Posted inଜାତୀୟ

ଗର୍ଭବତୀ ମହିଳା ସାମ୍ବାଦିକାଙ୍କୁ ଧକ୍କା ଦେଲେ ରାହୁଲ! ଭାଜପା ନେତାଙ୍କ ସାଂଘାତିକ ଅଭିଯୋଗ, କହିଲେ- ତାଙ୍କ ଗର୍ଭ…

ନୂଆଦିଲ୍ଲୀ,୧୩।୧୦: କଂଗ୍ରେସ ସାଂସଦ ତଥା ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏକ ମାର୍ଚ୍ଚ କରିଥିଲେ। ଏହି ମାର୍ଚ୍ଚରେ ଇଣ୍ଡିଆ ମେଣ୍ଟର ଅନେକ ନେତା ସାମିଲ ହୋଇଥିଲେ। ଏହି ସମୟରେ ରାହୁଲ ଗାନ୍ଧୀ ଜଣେ ମହିଳା ସାମ୍ବାଦିକାଙ୍କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ଭାଜପାର ପ୍ରଦେଶ ଉପାଧ୍ୟକ୍ଷ ରାଜେଶ ଭାଟିଆ ଏହି ଅଭିଯୋଗ ଆଣିଛନ୍ତି।
ରାଜେଶ ଭାଟିଆ କହିଛନ୍ତି, ରାଜେନ୍ଦ୍ର ନଗର କାର୍ଯ୍ୟାଳୟ ନିକଟରେ ରାତି ପ୍ରାୟ ୮ଟା କିମ୍ବା ସାଢ଼େ ୮ଟା ବେଳେ ଜଣେ ଯୁବତୀ ମୋ ପାଖକୁ ଆସିଥିଲେ। ସେ ମୋତେ ଅନୁରୋଧ କରି କହିଥିଲେ ଯେ ତାଙ୍କ ଭଉଣୀ ଜଣେ ସାମ୍ବାଦିକା ଏବଂ ତାଙ୍କୁ ରାହୁଲ ଗାନ୍ଧୀ ଧକ୍କା ଦେଇଛନ୍ତି। ସେ ଗର୍ଭବତୀ ଥିଲେ ଏବଂ ତାଙ୍କୁ ଆଘାତ ଲାଗିଛି। ତାଙ୍କର ଚିକିତ୍ସା ଆବଶ୍ୟକ। ତେଣୁ ସେ ସାହାଯ୍ୟ ମାଗିଥିଲେ।

ଭାଜପା ନେତା ଆହୁରି କହିଛନ୍ତି, ମୁଁ ସେହି ସମୟରେ ଆମ ବିଧାୟକ ଉମଙ୍ଗ ବଜାଜ ଏବଂ ସ୍ଥାନୀୟ ନେତା ପ୍ରତୀକ ଶର୍ମାଙ୍କୁ ଫୋନ କରିଥିଲି। ଆମେ ତୁରନ୍ତ ହସ୍ପିଟାଲରେ ପହଞ୍ଚିଥିଲୁ। ସେହି ମହିଳା ତାଙ୍କ ସ୍ବାମୀଙ୍କ ସହ ଆସିଥିଲେ। ଆମେ ତାଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇବା ସହ ଡାକ୍ତରଙ୍କ ସହ କଥା ହୋଇଥିଲୁ।
ପ୍ରଦେଶ ଉପାଧ୍ୟକ୍ଷ କହିଛନ୍ତି , ଡାକ୍ତରମାନେ ଗର୍ଭଧାରଣ ସମ୍ପର୍କିତ କିଛି ସମସ୍ୟା ଥିବା କହିଥିଲେ ଏବଂ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ଆବଶ୍ୟକ ବୋଲି ଜଣାଇଥିଲେ। ଏହାପରେ ତାଙ୍କର ଏକ୍ସ-ରେ, ଅଲ୍ଟ୍ରାସାଉଣ୍ଡ ଓ ଅନ୍ୟାନ୍ୟ ଚିକିତ୍ସା କରାଯାଇ ଏକ କୋଠରିକୁ ସ୍ଥାନାନ୍ତର କରାଯାଇଥିଲା।
ରାଜେଶ ଭାଟିଆଙ୍କ କହିବା ଅନୁସାରେ, ମହିଳା ଜଣକ ଡାକ୍ତରଙ୍କ ନିରୀକ୍ଷଣରେ ଅଛନ୍ତି। ବରିଷ୍ଠ ଡାକ୍ତରମାନେ ଆସି ତାଙ୍କର ଅନ୍ୟାନ୍ୟ ପରୀକ୍ଷା କରିବେ ଏବଂ ପରବର୍ତ୍ତୀ ଚିକିତ୍ସା ଜାରି ରହିବ।

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ଇଣ୍ଡିଆ ମେଣ୍ଟର ଆନ୍ଦୋଳନ ଜାରି ରହିଛି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ସୋମବାର ଇଣ୍ଡିଆ ମେଣ୍ଟର ନେତାମାନେ ବାରାଖମ୍ବା ରୋଡରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ମାର୍ଚ୍ଚ କରିଥିଲେ।

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ପ୍ରସଙ୍ଗ ଏବଂ ସ୍ପେଶାଲ ଇଣ୍ଟେନସିଭ ରିଭିଜନ (SIR) ସହ ଜଡ଼ିତ ଅଭିଯୋଗକୁ ନେଇ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିବେ ବୋଲି ଇଣ୍ଡିଆ ମେଣ୍ଟ ଘୋଷଣା କରିଥିଲା।
ଏହି ମାମଲାରେ ରାହୁଲ ଗାନ୍ଧୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରାଯାଇଛି। ଏହି ମାର୍ଚ୍ଚରେ ରାହୁଲ ଗାନ୍ଧୀଙ୍କ ସହ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ବିହାର ବିଧାନସଭାରେ ବିରୋଧୀ ଦଳ ନେତା ତେଜସ୍ବୀଯାଦବ, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ, କର୍ନାଟକ ଉପମୁଖ୍ୟମନ୍ତ୍ରୀ ଡି. କେ. ଶିବକୁମାରଙ୍କ ସମେତ ବିଭିନ୍ନ ରାଜ୍ୟର ଅନେକ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାହୁଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ମେଷ ସମେତ ୩ ରାଶିର ବଢ଼ିବ ଚିନ୍ତା, ପଳାଇବ ଚାକିରି! ସମ୍ପର୍କରେ ପଡିବ ଭଟ୍ଟା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଓ ରାହୁଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ସେହିପରି ସୂର୍ଯ୍ୟଙ୍କ ରାହୁଙ୍କ ନକ୍ଷତ୍ରରେ ପ୍ରବେଶକୁ ମଧ୍ୟ ଜ୍ୟୋତିଷ ଦୃଷ୍ଟିରୁ…

୪୨ କଲେଜକୁ ସ୍ବୟଂଶାସିତ ମାନ୍ୟତା ପ୍ରସ୍ତାବ: ତାଲିକାରେ ଗଞ୍ଜାମର ୧୧ କଲେଜ

ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ରାଜ୍ୟର ୪୨ଟି ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ ନେଇ ରାଜ୍ୟ ସରକାର ଯୋଜନା ରଖିଥିବା ଜଣାପଡ଼ିଛି। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ…

୫ ଥର ଟାଇଟଲ ଜିତି ଇତିହାସ ରଚିଲେ ଗିଲ, ଏହି ତାଲିକାରେ କୋହଲିଙ୍କ ସ୍ଥାନ କେଉଁଠି? ଲିଷ୍ଟ ଦେଖିଲେ ଚମକିଯିବେ

ନୂଆଦିଲ୍ଲୀ,୧୩।୧୦: ଶୁଭମନ ଗିଲ ସର୍ବାଧିକ ଥର ‘ପ୍ଲେୟର ଅଫ ଦ ମନ୍ଥ’ ଟାଇଟଲ ଜିତିଥିବା ଭାରତୀୟ ଖେଳାଳି। ମଙ୍ଗଳବାର (ଅକ୍ଟୋବର ୧୩) ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)…

ବନ୍ଧୁକ ଦେଖାଇ ମାଗୁଥିଲେ ସୁନା ଗହଣା: ପନିକି ଫୋପାଡିଲେ ମହିଳା, ପରେ…

ପାଟଣା, ୧୩/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମୁରୁସୁଆଁ ଗ୍ରାମରେ ମଙ୍ଗଳବାର ମଧ୍ୟାହ୍ନରେ ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ ହୋଇଛି। ଘରେ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା, ଆଳି କଲେଜରେ ସାଇନ୍‌ ଡାଏ ଘୋଷଣା

କେନ୍ଦ୍ରାପଡ଼ା/ଆଳି, ୧୩।୧୦(ଜଗନ୍ନାଥ ଧଳ/ବନମାଳୀ ସେନାପତି) କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ୍‌ ଅନ୍ତର୍ଗତ ଆୟତପୁରସ୍ଥିତ ଲକ୍ଷ୍ମୀବରାହ ଜୀଉ ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଦେଖାଦେଇଛି।…

ଝୁଲିପଡ଼ିଲେ +୨ ଛାତ୍ର, କାରଣ ଜାଣିଲେ…

ଡେରାବିଶ,୧୩ା୧୦(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ବାରିମୂଳ ପଞ୍ଚାୟତ ରାୟପୁର ଗ୍ରାମର ବିରକିଶୋର ମଳିକଙ୍କ ପୁଅ ଚନ୍ଦନ(୧୭) ବେକରେ ରଶି ଲଗାଇ…

ଗେଟ୍‌ରେ ତାଲା, ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା କଲେ ଛାତ୍ରୀଛାତ୍ର: ଅଧ୍ୟକ୍ଷଙ୍କ ନିରବତାକୁ ନେଇ ଅସନ୍ତୋଷ

ମୋହନା, ୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ୍‌ରେ ଥିବା ଏକମାତ୍ର ଶିଳ୍ପ ତାଲିମ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ଗେଟ୍‌ ବାହାରେ ଅପେକ୍ଷା କରିବାକୁ ପଡ଼ୁଥିବା ଘଟଣାକୁ ନେଇ…

SIRକୁ ନେଇ ରାଜନୈତିକ ହଟଚମଟ ମଧ୍ୟରେ ଭାଜପାର ବଡ଼ ବିଜୟ, ବିରୋଧୀଙ୍କୁ ଲାଗିଲା ଝଟ୍‌କା

ଗାନ୍ଧୀନଗର,୧୩।୧୦: ଗୁଜରାଟରେ ସ୍ଥାନୀୟ ନିକାୟ ନିର୍ବାଚନର ଭୋଟ ଗଣତି ଶେଷ ହେବା ପରେ ଗାନ୍ଧୀନଗର ମ୍ୟୁନିସିପାଲ କର୍ପୋରେସନ, ଓଖା ଓ ଥାରାରେ ଭାଜପା ଚମତ୍କାର ବିଜୟ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?