Posted inଜାତୀୟ

ହାଇୱେରେ ଅପରିଷ୍କାର ଟଏଲେଟ୍‌ ଦେଖିଲେ ଉଠାନ୍ତୁ ଫଟୋ, ମିଳିବ ୧,୦୦୦ ଟଙ୍କାର FASTag ରିଚାର୍ଜ, ଜାଣନ୍ତୁ NHAIର ନିୟମ

ନୂଆଦିଲ୍ଲୀ,୪।୯: ଜାତୀୟ ରାଜପଥ କିମ୍ବା ଏକ୍ସପ୍ରେସୱେରେ ଯାତ୍ରା ସମୟରେ ଖରାପ ପବ୍ଲିକ ଟଏଲେଟ୍‌କୁ ନେଇ ଯାତ୍ରୀମାନେ ପ୍ରାୟତଃ ଅସୁବିଧାରେ ପଡ଼ନ୍ତି। ଟଏଲେଟ୍‌ ନିର୍ମାଣ ହୋଇଥିଲେ ମଧ୍ୟ ନିୟମିତ ସଫେଇ ଅଭାବରୁ ଏହାର ବ୍ୟବହାର କରିବା କଷ୍ଟକର ହୋଇଥାଏ। ଏହି ସମସ୍ୟାର ସମାଧାନ ପାଇଁ ଏବେ ନ୍ୟାଶନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ (NHAI) ପକ୍ଷରୁ ଏକ ଆକର୍ଷଣୀୟ ପଦକ୍ଷେପ ନିଆଯାଇଛି।

NHAIର ‘କ୍ଲିନ ଟଏଲେଟ୍‌ ପିକ୍ଚର୍‌ ଚ୍ୟାଲେଞ୍ଜ’ ଅଧୀନରେ ଜାତୀୟ ରାଜପଥରେ ଥିବା ଖରାପ ଟଏଲେଟ୍‌ର ଫଟୋ ଉଠାଇ ଅଭିଯୋଗ କଲେ ଯାତ୍ରୀଙ୍କୁ ୧,୦୦୦ର ଫ୍ରି FASTag ରିଚାର୍ଜ ମିଳିବ। ସେପ୍ଟେମ୍ବର ୨୦୨୫ରେ ଆରମ୍ଭ ହୋଇଥିବା ଏହି ଅଭିଯାନର ସଫଳତାକୁ ଦେଖି NHAI ଏହାକୁ ୩୦ ଜୁନ ୨୦୨୭ ପର୍ଯ୍ୟନ୍ତ ବଢ଼ାଇଛି।
NHAI ଅନୁଯାୟୀ, ୨୦୨୬ରେ ଏପର୍ଯ୍ୟନ୍ତ ୪୨୯ ଜଣ ଯାତ୍ରୀ ଟଏଲେଟ୍‌ର ଫଟୋ ରିପୋର୍ଟ କରି ୧,୦୦୦ର FASTag ରିଚାର୍ଜ ପାଇଛନ୍ତି।

ଯଦି ଜାତୀୟ ରାଜପଥରେ ଯାତ୍ରା ସମୟରେ କୌଣସି ଖରାପ ଟଏଲେଟ୍‌ ଦେଖନ୍ତି, ତେବେ ମୋବାଇଲରେ ଏହାର ସ୍ପଷ୍ଟ ଫଟୋ ଉଠାନ୍ତୁ। ଏହାପରେ NHAIର ‘ରାଜମାର୍ଗଯାତ୍ରା (Rajmargyatra)’ ଆପ ଖୋଲି ଫଟୋ ଅପଲୋଡ କରିବାକୁ ପଡ଼ିବ।
ଫଟୋରେ ଜିଓ-ଟ୍ୟାଗିଂ ଏବଂ ଟାଇମ-ଷ୍ଟାମ୍ପ ରହିବା ଆବଶ୍ୟକ। ଫଟୋ ସବମିଟ ସମୟରେ ନିଜର ନାମ, ଲୋକେସନ, ମୋବାଇଲ ନମ୍ବର ଏବଂ ଗାଡ଼ିର ରେଜିଷ୍ଟ୍ରେଶନ ନମ୍ବର ଦେବାକୁ ହେବ। ଅଭିଯୋଗ ଓ ଫଟୋର ଯାଞ୍ଚ ପରେ ଯୋଗ୍ୟ ଯାତ୍ରୀଙ୍କ ଗାଡ଼ି ସହ ଲିଙ୍କ ହୋଇଥିବା FASTag ଆକାଉଣ୍ଟରେ ୧,୦୦୦ ଟଙ୍କା ରିୱାର୍ଡ ଜମା କରାଯିବ।

