମାଜ ତୁଞ୍ଚ କହିଛନ୍ତି ଯେ କ୍ଲବର ମ୍ୟାନେଜର ତଥା ମରାମତି ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୭୦୧୫ ଚାଷୀଙ୍କ ଧାନବିକ୍ରି ଟୋକନ BLOCKED: ସମାଧାନ ନ ହେଲେ ବିଧାୟକ, ଏମ୍‌ପିଙ୍କ ଅଫିସ ଆଗରେ…

ବରଗଡ଼,୨୩।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାକୁ ୧୨ଦିନରେ ପହଞ୍ଚିଛି । ତେବେ ଧାନ ବିକ୍ରି ପାଇଁ ଆବେଦନ କରିଥିବା…

ରାଗରେ ଏମିତି କାମ କରିଦେଲେ କୋହଲି: ଆଚରଣକୁ କଡ଼ା ସମାଲୋଚନା, ଦେଖନ୍ତୁ Video

ନୂଆଦିଲ୍ଲୀ,୨୩।୫: ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ରୟାଲ ଚ୍ୟାଲେଞ୍ଜର୍ସକୁ ୫୫ ରନରେ ପରାସ୍ତ କରିଥିଲା। ମ୍ୟାଚ ସମୟରେ ବିରାଟ କୋହଲି ଏବଂ ଟ୍ରାଭିସ ହେଡ ମଧ୍ୟରେ…

ସୋସିଆଲ ମିଡିଆରେ ଏମିତି ମନ୍ତବ୍ୟ ଦେଇ ନିଲମ୍ବିତ ହେଲେ ଶିକ୍ଷକ

ନୂଆପଡ଼ା,୨୩ା୫(ମକାରୁ ବେମାଲ):ସାମାଜିକ ଗଣମାଧ୍ୟମ ଫେସ୍‌ବୁକରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ନୂଆପଡ଼ା ଜିଲାର ଜଣେ ସହକାରୀ ଶିକ୍ଷକ ନିଲମ୍ବିତ ହୋଇଛନ୍ତି। ସୂଚନା ମୁତାବକ, ନୂଆପଡ଼ା ଜିଲା କୋମନା ବ୍ଲକ…

ସୋରିପଡ଼ା, ଖଲିଆପଡ଼ାରେ ଜଳ ସଙ୍କଟ: ପାଣି ଟୋପେ ପାଇଁ ହନ୍ତସନ୍ତ

ନୂଆପଡ଼ା,୨୩ା୫ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ୍‌ ଜଟଗଡ଼ ପଞ୍ଚାୟତ ସୋରିପଡ଼ା ଓ ଖଲିଆପଡ଼ାରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ସୂଚନା ଅନୁଯାୟୀ ସୋରିପଡ଼ା ଗଁାରେ ୫୦ରୁ…

ଅଧରାତିରେ ଚାଲାଣ ହେଉଥିଲା ଗୋରୁ, ମାଡ଼ିବସିଲେ ଗ୍ରାମବାସୀ: ଆଉ ତା’ପରେ…

ମହାକାଳପଡ଼ା,୨୩।୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ପିତାପାଟ ଗ୍ରାମ ପାଇଟାଳ କନ୍ଧା ବାଲି ମାଉଣ୍ଟଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଗାଡ଼ିରେ…

ଡୋନାଲ୍ଡ ଟ୍ରମ୍ପଙ୍କ ଝିଅକୁ ହତ୍ୟା କରିବାକୁ ଉଦ୍ୟମ! ହେଲା ବଡ଼ ପର୍ଦ୍ଦାଫାଶ, ଷଡ଼ଯନ୍ତ୍ର ରଚିଥିଲା…

ଓ୍‌ବାଶିଂଟନ୍‌,୨୩।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଭୟଙ୍କର ଖବର ଆସିଛି। ପ୍ରକୃତରେ, ତାଙ୍କ ଝିଅ ଇଭାଙ୍କା ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚେଷ୍ଟା…

କୋର୍ଟ ଆଗରେ ବାପାଙ୍କୁ ହାଣିଲେ ୨ ପୁଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସୋର, ୨୩ା୫(ଜନ୍ମେଜୟ ମିଶ୍ର):ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପାଙ୍କୁ ଗୋଡେଇ ଗୋଡେଇ ହାଣିଛନ୍ତି ୨ ପୁଅ। ତାହା ପୁଣି ସୋର କୋର୍ଟ ସମ୍ମୁଖରେ। ସ୍ଥାନୀୟ ଲୋକେ ଗୁରୁତର…

ଜିଲା ଟପ୍ପର ହେଲେ ଛାତ୍ରୀ ପ୍ରତୀକ୍ଷାରାଣୀ: ଭବିଷ୍ୟତରେ ଏହି କାମ କରିବାକୁ ଲକ୍ଷ୍ୟ

ଲୋଇସିଂହା,୨୩।୫(ସୁଶାନ୍ତ ବାରିକ):ନିକଟରେ ସିଏଚ୍‌ଏସଇ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି ା ଏଥିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ସକମାସ୍ଥିତ ଯୁବୋଦୟ କଲେଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri