‘ଓଡ଼ିଶାରୁ ବିଜେଡି-ନବୀନ ଯୁଗ ସରିଲା, ତାମିଲ ଶାସନ ହଟିଲା’

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୯।୬ : ଖୋର୍ଦ୍ଧା ଜେଲରୁ ବାହାରିଲେ ନବନିର୍ବାଚିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ତାଙ୍କୁ ରବିବାରଠାରୁ ତିନି ଦିନ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ଅତିରିକ୍ତ ଜିଲା ଦୌରାଜଜ-୧ମ। ପୁତୁରା ଶୁଦ୍ଧିକ୍ରିୟା, ଶପଥ ଗ୍ରହଣ ଉତ୍ସବ ରେ ଯୋଗଦାନ ଏବଂ ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ଗତ ୨୫ତାରିଖ ବୋଲଗଡ ବ୍ଲକ କାଉଁରୀପାଟଣା ବୁଥରେ ଇଭିଏମ୍‌ ଭାଙ୍ଗିବା ଅଭିଯୋଗ ରେ ଗିରଫ ହୋଇ ଜେଲ ଯାଇଥିଲେ। ସ୍ବାସ୍ଥ୍ୟ ବିଗିଡ଼ିିବାରୁ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିଲେ। ଆଜି ଜେଲରୁ ବିଧିବଦ୍ଧ ଭାବେ ୩ଦିନ ଜାମିନରେ ବାହାରିଛନ୍ତି।

ଜେଲ ବାହାରେ ତାଙ୍କୁ ଶତାଧିକ କର୍ମୀ, ନେତା ସମର୍ଥକ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ। ଫୁଲତୋଡା,ଫୁଲମାଲ ପିନ୍ଧାଇ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଜୟଶ୍ରୀରାମ ନାରାରେ ଜେଲ ପରିସର, ଖୋର୍ଦ୍ଧା ସହର କମ୍ପିଥିଲା। ଘୋଡାଗାଡିରେ ଚଢି ଯୋଦ୍ଧା ପାଇକବେଶରେ ଶତାଧିକ କର୍ମୀଙ୍କ ଗହଣରେ ପୁରା ଖୋର୍ଦ୍ଧା ସହର ପରିକ୍ରମା କରିଥିଲେ। ସବୁଠି କର୍ମୀ, ଲୋକେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ବିଧାୟକ ପ୍ରଶାନ୍ତ ଜଗଦେବ କହିଲେ ଜେଲରେ ଥାଇ ବିଧାୟକ ଭାବେ ନିର୍ବାଚିତ ହୋଇଛି। ଆଜି ଜେଲରୁ ବାହାରି ବିଜୟ ଉତ୍ସବ ଆରମ୍ଭ କରିଛି। ଆଜିଠୁ ନବୀନ ଓ ବିଜେଡି ଦଳର ଯୁଗ ସରିଲା। ଆଜିଠୁ ଖୋର୍ଦ୍ଧା ଓ ଓଡିଶାରେ ଭାଜପାର ସରକାର ଦେଖିବେ ଜନତା। ନବୀନଙ୍କୁ କଟାକ୍ଷ କରି କହିଲେ ବିଜେଡିର ଶୋଚନୀୟ ପରାଜୟ ପରେ ନବୀନ ପାଣ୍ଡିଆନଙ୍କୁ କ୍ଲିନଚିଟ୍‌ ଦେଉଛନ୍ତି। ଓଡିଶାରୁ ତାମିଲ ଶାସନ ହଟିଲା। ଖୋର୍ଦ୍ଧା ବାସୀଙ୍କ ଅଧୁରା ସ୍ବପ୍ନ ପୂରଣ ହେବ। କାବିନ ମୁକ୍ତ ସହର, ଉନ୍ନତ ଖେଳପଡିଆ, ସ୍ବାସ୍ଥ୍ୟାବସ୍ଥା, ବରୁଣେଇ ପୀଠର ସୌନ୍ଦର୍ଯ୍ୟକରଣ ସହ ସ୍ମାରକୀ ର୍ନିମାଣ ତ୍ୱରାନ୍ବିତ କରାଯିବ ବୋଲି କହିଛନ୍ତି ଜଗଦ୍ଦେବ। ତାଙ୍କ ସାଥିରେ ପୂର୍ବତନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ମହିଳାନେତ୍ରୀ ବାସନ୍ତୀ ମହାପାତ୍ର, ଜିଲା ସଭାପତି ରଶ୍ମୀ ମହାପାତ୍ର, ନିକୁଞ୍ଜ ପଟ୍ଟନାୟକ, ଦିପୁ ହୋତା ଓ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

PoKରେ ବଡ଼ ନାଟକ: ନିର୍ବାଚନ ହାରିଥିବା ନେତା ହେଲେ ନୂଆ PM! ନୱାଜଙ୍କ ଏକଚାଟିଆ ନିଷ୍ପତ୍ତିକୁ ନେଇ ହଙ୍ଗାମା

ଇସଲାମାବାଦ,୨୮।୮: ପାକିସ୍ତାନ ଅଧିକୃତ କାଶ୍ମୀର (PoK) ସାଧାରଣ ନିର୍ବାଚନ ପରେ ଏବେ ପ୍ରଧାନମନ୍ତ୍ରୀ ପଦକୁ ନେଇ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ (PML-N) ଭିତରେ ଗୃହଯୁଦ୍ଧ ଓ ନାଟକୀୟ…

ଅଙ୍ଗନୱାଡ଼ି କର୍ମୀଙ୍କ ଅନଶନ ପ୍ରତ୍ୟାହୃତ

ଗୁଣପୁର, ୨୮/୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ୍‌ର ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିସ୍ ୱାର୍କର୍ସ ଆସୋସିଏଶନ୍ ପକ୍ଷରୁ ଦୀର୍ଘଦିନର ବିଭିନ୍ନ ଦାବି ନେଇ ପ୍ରଶାସନକୁ…

ଭାଜପା ମହିଳା ମୋର୍ଚ୍ଚାର ରକ୍ଷାବନ୍ଧନ

ହାଟଡିହୀ, ୨୮/୮ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ହାଟଡିହୀ ଭାଜପା କାର୍ଯ୍ୟାଳୟ ପରିସରରେ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି: ଅମିତ ଶାହାଙ୍କ ବଡ଼ ବୈଠକ

ଅହମଦାବାଦ,୨୮ା୮: ଭାରତରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି ଏବଂ ଦେଶର ୨୦୩୬ ଅଲିମ୍ପିକ ବିଡ୍‌ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା…

ଅଷ୍ଟ୍ରେଲିଆରେ ଅନାୟା ବାଙ୍ଗରଙ୍କୁ ମହିଳା କ୍ରିକେଟ୍ ଖେଳିବାକୁ ଅନୁମତି: ଅସନ୍ତୋଷ ପ୍ରକାଶ କଲେ…

ନୂଆଦିଲ୍ଲୀ,୨୮।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଟ୍ରାନ୍ସଜେଣ୍ଡର ଝିଅ ଅନାୟା ବାଙ୍ଗରଙ୍କୁ ନେଇ କ୍ରିକେଟ୍ ଜଗତରେ ଏକ ନୂଆ ବିବାଦ…

ଅନଲାଇନରେ ଠକେଇ ହେବାମାତ୍ରେ ଶୀଘ୍ର କରନ୍ତୁ ଏପରି: ପାଟପୁର ପୋଲିସ ପକ୍ଷରୁ…

ଦିଗପହଣ୍ଡି,୨୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପକ୍ଷରୁ ଶୁକ୍ରବାର ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ମାଧ୍ୟମିକ ବିଦ୍ୟାଳୟ ପରିସରରେ ସାଇବର କ୍ରାଇମ୍ ରୁ କିଭଳି ସୁରକ୍ଷିତ…

ବ୍ଲକ୍ ପଞ୍ଚାୟତ ବିକାଶ ଯୋଜନା ବୈଠକରେ ତାତିଲେ ନିର୍ବାଚିତ ସଦସ୍ୟ: କାର୍ଯ୍ୟଶୈଳୀ ନେଇ ଅସନ୍ତୋଷ ବ୍ୟକ୍ତ କଲେ…

ପାଟଣା, ୨୮୮ (ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ବ୍ଲକ୍ ସଭାଗୃହରେ ଶୁକ୍ରବାର ବ୍ଲକ୍ ପଞ୍ଚାୟତ ବିକାଶ ଯୋଜନାର ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ…

ଫୁଟବଲ ପ୍ରତିଯୋଗିତା: ଝାରବେଡ଼ା ଚାମ୍ପିୟନ

କୁଆଁରମୁଣ୍ଡା,୨୮।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଧୀନ କାଲୋଷିହିରିଆ ପଞ୍ଚାୟତ ଲୁଚାବାହାଲ ସ୍କୁଲବସ୍ତି ଖେଳ ପଡ଼ିଆରେ ୨ ଦିନିଆ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri