ପୁରୁଣା କାନ୍ଥରେ ନୂଆ ପ୍ଲାଷ୍ଟର

ନୟାଗଡ଼ ଅଫିସ/ରଣପୁର,୩।୬(ସ୍ବ.ପ୍ର.): ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନରେ ଆସିଥିବା ଅନୁଦାନରେ ସ୍ମାର୍ଟ କ୍ଲାସରୁମ୍‌, ଅତ୍ୟାଧୁନିକ ବିଜ୍ଞାନାଗାର, ଇ-ଲାଇବ୍ରେରି, ଖେଳପଡିଆ, ସୁଦୃଶ୍ୟ ତୋରଣ, ଶୌଚାଳୟ, ଆସବାବପତ୍ର, ପ୍ରାଚୀର ଆଦି ନିର୍ମାଣ କରାଯାଇଛି । ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ସାଇନ୍ସ ଲ୍ୟାବ୍‌, ସ୍ପୋର୍ଟ ରୁମ୍‌ର ବ୍ୟବସ୍ଥା ଅଛି । ତେବେ ମିଳିମିଶି ଲୁଟୁଥିବାରୁ ୫-ଟି ସ୍କୁଲ ନିର୍ମାଣରେ ସ୍ବଚ୍ଛତା ରହୁନି ବୋଲି ଅଭିଯୋଗ ହୋଇଛି ା ପୁରୁଣା କାନ୍ଥ ପ୍ଲାଷ୍ଟରକୁ ଛଡାଇ ନୂଆ ପ୍ଲାଷ୍ଟର କରାଯାଇ ନୂଆ ଘର ଦର୍ଶାଯାଉଛି ।
ସ୍ଥାନେ ସ୍ଥାନେ ପୁରୁଣା କାନ୍ଥରେ ବି ରଙ୍ଗ ଲେପି ଦିଆଯାଉଛି । ଦାମୀ ରଙ୍ଗର ବିଲ୍‌ ହେଉଥିବାବେଳେ ନିମ୍ନମାନର ରଙ୍ଗ ବ୍ୟବହାର ଯୋଗୁ ସ୍ବଳ୍ପ ଦିନରେ ତାହା ଉଡିଯାଉଛି । କିଛି ସ୍କୁଲରେ ନୂଆ ଛାତର ସିଲିଂ ଖସି ଯାଉଥିବାବେଳେ ତାଜା ଭାଙ୍ଗି ଯାଉଛି । କେଉଁଠି ମଧ୍ୟ କାନ୍ଥ ଫାଟି ଅଁା କରି ରହିଛି । ଏଥିପାଇଁ ଏକ ର଼୍ୟାକେଟ କାମ କରୁଥିବାରୁ ଅଭିଯୋଗ କଲେ ମଧ୍ୟ ସୁଫଳ ମିଳୁନି ।
ଓଡ଼ଗଁା ବ୍ଲକ ପାଣ୍ଡେରିପଡା ହାଇସ୍କୁଲର ସିଲିଂ ଖସି ଯାଇଥିଲ। ତାଜା ଭାଙ୍ଗି ଯାଇଥିଲା । ଏନେଇ ଖବର ପ୍ରକାଶ ପରେ ପରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଇଥିଲା। ନୟାଗଡ଼ ଏନଏସି ହାଇସ୍କୁଲର ଏକ କାନ୍ଥ ଫାଟି ଅଁା କରି ରହିଛି । ଗୋଡିପଡ଼ା ସର୍ଦ୍ଦାର ପଟେଲ ବିଦ୍ୟାପୀଠର କାମ ମଧ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ନୂଆଗଁା ବ୍ଲକ ଡିମରିଝରି ହାଇସ୍କୁଲର କାନ୍ଥ ଫାଟି ଅଁା କରି ରହିଥିବାବେଳେ ସିଲିଂ ଖସି ପଡିଲାଣି ।
ଏହାର ମରାମତି ବି କରାଯାଉନି । ପୁଣି ଏହି ସ୍କୁଲର ପୁରୁଣା ଆଜବେଷ୍ଟସ ଓ ଏହା ତଳେ ଥିବା କାଠକଡିକୁ ପରିବର୍ତ୍ତନ କରାଯାଇନି। ଏଥିଯୋଗୁ ଜିଲାର ବିଭିନ୍ନ ସ୍ଥାନରେ ନିର୍ମାଣ ହୋଇଥିବା ୫-ଟି ସ୍କୁଲର ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠିଛି।
ପ୍ରଥମ ପର୍ଯ୍ୟାୟରେ ୫-ଟି ହାଇସ୍କୁଲ ୮ଟି ଓ ୨ୟ ପର୍ଯ୍ୟାୟରେ ୬୦ଟି ଲୋକାର୍ପିିତ ହୋଇସାରିଛି । ତୃତୀୟ ପର୍ଯ୍ୟାୟରେ ଭାପୁର ବ୍ଲକର ୯, ଦଶପଲ୍ଲା ବ୍ଲକର ୭, ଗଣିଆ ବ୍ଲକର ୨, ଖଣ୍ଡପଡା ବ୍ଲକର ୧୦, ନୟାଗଡ଼ ବ୍ଲକର ୧୨, ନୂଆଗଁା ବ୍ଲକର ୨, ଓଡ଼ଗଁା ବ୍ଲକର ୯, ରଣପୁର ବ୍ଲକ୍‌ର ୧୩ ସ୍କୁଲ ଏପରି ୬୪ ସ୍କୁଲ ଲୋକାର୍ପିିତ ହୋଇଛି । ପ୍ରଥମ ଓ ୨ୟ ପର୍ଯ୍ୟାୟରେ ୩୫ ଲକ୍ଷ, ତୃତୀୟ ପର୍ଯ୍ୟାୟରେ ୪୦ ଲକ୍ଷ ୫୦ ହଜାର ଅନୁଦାନ ମିଳୁଛି । ବ୍ଲକ ପକ୍ଷରୁ ଅଧିକ ଅନୁଦାନ ମଧ୍ୟ ମିଶାଯାଉଛି । ବିଡିଓମାନେ ଉତ୍ତରଦାୟୀ ରହୁଥିଲେ ମଧ୍ୟ କାମ ଭଲ ହେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ା
