ପୁରୁଣା କାନ୍ଥରେ ନୂଆ ପ୍ଲାଷ୍ଟର

ନୟାଗଡ଼ ଅଫିସ/ରଣପୁର,୩।୬(ସ୍ବ.ପ୍ର.): ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନରେ ଆସିଥିବା ଅନୁଦାନରେ ସ୍ମାର୍ଟ କ୍ଲାସରୁମ୍‌, ଅତ୍ୟାଧୁନିକ ବିଜ୍ଞାନାଗାର, ଇ-ଲାଇବ୍ରେରି, ଖେଳପଡିଆ, ସୁଦୃଶ୍ୟ ତୋରଣ, ଶୌଚାଳୟ, ଆସବାବପତ୍ର, ପ୍ରାଚୀର ଆଦି ନିର୍ମାଣ କରାଯାଇଛି । ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ସାଇନ୍ସ ଲ୍ୟାବ୍‌, ସ୍ପୋର୍ଟ ରୁମ୍‌ର ବ୍ୟବସ୍ଥା ଅଛି । ତେବେ ମିଳିମିଶି ଲୁଟୁଥିବାରୁ ୫-ଟି ସ୍କୁଲ ନିର୍ମାଣରେ ସ୍ବଚ୍ଛତା ରହୁନି ବୋଲି ଅଭିଯୋଗ ହୋଇଛି ା ପୁରୁଣା କାନ୍ଥ ପ୍ଲାଷ୍ଟରକୁ ଛଡାଇ ନୂଆ ପ୍ଲାଷ୍ଟର କରାଯାଇ ନୂଆ ଘର ଦର୍ଶାଯାଉଛି ।
ସ୍ଥାନେ ସ୍ଥାନେ ପୁରୁଣା କାନ୍ଥରେ ବି ରଙ୍ଗ ଲେପି ଦିଆଯାଉଛି । ଦାମୀ ରଙ୍ଗର ବିଲ୍‌ ହେଉଥିବାବେଳେ ନିମ୍ନମାନର ରଙ୍ଗ ବ୍ୟବହାର ଯୋଗୁ ସ୍ବଳ୍ପ ଦିନରେ ତାହା ଉଡିଯାଉଛି । କିଛି ସ୍କୁଲରେ ନୂଆ ଛାତର ସିଲିଂ ଖସି ଯାଉଥିବାବେଳେ ତାଜା ଭାଙ୍ଗି ଯାଉଛି । କେଉଁଠି ମଧ୍ୟ କାନ୍ଥ ଫାଟି ଅଁା କରି ରହିଛି । ଏଥିପାଇଁ ଏକ ର଼୍ୟାକେଟ କାମ କରୁଥିବାରୁ ଅଭିଯୋଗ କଲେ ମଧ୍ୟ ସୁଫଳ ମିଳୁନି ।
ଓଡ଼ଗଁା ବ୍ଲକ ପାଣ୍ଡେରିପଡା ହାଇସ୍କୁଲର ସିଲିଂ ଖସି ଯାଇଥିଲ। ତାଜା ଭାଙ୍ଗି ଯାଇଥିଲା । ଏନେଇ ଖବର ପ୍ରକାଶ ପରେ ପରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଇଥିଲା। ନୟାଗଡ଼ ଏନଏସି ହାଇସ୍କୁଲର ଏକ କାନ୍ଥ ଫାଟି ଅଁା କରି ରହିଛି । ଗୋଡିପଡ଼ା ସର୍ଦ୍ଦାର ପଟେଲ ବିଦ୍ୟାପୀଠର କାମ ମଧ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ନୂଆଗଁା ବ୍ଲକ ଡିମରିଝରି ହାଇସ୍କୁଲର କାନ୍ଥ ଫାଟି ଅଁା କରି ରହିଥିବାବେଳେ ସିଲିଂ ଖସି ପଡିଲାଣି ।
ଏହାର ମରାମତି ବି କରାଯାଉନି । ପୁଣି ଏହି ସ୍କୁଲର ପୁରୁଣା ଆଜବେଷ୍ଟସ ଓ ଏହା ତଳେ ଥିବା କାଠକଡିକୁ ପରିବର୍ତ୍ତନ କରାଯାଇନି। ଏଥିଯୋଗୁ ଜିଲାର ବିଭିନ୍ନ ସ୍ଥାନରେ ନିର୍ମାଣ ହୋଇଥିବା ୫-ଟି ସ୍କୁଲର ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠିଛି।
ପ୍ରଥମ ପର୍ଯ୍ୟାୟରେ ୫-ଟି ହାଇସ୍କୁଲ ୮ଟି ଓ ୨ୟ ପର୍ଯ୍ୟାୟରେ ୬୦ଟି ଲୋକାର୍ପିିତ ହୋଇସାରିଛି । ତୃତୀୟ ପର୍ଯ୍ୟାୟରେ ଭାପୁର ବ୍ଲକର ୯, ଦଶପଲ୍ଲା ବ୍ଲକର ୭, ଗଣିଆ ବ୍ଲକର ୨, ଖଣ୍ଡପଡା ବ୍ଲକର ୧୦, ନୟାଗଡ଼ ବ୍ଲକର ୧୨, ନୂଆଗଁା ବ୍ଲକର ୨, ଓଡ଼ଗଁା ବ୍ଲକର ୯, ରଣପୁର ବ୍ଲକ୍‌ର ୧୩ ସ୍କୁଲ ଏପରି ୬୪ ସ୍କୁଲ ଲୋକାର୍ପିିତ ହୋଇଛି । ପ୍ରଥମ ଓ ୨ୟ ପର୍ଯ୍ୟାୟରେ ୩୫ ଲକ୍ଷ, ତୃତୀୟ ପର୍ଯ୍ୟାୟରେ ୪୦ ଲକ୍ଷ ୫୦ ହଜାର ଅନୁଦାନ ମିଳୁଛି । ବ୍ଲକ ପକ୍ଷରୁ ଅଧିକ ଅନୁଦାନ ମଧ୍ୟ ମିଶାଯାଉଛି । ବିଡିଓମାନେ ଉତ୍ତରଦାୟୀ ରହୁଥିଲେ ମଧ୍ୟ କାମ ଭଲ ହେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ା
ରଣପୁର ବ୍ଲକ ଚମ୍ପାଗଡ ପଞ୍ଚାୟତ ଚମ୍ପାଗଡ଼ ୫-ଟି ହାଇସ୍କୁଲ ନିର୍ମାଣରେ ଅନିୟମିତତା, ସରକାରୀ ଅନୁଦାନ ଆମତ୍ସାତ କରି ଦୁର୍ନୀତି କରିବା ନେଇ ସ୍ଥାନୀୟ ବାସିନ୍ଦା ପ୍ରମୁଖ ଶାସନ ସଚିବ ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ, ଦୁର୍ନୀତି ନିର୍ବାରଣ ବିଭାଗର ଆରକ୍ଷୀ ମହାନିର୍ଦ୍ଦେଶକ, ଜିଲାପାଳ, ଜିଲା ପରିଷଦ ନିର୍ବାହୀ ଅଧିକାରୀ, ରଣପୁର ବ୍ଲକ ଅଧ୍ୟକ୍ଷା, ରଣପୁର ବିଡିଓଙ୍କୁ ଫେରାଦ୍‌ ହୋଇଛନ୍ତି । ୫-ଟି ସ୍କୁଲର କାର୍ଯ୍ୟ କିପରି ଚାଲିଛି ତା’ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରିଛନ୍ତି । ଅଭିଯୋଗ ଅନୁସାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ପଞ୍ଚାୟତ ସମିତି ରଣପୁରରୁ ୭୦ ଲକ୍ଷ ଟଙ୍କା ଅନୁଦାନରେ ଚମ୍ପାଗଡ ୫-ଟି ସ୍କୁଲର ନିର୍ମାଣ ଚାଲୁ ରହିଛି । ଏଠାରେ ପୁରୁଣା କାନ୍ଥରୁ ପ୍ଲାଷ୍ଟର ଛଡାଯାଇ ନୂଆ ପ୍ଲାଷ୍ଟର କରାଯିବାକୁ ଉଦ୍ୟମ ଆରମ୍ଭ ହୋଇଛି । ପଟୁ ବାଲି, ସ୍ବଳ୍ପ ଦାମର ସିମେଣ୍ଟ, ପୁରୁଣା ଲୁହାଛଡ଼ ବ୍ୟବହାର କରାଯାଇ ନିର୍ମାଣ କାମ ଚାଲିଛି । ଅଦରକାରୀ ମାଙ୍କଡା ପଥର ବ୍ୟବହାର ହେଉଛି। ନିଅଁ ଖୋଳା ନ ଯାଇ ନିମ୍ନମାନର କାମ ହେଉଛି । ପ୍ରଧାନଶିକ୍ଷକ, ଠିକାଦାର, ଯନ୍ତ୍ରୀ ସ୍କୁଲ କାମରେ ଭଲ ରୋଜଗାର କରୁଛନ୍ତି ବୋଲି ଦର୍ଶାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri