ହନୁମାନ ପଇସା ପରେ ନୂଆ ଗୁଜବ: ଲକ୍ଷପତି ହେବା ଆଶାରେ ପୁରୁଣା ଟିଭି-ଫୋନ ପଛରେ ପଡ଼ିଛନ୍ତି ଯୁବପିଢ଼ି

ପାଟଣା,୨୦।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଓ ତୁରୁମୁଙ୍ଗା ଥାନା ଅଞ୍ଚଳର ବିଭିନ୍ନ ବଜାର ଅଞ୍ଚଳରେ ନୂଆ ଗୁଜବ। ପୁରୁଣା ଟିଭି ଓ ଫୋନ ରେ ଥିବା ନାଲି ବଲ୍‌ବରେ ଏଜ  ତରଳ ଧାତୁ ରହିଛି, ଯାହା ବହୁ ମୂଲ୍ୟବାନ ବୋଲି ଚର୍ଚ୍ଚା ହେଉଛି। ଅଞ୍ଚଳର ଯୁବଗୋଷ୍ଠୀମାନେ ଏହାକୁ ସତ ମାନି ରାତାରାତି ଲକ୍ଷପତି ହେବା ଆଶାରେ ଟିଭି ମରାମତି ଦୋକାନଠାରୁ ଆରମ୍ଭ କରି ଗାଁ ଗହଳି ଓ ଚା’ ଖଟିରେ ୭୦ ଦଶକର ଟିଭି ଓ ଫୋନ  ସନ୍ଧାନ ରେ ଲାଗିପଡିଛନ୍ତି। କାହାଘରେ ଏଭଳି  ପୁରୁଣା  ନାଲି ବଲ୍‌ବ ଥିବା କୋଣାର୍କ ଓ ଓନିଡା ଟିଭି ଅଛି ତାହାର ସନ୍ଧାନ ଚାଲିଛି। ଆଉ ସେହି ନାଲି ବଲ୍‌ବ ଟିଭି ବଦଳରେ ଲକ୍ଷାଧିକ ଟଙ୍କା ଦେବାକୁ ପ୍ରତିଶୃତି ଦେଉଛନ୍ତି ଯୁବଗୋଷ୍ଠୀ। କିଛି ବର୍ଷ ପୂର୍ବେ ଲୋକେ ମରୀଚିକା ଭଳି ହନୁମାନ ପଇସା ପଛରେ ପଡିବା ଭଳି ଏହିଗୁଜବରେ ଲୋକେ ଶିକାର ହେଉଥିବା ଦେଖିବାକୁ ମିଳୁଛି। ଏହିଘଟଣା ପଛରେ ସତ୍ୟତା ଯାହା ଥାଉନା କାହିଁକି ଲକ୍ଷପତି ହେବା ନିଶାରେ ଏବେ ଗାଁ ଗଣ୍ଡାରେ ଯୁବଗୋଷ୍ଠୀମାନେ ପୁରୁଣା ଟିଭି ଖୋଜିବାରେ  ଦିନ ରାତି ଏକ କରିଦେଉଥିବା ଦେଖିବାକୁ ମିଳୁଛି।  ଏହିନାଲି ବଲ୍‌ବ ଘଟଣା  ରାକେଟ ଉପରେ  ଜିଲା ପ୍ରଶାସନ  ଦୃଷ୍ଟି ଦେଇ ତଦନ୍ତ କରିବାକୁ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri