ପୁଣି ଧରାପଡ଼ିଲା ନକଲି ଟେଲ୍‌ମା-୪୦

କଟକ ଅଫିସ,୨୩ା୯: ବାରଣ ସତ୍ତ୍ୱେ ନକଲି ମେଡିସିନ କାରବାର ଥମିବାର ନାଁ ଧରୁନି। ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ ପକ୍ଷରୁ ଗୁରୁବାର ପୁଣି କଟକର ୩ଟି ଏଜେନ୍ସିରେ ଚଢ଼ାଉ କରାଯାଇ ନକଲି ଟେଲ୍‌ମା-୪୦ ଓ ଟେଲ୍‌ମା-ଏଏମ୍‌ ମେଡିସିନ ଜବତ କରାଯାଇଛି। ଜବତ ନକଲି ମେଡିସିନର ମୂଲ୍ୟ ପ୍ରାୟ ୨୦ଲକ୍ଷ ଟଙ୍କାର ହେବ ବୋଲି ଜଣାଯାଇଛି। ନିମଚଉଡ଼ିସ୍ଥିତ କ୍ୟାଲ୍‌ ଏଜେନ୍ସି, ନୟାସଡ଼କସ୍ଥିତ ମହାବୀର ପ୍ରସାଦ ଓ ଏମ୍‌ଏଚ୍‌ ଫାର୍ମାସି ଏହି ନକଲି ମେଡିସିନ ଗଚ୍ଛିତ ରଖିଥିଲେ।
ସୂଚନାଯୋଗ୍ୟ, ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ ପକ୍ଷରୁ ଜାଉଁଳିଆପଟିର ପୂଜା ଏଣ୍ଟରପ୍ରାଇଜର୍ସ ଓ ମାଣିକଘୋଷ ବଜାରର ଭି. ଆର. ଡ୍ରଗ ଏଜେନ୍ସି ଉପରେ ଚଢ଼ାଉ କରାଯାଇ ବହୁ ପରିମାଣର ନକଲି ମେଡିସିନ ଜବତ ହୋଇଥିଲା। ନମୁନା ପରୀକ୍ଷା ପରେ ଉକ୍ତ ଔଷଧ ନକଲି ବୋଲି ଜଣାପଡ଼ିବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ବ୍ୟବହାର ଏବଂ ବିକ୍ରିକୁ ନିଷିଦ୍ଧ ଘୋଷଣା କରାଯାଇଥିଲା। ଏହା ସତ୍ତ୍ୱେ ଏହି ଔଷଧର କାରବାର ଚାଲିଥିବା ବିଶେଷସୂତ୍ରରୁ ଖବର ପାଇ ପୋଲିସ ଗତ ୧୯ତାରିଖରେ କଟକ ମହତାବରୋଡସ୍ଥିତ ଏକ ଟ୍ରାନ୍ସପୋର୍ଟ ଏଜେନ୍ସି ଉପରେ ଚଢ଼ାଉ କରି ସେଠାରୁ ୧୩୫୦ ଷ୍ଟ୍ରିପ୍‌ ନକଲି ଟେଲ୍‌ମା-୪୦ ମେଡିସିନ୍‌ ଜବତ କରିଥିଲା। ଉକ୍ତ ମେଡିସିନ୍‌ ମାଣିକଘୋଷ ବଜାରସ୍ଥିତ ଭି.ଆର୍‌. ଡ୍ରଗ୍ସ ଏଜେନ୍ସି କୋଲକାତାରୁ କିଣିଥିବା ତଦନ୍ତରୁ ଜଣାପଡ଼ିଥିଲା। ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ ଓ ପୋଲିସ ନକଲି ମେଡିସିନ କାରବାର ରୋକିବା ଦିଗରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଥିବାବେଳେ ଦିନକୁ ଦିନ ନୂଆ ନୂଆ ତଥ୍ୟ ଉନ୍ମୋଚିତ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଯୋଦ୍ଧାଙ୍କୁ ଅଣଦେଖା ପ୍ରସଙ୍ଗ: ପ୍ରତିଶ୍ରୁତି ପରେ ଏମ୍‌କେସିଜି ମେଡିକାଲ ନର୍ସଙ୍କ ଧାରଣା ପ୍ରତ୍ୟାହୃତ

ବ୍ରହ୍ମପୁର ଅଫିସ, ୧୧।୫ : କରୋନା ମୁକାବିଲାରେ ନର୍ସଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୋଭିଡ଼ -୧୯ ହସ୍ପିଟାଲରେ ନର୍ସମାନେ ଦିନରାତି ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି।...

ଭୋଜିଖାଇ ୮୦ରୁ ଊଦ୍ଧର୍‌ବ ଝାଡ଼ାବାନ୍ତିରେ ଆକ୍ରାନ୍ତ

କୁଆମରା,୨୭।୭(ଡି.ଏନ.ଏ)- ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ପୁରୁଣା ବାରିପଦା ପଞ୍ଚାୟତର ମାଙ୍କଡ଼କେନ୍ଦା ଗ୍ରାମରେ ବୁଧବାର ରାତିରେ ଭୋଜି ଖାଇ ୮୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ...

ଜାତୀୟ ସ୍କୋଏ ମାର୍ଶଲ ଆର୍ଟ: ଅନୁଗୋଳକୁ ୨ ପଦକ

ଅନୁଗୋଳ ଅଫିସ, ୧୨।୭-ଷଷ୍ଠ ତମ ଜାତୀୟ ସ୍କୋଏ ମାର୍ଶଲ ଆର୍ଟ ପ୍ରତିଯୋଗିତା କଶ୍ମୀର ପହଲ ଗ୍ରାମ ଠାରେ ଜୁନ୍‌ ୧୬ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ...

ପାଓ୍ବାର୍‌ଟିଲର୍‌ ଦୁର୍ଘଟଣାରେ ଚାଷୀ ଗୁରୁତର

ଆନନ୍ଦପୁର/ହାଟଡିହୀ,୨୦।୧୧(ସ୍ବ.ପ୍ର./ଡି.ଏନ୍‌.ଏ.): ଆନନ୍ଦପୁର ଥାନା ଅନ୍ତର୍ଗତ ଶିବନାରାୟଣପୁରଠାରେ ପାଓ୍ବାର୍‌ଟିଲର୍‌ ଦୁର୍ଘଟଣାଗ୍ରସ୍ତ ହୋଇ ବିଜୟ ଘଡ଼େଇ ନାମକ ଜଣେ ଚାଷୀ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ବିଜୟଙ୍କୁ ପ୍ରଥମେ...

କରୋନା ପାଇଁ ଅଟକିଛି ତଦନ୍ତ

ଭୁବନେଶ୍ୱର,୧୧।୫(ବ୍ୟୁରୋ:) ଝିଅ ଯୋଗାଇବାକୁ ଜଣେ ସିପାହିଙ୍କ ଉପରେ ଚାପ ପକାଇବା ସହ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ନେଇ ଆର୍ମ୍‌ଡ ଡିସିପି ବିଜୟ କୁମାର ସାହୁଙ୍କ...

କେନ୍ଦୁଝର ଜିଲାର ୩ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ମିଳିଲା ‘ଏନ୍‌କ୍ୟୁଏଏସ୍‌ ପ୍ରମାଣପତ୍ର’

କେନ୍ଦୁଝର,୨୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ତିନୋଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର(ପିଏଚ୍‌ସି)କୁ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଉନ୍ନତମାନର ସ୍ବାସ୍ଥ୍ୟ ଭିତ୍ତିଭୂମି...

ରାଜ୍ୟରେ ୩୧୪୪ କରୋନା ପଜିଟିଭ୍‌ ଚିହ୍ନଟ: ସର୍ବାଧିକ ସୁନ୍ଦରଗଡ଼, ଖୋର୍ଦ୍ଧାରୁ

ଭୁବନେଶ୍ୱର,୧୭।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଗ୍ରାଫ୍‌ ଉପରମୁହାଁ ହେବାରେ ଲାଗିଛି। ଶନିବାର ରାଜ୍ୟରେ ୩୧୪୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ...

ଖବରଦାତାଙ୍କ ସହ ନୂଆ ଜିଲାପାଳଙ୍କ ସୌଜନ୍ୟମୂଳକ ଆଲୋଚନା: ତହସିଲ, ବ୍ଲକ, ଆର୍‌ଟିଓ କାର୍ଯ୍ୟାଳୟରେ ରହିବ ମତାମତ ବାକ୍ସ

ଜଗତ୍‌ସିଂହପୁର ଅଫିସ,୨୭ା୬: ଏଣିକି ଜଗତ୍‌ସିଂହପୁର ଜିଲାର ସମସ୍ତ ତହସିଲ, ବ୍ଲକ ଓ ଆର୍‌ଟିଓ କାର୍ଯ୍ୟାଳୟରେ ରହିବ ମତାମତ ବାକ୍ସ। ଫଳରେ ଏହି କାର୍ଯ୍ୟାଳୟକୁ ଯାଉଥିବା ଲୋକେ...

Advertisement
Archives

Model This Week