ଏହି ନିୟମଗୁଡ଼ିକ ମନେ ରଖନ୍ତୁ

-ଗୋଟିଏ ଗାଡ଼ିର ରେଜିଷ୍ଟ୍ରେସନ ନମ୍ବର ପାଇଁ ସମଗ୍ର ସ୍କିମ୍ରେ କେବଳ ଥରେ ୧,୦୦୦ ରିୱାର୍ଡ ମିଳିବ।
-ଗୋଟିଏ ଟଏଲେଟ୍‌କୁ ନେଇ ଏକାଧିକ ଲୋକ ଅଭିଯୋଗ କଲେ, ସର୍ବପ୍ରଥମେ ଫଟୋ ଅପଲୋଡ କରିଥିବା ୟୁଜରଙ୍କୁ ରିୱାର୍ଡ ମିଳିବ।
-ଏହି ରିୱାର୍ଡ ନନ-ଟ୍ରାନ୍ସଫରେବଲ। ଏହାକୁ ନଗଦ ଟଙ୍କାରେ ପରିଣତ କରିହେବ ନାହିଁ।
ରିୱାର୍ଡ କେବଳ FASTag ରିଚାର୍ଜ ଭାବେ ମିଳିବ।
-ଏହି ସୁବିଧା କେବଳ NHAI ଅଧୀନରେ ଥିବା ଟଏଲେଟ୍‌ ଫ୍ୟାସିଲିଟି ପାଇଁ ଲାଗୁ ହେବ।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜଗନ୍ନାଥପ୍ରସାଦରେ ଚାଞ୍ଚଲ୍ୟ; ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ବାମୀ ଅଟକ

ଜଗନ୍ନାଥପ୍ରସାଦ,୪।୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ପଞ୍ଚଭୂତି ଗ୍ରାମର ଖଦାଳ ସାହିରେ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁକୁ…

କନ୍ୟା ରାଶିରେ ପ୍ରବେଶ କରିବେ ବୁଧ: ୭ ସେପ୍ଟେମ୍ବରରୁ ଏହି ୩ ରାଶିକୁ ଘାରିବ ସଙ୍କଟ, ରହନ୍ତୁ ସତର୍କ ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ୭ ସେପ୍ଟେମ୍ବର ୨୦୨୬ରେ ବୁଧଦେବ କନ୍ୟା ରାଶିରେ ପ୍ରବେଶ କରିବେ। କନ୍ୟା ରାଶିକୁ ବୁଧଙ୍କ ସ୍ବରାଶି ଏବଂ ଉଚ୍ଚ ରାଶି ଭାବେ…

ବଡ଼ ଚମତ୍କାର: ନେପାଳ ବନ୍ୟାର ୯ ଦିନ ପରେ ମାଟି ତଳୁ ଜୀବନ୍ତ ଉଦ୍ଧାର ହେଲେ ୨ ବ୍ୟକ୍ତି, ଏବେ ବି ଶୁଣାଯାଉଛି ଆହୁରି ସ୍ବର

କାଠମାଣ୍ଡୁ,୪।୯: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଏକ ବଡ଼ ଚମତ୍କାର ଘଟଣା ସାମ୍ନାକୁ ଆସିଛି। ରସୁୱା ଜିଲାରେ ବନ୍ୟା ପରେ ତ୍ରିଶୁଳୀ-୩ଏ ହାଇଡ୍ରୋପାୱାର ପ୍ରକଳ୍ପର…

ଲ୍ୟାଣ୍ଡିଂ ବେଳେ ଫେଲ୍‌ ହେଲା ବ୍ରେକ୍‌ : ସିଧା ଯାଇ ଖୁଣ୍ଟରେ ପିଟିହେଲା ଇଣ୍ଡିଗୋ ବିମାନ, ତା’ପରେ…

ଶ୍ରୀନଗର,୪।୯: ମୁମ୍ବାଇରୁ ଶ୍ରୀନଗର ପହଞ୍ଚିଥିବା ଇଣ୍ଡିଗୋର ବିମାନ 6E 225 ଲ୍ୟାଣ୍ଡିଂ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଲ୍ୟାଣ୍ଡିଂ ପରେ ବିମାନଟି ପାର୍କିଂ ବେ’ ଆଡ଼କୁ ଯାଉଥିବା ସମୟରେ…

ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ:ସୁରଧାପାଲି ଜଙ୍ଗଲରୁ ୩୪ ଏକରରୁ ଊର୍ଦ୍ଧ୍ୱ ଜବରଦଖଲ ଉଚ୍ଛେଦ

ଅମରପାଲି, ୪।୯(ପୀତାମ୍ବର ସାହୁ): ସୁବର୍ନପୁର ଜିଲା ବୀରମହାରାଜପୁର ତହସିଲ ଅଧୀନ କେନଝିରିଆପାଲି ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ ସୁରଧାପାଲି ଜଙ୍ଗଲ ମୌଜାରେ ଦୀର୍ଘଦିନ ଧରି ହୋଇଆସୁଥିବା ଜବରଦଖଲ…

ଭଉଣୀଙ୍କ ବଢୁଥିଲା ଫଲୋଅର୍ସ, ସହି ନ ପାରି ଭାଇ ନେଲେ ଚରମ ପଦକ୍ଷେପ

ଇସଲାମାବାଦ୍‌,୪।୯: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଜଣେ ୧୮ ବର୍ଷର ଝିଅ ନିଜ ସୋସିଆଲ ମିଡିଆ ଲୋକପ୍ରିୟତାକୁ ନେଇ ସୃଷ୍ଟି ହୋଇଥିବା ବିବାଦ କାରଣରୁ ନିଜ ସାନ ଭଉଣୀକୁ…

ଛଟେଇ ଝଡ଼; ୨୦୨୬ରେ ବିଦା ହେଲେଣି ୧,୩୦,୦୦୦ରୁ ଅଧିକ ଚାକିରିଆ

ନୂଆଦିଲ୍ଲୀ,୪।୯: କୃତ୍ରିମ ବୁଦ୍ଧିମତ୍ତା ବା ‘ଏଆଇ’ ଏବେ ଚାକିରିଆଙ୍କ ପାଇଁ କାଳ ହୋଇଛି । ବିଶ୍ୱସ୍ତରରେ ଏଆଇର ପ୍ରଚଳନ ବଢ଼ି ଚାଲିଥିବାବେଳେ ଅନ୍ୟପଟେ ବିଭିନ୍ନ କ୍ଷେତ୍ରରୁ ଲୋକେ…

ବୟସ ଜାଲିଆତି କରି ଫସିଲେ ଏହି କ୍ରିକେଟର୍‌: ୨ ବର୍ଷ ବାସନ୍ଦ କଲା BCCI

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର୍‌ ରୋହିତ ଯାଦବଙ୍କୁ ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳ ବିପକ୍ଷରେ ଆଗାମୀ ଦିନିକିଆ ଏବଂ ବହୁ-ଦିବସୀୟ ସିରିଜ ପାଇଁ ଅଣ୍ଡର-୧୯ ଦଳରେ ଚୟନ କରାଯାଇଥିଲା। ଜୁନିଅର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri