Posted inଜାତୀୟ

୨୭ରୁ ସାମ୍ବିଧାନିକ ପୀଠ ଶୁଣାଣିର ସିଧା ପ୍ରସାରଣ

ନୂଆଦିଲ୍ଲୀ,୨୩।୯(ପି.ଟି.): ସୁପ୍ରିମକୋର୍ଟ କାର୍ଯ୍ୟରେ ସ୍ବଚ୍ଛତା ବଢ଼ାଇବା ସହ ସମସ୍ତଙ୍କ ପାଖରେ ପହଞ୍ଚାଇବା ଲାଗି ଆସନ୍ତା ୨୭ ତାରିଖରୁ ସମସ୍ତ ସାମ୍ବିଧାନିକ ପୀଠର ଶୁଣାଣି ସିଧା ପ୍ରସାରଣ କରାଯିବାକୁ ନିଷ୍ପତ୍ତି ହୋଇଛି। ଠିକ୍‌ ୪ ବର୍ଷ ପୂର୍ବେ ୨୦୧୮ରେ ସୁପ୍ରିମକୋର୍ଟ ସ୍ବପ୍ନିଳ ତ୍ରିପାଠୀ ମାମଲାରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ମଙ୍ଗଳବାର ସିଜେଆଇ ୟୁ.ୟୁ. ଲଲିତଙ୍କ ଅଧ୍ୟକ୍ଷତାରେ ସର୍ବୋଚ୍ଚ ଅଦାଲତର ସମସ୍ତ ୩୦ ବିଚାରପତିଙ୍କ ବୈଠକ ବସି ୨୦୧୮ର ଉକ୍ତ ରାୟକୁ କାର୍ଯ୍ୟକାରୀ କରିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା। ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୬ରେ ପ୍ରଥମ ଥର ପାଇଁ ତତ୍କାଳୀନ ସିଜେଆଇ ଏନ୍‌.ଭି. ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠର ଶୁଣାଣିକୁ ଓ୍ବେବ୍‌କାଷ୍ଟ ପୋର୍ଟାଲରେ ଲିଭ୍‌ ଷ୍ଟ୍ରିମିଂ କରାଯାଇଥିଲା। ସେହିଦିନ ଜଷ୍ଟିସ ରମନା ଅବସର ନେଉଥିବାରୁ ଏହା ବିଦାୟ ଉତ୍ସବର ପ୍ରୋସିଡିଂ ଥିଲା।
ସୂଚନାଯୋଗ୍ୟ,ସାମ୍ବିଧାନିକ ଏବଂ ଜାତୀୟ ଗୁରୁତ୍ୱ ଥିବା ମାମଲାଗୁଡ଼ିକର ଶୁଣାଣିକୁ ସିଧା ପ୍ରସାରଣ କରି ନ୍ୟାୟପାଳିକାର କାର୍ଯ୍ୟକୁ ସ୍ବଚ୍ଛ କରିବା ଲାଗି ୨୦୧୮ ସେପ୍ଟେମ୍ବର ୨୬ରେ ଅଦାଲତ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ତେବେ ବୈବାହିକ ବିବାଦ କିମ୍ବା ଯୌନ ଅପରାଧ ଭଳି ସମ୍ବେଦନଶୀଳ ମାମଲାଗୁଡ଼ିକର ଶୁଣାଣିକୁ ସିଧା ପ୍ରସାରଣ କରାଯିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ। ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ପୀଠରେ କେତେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରାଯିବ। ସେଗୁଡ଼ିକ ମଧ୍ୟରେ ରହିଛି, ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କୁ ୧୦ ପ୍ରତିଶତ କୋଟା ପ୍ରଦାନ ଲାଗି ସମ୍ବିଧାନର ୧୦୩ତମ ସଂଶୋଧନର ବୈଧତା ଏବଂ ନାଗରିକତ୍ୱ ସଂଶୋଧନ ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ-ଚାଇନା ହେଲେ ନିକଟତର, ବଢିଲାଣି ଆମେରିକାର ଟେନସନ!

ତେହରାନ,୧୮।୪: ଇରାନ ଏବଂ ଚାଇନା ମଧ୍ୟରେ ବଢୁଥିବା ଘନିଷ୍ଠତା ଆମେରିକାର ଚିନ୍ତାକୁ ବୃଦ୍ଧି କରିଛି। ରିପୋର୍ଟ ଅନୁଯାୟୀ, ଗତ ତିନି ଦଶନ୍ଧି ଧରି, ଇରାନ ଚାଇନାର ବୈଷୟିକ…

୨୦ରୁ ୨୨ ବନ୍ଦ ରହିବ ଏହି ଜିଲାର ସମସ୍ତ ସରକାରୀ-ବେସରକାରୀ ସ୍କୁଲ, ଜିଲାପାଳ କହିଲେ ଆଗକୁ ଆହୁରି…

ସମ୍ବଲପୁର,୧୮ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଜାରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ…

ପୁଣି ହର୍ମୁଜ ପ୍ରଣାଳୀ ବନ୍ଦ କଲା ଇରାନ, ଆମରିକା ଉପରେ ଲଗାଇଲା ସାଂଘାତିକ ଅଭିଯୋଗ

ତେହରାନ,୧୮।୪: ଇରାନ ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବାର ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିଛି। ଏହି ପଦକ୍ଷେପ ଦ୍ୱାରା ଏହାର ଅବରୋଧ ହଟିବ ନାହିଁ ବୋଲି ଆମେରିକା କହିବା…

ମହିଳା ସଂରକ୍ଷଣ ବିଲ୍‌ ପାସ୍‌ ନ ହେବା ପରେ କାହିଁକି ଦେଶକୁ ସମ୍ବୋଧିତ କରିବେ ମୋଦି? ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୮।୪: ଦେଶରେ ମହିଳା ସଂରକ୍ଷଣ ବିଲକୁ ନେଇ ତୀବ୍ର ରାଜନୈତିକ ଉତ୍ତେଜନା ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାତି ୮ଟା ୩୦ରେ ଦେଶକୁ ସମ୍ବୋଧିତ କରିବାକୁ…

ହଟିବେ ହେଡ କୋଚ?କେଭିନ ପିଟରସନଙ୍କ ବଡ଼ ଦାବି, ମ୍ୟାକକୁଲମ ହେବେ KKRର ପ୍ରଶିକ୍ଷକ

ନୂଆଦିଲ୍ଲୀ,୧୮।୪: କୋଲକାତା ନାଇଟ ରାଇଡର୍ସ (କେକେଆର) ୨୦୨୬ ଆଇପିଏଲ ସିଜିନରେ ଏପର୍ଯ୍ୟନ୍ତ ସବୁଠାରୁ ବଡ ସଙ୍କଟର ସମ୍ମୁଖୀନ ହେଉଛି। ୧୭ ଏପ୍ରିଲ ଶୁକ୍ରବାର, ଦଳ ଗୁଜୁରାଟ ଟାଇଟାନ୍ସ…

ହଠାତ୍‌ ନୀତିଶଙ୍କ ପୁଅଙ୍କୁ ମିଳିଲା ଉପମୁଖ୍ୟମନ୍ତ୍ରୀଙ୍କ ଭଳି ‘Z’ ସୁରକ୍ଷା, ବିହାର ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୧୮।୪: ବିହାରରେ ସୁରକ୍ଷା ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ପୂର୍ୱତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁଅ ନିଶାନ୍ତ ଏବଂ ପୂର୍ୱତନ ମନ୍ତ୍ରୀ ଶ୍ରବଣ କୁମାରଙ୍କ ସୁରକ୍ଷାକୁ ଆହୁରି…

ମହିଳା ସଂରକ୍ଷଣ ବିଲ୍‌ ପାସ୍‌ ନ ହେବାରୁ ରାଗିଗଲେ ମୋଦି, କହିଲେ ବିରୋଧୀଙ୍କୁ ଭୋଗିବାକୁ ପଡ଼ିବ…

ନୂଆଦିଲ୍ଲୀ,୧୮ା୪: ସଂସଦରେ ମହିଳା ସଂରକ୍ଷଣ ବିଲ୍‌ ପାସ ନ ହେବାରୁ ଶାସକ ଦଳ ରାଗି ପାଚି ଲାଲ୍‌। ଶନିବାର ମୋଦି କ୍ୟାବିନେଟ୍‌ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।…

ବିଶ୍ୱକପ ବିଜୟୀ ଅଧିନାୟକଙ୍କୁ ମିଳିଲା ପାକିସ୍ତାନ ଦାୟିତ୍ୱ; ବାଂଲାଦେଶ ଗସ୍ତ ପାଇଁ ଦଳ ଘୋଷଣା

ଇସଲାମାବାଦ,୧୮।୪: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମେ ମାସରେ ହେବାକୁ ଥିବା ବାଂଲାଦେଶ ଗସ୍ତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବୋର୍ଡ ଟେଷ୍ଟ ଦଳର ନୂତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri