ବିବାହର ୫ ଦିନ ପୂରିନି: ଆତ୍ମହତ୍ୟା କଲେ ନବବିବାହିତ

କେନ୍ଦୁଝର, ୧୫ା୩ (ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ କାଳିମାଟି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହର ୫ ଦିନ ପୁରି ନ ଥିବା ବେଳେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ଯୁବକଙ୍କ ମୃତଦେହ ଗାଁ ନିକଟସ୍ଥ ଏକ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ହେଲେ ଦୁଧିଆନାଳୀ ସାହିର ନିର୍ମଳ ସାହୁ (୨୫)।
ମିଳିଥିବା ସୂଚନା ଅନୁସାରେ ନିର୍ମଳ ହରିଚନ୍ଦନପୁର ଥାନା ଅନ୍ତର୍ଗତ ପିଠାଗୋଳା ଗାଁର ବୁଧୁମତୀଙ୍କୁ ଗତ ୧୧ରେ ବିବାହ କରିଥିଲେ। ମଙ୍ଗଳବାର ସକାଳେ ନିର୍ମଳ ପିଆଜ ଖୋଳିବାକୁ ଯାଉଛି କହି ଆଉ ଫେରି ନ ଥିଲେ। ପରିବାରବର୍ଗ ଖୋଜାଖୋଜି କରିବା ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାଇ ନ ଥିଲେ। ବୁଧବାର ସକାଳେ ଗ୍ରାମର କେତେକ ଲୋକ ମହୁଲ ସଂଗ୍ରହ କରିବାକୁ ଯାଇଥିବାବେଳେ ଏକ ଗଛରେ ନିର୍ମଳ ଝୁଲୁଥିବାର ଦେଖିବାକୁ ପାଇଥିଲେ। ଏ ନେଇ ସେମାନେ ପରିବାରବର୍ଗ ଲୋକଙ୍କୁ ଅବଗତ କରାଇଥିଲେ। ପରିବାରବର୍ଗ ଘଟଣାସ୍ଥଳକୁ ଯାଇ ଦେଖିବା ସହ ହରିଚନ୍ଦନପୁର ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ନିର୍ମଳଙ୍କ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଜାରି ରଖିଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି ବୋଲି ଦାୟିତ୍ୱରେ ଥିବା ଥାନା ଅଧିକାରୀ ସୁରେଶ କୁମାର ମାଝୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ରୁ ଝାରସୁଗୁଡ଼ା ଦେଇ ଏଲାୟନ୍ସ ଏୟାର ବିମାନର ପରୀକ୍ଷାମୂଳକ ଉଡ଼ାନ

ଝାରସୁଗୁଡ଼ା ଅଫିସ,୩ା୧୧- ଝାରସୁଗୁଡ଼ା ଭିଏସ୍‌ଏସ୍‌ (ବୀର ସୁରେନ୍ଦ୍ର ସାଏ)ବିମାନ ବନ୍ଦର ଦେଇ ଚଳାଚଳ କରୁଥିବା ଏକମାତ୍ର ସ୍ପାଇସଜେଟ ବିମାନ ଯାତ୍ରୀଙ୍କ ଚାହିଦା ମେଣ୍ଟାଇ ପାରୁ ନ...

ଟ୍ରଲର ଉପରେ କଟୁଛି ଦିନ

ଢେଙ୍କାନାଳ ଅଫିସ, ୨୯।୩ – ଗାଡ଼ି ଗଡ଼ିଲେ ପେଟକୁ ଦିମୁଠା ମିଳେ। ପରିବାର ଚଳେ। ଗାଡ଼ି ବନ୍ଦ ତ ଦାନାପାଣି ସବୁ ବନ୍ଦ। ପରିବାରକୁ ପଛକରି...

କରୋନା ଭୟରେ ମିଳୁନି ସାଧାରଣ ସ୍ବାସ୍ଥ୍ୟସେବା

ଚୌଦ୍ୱାର,୩ା୪ (ଡି.ଏନ୍‌.ଏ): କରୋନା ଭୂତାଣୁ ବ୍ୟାପିବା ଆଶଙ୍କାରେ ସାରା ଦେଶରେ ଲକ୍‌ଡାଉନ ଘୋଷଣା ଥିବାବେଳେ ଚୌଦ୍ୱାରରେ ମଧ୍ୟ ଏହାକୁ କଡ଼ାକଡ଼ି ପାଳନ କରାଯାଇଛି। ସାଧାରଣ ଲୋକ...

କରୋନା ସର୍ଭେବେଳେ ଅଙ୍ଗନଓ୍ବାଡି କର୍ମୀଙ୍କ ମୃତ୍ୟୁ

ଅମରପାଲି, ୨୨ା୪(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରାମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ବୁରୁବୁଡ଼ା ଅଙ୍ଗନଓ୍ବାଡି କେନ୍ଦ୍ରର କର୍ମୀଙ୍କର କରୋନା ସର୍ଭେ ବେଳେ ବୁଧବାର ମୃତ୍ୟୁ ଘଟିଛି।...

ଆଇଏନ୍‌ଟିୟୁସିର ନୂତନ କର୍ମକର୍ତ୍ତା ନିଯୁକ୍ତି

ଅନୁଗୋଳ ଅଫିସ, ୨୮।୭ – ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଯୁବ ଶାଖା (ଆଇଏନ୍‌ଟିୟୁସି)କୁ ଅନୁଗୋଳ ଜିଲାରେ ସୁସଙ୍ଗଠିତ କରିବା ପାଇଁ ନୂତନ ଶ୍ରମିକ ନେତା ନିଯୁକ୍ତ...

କାର୍‌ରେ ନେଉଥିଲେ ୭ ମେଣ୍ଢା, ପାଟ୍ରୋଲିଂ ସମୟରେ ଧରାପଡ଼ିଲେ ଚୋର

କଣ୍ଟାପଡ଼ା,୭ା୧୨(ଡି.ଏନ୍‌.ଏ.): କଟକ ଜିଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଅଧିକାଂଶ ଅଞ୍ଚଳରୁ ଛେଳି ମେଣ୍ଢା ଚୋରି ହୋଇ ଆସୁଥିଲା। ଅଞ୍ଚଳରେ ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା।...

ରାୟଗଡ଼ା ଜିଲାରେ ସ୍କୁଲକୁ ଆସୁନାହାନ୍ତି ୬୩୯୨ ଛାତ୍ରୀଛାତ୍ର

ରାୟଗଡ଼ା ଅଫିସ,୧୫।୫: କରୋନା ସ୍ଥିତିରେ ସୁଧାର ଆସିବା ପରେ ସମସ୍ତ ସ୍କୁଲ ଖୋଲିବା ସହ ପାଠପଢ଼ା ସ୍ବାଭାବିକ ହୋଇଛି। ହେଲେ ରାୟଗଡ଼ା ଜିଲାରେ ପୂର୍ବଭଳି ପିଲାମାନେ ସ୍କୁଲ...

୪ ସପ୍ତାହ ପାଇଁ ଘୁଞ୍ଚିଲା କୋଟିଆ ବିବାଦ ଶୁଣାଣି

କୋରାପୁଟ,୨୪ା୧(ସ୍ବ.ପ୍ର.): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକର ଆନ୍ଧ୍ର ସୀମାନ୍ତ କୋଟିଆ ବିବାଦ ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ରୁଜୁ ମାମଲାର ସୋମବାର ଶୁଣାଣି ରହିଥିଲା।...

Advertisement
Archives

Model This Week