Posted inଜାତୀୟ

୧୧ ରାଜ୍ୟରେ ଏନ୍‌ଆଇଏ ଚଢ଼ାଉ

ନୂଆଦିଲ୍ଲୀ,୨୩।୯(ପି.ଟି.): ଆତଙ୍କବାଦୀଙ୍କୁ ପାଣ୍ଠି ଓ ଅନ୍ୟାନ୍ୟ ସହାୟତା ଯୋଗାଇବା ଅଭିଯୋଗରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଗୁରୁବାର ୧୧ ରାଜ୍ୟରେ ଚଢ଼ାଉ କରିଛି। ଏହି ଚଢ଼ାଉ ବେଳେ ପପୁଲାର ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ)ର ୧୦୬ ଜଣ କର୍ମୀଙ୍କୁ ଗିରଫ କରାଯାଇଛି। ଦେଶବ୍ୟାପୀ ହୋଇଥିବା ଏହି ଚଢ଼ାଉରେ ଏନ୍‌ଆଇଏ ସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ସମ୍ପୃକ୍ତ ରାଜ୍ୟ ପୋଲିସ ସାମିଲ ହୋଇଥିଲେ। ଏହା ଦେଶରେ ଅଦ୍ୟାବଧି ହୋଇଥିବା ସବୁଠୁ ବଡ଼ ଚଢ଼ାଉ ବୋଲି କୁହାଯାଉଛି। ଚଢ଼ାଉ ବେଳେ କେରଳରୁ ସର୍ବାଧିକ ୨୨ ଜଣଙ୍କୁ ଗିରଫ କରାଯାଇଥିବାବେଳେ ମହାରାଷ୍ଟ୍ର ଏବଂ କର୍ନାଟକରୁ ୨୦ ଜଣ ଲେଖାଏ, ତାମିଲନାଡୁରୁ ୧୦, ଆସାମରୁ ୯, ଉତ୍ତରପ୍ରଦେଶରୁ ୮, ଆନ୍ଧ୍ରପ୍ରଦେଶରୁ ୫, ମଧ୍ୟପ୍ରଦେଶରୁ ୪, ପୁଡ଼ୁଚେରୀ ଏବଂ ଦିଲ୍ଲୀରୁ ୩ ଜଣ ଲେଖାଏ ଏବଂ ରାଜସ୍ଥାନରୁ ୨ ଜଣ ପିଏଫ୍‌ଆଇ ସଦସ୍ୟ ଗିରଫ ହୋଇଛନ୍ତି। ମୁଖ୍ୟତଃ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା, ତାଲିମ ଶିବିର ଆୟୋଜନ କରିବା ଏବଂ ନିର୍ଦ୍ଦିଷ୍ଟ ସଂଗଠନରେ ଯୋଗଦେବା ଲାଗି ଲୋକଙ୍କୁ କଠୋରପନ୍ଥୀ କରାଇବା କାର୍ଯ୍ୟରେ ସମ୍ପୃକ୍ତ ଲୋକଙ୍କ ଘର ଉପରେ ଚଢ଼ାଉ କରାଯାଇଥିଲା।
ଭାରତର ଅବହେଳିତ ବର୍ଗଙ୍କୁ ସଶକ୍ତୀକରଣ କରାଇବା ଲକ୍ଷ୍ୟରେ ନୂଆ ସାମାଜିକ ଆନ୍ଦୋଳନ ପାଇଁ ୨୦୦୬ରେ ପିଏଫ୍‌ଆଇ ଗଠିତ ହୋଇଥିଲା ବୋଲି ଏହି ସଂଗଠନ ପକ୍ଷରୁ ଦାବି କରାଯାଉଛି। ତେବେ ଏହି ସଂଗଠନ କଠୋରପନ୍ଥୀ ଇସ୍‌ଲାମକୁ ପ୍ରୋତ୍ସାହିତ କରୁଥିବା ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ଅଭିଯୋଗ କରିଆସୁଛନ୍ତି। ପିଏଫ୍‌ଆଇର ଜାତୀୟ, ଅନ୍ତର୍ଜାତୀୟ ତଥା ସ୍ଥାନୀୟ ନେତାଙ୍କ ଘରେ ଚଢ଼ାଉ କରାଯାଇଥିବା ସଂଗଠନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।
୨୦୨୦ ଦିଲ୍ଲୀ ଦଙ୍ଗା, ନାଗରିକତ୍ୱ ସଂଶୋଧନ ଆଇନକୁ ବିରୋଧ, ୟୁପିର ହଥ୍ରାସ୍‌ରେ ଦଳିତ ମହିଳାଙ୍କୁ ଗଣବଳାତ୍କାର ଓ ହତ୍ୟା ପଛର ଷଡ଼ଯନ୍ତ୍ର ଆଦି ସହ ପିଏଫଆଇର ଆର୍ଥତ୍କ ସମ୍ପୃକ୍ତି ଦିଗ ଉପରେ ଇଡି ତଦନ୍ତ କରୁଛି। ଏହି ସଂଗଠନ ବିରୋଧରେ ଲକ୍ଷ୍ନୌର ସ୍ବତନ୍ତ୍ର ପିଏମ୍‌ଏଲ୍‌ଏ କୋର୍ଟରେ ୨ଟି ଚାର୍ଜଶିଟ୍‌ ଦାଏର ହୋଇଛି। ଗତବର୍ଷ ଫେବୃୟାରୀରେ ପିଏଫ୍‌ଆଇ ଏବଂ ଏହାର ଛାତ୍ର ସଂଗଠନ କ୍ୟାମ୍ପସ୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ସିଏଫ୍‌ଆଇ) ବିରୋଧରେ ମନିଲଣ୍ଡରିଂ ମାମଲାରେ ଇଡି ପ୍ରଥମ ଚାର୍ଜଶିଟ୍‌ ଦାଖଲ କରିଥିଲା। ସେହିପରି ୟୁଏଇର ଏକ ହୋଟେଲ ପିଏଫଆଇ ପାଇଁ ମନିଲଣ୍ଡରିଂ କାର୍ଯ୍ୟ କରୁଥିବା ଅଭିଯୋଗରେ ଦ୍ୱିତୀୟ ଚାର୍ଜଶିଟ୍‌ ଚଳିତ ବର୍ଷ ଦାଏର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୪୨ କଲେଜକୁ ସ୍ବୟଂଶାସିତ ମାନ୍ୟତା ପ୍ରସ୍ତାବ: ତାଲିକାରେ ଗଞ୍ଜାମର ୧୧ କଲେଜ

ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ରାଜ୍ୟର ୪୨ଟି ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ ନେଇ ରାଜ୍ୟ ସରକାର ଯୋଜନା ରଖିଥିବା ଜଣାପଡ଼ିଛି। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ…

ଗର୍ଭବତୀ ମହିଳା ସାମ୍ବାଦିକାଙ୍କୁ ଧକ୍କା ଦେଲେ ରାହୁଲ! ଭାଜପା ନେତାଙ୍କ ସାଂଘାତିକ ଅଭିଯୋଗ, କହିଲେ- ତାଙ୍କ ଗର୍ଭ…

ନୂଆଦିଲ୍ଲୀ,୧୩।୧୦: କଂଗ୍ରେସ ସାଂସଦ ତଥା ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏକ ମାର୍ଚ୍ଚ କରିଥିଲେ। ଏହି ମାର୍ଚ୍ଚରେ ଇଣ୍ଡିଆ…

ସାନଖେମୁଣ୍ଡିରେ ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ପ୍ରତିବାଦ ସଭା: ୧୪ ଦଫା ଦାବି ସମ୍ବଳିତ…

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର: )ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର ଆସୋସିଏସନ୍ ବ୍ଲକ ଶାଖା କମିଟି ପକ୍ଷରୁ ପାଟପୁର ଠାରେ ସଭା…

SIRକୁ ନେଇ ରାଜନୈତିକ ହଟଚମଟ ମଧ୍ୟରେ ଭାଜପାର ବଡ଼ ବିଜୟ, ବିରୋଧୀଙ୍କୁ ଲାଗିଲା ଝଟ୍‌କା

ଗାନ୍ଧୀନଗର,୧୩।୧୦: ଗୁଜରାଟରେ ସ୍ଥାନୀୟ ନିକାୟ ନିର୍ବାଚନର ଭୋଟ ଗଣତି ଶେଷ ହେବା ପରେ ଗାନ୍ଧୀନଗର ମ୍ୟୁନିସିପାଲ କର୍ପୋରେସନ, ଓଖା ଓ ଥାରାରେ ଭାଜପା ଚମତ୍କାର ବିଜୟ ହାସଲ…

ବଡ଼ ନିଷ୍ପତ୍ତି; ଅକ୍ଟୋବର ୧୫ରୁ UPI ଉପରେ ଲାଗୁ ହେବନି MDR ଚାର୍ଜ, ଜାଣନ୍ତୁ କେବେଠୁ…

ନୂଆଦିଲ୍ଲୀ,୧୩।୧୦: ଡିଜିଟାଲ୍‌ ପେମେଣ୍ଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । UPI ପେମେଣ୍ଟ୍‌ ଉପରେ ନୂଆ ଚାର୍ଜ ଲାଗୁ କରିବା ନିଷ୍ପତ୍ତିକୁ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ…

ଆଇପିଏଲ୍‌ ୨୦୨୭ରେ ଖେଳିବେ କି ଧୋନି? ବଡ଼ ଖୁଲାସା କଲେ….

ନୂଆଦିଲ୍ଲୀ,୧୩।୧୦: ଆଇପିଏଲ୍‌ର ସଫଳତମ ଫ୍ରାଞ୍ଚାଇଜି ମଧ୍ୟରୁ ଅନ୍ୟତମ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ପୁଣି ଚର୍ଚ୍ଚା ଜୋର…

ବେଆଇନ ଇଟାଭାଟି ଉଚ୍ଛେଦ ଆରମ୍ଭ: ଶ୍ରମିକଙ୍କ ଥଇଥାନକୁ ନେଇ ଉଠିଲା ପ୍ରଶ୍ନ

ନୀଳଗିରି, ୧୩।୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ କୁଳଡ଼ିହା ଅଭୟାରଣ୍ୟର ଇକୋ ସେନ୍ସିଟିଭ ଜୋନ୍‌ରେ ଥିବା ୧୩ଟି ବେଆଇନ ଇଟାଭାଟି ଉଚ୍ଛେଦ ପ୍ରକ୍ରିୟା…

ନଣଦେଇଙ୍କୁ ଭଲ ପାଉଥିଲେ ସ୍ତ୍ରୀ, ସ୍ବାମୀ ଜାଣିଲା ପରେ ଯାହା ଘଟିଲା, ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଗାଜିଆବାଦ,୧୩।୧୦: ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ପୋଲିସ ମୃତକଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ଖୋଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?