‘ସଫଳତା ପାଇବାରେ ଖବରକାଗଜ ସହାୟ ହୋଇଛି’

ବଡ଼ବିଲ, ୨୬।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳରେ ରହୁଥିବା ୟଶ୍‌ ଜାଲୁକା କେନ୍ଦ୍ରୀୟ ଲୋକସେବା ଆୟୋଗ( ୟପିଏସ୍‌ସି) ଦ୍ୱାରା ପରିଚାଳିତ ପରୀକ୍ଷା-୨୦୨୦ରେ ଦେଶରେ ୪ର୍ଥ ସ୍ଥାନ ହାସଲ କରିଛନ୍ତି। ଏବେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ତେବେ ଦୈନିକ ଖବରକାଗଜ ପଢିବା ଏହି ସଫଳତାରେ ସହାୟ ହୋଇଛି ବୋଲି ୟଶ୍‌ କହିଛନ୍ତି।
ବଡ଼ବିଲ ୧୫ ନମ୍ବର ୱାର୍ଡସ୍ଥିତ ପଞ୍ଚବଟୀ ରେସିଡେନ୍ସିର ଫ୍ଲାଟ ନଂ-୨୦୩ ରେ ରହୁଥିବା ମନୋଜ ଜାଲୁକା ଏବଂ ଶୋଭାଦେବୀଙ୍କ ପୁଅ ୟଶ୍‌। ସେ ୬ଷ୍ଠରୁ ୧୦ମ ପର୍ଯ୍ୟନ୍ତ ବଡବିଲ ସେଣ୍ଟମେରିଜ ସ୍କୁଲରେ ପଢିଥିଲେ। ପରବର୍ତ୍ତୀ ସମୟରେ ବୋକାରୋରେ ଯୁକ୍ତ ଦୁଇ, ଦିଲ୍ଲୀରେ ଗ୍ରାଜୁଏଶନ ଏବଂ ଇକୋନୋମିକ୍ସରେ ମାଷ୍ଟର ଡିଗ୍ରୀ ହାସଲ କରି ୟୁପିଏସ୍‌ସି ସିଭିଲ ସର୍ଭିସେସ ପରୀକ୍ଷା ଦେଇଥିଲେ। ସେ ଦୈନିକ ୮ଘଣ୍ଟା ପରିଶ୍ରମ କରୁଥିଲେ। ଆଉ ଖବରକାଗଜ ପଢୁଥିଲେ। ୟଶ୍‌ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନାର ସୁପରିଚାଳନାରେ ନିଜକୁ ସମର୍ପଣ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡରେ କାଳବୈଶାଖୀ ତାଣ୍ଡବ, ଟିଣ ଆଜବେଷ୍ଟ ପଡି କଟିଗଲା ଯୁବକଙ୍କ ହାତ

ଦେବଗଡ,୨୬।୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି । ଅନେକ ଲୋକଙ୍କ ଘର ଦ୍ୱାର ଭାଙ୍ଗି ବାସହରା ହୋଇ ପଡିଛନ୍ତି ।…

ବଳାତ୍କାର ଅଭିଯୁକ୍ତ ରାମ ରହିମଙ୍କୁ ପୁଣି ମିଳିଲା ୩୦ ଦିନର ପାରୋଲ

ରୋହତକ,୨୬।୫: ଡେରା ସଚ୍ଚା ସୌଦା ମୁଖ୍ୟ ଏବଂ ଦୋଷୀ ସାବ୍ୟସ୍ତ ବଳାତ୍କାରୀ ଗୁରମିf ରାମ ରହିମଙ୍କୁ ପୁଣି ଥରେ ପାରୋଲ ମିଳିଛି। ଏଥର ସେ ୩୦ ଦିନ…

ଧାନବିଲରୁ ନିର୍ଗତ ଗ୍ରୀନହାଉସ୍‌ ଗ୍ୟାସ୍‌ ଏସିଆରେ ସର୍ବାଧିକ

ନୂଆଦିଲ୍ଲୀ, ୨୬।୫(ପି.ଟି.):୨୦୦୧ରୁ ୨୦୨୦ ମଧ୍ୟରେ ଧାନବିଲରୁ ନିର୍ଗତ ହେଉଥିବା ବିଶ୍ୱର ମୋଟ ସବୁଜ ଗୃହ ବାଷ୍ପ(ଗ୍ରୀନହାଉସ ଗ୍ୟାସ୍‌)ର ୯୦%ରୁ ଅଧିକ କେବଳ ଏସିଆରୁ ନିର୍ଗତ ହୋଇଛି, ଯେଉଁଥିରେ…

ଭାରତର ବିକାଶ ଯାତ୍ରା

ଯେତେବେଳେ ମୁଁ ତିରୁପ୍ପୁରର ଏକ ବିଦ୍ୟାଳୟରେ ପଢୁଥିବା ଜଣେ ଛୋଟ ବାଳକ ଥିଲି, ସେତେବେଳେ ଆମ ଦେଶକୁ ନେଇ ମୋ ମନରେ ଅନେକ ସ୍ବପ୍ନ ଥିଲା। ମୋ…

ଅସ୍ତ୍ରବିରତି ମଝିରେ ଇରାନର ଜାହାଜ ଉପରକୁ ଆମେରିକାର ବଡ଼ ଆକ୍ରମଣ, ୨ ଜାହାଜ…

ଓ୍ବାଶିଂଟନ,୨୬।୫: ଆମେରିକା ଏବଂ ଇରାନ ମଧ୍ୟରେ ବର୍ତ୍ତମାନ ଯୁଦ୍ଧବିରତି କାର୍ଯ୍ୟକାରୀ ହେଉଛି ଏବଂ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି । ତଥାପି, ଉତ୍ତେଜନା ସମ୍ପୂର୍ଣ୍ଣ ଭାବରେ…

ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ: ପରିବାର ଲୋକେ ଦେଲେ ଚେତାବନୀ

ଭୁବନେଶ୍ୱର/ବାରଙ୍ଗ,୨୬ା୫(ତ୍ରିନାଥ ମହାନ୍ତି/ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ହାଜତରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗରେ ସୋମବାର ରାତିରେ ଉତ୍ତେଜନା ଦେଖିବାକୁ ମିଳିଛି। ସ୍ଥାନୀୟ ଚଣ୍ଡୀପ୍ରସାଦ ଗ୍ରାମର ଶତାଧିକ ମହିଳାପୁରୁଷ ରାତିତମାମ…

ମହିଳାଙ୍କୁ ପାଗଳ କଲା ପରକୀୟା ପ୍ରୀତି, ସ୍ବାମୀଙ୍କୁ ବିଦ୍ୟୁତ୍‌ ଶକ୍‌ ଦେଇ ମାରିଲେ ସ୍ତ୍ରୀ

ବରେଲି,୨୬।୫: ଉତ୍ତରପ୍ରଦେଶର ବରେଲିରେ ଜଣେ ମହିଳାଙ୍କ ପରକୀୟା ପ୍ରୀତିକୁ ସ୍ବାମୀ ବିରୋଧ କରିବାରୁ ସେ ପ୍ରେମିକ, ଭଉଣୀ ଓ ଭଉଣୀଙ୍କ ପୁରୁଷ ବନ୍ଧୁ ସହ ମିଶି ସ୍ବାମୀଙ୍କୁ…

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri