କୋଭିଡ୍‌ ମୁକାବିଲାର ନୂଆ ରଣନୀତି

ବିଶ୍ୱରେ କୋଭିଡ୍‌-୧୯ ମହାମାରୀ ଦେଖାଦେବାର ୩ ବର୍ଷ ପରେ ବି ଥମିବା ନାଁ ଧରୁନାହିଁ। ଦୁର୍ଭାଗ୍ୟବଶତଃ, ସାମଗ୍ରିକ ଭାବେ ସରକାରୀ ସ୍ତରରେ ଏହାର ଗତିରୋଧ କରିବା ଏବଂ କଟକଣାରେ ଅତ୍ୟଧିକ ଦୁର୍ବଳତା ପ୍ରକାଶ ପାଇଆସିଛି। ଗୋଟିଏ ସମୟରେ ଚାଇନା କରୋନା ଭୂତାଣୁ ନିୟନ୍ତ୍ରଣ କରିବା ଓ ସଂକ୍ରମଣ କମାଇବା ପାଇଁ ଲୋକମାନଙ୍କୁ ଖୁବ୍‌ଶୀଘ୍ର ସେବା ଯୋଗାଇବାରେ ଶ୍ରେଷ୍ଠତା ପ୍ରଦର୍ଶନ କରିଥିବା କଥା କୁହାଯାଉଥିଲା। କିନ୍ତୁ କୋଭିଡ୍‌-୧୯ ଏବେ ଚାଇନାରେ ତାହାର ସ୍ଥିତି ସ୍ପଷ୍ଟ କରିବା ସହ ସାରା ବିଶ୍ୱ ପ୍ରତି ବିପଦ ସୃଷ୍ଟି କରିଛି। ଗବେଷଣାରୁ ଜଣାପଡ଼ିଛି ଯେ, ଦୁଇ କିମ୍ବା ତା’ଠାରୁ ଅଧିକ ଥର କୋଭିଡ୍‌ରେ ସଂକ୍ରମଣ ହେଲେ ମୃତ୍ୟୁ ହେବା, ରକ୍ତ ଜମାଟ ଏବଂ ଫୁସ୍‌ଫୁସ୍‌ କ୍ଷତିଗ୍ରସ୍ତ ଭଳି ନକାରାମତ୍କ ସ୍ବାସ୍ଥ୍ୟ ପରିଣାମର ଦୁଇଗୁଣ ଅଧିକ ଆଶଙ୍କା ରହିଛି। ସଂକ୍ରମଣ ପରେ ୧୨ ମାସ ପର୍ଯ୍ୟନ୍ତ କାର୍ଡିଓଭାସ୍କୁଲାର ସମସ୍ୟା ୪.୫% ଅଧିକ ହୋଇଥିବା ଜଣାପଡ଼ିଛି। ତେବେ ସମ୍ପ୍ରତି ପ୍ରକାଶ ପାଇଥିବା ନୂତନ ପ୍ରକାର କୋଭିଡ୍‌-୧୯ ଭୂତାଣୁକୁ ପୂର୍ବ ସଂକ୍ରମଣ ଏବଂ ଟିକା ଦ୍ୱାରା ଶରୀରରେ ସୃଷ୍ଟି ହୋଇଥିବା ରୋଗ ପ୍ରତିରୋଧକ ଶକ୍ତି ସାମ୍‌ନା କରିପାରୁନାହିଁ। ଏହି ସମୟରେ ଭଲ ଖବର ହେଉଛି, ଭୂତାଣୁ ଆକ୍ରମଣରୁ ବଞ୍ଚିବା ପାଇଁ ବର୍ତ୍ତମାନ ଆମ ପାଖରେ ଶକ୍ତିଶାଳୀ ପ୍ରତିରୋଧକ ସାଧନଗୁଡ଼ିକ ଅଛି। ଅବଶ୍ୟ ବ୍ୟବହାରିକ ପରିବର୍ତ୍ତନ କିମ୍ବା କଟକଣାର ଆବଶ୍ୟକତା ନ ଥିବା ଏକ ରଣନୀତିକୁ ଆମେ ଅତ୍ୟଧିକ ଅଣଦେଖା କରୁଛୁ । ବାସ୍ତବରେ ଏହି ରଣନୀତି ଯେକୌଣସି ସ୍ଥାନରେ ଉପଯୋଗ କରାଯାଇପାରିବ। ଏହା କୋଭିଡ୍‌ ସହ ଆର୍‌ଏସ୍‌ଭି ଓ ଇନ୍‌ଫ୍ଲୁଏଞ୍ଜା ଭଳି ବାୟୁବାହିତ ଭୂତାଣୁର ମୁକାବିଲା କରି ଆମକୁ ସୁରକ୍ଷା ଦେବ। ପ୍ରାରମ୍ଭିକ ପଦକ୍ଷେପରେ ଭେଣ୍ଟିଲେଶନ, ଏୟାର ଫିଲ୍‌ଟ୍ରେଶନ, ଅଲ୍‌ଟ୍ରାଭାଓଲେଟଜର୍ମିସିଡାଲ ଲାଇଟ୍‌ ଓ ନୂତନ ଆବିଷ୍କାରଗୁଡ଼ିକୁ ଗତିଶୀଳ କରିବା ଲାଗି ଅଧିକ ନିବେଶ ଆବଶ୍ୟକ ପଡ଼ିବ। ଆମକୁ ନିର୍ଦ୍ଦିଷ୍ଟ କେତେକ ବାୟୁବାହିତ ଭୂତାଣୁକୁ ନଷ୍ଟ କରିବା ସକାଶେ ଏରୋସୋଲ୍‌ ଏସିଡିଟି ସ୍ତର(ଭୂତାଣୁ ମୁକ୍ତ ତଥା ଗୁଣବତ୍ତା ବାୟୁ)ର ବ୍ୟବହାର କ୍ଷେତ୍ରରେ ନୂତନ ଆବିଷ୍କାର ପାଇଁ ନିବେଶ ଦରକାର।
ଉଦ୍ଭାବନ ହୋଇଥିବା ଟିକାଗୁଡ଼ିକ ଗମ୍ଭୀର ଅସୁସ୍ଥତା ଓ ମୃତ୍ୟୁ ଆଶଙ୍କା ହ୍ରାସ କରିବାରେ ପ୍ରଭାବୀ ହୋଇଥିଲେ ବି ସଂକ୍ରମଣ ରୋକିବା ପାଇଁ ପ୍ରଭାବଶଳୀ ହୋଇନାହିଁ। ମାସ୍କ ପିନ୍ଧିବାକୁ ନେଇ ବହୁ ରାଜନୀତୀକରଣ ହୋଇଆସିଛି ଏବଂ ଅନେକ ପାଶ୍ଚାତ୍ୟ ଦେଶରେ ଏହାକୁ ସ୍ବୀକାର କରାଯାଇନାହିଁ। ଏପରି କି କେତେକ ସ୍ବାସ୍ଥ୍ୟ କର୍ମୀ ମାସ୍କ ପିନ୍ଧିବାରେ ଅବହେଳା କରୁଛନ୍ତି। ତଥାପି ଭୂତାଣୁ ବହନ କରୁଥିବା ଏରୋସୋଲ୍‌(ବାୟୁରେ ଭାସମାନ ସୂକ୍ଷ୍ମ କଣିକା) ଅନେକ ଘଣ୍ଟା ରହିପାରେ । ତାହାକୁ ପ୍ରଶ୍ୱାସରେ ଗ୍ରହଣ କରିବା ପରେ କିଭଳି ବିପଜ୍ଜନକ ସ୍ଥିତି ସୃଷ୍ଟି କରିବା ତାହା ଜାଣିବା କଷ୍ଟକର। ଏହିସବୁ ବିଷୟକୁ ଦେଖିଲେ, ପ୍ରାରମ୍ଭିକ ସ୍ତରରେ ପ୍ରଶ୍ୱାସରେ ନେବାକୁ ଥିବା ଭୂତାଣୁଗୁଡ଼ିକର ସାନ୍ଧ୍ରତା କମ୍‌ କରାଯାଇପାରିଲେ ହିଁ ସଂକ୍ରମଣଜନିତ ବିପଦ ହ୍ରାସ ପାଇବ ଏବଂ ଏହା ହିଁ ହେବ ସବୁଠୁ ଭଲ ଉପାୟ। ଦୈନନ୍ଦିନ ଜୀବନରେ ଆବଦ୍ଧ ସ୍ଥାନ କିମ୍ବା ଘରେ ବାୟୁବାହିତ ଭୂତାଣୁଜନିତ ସଂକ୍ରମଣ ବୃଦ୍ଧି କରୁଥିବା ଆମ ଦୈନନ୍ଦିନ ଜୀବନର ପ୍ରଚଳିତ ପ୍ରବୃତ୍ତିକୁ ରୋକିବା ଅପରିହାର୍ଯ୍ୟ। ବହୁ ଦଶନ୍ଧି ହେଲା ବିଶ୍ୱରେ ବିଭିନ୍ନ ଦେଶ ସାର୍ବଜନୀନ ସ୍ବାସ୍ଥ୍ୟ ରକ୍ଷା ନଁାରେ ଖାଦ୍ୟ,ପରିମଳ ଏବଂ ବିଶୁଦ୍ଧ ପାନୀୟଜଳ ଉପରେ ଅତ୍ୟଧିକ ନିବେଶ କରିଛନ୍ତି। ବିକାଶଶୀଳ ଦେଶଗୁଡ଼ିକରେ ଗବେଷଣା, ଆଇନ, ନିୟନ୍ତ୍ରିତ ସାର୍ବଜନୀନ ସ୍ବାସ୍ଥ୍ୟ ସଂସ୍ଥା ଏବଂ ଭିତ୍ତିଭୂମି ପାଣ୍ଠି ଯୋଗାଣ ମାଧ୍ୟମରେ ଖାଦ୍ୟ ଓ ଜଳବାହିତ ରୋଗକୁ ବହୁଳ ଭାବେ ଦୂର କରାଯାଇଛି। ତେବେ ସାର୍ବଜନୀନ ଏବଂ ଘରୋଇ ସ୍ଥାନଗୁଡ଼ିକରେ ସ୍ବଚ୍ଛ, ରୋଗସୃଷ୍ଟିକାରୀ ଭୂତାଣୁମୁକ୍ତ ବାୟୁ ପାଇଁ କାହିଁକି ଆମେ ସମାନ ପ୍ରକାର ପ୍ରାଧାନ୍ୟ ଦେବା ନାହିଁ?
ଭୂତାଣୁଗୁଡ଼ିକ ସଂକ୍ରମଣ କରିବା ପୂର୍ବରୁ ସେମାନଙ୍କୁ ରୋକିବା ଲାଗି ଆମକୁ ବହୁମୁଖୀ ରଣନୀତି ଅପାଣାଇବା ଦରକାର। ବୃତ୍ତିଗତ ଇଞ୍ଜିନିୟରିଂ ସଂସ୍ଥାସବୁ ବ୍ୟାପକ ଭେଣ୍ଟିଲେଶନ ମାନକ ବିକାଶ କରିବା ଆବଶ୍ୟକ ଏବଂ ଏସବୁ କିଭଳି ନୂତନ ପଦ୍ଧତିରେ ହାସଲ କରିହେବ ତାହା ସୁନିଶ୍ଚିତ କରିବା ଆବଶ୍ୟକ । ଅର୍ଥାତ୍‌ ନିର୍ମାଣ କ୍ଷେତ୍ରରେ ଏହି ମାନକଗୁଡ଼ିକ ଲାଗୁ କରି ନିରୀକ୍ଷଣ କରିବା ପାଇଁ ବୈଧାନିକ ସଂସ୍ଥା ଗଠନ କରିବାକୁ ପଡ଼ିବ। କେବଳ ନୂଆ ନିର୍ମାଣ ନୁହେଁ ବରଂ ଏବେ ଥିବା ଘରଗୁଡ଼ିକର ପୁନଃ ରୂପାନ୍ତରଣ ପାଇଁ ଏହା କାମ କରିବ। ଏଥିପାଇଁ ସରକାର ବିଲ୍ଡିଂ ସଞ୍ଚାଳକ ଏବଂ ମାଲିକମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଯୋଗାଇବାରେ ସାହାଯ୍ୟ କରିବା ଉଚିତ। ସବୁ ବିଲ୍ଡିଂରେ ଥିବା ସ୍ଥାନଗୁଡ଼ିକରେ ବାୟୁ ପୁନଃ ସଞ୍ଚାଳନ କରିବା ଓ ସେହି ସ୍ଥାନଗୁଡ଼ିକରେ ଘଣ୍ଟାକୁ ଅତିକମ୍‌ରେ ୬ ଥର ବାୟୁ ପରିବର୍ତ୍ତନ କରିବା ଲକ୍ଷ୍ୟ ରହିବା ଆବଶ୍ୟକ। ଶୁଣିଲେ ଲାଗିପାରେ ଏହା ଏକ ବଡ଼ କାମ । କିନ୍ତୁ ବିଭିନ୍ନ ସେକ୍ଟରରେ ଧୀରେ ଧୀରେ ଏବଂ ଯୋଜନାବଦ୍ଧ ଭାବରେ ଏଥିପାଇଁ ବିକାଶ କରାଯାଇପାରେ। ତେବେ ସଂକ୍ରମଣ ଶିକାର ହେବା ଆଶଙ୍କା ଥିବା ରୋଗୀଙ୍କୁ ରକ୍ଷା କରିବା ପାଇଁ ଏବେ ତୁରନ୍ତ ପ୍ରାଥମିକତା ଭିତ୍ତିରେ ହସ୍ପିଟାଲ ଓ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉଥିବା ସ୍ଥାନଗୁଡ଼ିକରେ ଭୂତାଣୁମୁକ୍ତ ବାୟୁ ନିଶ୍ଚିତ କରାଯାଉ। ଏହାସହ ବିଶ୍ୱ ସାରା ଉଡ଼ାଜାହାଜରେ ବାୟୁକୁ ଭୂତାଣୁ ମୁକ୍ତ କରି ନୂଆ ଭାରିଆଣ୍ଟର ଦ୍ରୁତ ସଂକ୍ରମଣ ରୋକିବା ଲାଗି ପଦକ୍ଷେପ ନିଆଯାଉ। ଏହା ପରେ ଟ୍ରେନ ଓ ବସ୍‌ ଭଳି ସାର୍ବଜନୀନ ପରିବହନ କ୍ଷେତ୍ର ଉପରେ ଗୁରୁତ୍ୱ ଦେବା ଉଚିତ। ତା’ପରେ ଅଫିସ, ସ୍କୁଲ ଏବଂ ଡେ’କେୟାର ସେବାଗୁଡ଼ିକୁ ଏଥିରେ ସାମିଲ କରିବା ଆବଶ୍ୟକ। ଜଣାପଡ଼ିଛି ଯେ, ଭୂତାଣୁ ସଂକ୍ରମଣ ରୋକିବା ସହ ଉତ୍ତମ ବାୟୁ ଚଳାଚଳ କରୁଥିବା ସ୍ଥାନଗୁଡ଼ିକ ପିଲାମାନଙ୍କ ମାନସିକ ଦକ୍ଷତା ବୃଦ୍ଧି କରିବା ସହ ବିଦ୍ୟାଳୟରେ ଅନୁପସ୍ଥିତ ରହିବା ସମ୍ପର୍କିତ ଅସୁସ୍ଥତା ହ୍ରାସ ପାଉଛି। ଶେଷରେ ନିଜ ଘରେ ଏବଂ ଆବାସିକ ବିଲ୍ଡିଂଗୁଡ଼ିକରେ ଆମେ ବାୟୁଚଳାଚଳରେ ଥିବା ସମସ୍ୟାର ସମାଧାନ କରିବା ଉଚିତ।
ଏହିସବୁ ପ୍ରସ୍ତାବିତ ରଣନୀତିକୁ ନେଇ ସମାଲୋଚନା ଉଠୁଛି। ଏଥି ନିମନ୍ତେ ଖର୍ଚ୍ଚକୁ ଏକ ବାଧା ରୂପେ ଦର୍ଶଯାଉଛି। ଜଣାପଡ଼ିଛି,ଏକ ସାଧାରଣ ପ୍ଲୁ ସିଜନ୍‌ରେ ଅସୁସ୍ଥତା କାରଣରୁ କାର୍ଯ୍ୟ କ୍ଷେତ୍ରରେ ଅନୁପସ୍ଥିତ ରହିବା ଏବଂ ଉପତ୍ାଦନ ହ୍ରାସ ପାଇବା ଯୋଗୁ ଆମେରିକାର ୧୧.୨ ବିଲିୟନ ଡଲାର କ୍ଷତି ହେଉଛି। ବ୍ରୁକିଂ ଇନ୍‌ଷ୍ଟିଚ୍ୟୁଶନର ଅଗଷ୍ଟ ୨୦୨୨ ରିପୋର୍ଟ ଅନୁଯାୟୀ, ଦୀର୍ଘ ସମୟ ଧରି ଲାଗି ରହିଥିବା କୋଭିଡ୍‌ ଯୋଗୁ ଆମେରିକାରେ ୪୦ ଲକ୍ଷରୁ ଅଧିକ ଲୋକ କାମ ହରାଇପାରନ୍ତି । ଲଗାତର ଭାବେ ଶ୍ରମବଳ ଦୁର୍ବଳ ହୋଇଯିବା ଅର୍ଥ ବିଶ୍ୱରେ ସବୁ ଶିଳ୍ପରେ ଆମେ ଲଗାତର ବାଧାର ସମ୍ମୁଖୀନ ହେଉଛୁ। ତେବେ ସ୍କୁଲ ଓ ଡେକେୟାରଗୁଡ଼ିକୁ କ୍ଷତି କରି ଆସୁଥିବା ଇନ୍‌ଫ୍ଲଏଞ୍ଜା, ଆର୍‌ଏସ୍‌ଭି ଏବଂ କୋଭିଡ୍‌-୧୯(ଟ୍ରିପଲ୍‌ଡେମିକ)କୁ ନେଇ ଅଭିଭାବକମାନେ ଥକିପଡ଼ିଲେଣି ଓ ହାରିଗଲେଣି ବି। ମହାମାରୀ ଦ୍ୱାରା ହେଉଥିବା ପ୍ରତ୍ୟକ୍ଷ ଆର୍ଥିକ କ୍ଷତି, ଆଘାତ ଓ ଅନିଶ୍ଚୟତା ସ୍ପଷ୍ଟ କରିଛି ଯେ, ଘର ଭିତର ବାୟୁକୁ ଭୂତାଣୁମୁକ୍ତ କରିବାରେ ନିବେଶ ଯେ କେବଳ ଆର୍ଥିକ ଦୃଷ୍ଟିକୋଣରୁ ପ୍ରଭାବୀ ବିକଳ୍ପ ତାହା ନୁହେଁ, ବରଂ ନୈତିକ ଦିଗରୁ ସ୍ବୀକାର୍ଯ୍ୟ ମଧ୍ୟ। ସାର୍ବଜନୀନ ସ୍ବାସ୍ଥ୍ୟରେ ଅନ୍ୟ ପ୍ରଭାବୀ ନିବେଶ ଭଳି ଏହା ମଧ୍ୟ ଖୁବ୍‌ ଶୀଘ୍ର ଲାଭ ଦେବ।

  • ଓ୍ବିଲିୟମ୍‌ ଏ.ହାସେଲ୍‌ଟିନ
    ବାୟୋଟେକ୍‌ ଏଣ୍ଟ୍ରେ୍‌ପ୍ରିନ୍ୟୁର ଆଣ୍ଡ୍‌ ଇନ୍‌ଫେକ୍ଟିୟସ୍‌ ଡିଜିଜ୍‌ ଏକ୍ସପର୍ଟ

Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?