ରଣପୁର ବ୍ଲକ ଚମ୍ପାଗଡ ପଞ୍ଚାୟତ ଚମ୍ପାଗଡ଼ ୫-ଟି ହାଇସ୍କୁଲ ନିର୍ମାଣରେ ଅନିୟମିତତା, ସରକାରୀ ଅନୁଦାନ ଆମତ୍ସାତ କରି ଦୁର୍ନୀତି କରିବା ନେଇ ସ୍ଥାନୀୟ ବାସିନ୍ଦା ପ୍ରମୁଖ ଶାସନ ସଚିବ ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ, ଦୁର୍ନୀତି ନିର୍ବାରଣ ବିଭାଗର ଆରକ୍ଷୀ ମହାନିର୍ଦ୍ଦେଶକ, ଜିଲାପାଳ, ଜିଲା ପରିଷଦ ନିର୍ବାହୀ ଅଧିକାରୀ, ରଣପୁର ବ୍ଲକ ଅଧ୍ୟକ୍ଷା, ରଣପୁର ବିଡିଓଙ୍କୁ ଫେରାଦ୍‌ ହୋଇଛନ୍ତି । ୫-ଟି ସ୍କୁଲର କାର୍ଯ୍ୟ କିପରି ଚାଲିଛି ତା’ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରିଛନ୍ତି । ଅଭିଯୋଗ ଅନୁସାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ପଞ୍ଚାୟତ ସମିତି ରଣପୁରରୁ ୭୦ ଲକ୍ଷ ଟଙ୍କା ଅନୁଦାନରେ ଚମ୍ପାଗଡ ୫-ଟି ସ୍କୁଲର ନିର୍ମାଣ ଚାଲୁ ରହିଛି । ଏଠାରେ ପୁରୁଣା କାନ୍ଥରୁ ପ୍ଲାଷ୍ଟର ଛଡାଯାଇ ନୂଆ ପ୍ଲାଷ୍ଟର କରାଯିବାକୁ ଉଦ୍ୟମ ଆରମ୍ଭ ହୋଇଛି । ପଟୁ ବାଲି, ସ୍ବଳ୍ପ ଦାମର ସିମେଣ୍ଟ, ପୁରୁଣା ଲୁହାଛଡ଼ ବ୍ୟବହାର କରାଯାଇ ନିର୍ମାଣ କାମ ଚାଲିଛି । ଅଦରକାରୀ ମାଙ୍କଡା ପଥର ବ୍ୟବହାର ହେଉଛି। ନିଅଁ ଖୋଳା ନ ଯାଇ ନିମ୍ନମାନର କାମ ହେଉଛି । ପ୍ରଧାନଶିକ୍ଷକ, ଠିକାଦାର, ଯନ୍ତ୍ରୀ ସ୍କୁଲ କାମରେ ଭଲ ରୋଜଗାର କରୁଛନ୍ତି ବୋଲି ଦର୍ଶାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅଧୀନ ଥୁଆଙ୍ଗପଦର ଗ୍ରାମରେ ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି। ପରମ୍ପରା...

କଳାହାଣ୍ଡିରେ ବିଜେଡି ଖେଳିଲା ମହିଳା କାର୍ଡ

ଭବାନୀପାଟଣା,୨୮।୩(ଉତ୍ତମ କୁମାର ଦାଶ): ଆଗାମୀ ସାଧାରଣ ନିର୍ବାଚନ ବିଧାନ ସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥିଙ୍କ ନାମ ଘୋଷଣା...

ଟିଟିଲାଗଡ଼: ବଢ଼ିଲା ସୁରେନ୍ଦ୍ରଙ୍କ ବିଜେଡିରେ ଯୋଗଦାନ ଚର୍ଚ୍ଚା

ସଇଁତଲା,୨୮ା୩(ରାଖାଲ ପ୍ରସାଦ ଶତପଥୀ): ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳଗୁଡ଼ିକ ଭିତରେ ଆଶାୟୀଙ୍କ ପ୍ରାର୍ଥୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଭାଜପା ଲୋକ ସଭା ସଦସ୍ୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri