Posted inଖେଳ

ରେକର୍ଡ ବ୍ରେକିଂ ପ୍ରଦର୍ଶନ ସତ୍ତ୍ୱେ ଦଳରୁ ବାଦ୍‌ ପଡିଲେ ଏହି ଖେଳାଳି

ଖ୍ରୀଷ୍ଟଚର୍ଚ୍ଚ,୨୩।୧୨: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ପାଇଁ ନ୍ୟୁଜିଲାଣ୍ଡ ୧୩ ଜଣିଆ ଦଳ ଘୋଷଣା କରିଛି। ହେଲେ ଆଶ୍ଚର୍ଯ୍ୟନକ ଭାବେ ସ୍ପିନର ଏଜାଜ ପଟେଲ ଏହି ଦଳରେ ସ୍ଥାନ ପାଇ ନାହାନ୍ତି। ଭାରତ ଗସ୍ତରେ ଏକ ଟେଷ୍ଟର ଗୋଟିଏ ଇନିଂସରେ ସେ ସବୁ ୧୦ଟି ଯାକ ଉଇକେଟ ହାସଲ କରି ରେକର୍ଡ ବୁକ୍‌ରେ ସ୍ଥାନ ପାଇଥିଲେ ମଧ୍ୟ ତାଙ୍କୁ ଦଳରେ ସାମିଲ କରାଯାଇ ନାହିଁ।
ଇଂଲଣ୍ଡର ଜିମ ଲେକର ଓ ଭାରତର ଅନିଲ କୁମ୍ବଲେଙ୍କ ପରେ ଏଜାତ ତୃତୀୟ ବୋଲର ଭାବେ ଟେଷ୍ଟ ଇତିହାସରେ ଗୋଟିଏ ଇନିଂସରେ ସବୁ ୧୦ଟି ଯାକ ଉଇକେଟ ଅକ୍ତିଆର କରିଥିଲେ। ଚଳିତ ମାସ ପ୍ରାରମ୍ଭରେ ଅନୁଷ୍ଠିତ ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ୧୧୯ ରନ ଦେଇ ୧୦ ଉଇକେଟ ଅକ୍ତିଆର କରିଥିଲେ। ବାଂଲାଦେଶ ବିପକ୍ଷରେ ନ୍ୟୁଜିଲାଣ୍ଡ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଜାନୁୟାରୀ ୧ ତାରଖରୁ ପ୍ରଥମ ଟେଷ୍ଟ ଆରମ୍ଭ ହେବ। ଏହି ଦଳରେ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ, ଟିମ୍‌ ସୌଦି, କାଏଲ ଜେମିସନ, ନିଲ ଓ୍ବାଗନର ଓ ମ୍ୟାଟ ହେନରୀଙ୍କ ସମେତ ମିଡିୟମ ପେସର ଅଲରାଉଣ୍ଡର ଡାରିଲ ମିଚେଲ ଏବଂ ସ୍ପିନ ଅଲରାଉଣ୍ଡର ରଚିନ ରବୀନ୍ଦ୍ର ସ୍ଥାନ ପାଇଛନ୍ତି। ପ୍ରଥମ ଟେଷ୍ଟ ମାଉଣ୍ଟ ମାଉନଗାନୁଇ ଓ ଖ୍ରୀଷ୍ଟଚର୍ଚ୍ଚର ହଗଲି ଓଭାଲ ଗ୍ରାଉଣ୍ଡରେ ଖେଳାଯିବ।

ସ୍ଥିତିକୁ ଦୃଷ୍ଟିରେ ରଖି ଏକ ଶ୍ରେଷ୍ଠ ଦଳ ଚୟନ କରିବା ଆମର ଲକ୍ଷ୍ୟ। ତେଣୁ ରେକର୍ଡ ବ୍ରେକିଂ ପ୍ରଦର୍ଶନ ସତ୍ତ୍ୱେ ଏଜାଜଙ୍କୁ ଏହି ଦଳରେ ସ୍ଥାନ ମିଳିନାହିଁ ବୋଲି ନ୍ୟୁଜିଲାଣ୍ଡ କୋଚ୍‌ ଗ୍ୟାରୀ ଷ୍ଟେଡ କହିଛନ୍ତି। ଡାରିଲ ଓ ରଚିନ ସାମିଲ ହୋଇଥିବାରୁ ଦଳର ସନ୍ତୁଳନରେ ଉନ୍ନତି ଆସିବ ବୋଲି ସେ କହିଛନ୍ତି। କେନ୍‌ ଓ୍ବିଲିୟମସନଙ୍କ ଅନୁପସ୍ଥିତିରେ ଟିମ୍‌ ଲାଥମ ଦଳର ନେତୃତ୍ୱ ନେବେ। ଏଲବୋ ଇଞ୍ଜୁରି କାରଣରୁ ଓ୍ବିଲିୟମସନ ସିରିଜ ବାଦ୍‌ ପଡିଛନ୍ତି। ବ୍ୟାଟ୍ସମ୍ୟାନ ଡେଭନ କନଓ୍ବେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗତମାସରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ ଖେଳିବା ଅବସରରେ ତାଙ୍କ ହାତ ଭାଙ୍ଗି ଯାଇଥିଲା। ଓ୍ବିଲିୟମସନଙ୍କ ଅନୁପସ୍ଥିତିରେ ଲାଥମ ଦଳରେ ନେତୃତ୍ୱ ନେବାରେ ସଫଳ ହେବେ ବୋଲି ଷ୍ଟେଡ୍‌ ଆଶା ପ୍ରକାଶ କରିଛନ୍ତି।

ନ୍ୟୁଜିଲାଣ୍ଡ ଦଳ: ଟମ୍‌ ଲାଥମ (ଅଧିନାୟକ), ଟମ୍‌ ବ୍ଲଣ୍ଡେଲ, ଟ୍ରେଣ୍ଟ ବୋଲ୍ଟ, ଡେଭନ କନଓ୍ବେ, ମ୍ୟାଟ୍‌ ହେନେରୀ, କାଲଏ ଜେମିସନ, ଡାରିଲ ମିଚେଲ, ହେନେରୀ ନିକୋଲ୍ସ, ରଚିନ ରବୀନ୍ଦ୍ର, ଟିମ ସୌଦି, ରସ ଟେଲର, ନିଲ ଓ୍ବାଗନର ଓ ଓ୍ବିଲ ୟଙ୍ଗ୍‌।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri