କେସିଙ୍ଗାରେ ନୂତନ ନର୍ସିଂ କଲେଜ ଉଦ୍‌ଘାଟିତ: ନର୍ସିଂ ଶିକ୍ଷା କ୍ଷେତ୍ରରେ ନୂଆ ଅଧ୍ୟାୟ; ଉପକୃତ ହେବେ ଗରିବ ଓ ଆଦିବାସୀ ଛାତ୍ରୀ ଛାତ୍ର

କେସିଙ୍ଗା, ୨୯।୧୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ବୋରିଂପଦରସ୍ଥିତ ନ୍ୟୁ ଲାଇଫ୍ ଏକାଡେମୀର ମେନ୍ କ୍ୟାମ୍ପସ୍‌ରେ ‘କ୍ରିଷ୍ଟିନା ସ୍କୁଲ୍ ଅଫ୍ ନର୍ସିଂ’ର ଶୁଭ ଉଦ୍‌ଘାଟନ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି ନୂତନ ଶିକ୍ଷାନୁଷ୍ଠାନର ଶୁଭାରମ୍ଭ ସହ କେସିଙ୍ଗା ଅଞ୍ଚଳରେ ନର୍ସିଂ ଶିକ୍ଷା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି।

ନ୍ୟୁ ଲାଇଫ୍ ଏକାଡେମୀର ଡାଇରେକ୍ଟର ଡ. ସିଆନି ହରପାଲଙ୍କ ନେତୃତ୍ୱରେ ଆୟୋଜିତ ଏହି ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଡ. ହେମସାଗର ସାହୁ ଏବଂ ସମ୍ମାନିତ ଅତିଥି ଭାବେ କେସିଙ୍ଗା ଆଦର୍ଶ ଥାନାର ଏସ୍‌ଡିପିଓ ସନ୍ଦୀପ କୁମାର ମାଝୀ ଯୋଗଦେଇଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ସୁଫଳା ହରପାଲ ଦୀପ ପ୍ରଜ୍ୱଳନ କରି ନର୍ସିଂ କଲେଜର ଶୁଭ ଉଦ୍‌ଘାଟନ କରିଥିଲେ।

ଏହି ନୂତନ ଶିକ୍ଷାନୁଷ୍ଠାନରେ ଜେନେରାଲ୍ ନର୍ସିଂ ଆଣ୍ଡ ମିଡ୍‌ୱାଇଫେରି (ଜିଏନ୍‌ଏମ୍‌) ପାଠ୍ୟକ୍ରମ ମାଧ୍ୟମରେ ଛାତ୍ରୀଛାତ୍ରମାନେ ନର୍ସିଂ ଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଇବେ। ଏହାଦ୍ୱାରା କେସିଙ୍ଗା ଓ ଆଖପାଖ ଅଞ୍ଚଳର ଗରିବ ତଥା ଆଦିବାସୀ ଛାତ୍ରୀଛାତ୍ରମାନେ ଉପକୃତ ହୋଇପାରିବେ। ସ୍ଥାନୀୟ ଅଞ୍ଚଳରେ ନର୍ସିଂ ଶିକ୍ଷାର ସୁଯୋଗ ବୃଦ୍ଧି ପାଇବା ସହ ଯୁବପିଢ଼ି ନିଜର ଭବିଷ୍ୟତ ଗଢ଼ିବାରେ ସହାୟତା ପାଇବେ।

ଅଞ୍ଚଳର ଯୁବପିଢ଼ିଙ୍କୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦକ୍ଷ ଓ ଦକ୍ଷତାସମ୍ପନ୍ନ କରି ଗଢ଼ିତୋଳିବା ଦିଗରେ ଏହି ଅନୁଷ୍ଠାନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଡାଇରେକ୍ଟର ପ୍ରକାଶ କରିଥିଲେ। ଏହାଦ୍ୱାରା ଅଞ୍ଚଳର ଛାତ୍ରୀଛାତ୍ରମାନେ ନର୍ସିଂ ଶିକ୍ଷା ଗ୍ରହଣ କରିବା ପାଇଁ ଦୂରଦୂରାନ୍ତକୁ ଯିବାର ଆବଶ୍ୟକତା କମିବା ସହ ଅଧିକ ସୁବିଧା ପାଇପାରିବେ।

ଉଦ୍‌ଘାଟନୀ ସଭାରେ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଶିଶୁରୋଗ ବିଶେଷଜ୍ଞ ଡ. ଲଳିତ କୁମାର ଅଗ୍ରୱାଲ, ଡ. ଅହେଂଶା ଖାନ୍‌ଙ୍କ ସମେତ ଅଞ୍ଚଳର ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ, ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ ଡାକ୍ତର ଏବଂ ନର୍ସମାନେ ଉପସ୍ଥିତ ଥିଲେ। ମଞ୍ଚ ପରିଚାଳନା କରିଥିଲେ ବାଞ୍ଛାନିଧି ନାଗ। ଅନୁଷ୍ଠାନ ପକ୍ଷରୁ ସମସ୍ତ ଅତିଥି ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ପରିଶେଷରେ ଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ଏଥିସହ ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇ ସଭାର ପରିସମାପ୍ତି ଘୋଷଣା କରାଯାଇଥିଲା। ନୂତନ ନର୍ସିଂ ଶିକ୍ଷାନୁଷ୍ଠାନର ଶୁଭାରମ୍ଭକୁ ନେଇ କେସିଙ୍ଗା ଓ ଆଖପାଖ ଅଞ୍ଚଳରେ ଉତ୍ସାହ ପ୍ରକାଶ ପାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦେଶର ବିଭିନ୍ନ ଜଙ୍ଗଲରେ ମାଂସ ଓ କାତି ପାଇଁ ବହୁ ସଂଖ୍ୟାରେ ବଜ୍ରକାପ୍ତା ଶିକାର କରାଯାଉଛି। ଫଳରେ ଏମାନଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ଏପରି…

ଅସୁସ୍ଥତାରେ କର୍ମ-ଜ୍ୟୋତିଷର ଭୂମିକା

ମଦ୍ଭଗବଦଗୀତାର କର୍ମଦର୍ଶନ ଅନୁସାରେ, କର୍ମ ଓ ତାହାର ଫଳ ମଧ୍ୟରେ ଏକ ନିୟମବଦ୍ଧ ସମ୍ପର୍କ ରହିଛି। ପ୍ରତ୍ୟେକ କର୍ମର କିଛି ନା କିଛି ପରିଣାମ ଥାଏ। ଅତୀତର…

ପୁସ୍ତକ ଓ ଶାସକ

ହିଟିଏର ଭଲ-ମନ୍ଦ ପାଠକଙ୍କ ଦୃଷ୍ଟିକୋଣ ଉପରେ ନିର୍ଭର କରେ। ଲେଖକର ଭାବନା ଓ ପାଠକର ଚିନ୍ତାଧାରା ବହିଟିକୁ ଗ୍ରହଣୀୟ ବା ପରିତ୍ୟଜ୍ୟ କରିଥାଏ। ସାମ୍ପ୍ରତିକ କେତୋଟି ଘଟଣାବଳୀ…

ନିକିତି ସମାନ ନାହିଁ

ନିକଟରେ ନ୍ୟୁୟର୍କରେ ବିଚାରାଧୀନ କଏଦୀମାନଙ୍କୁ ରଖାଯାଉଥିବା ଜେଲ ବନ୍ଦ କରିଦିଆଯିବ ବୋଲି ଏକ ଖବର ଆସିଛି। ଏହି ଜେଲର ନାମ ରାଇକର୍ସ ଆଇଲାଣ୍ଡ। ଏହା ନ୍ୟୁୟର୍କର ବ୍ରୋଙ୍କ୍ସ…

ଚନ୍ଦ୍ରରେ ଏତେ ବଡ଼ ଗର୍ତ୍ତ କେମିତି? ଖୋଲିଲା ୪୩୪ କୋଟି ବର୍ଷର ରହସ୍ୟ

ହଂକଂ,୨୯।୧୧: ଚନ୍ଦ୍ରପୃଷ୍ଠରେ ଥିବା ସବୁଠାରୁ ବଡ଼, ଗଭୀର ଓ ପୁରାତନ ଗର୍ତ୍ତ ‘ସାଉଥ ପୋଲ-ଆଇଟକେନ୍‌ (ଏସ୍‌ପିଏ) ବେସିନର ସୃଷ୍ଟି ଓ ବିବର୍ତ୍ତନର ରହସ୍ୟ ବୈଜ୍ଞାନିକମାନେ ଉନ୍ମୋଚନ କରିଛନ୍ତି।…

ଆଜିଠୁ ବଢ଼ିବ ଶୀତ: ଥରିବ ଓଡ଼ିଶା

ଭୁବନେଶ୍ୱର, ୨୯।୧୧ (ବନ୍ଦନା ସେଠୀ):ରାଜ୍ୟରେ ଶୀତର ପ୍ରଭାବ ଜାରି ରହିଛି। ଦିନରେ ଖରା ହେଉଥିଲେ ମଧ୍ୟ ଶୀତଳ ପବନ ଦେହକୁ ସୁହାଉଛି। ହେଲେ ରାତିରେ ଥଣ୍ଡା ଅନୁଭୂତ…

ଏହି କାରଣରୁ ଭାରତର ଅଧିନାୟକ ହୋଇପାରିଲେ ନାହିଁ…ପନ୍ତଙ୍କ ବର୍ଷିଲେ ରବିଚନ୍ଦ୍ରନ ଅଶ୍ୱିନ

ନୂଆଦିଲ୍ଲୀ,୨୮।୧୧: ଭାରତୀୟ ଟେଷ୍ଟ କ୍ରିକେଟରେ ଋଷଭ ପନ୍ତ ନିଜର ନିର୍ଭୀକ ଓ ଆକ୍ରାମକ ବ୍ୟାଟିଂ ପାଇଁ ବେଶ୍ ପରିଚିତ। ମାତ୍ର କ୍ରାଇଷ୍ଟଚର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ…

ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ ନେଇ ଡିଏମ୍‌କେର ବଡ଼ ଘୋଷଣା, ଜାଣନ୍ତୁ…

ଚେନ୍ନାଇ,୨୮ା୧୧: କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌କୁ ସମର୍ଥନ କରିବ ବୋଲି ଡିଏମ୍‌କେ ସୋମବାର ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ଦଳ ଅଧ୍ୟକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?