Posted inଖେଳ

ଇମ୍ରାନଙ୍କ ଆଶ୍ୱାସନା ସତ୍ତ୍ୱେ ଖେଳିବାକୁ ମନା କଲା ନ୍ୟୁଜିଲାଣ୍ଡ

ରାଓ୍ବଲପିଣ୍ଡି,୧୭।୯: ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ଏଠାରେ ଶୁକ୍ରବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯିବାର ଥିଲା। କିନ୍ତୁ ମ୍ୟାଚ୍‌ ଆରମ୍ଭ ହେବାର ଘଣ୍ଟାକ ପୂର୍ବରୁ ସୁରକ୍ଷା ଗତ କାରଣ ଦର୍ଶାଇ ପୂରା ଗସ୍ତକୁ ବାତିଲ ଘୋଷଣା କରିଛି ନ୍ୟୁଜିଲାଣ୍ଡ କ୍ରିକେଟ୍‌। ଏପରିକି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବ୍ୟକ୍ତିଗତ ଭାବେ ଆଶ୍ୱସନା ଦେବା ପରେ ମଧ୍ୟ ଖେଳିବାକୁ ମନା କରି ଦେଇଛି ନ୍ୟୁଜିଲାଣ୍ଡ।

ସରକାରଙ୍କ ପକ୍ଷରୁ ସୁରକ୍ଷା ଜନିତ ଚିନ୍ତା ବ୍ୟକ୍ତ କରାଯିବା ପରେ ଆମେ ପାକିସ୍ତାନ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ ପୂର୍ବରୁ ପୂରା ସିରିଜ୍‌କୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛୁ। ନ୍ୟୁଜିଲାଣ୍ଡ କ୍ରିକେଟର ସୁରକ୍ଷା ଅଧିକାରୀଙ୍କ ପରାମର୍ଶ କ୍ରମେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏବେ ଦଳର ଫେରିବା ବ୍ୟବସ୍ଥା କରାଯାଉଥିବା ନ୍ୟୁଜିଲାଣ୍ଡ କ୍ରିକେଟ୍‌ ପକ୍ଷରୁ କୁହାଯାଇଛି।

ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବ୍ୟକ୍ତିଗତ ଭାବେ ତାଙ୍କ ନ୍ୟୁଜିଲାଣ୍ଡ ପ୍ରତିପକ୍ଷ ଜାକିନ୍ଦା ଆର୍ଡେନଙ୍କ ସହ ଆଲୋଚନା କରିଥିଲେ। ଇମ୍ରାନ ଜଣାଇଥିଲେ ଯେ, ଆମ ପାଖରେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଇଣ୍ଟେଲିଜେନ୍ସ ସିଷ୍ଟମ ରହିଛି। ଭ୍ରମଣକାରୀ ଦଳ ପ୍ରତି କୌଣସି ବିପଦ ନାହିଁ। ପିସିବି ଓ ପାକିସ୍ତାନ ସରକାର ନ୍ୟୁଜିଲାଣ୍ଡ ଦଳ ପାଇଁ ଫୁଲପ୍ରୁପ୍‌ ସୁରକ୍ଷା ବ୍ୟବସ୍ଥା କରିଛନ୍ତି। ଆମେ ଭ୍ରମଣକାରୀ ଦଳର ସୁରକ୍ଷା ନେଇ ନ୍ୟୁଜିଲାଣ୍ଡ କିକେଟକୁ ଆଶ୍ୱସନା ଦେଉଛୁ। ଏହାସତ୍ତ୍ୱେ ସିରିଜ୍‌ରୁ ଓହରିବାକୁ ନିଷ୍ପତ୍ତି ନେଇଥିଲେ ଏନ୍‌ଜେଡ୍‌ସି ମୁଖ୍ୟ ଡେଭିଡ ହ୍ବାଇଟ୍‌।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖେଳକୁ ଲୋକେ ଭଲ ପାଉଥିବାରୁ ଓଡ଼ିଶାରେ ବଡ଼ ଇଭେଣ୍ଟ ସମ୍ଭବ ହୋଇପାରୁଛି: ରିଜିଜୁ

ଭୁବନେଶ୍ୱର,୨।୧୧(କ୍ରୀଡ଼ା ପ୍ରତିନିଧି)-ଅଲିମ୍ପିକ୍‌ କ୍ବାଲିଫାୟର୍ସରେ ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳକୁ ଉତ୍ସାହିତ କରିବା ପାଇଁ ମୁଁ ଭୁବନେଶ୍ୱର ଆସିଛି। ହକିରେ ଭାରତ ତା’ର ହୃତ୍‌...

ଲିସ୍‌ବନରେ ପହଞ୍ଚତ୍ଲେ ନୀରଜ

ନୂଆଦିଲ୍ଲୀ, ୮ା୬ (ପି.ଟି.)- ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କରିସାରିଥିବା ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ପର୍ତ୍ତୁଗାଲରେ ପହଞ୍ଚତ୍ଛନ୍ତି। ଜୁନ୍‌ ୧୦ରେ ଲିସ୍‌ବନରେ...

ସେଲ୍‌ଫି ନେବାପରେ ଜଣାପଡ଼ିଲା କ୍ରିକେଟର୍‌ଙ୍କୁ ହୋଇଛି କରୋନା

ନୂଆଦିଲ୍ଲୀ, ୨୯।୭: ପସନ୍ଦର ସେଲିବ୍ରିଟିଙ୍କୁ ଜୀବନରେ ଥରେ ହେଉନା କାହିଁକି ଭେଟିବାକୁ ସବୁ ପ୍ରଶଂସକଙ୍କ ସ୍ବପ୍ନ ଥାଏ। ଏପରିକି କେତେଜଣ ଭାଗ୍ୟଶାଳୀ ବ୍ୟକ୍ତି ଥାଆନ୍ତି ଯିଏକି...

ରାହାନେଙ୍କ ଉପରେ ଅଧିନାୟକତ୍ୱ ଚାପ ରହିବ ନାହିଁ’

ନୂଆଦିଲ୍ଲୀ, ୧୫ା୧୨ (ପି.ଟି.): ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅଜିଙ୍କ୍ୟ ରାହାନେଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ତିନୋଟି ଟେଷ୍ଟ ମ୍ୟାଚରେ ଭାରତୀୟ ଦଳର ନେତୃତ୍ୱ ନେବାକୁ ପଡ଼ିବ।...

ଅବସର ପଛର କାରଣ ହୃଦୟ ବିଦାରକ ପରାଜୟ

ଆବୁଧାବି,୩୧।୧୦: ଚଳିତ ଟି୨୦ ବିଶ୍ୱକପ୍‌ ମଝିରେ ଅବସର ଘୋଷଣା କରିଛନ୍ତି ଅସଘର ଅଫଘାନ। ତେବେ ଗତ ମ୍ୟାଚ୍‌ରେ ପାକିସ୍ତାନଠାରୁ ହୃଦୟ ବିଦାରକ ପରାଜୟ ପରେ ହଠାତ୍‌...

ଆରସିବିକୁ ଲାଗିଲା ବଡ଼ ଝଟ୍‌କା: ଆଇପିଏଲ୍‌ରୁ ବାଦ୍‌ ପଡ଼ିଲେ ଏହି ଖେଳାଳି

ଦୁବାଇ,୩୦।୮: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ମାସରେ ୟୁଏଇରେ ଆରମ୍ଭ ହେବ। ଏହି ଟୁର୍ନାମେଣ୍ଟ ପାଇଁ ଅଧିକାଂଶ ଦଳ ୟୁଏଇରେ ପହଞ୍ଚିଛନ୍ତି। ବିରାଟ କୋହଲି,...

୧୦୦ ମିଟର ହର୍ଡଲ୍ସରେ ସବିତାଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର,୧୮ା୭ (ସ୍ପୋଟର୍‌ସ ବ୍ୟୁରୋ): ଭୋପାଳସ୍ଥିତ ତାନ୍ତିଆ ଟୋପେ ଷ୍ଟାଡିୟମରେ ୧୭ତମ ନ୍ୟାଶନାଲ ୟୁଥ୍‌ ଚାମ୍ପିୟନଶିପ୍‌ (୧୮ ବର୍ଷରୁ କମ୍‌) ଶନିବାରଠାରୁ ଆରମ୍ଭ ହୋଇଛି। ଏହି ୩...

କୋହଲିଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଗାଭାସ୍କର

ନୂଆଦିଲ୍ଲୀ,୧୭।୧: ଶ୍ରୀଲଙ୍କା ବିପକ୍ଷ ତୃତୀୟ ଦିନିକିଆରେ ବିରାଟ କୋହଲି ଏକ ଚମତ୍କାର ଶତକ ହାସଲ କରିଥିଲେ। ସେହି ମ୍ୟାଚରେ କୋହଲି ୧୧୦ ବଲରୁ ଅପରାଜିତ ୧୬୬...

Advertisement
Archives

Model This Week