ଦୁର୍ଘଟଣା ପରେ ଏନ୍‌ଏଚ୍‌ଏଆଇ ତତ୍ପର

କେନ୍ଦୁଝର,୩୦ା୬(ଦୀପକ ମିଶ୍ର): କେନ୍ଦୁଝର ଜିଲା ଟାଉନ ଥାନା ଅଧୀନ ୨୦ନଂ. ଜାତୀୟ ରାଜପଥର ଷଠିଘର ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ବରଯାତ୍ରୀ ଶୋଭାଯାତ୍ରା ଉପରେ ଟ୍ରକ୍‌ ମାଡ଼ିଯିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଘଟଣାରେ ୯ଜଣ ଗୁରୁତର ହୋଇଥିଲେ। ଦୁର୍ଘଟଣାକୁ ନେଇ ଏନ୍‌ଏଚ୍‌ଏଆଇର ଏକ ବୈଷୟିକ ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ରାସ୍ତାପାର୍ଶ୍ୱରେ ଥିବା ଡ୍ରେନ୍‌ ସଫା କରାଯାଇଛି। ଉକ୍ତ ସ୍ଥାନରେ ଷ୍ଟ୍ରିଟ୍‌ ଲାଇଟ ଲାଗିବା ସହ ଭାଙ୍ଗିଯାଇଥିବା ମେଡିଆନକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଇଛି। ଦୁର୍ଘଟଣା ପରେ ଭାରତର ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) କର୍ତ୍ତୃପକ୍ଷ ତତ୍ପର ହୋଇ ପଡ଼ିଥିବା ବେଳେ ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ଦୀର୍ଘ ଦିନର ଦାବି ମଧ୍ୟରୁ କିଛି ପୂରଣ ହୋଇଛି। ମାତ୍ର ମୁଖ୍ୟ ଦାବି ଓଭର ବ୍ରିଜ୍‌ ନିର୍ମାଣ ସହ ଦୁର୍ଘଟଣା ପାଇଁ ଦାୟୀ କିଏ, ଏହା ଯାଞ୍ଚ ହେବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ପ୍ରକାଶ ଯେ, ଉକ୍ତ ସ୍ଥାନରେ ଜାତୀୟ ରାଜପଥ ପାର୍ଶ୍ୱକୁ ଲାଗି ବହୁ ଘର ରହିଛି। ରାସ୍ତାକଡ଼ରେ ଡ୍ରେନ୍‌ ଥିବା ବେଳେ ନିୟମିତ ସଫେଇ କରାଯାଉ ନ ଥିବାରୁ ସାରୁବୁଦା ହୋଇ ଡ୍ରେନ୍‌ରେ ପାଣି ଯିବାରେ ସମସ୍ୟା ହେଉଥିଲା। ଫଳରେ ଡ୍ରେନ୍‌ ପାଣି ରାସ୍ତା ଉପରେ ଯାଉଥିଲା। ଦୁର୍ଘଟଣା ପରେ ସଦର ତହସିଲଦାର ଆଶିଷ ମହାପାତ୍ରଙ୍କ ଉପସ୍ଥିତିରେ ଡ୍ରେନ୍‌ରୁ ସାରୁବୁଦା ସଫେଇ କରାଯାଇଛି। ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଏନ୍‌ଏଚ୍‌ଏଆଇର ୩୦ ମିଟର ଜମି ରହିଥିଲେ ହେଁ ରାସ୍ତା ୧୦ ମିଟର ଲେଖାଏଁ ଜବରଦଖଲରେ ରହିଛି। ଅନେକ ସ୍ଥାନରେ ଲୋକେ ବାଡ଼ବୁଜି ଅବରୋଧ କରିଛନ୍ତି। ଦୀର୍ଘଦିନ ହେବ ଉକ୍ତ ସମସ୍ୟା ରହିଥିଲେ ହେଁ ଏନ୍‌ଏଚ୍‌ଏଆଇ ଉଚ୍ଛେଦ କରୁ ନ ଥିବାରୁ ଯାତାୟାତରେ ସମସ୍ୟା ଦେଖାଦେଇଛି। ଏହା ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ରାସ୍ତା ପାର୍ଶ୍ୱ ଜବରଦଖଲ ହୋଇ ନ ଥିଲେ ମୃତ ଏବଂ ଆହତଙ୍କ ସଂଖ୍ୟା କମିଥାଅନ୍ତା ବୋଲି ଦୁର୍ଘଟଣାରେ ଆହତ ଷଠିଘର ସାହିର ରମେଶ ପାତ୍ର କହିଛନ୍ତି। ଏନ୍‌ଏଚ୍‌ଏଆଇ ଟିମ୍‌ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଡ୍ରେନ୍‌ ସଫେଇ ହେବା ସହ ମେଡିଆନ ଭାଙ୍ଗିଥିବା ସ୍ଥାନରେ ମରାମତି ସହ ମେଟାଲ ବିମ୍‌ କ୍ରାସ୍‌ ବ୍ୟାରିୟର ଲଗାଯାଇଛି। ସେହିପରି ଉକ୍ତ ସ୍ଥାନରେ ଯୁଦ୍ଧକାଳୀନଭିତ୍ତିରେ ବୁଧବାର ରାତିରେ ଅନ୍ଧାର ରହୁଥିବା ସ୍ଥାନରେ ୨ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯାଇଛି। ଉକ୍ତ ସ୍ଥାନରେ ତୁରନ୍ତ ବ୍ୟାରିକେଡ୍‌ ସହ ଓଭର ବ୍ରିଜ୍‌ ନିର୍ମାଣ କରିବାକୁ ଷଠିଘର ସାହିର ଟୁକୁ ପାତ୍ର, ଡାକ୍ତର ପାତ୍ର ପ୍ରମୁଖ ଦାବି କରିଛନ୍ତି। ଏନ୍‌ଏଚ୍‌ଏଆଇର ଅଥରିଟି ଇଞ୍ଜିନିୟର ଲକ୍ଷ୍ମୀଧର ନାୟକ କହିଛନ୍ତି, ଜିଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ରାସ୍ତାରେ ଲାଇଟ୍‌ ଲଗାଯାଇଛି। ଭାଙ୍ଗିଯାଇଥିବା ମେଡିଆନ ମରାମତି କରାଯିବା ସହ ରାସ୍ତାକଡ଼ ଡ୍ରେନ୍‌ ସଫା କରାଯାଇଛି। ଓଭର ବ୍ରିଜ୍‌ ନିର୍ମାଣ ନେଇ ଏବେ କିଛି ଚିନ୍ତା କରାଯାଇ ନ ଥିବା ବେଳେ ରାସ୍ତାକଡ଼ରେ ଶୀଘ୍ର ବ୍ୟାରିକେଡ୍‌ କରାଯିବ। ଜବରଦଖଲ ଯୋଗୁ ସର୍ଭିସ୍‌ ରୋଡ୍‌ରେ ଯାତାୟାତ ସମସ୍ୟା ହେଉଛି। ଏନେଇ ତହସିଲଦାରଙ୍କ ସହ ଆଲୋଚନା ହୋଇଥିବା ସେ କହିଥିଲେ। ଏ ସଂକ୍ରାନ୍ତରେ ତହସିଲଦାର ମହାପାତ୍ର କହିଛନ୍ତି, ଜବରଦଖଲ ଉଚ୍ଛେଦ ନେଇ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri