ଚନ୍ଦ୍ରରେ ଏତେ ବଡ଼ ଗର୍ତ୍ତ କେମିତି? ଖୋଲିଲା ୪୩୪ କୋଟି ବର୍ଷର ରହସ୍ୟ

ହଂକଂ,୨୯।୧୧: ଚନ୍ଦ୍ରପୃଷ୍ଠରେ ଥିବା ସବୁଠାରୁ ବଡ଼, ଗଭୀର ଓ ପୁରାତନ ଗର୍ତ୍ତ ‘ସାଉଥ ପୋଲ-ଆଇଟକେନ୍‌ (ଏସ୍‌ପିଏ) ବେସିନର ସୃଷ୍ଟି ଓ ବିବର୍ତ୍ତନର ରହସ୍ୟ ବୈଜ୍ଞାନିକମାନେ ଉନ୍ମୋଚନ କରିଛନ୍ତି। ହଂକଂ ବିଶ୍ୱବିଦ୍ୟାଳୟ (ଏଚ୍‌କେୟୁ)ର ଗ୍ରହ-ଭୂତତ୍ତ୍ୱବିତ୍‌ଙ୍କ ନେତୃତ୍ୱରେ ହୋଇଥିବା ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି ଯେ, ପ୍ରାୟ ୪୩୪ କୋଟି ବର୍ଷ ପୂର୍ବେ ଏକ ବିଶାଳ ମହାଜାଗତିକ ପିଣ୍ଡ ଚନ୍ଦ୍ର ସହ ଧକ୍କା ହେବା ଫଳରେ ଏହି ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା। ପ୍ରତିଷ୍ଠିତ ବିଜ୍ଞାନ ପତ୍ରିକା ‘ସାଇନ୍ସ ଆଡଭାନ୍ସେସ୍‌ରେ ପ୍ରକାଶିତ ଏହି ଅଧ୍ୟୟନରେ ଚାଇନାର ‘ଚାଙ୍ଗ୍‌-ଇ-୬’ ମିଶନ ଦ୍ୱାରା ଚନ୍ଦ୍ରର ଦୂରବର୍ତ୍ତୀ ଅଂଶରୁ ଅଣାଯାଇଥିବା ମାଟି ଓ ପଥର ନମୁନା ଏବଂ ‘ଚାଙ୍ଗ୍‌-ଇ-୪’ର ତଥ୍ୟକୁ ବ୍ୟବହାର କରାଯାଇଛି। ପ୍ରଫେସର ଗୁଓଚୁନ ଝାଓ ଏବଂ ଡକ୍ଟର ୟୁକି କିଆନଙ୍କ ନେତୃତ୍ୱରେ ଗବେଷକମାନେ ଉପଗ୍ରହ ତଥ୍ୟ ଓ କମ୍ପ୍ୟୁଟର ସିମୁଲେଶନ ମାଧ୍ୟମରେ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛନ୍ତି। ଚନ୍ଦ୍ରର ଅପରପାର୍ଶ୍ୱରେ ଥିବା ଏହି ଏସ୍‌ପିଏ-ବେସିନ ପ୍ରାୟ ୨,୨୦୦ କିଲୋମିଟର ବ୍ୟାପୀ ବିସ୍ତୃତ ଏବଂ ଏହାର ଗଭୀରତା ୧୦ କିଲୋମିଟରରୁ ଅଧିକ। ଗବେଷକମାନେ ଏହି ଅଞ୍ଚଳରୁ ଦୁଇଟି ଭିନ୍ନ ପ୍ରକାରର ମ୍ୟାଗ୍ନେସିୟମ-ଯୁକ୍ତ ପଥର ଚିହ୍ନଟ କରିଛନ୍ତି। ଗୋଟିଏ ପ୍ରାଥମିକ ଧକ୍କା ପରେ ତରଳିଯାଇ ଥଣ୍ଡାହୋଇଥିବା ପଥରରୁ ସୃଷ୍ଟି ହୋଇଥିବା ବେଳେ ଅନ୍ୟଟି ପରବର୍ତ୍ତୀ ଆଗ୍ନେୟ ପ୍ରକ୍ରିୟାରୁ ସୃଷ୍ଟିହୋଇଛି। ଏଥିସହ ନିକଟସ୍ଥ ‘ଆପୋଲୋ ବେସିନ’ ପ୍ରାୟ ୪୨୦ କୋଟି ବର୍ଷ ଏବଂ ‘ଓରିଏଣ୍ଟାଲେ ବେସିନ’ ୩୮୭ କୋଟି ବର୍ଷ ପୂର୍ବେ ସୃଷ୍ଟି ହୋଇଥିବା ବୈଜ୍ଞାନିକମାନେ ଆକଳନ କରିଛନ୍ତି। ଏହି ଗବେଷଣା ଚନ୍ଦ୍ରର ଅଭ୍ୟନ୍ତରୀଣ ଗଠନ, ନିମ୍ନ ସ୍ତରର ପଥର ଏବଂ ସୌରଜଗତର ପ୍ରାରମ୍ଭିକ ଇତିହାସ ବିଷୟରେ ଜାଣିବା ପାଇଁ ବୈଜ୍ଞାନିକମାନଙ୍କୁ ଏକ ନୂଆ ଦିଗ୍‌ଦର୍ଶନ ଦେବ ବୋଲି କୁହାଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣରୁ ଭାରତର ଅଧିନାୟକ ହୋଇପାରିଲେ ନାହିଁ…ପନ୍ତଙ୍କ ବର୍ଷିଲେ ରବିଚନ୍ଦ୍ରନ ଅଶ୍ୱିନ

ନୂଆଦିଲ୍ଲୀ,୨୮।୧୧: ଭାରତୀୟ ଟେଷ୍ଟ କ୍ରିକେଟରେ ଋଷଭ ପନ୍ତ ନିଜର ନିର୍ଭୀକ ଓ ଆକ୍ରାମକ ବ୍ୟାଟିଂ ପାଇଁ ବେଶ୍ ପରିଚିତ। ମାତ୍ର କ୍ରାଇଷ୍ଟଚର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ…

ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ ନେଇ ଡିଏମ୍‌କେର ବଡ଼ ଘୋଷଣା, ଜାଣନ୍ତୁ…

ଚେନ୍ନାଇ,୨୮ା୧୧: କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌କୁ ସମର୍ଥନ କରିବ ବୋଲି ଡିଏମ୍‌କେ ସୋମବାର ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ଦଳ ଅଧ୍ୟକ୍ଷ…

ନିଯୁକ୍ତି ଦାବିରେ ତାତିଲେ ସ୍ଥାନୀୟ ବାସିନ୍ଦା: ଧାରଣା ଯୋଗୁ ଅଟକି ରହିଛି ମାଇନିଂ ଗାଡ଼ି

ଛତ୍ରପୁର,୨୮।୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ମାଟିଖାଲସ୍ଥିତ ଆଇଆରଇଏଲ(IREL) ଡିସାଲିନେସନ ପ୍ଲାଣ୍ଟରେ ସ୍ଥାନୀୟ ଯୁବକଙ୍କୁ ପୁନଃ ନିଯୁକ୍ତି ଦାବିରେ ଆନ୍ଦୋଳନ ତୀବ୍ର ହୋଇଛି। ଗତ ୩…

ଜିଲାପାଳଙ୍କୁ ଭେଟିଲେ ଚାଷୀ: କଲେ ବଡ଼ ଅଭିଯୋଗ

ରୁପ୍ରାରୋଡ,୨୮ା୧୧(ସଞ୍ଜୀବ ଦାସ): ରୁପ୍ରାରୋଡ୍‌ ଧାନମଣ୍ଡିରେ ଚାଷୀ ଶୋଷଣର ଶିକାର ହେଉଥିବା ଅଭିଯୋଗ କରି କୃଷକ ନେତା ଦୁର୍ଯ୍ୟୋଧନ କୁମାରଙ୍କ ନେତୃତ୍ୱରେ ଚାଷୀମାନେ କଳାହାଣ୍ଡି ଜିଲାପାଳ ପାୱାର ସଚିନ…

ଖସୁଛି ପାରଦ: ଜି.ଉଦୟଗିରିରେ ୭.୬ ଡିଗ୍ରୀ

ଜି.ଉଦୟଗିରି,୨୮ା୧୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଅଞ୍ଚଳରେ ପ୍ରବଳ ଥଣ୍ଡା ସହ ଜାଡ଼ ଅନୁଭୂତ ହେଉଛି। ସାରୁ ସକାଳ ୯ଟା ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳ କୁହୁଡ଼ି…

ନଦୀରୁ ମୃତଦେହ ଉଦ୍ଧାର, ବଢ଼ିଲା ସନ୍ଦେହ

ନିରାକାରପୁର,୨୮।୧୧(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଧୀନ ନୁଣିଆବର ଘାଟ ନିକଟ ନଦୀରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି।…

କୋଟିଆ ସୀମାରେ ନୂଆ ବିବାଦ: ନାମାଙ୍କନ ପ୍ରତ୍ୟାହାର ପାଇଁ ଯାଉଥିବା ୱାର୍ଡ ସଭ୍ୟ ପ୍ରାର୍ଥୀଙ୍କୁ ଅଟକ ରଖିଲା ଆନ୍ଧ୍ର ପୋଲିସ, ବିଳମ୍ବିତ ରାତିରେ…

ପଟ୍ଟାଙ୍ଗି,୨୮/୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତକୁ ନେଇ ସୀମା ବିବାଦ ଥମିବାର ନାଁ ଧରୁନଥିବା ବେଳେ ଏବେ ଏକ ନୂଆ…

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ରିଷଭ ପନ୍ତଙ୍କ ବଡ଼ ରେକର୍ଡ

ଖ୍ରୀଷ୍ଟଚର୍ଚ୍ଚ,୨୮ା୧୧: ଭାରତର ବିସ୍ଫୋରକ ଉଇକେଟକିପର-ବ୍ୟାଟର ରିଷଭ ପନ୍ତ ଶନିବାର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି)ଇତିହାସରେ ସର୍ବାଧିକ ଛକା ମାରିବା ସହ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୮୯ ଛକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?