ନୂତନ ଜାତୀୟତାବାଦ

ଡାରୋନ ଆକେମୋଗ୍ଲୁ

୧୯୮୯ରେ ବର୍ଲିନ ଓ୍ବାଲ୍‌ର ପତନ ପରେ ମହା ଆନନ୍ଦର ଅନୁଭବ କରାଯାଇଯାଇଥିଲା। ଫ୍ରାନ୍ସିସ ଫୁକୁୟାମଙ୍କ ଭାଷାରେ ଆର୍ଥିକ ଓ ରାଜନୈତିକ ଉଦାରବାଦର ଏହା କେବଳ ଏକ ନିର୍ଲ୍ଲଜ ବିଜୟ ନ ଥିଲା, ବରଂ ଥିଲା ଜାତୀୟତାବାଦର ଅବକ୍ଷୟ। ବିଶ୍ୱର ଅର୍ଥ ବ୍ୟବସ୍ଥା ଦିନକୁ ଦିନ ଏକୀକୃତ ହେଉଥିବାରୁ ମନେକରାଗଲା ଯେ, ଲୋକମାନେ ସେମାନଙ୍କ ଜାତୀୟ ପରିଚୟକୁ ପଛ କରିଦେବେ। ୟୁରୋପୀୟ ଏକୀକରଣର ଭାଗୀଦାରି ପ୍ରକ୍ରିୟା ଜାତୀୟତାବାଦରୁ ଊର୍ଦ୍ଧ୍ୱରେ ରହି ଅନ୍ତର୍ଜାତୀୟ ସ୍ତରୀୟ ହୋଇଗଲା ପରେ ଏକଚ୍ଛତ୍ରବାଦୀ ଜାତୀୟତାବାଦ ହଟିଯିବ ବୋଲି ଆଶା ରହିଥିଲା। କିନ୍ତୁ ଜାତୀୟତାବାଦ ପୁଣି ଫେରି ବୈଶ୍ୱିକ ରାଜନୀତିରେ ମୁଖ୍ୟ ଭୂମିକା ନେଉଛି। ଏହି ଧାରା ଆମେରିକା କିମ୍ବା ଫ୍ରାନ୍ସ ମଧ୍ୟରେ ସୀମିତ ରହି ନାହିଁ। ଜାତୀୟତାବାଦ ମଧ୍ୟ ହଙ୍ଗେରି, ଭାରତ, ତୁର୍କୀ ଓ ଅନ୍ୟ କେତେକ ଦେଶରେ ରହିଛିି। ଚାଇନା ଏକ ପ୍ରକାର ଜାତୀୟତାବାଦୀ ଏକଚ୍ଛତ୍ରବାଦକୁ ଆପଣାଇନେଇଛି। ରୁଷିଆ ୟୁକ୍ରେନ୍‌କୁ ସମ୍ପୂର୍ଣ୍ଣ ଶେଷ କରିଦେବା ପାଇଁ ଏକ ଜାତୀୟତାବାଦୀ ଯୁଦ୍ଧ ଆରମ୍ଭ କରିଦେଇଛି।
ନୂତନ ଜାତୀୟତାବାଦ ବୃଦ୍ଧି ହେବାର ଅତି କମ୍‌ରେ ତିନୋଟି କାରଣ ରହିଛି। ପ୍ରଥମରେ, ଅନେକ ପ୍ରଭାବିତ ଦେଶର ଐତିହାସିକ ଅଭିଯୋଗମାନ ରହିଛି। ଉପନିବେଶବାଦରେ ଇଂରେଜମାନଙ୍କ ଦ୍ୱାରା ଭାରତ ଶୋଷିତ ହୋଇଥିଲା। ଊନବିଂଶ ଶତାବ୍ଦୀରେ ଓପିୟମ ଯୁଦ୍ଧ (ପାଶ୍ଚାତ୍ୟ ଓ ଚାଇନାର କୁଇଙ୍ଗ୍‌ ସାମ୍ରାଜ୍ୟ ମଧ୍ୟରେ ଯୁଦ୍ଧ)ରେ ଚାଇନାର ସାମ୍ରାଜ୍ୟର ପରାଜୟ ଘଟିଥିଲା। ପ୍ରଥମ ବିଶ୍ୱଯୁଦ୍ଧ ପରେ ତୁର୍କୀର ବିରାଟ ଭାଗ ପାଶ୍ଚାତ୍ୟ ଦଖଲ କରିବାର ସ୍ମୃତି ଏବେ ଆଧୁନିକ ତୁର୍କୀର ଜାତୀୟତାବାଦକୁ ଉଜ୍ଜୀବିତ କରିଛି। ଦ୍ୱିତୀୟରେ, ଜଗତୀକରଣ ଅନେକ ଦେଶରେ ଅସମାନତା ବୃଦ୍ଧି କରିବା ସହ ସ୍ଥାୟୀ ପରମ୍ପରା ଓ ସାମାଜିକ ମାନଦଣ୍ଡଗୁଡ଼ିକୁ ଧୀରେ ଧୀରେ ଦୁର୍ବଳ କଲା। ତୃତୀୟରେ ରାଜନେତାମାନେ ସେମାନଙ୍କ କାର୍ଯ୍ୟକ୍ରମ ଲାଗୁ କରିବା ପାଇଁ ଅନ୍ୟାୟ ଭାବେ ଶୋଷଣକାରୀ ଜାତୀୟତାବାଦରେ ଜଡ଼ିତ ରହୁଛନ୍ତି। ଉଦାହରଣ ସ୍ବରୂପ,ଚାଇନାର ଏକଚ୍ଛତ୍ରବାଦୀ ଶାସକ ଶିି ଜିନ୍‌ପିଙ୍ଗଙ୍କ ନେତୃତ୍ୱରେ ଚାଇନାର ଜାତୀୟତାବାଦୀ ମାନସିକତାକୁ ନୂଆ ହାଇସ୍କୁଲ ପାଠ୍ୟକ୍ରମ ଓ ପ୍ରଚାର ଅଭିଯାନରେ ପଢାଯାଉଛି। ସେହିପରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତୀୟତାବାଦୀ ହିନ୍ଦୁତ୍ୱ ଶାସନରେ ବିଶ୍ୱର ଏହି ବିଶାଳ ଗଣତନ୍ତ୍ର ସଂଖ୍ୟାଗରିଷ୍ଠ ଉଦାରବାଦ ସମ୍ମୁଖରେ ନତମସ୍ତକ ହୋଇଛି। ତୁର୍କୀରେ ରାଷ୍ଟ୍ରପତି ରିସେପ ତୟିପ ଏର୍ଡୋଗାନ ଆରମ୍ଭରେ ଜାତୀୟତାବାଦକୁ ତ୍ୟାଗ କରିଦେଇଥିଲେ। ଏପରି କି ୨୦୧୦ ଦଶନ୍ଧିରେ କୁର୍ଦ୍ଦୁମାନଙ୍କ ସହ ଏକ ଶାନ୍ତି ପ୍ରକ୍ରିୟା ଆରମ୍ଭ କରିଥିଲେ। କିନ୍ତୁ ତା’ ପରଠାରୁ ସେ ଜାତୀୟତାବାଦକୁ କୋଳେଇ ନେଇଛନ୍ତି ଓ ସ୍ବାଧୀନ ଗଣମାଧ୍ୟମ, ବିରୋଧୀ ନେତା ଏବଂ ଅସନ୍ତୁଷ୍ଟମାନଙ୍କ ଉପରେ କଠୋର ପଦକ୍ଷେପ ନେଉଛନ୍ତି।
ଶୀତଳ ଯୁଦ୍ଧ ପରେ ଜଗତୀକରଣର ପ୍ରତିକ୍ରିୟା ଭାବେ ଏବକାର ଜାତୀୟତାବାଦ ପ୍ରକାଶ ପାଇଛି। ୨୦୦୦ରେ ସେତେବେଳର ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଜର୍ଜ ଡବ୍ଲ୍ୟୁ ବୁଶ୍‌ ମୁକ୍ତ ବାଣିଜ୍ୟକୁ ଏକ ଗୁରୁତ୍ୱପୂର୍ଣ୍ଣ ମେଣ୍ଟ ବୋଲି କହିଥିବାବେଳେ ରୋନାଲ୍ଡ ରେଗାନ ଏହାକୁ ସ୍ବାଧୀନତା ପାଇଁ ଏକ ଅଗ୍ରଗାମୀ ରଣନୀତି କହିବା ସହ ଚାଇନା ସହିତ ମୁକ୍ତ ବାଣିଜ୍ୟ ନିମନ୍ତେ ଏହା ଉପଯୁକ୍ତ ସମୟ ବୋଲି ପ୍ରକାଶ କରିଥିଲେ। ଆଶା କରାଯାଉଥିଲା ଯେ, ବୈଶ୍ୱିକ ବାଣିଜ୍ୟ ଏବଂ ଯୋଗାଯୋଗ ସାଂସ୍କୃତିକ ଏବଂ ସଂସ୍ଥାଗତ ଏକତା ବଢ଼ାଇବ ଓ ପାଶ୍ଚାତ୍ୟ କୂଟନୀତି ଆହୁରି ମଜଭୁତ ହେବ। କିନ୍ତୁ ସେହି ବାଟରେ ଏହାକୁ କାର୍ଯ୍ୟକାରୀ କରାଯାଇପାରିନାହିଁ। ଜଗତୀକରଣକୁ ଏଭଳି ବାଟରେ ବ୍ୟବସ୍ଥିତ କରାଗଲା ଯେ ତାହା ବିକାଶଶୀଳ ଦେଶଗୁଡ଼ିକ ପାଇଁ ଏକ ବିରାଟ ଲାଭ ହେଲା। ଲାଭ କମ୍‌ କରି ସେମାନେ ଶିଳ୍ପ ରପ୍ତାନି ଆଡ଼କୁ ମୁହଁାଇ ସେମାନଙ୍କ ଅର୍ଥ ବ୍ୟବସ୍ଥାଗୁଡ଼ିକ ପୁନର୍ଗଠନ କରିପାରିଲେ। ଏହା ମଧ୍ୟ ତୈଳ ଓ ବାଷ୍ପ କ୍ଷେତ୍ରରେ ଧନୀ ଅର୍ଥ ବ୍ୟବସ୍ଥାଗୁଡ଼ିକୁ ପାଇଁ ଲାଭଦାୟକ ହେଲା। କିନ୍ତୁ ଏହି ସମାନ ଢାଞ୍ଚାମାନ ବିଶିଷ୍ଠ ଜାତୀୟତାବାଦୀ ନେତାମାନଙ୍କୁ ସଶକ୍ତ କରିିଛି। ଭଲ ସ୍ଥିତିରେ ଥିବା ଅନେକ ବିକାଶଶୀଳ ଦେଶ ନିକଟରେ ଅଧିକ ସଂସାଧନ ଥିବାରୁ କାର୍ଯ୍ୟକ୍ରମମାନ କାର୍ଯ୍ୟକାରୀ କରିବା ଏବଂ ମେଣ୍ଟ ଗଠନ କରିବାରେ ସେମାନଙ୍କର ବଡ଼ ଦକ୍ଷତା ରହିଛି। କାରଣ ପାଶ୍ଚାତ୍ୟ କୂଟନୀତି ଅନ୍ୟ ଦେଶର ସ୍ଥିତି ସଜାଡ଼ିବାରେ ଅଧିକ ଆଗ୍ରହୀ ହେବା ଦେଖାଯାଉଛି। ହେଲେ ଏହା ମାନବ ଅଧିକାର, ଗଣମାଧ୍ୟମ ସ୍ବାଧୀନତା କିମ୍ବା ଗଣତନ୍ତ୍ର ରକ୍ଷା କରିବାରେ ଅପ୍ରଭାବୀ ସାବ୍ୟସ୍ତ ହୋଇଛି କିମ୍ବା ବିପରୀତ ପରିଣାମ ମିଳିଛି।
ତୁର୍କୀ କଥା ଦେଖାଯାଉ। ୟୁରୋପୀୟ ସଂଘ( ଇୟୁ)ରେ ପ୍ରବେଶ ଦ୍ୱାରା ତୁର୍କୀର ମାନବ ଅଧିକାର ରେକର୍ଡ ଏବଂ ଏହାର ଗଣତାନ୍ତ୍ରିକ ବ୍ୟବସ୍ଥାଗୁଡ଼ିକ ପୁନଃ ଶକ୍ତିଶାଳୀ ହେବ ବୋଲି ଅନୁମାନ କରାଯାଉଥିଲା। ଏହା କିଛି ସମୟ ପାଇଁ କରିଥିଲା। କିନ୍ତୁ ପରେ ତୁର୍କୀ ଜାତୀୟତାବାଦ ପାଇଁ ଇୟୁ ପ୍ରତିନିଧିମାନେ ପ୍ରେରକ ପାଲଟିଗଲେ। ତା’ ପରଠାରୁ ତୁର୍କୀର ଗଣତନ୍ତ୍ର ଦୁର୍ବଳ ହୋଇଚାଲିଛି। ଜାତୀୟତାବାଦ ରୁଷିଆକୁ ୟୁକ୍ରେନ୍‌ ଆକ୍ରମଣ କରିବା ଲାଗି ପ୍ରେରିତ କରିଛି ଓ ଉପରେ ଦର୍ଶାଯାଇଥିବା ଜାତୀୟତାଦାବାଦର ତିନୋଟି କାରଣ ଏଥିରେ ପ୍ରକାଶ ପାଇଛି। ଅନେକ ରୁଷୀୟ ରାଜନେତା ଓ ପ୍ରତିଷ୍ଠିତ ସୁରକ୍ଷା ଅଧିକାରୀମାନେ ବିଶ୍ୱାସ କରନ୍ତି ଯେ, ବର୍ଲିନ ଓ୍ବାଲ୍‌ ପତନ ପରେ ସେମାନଙ୍କ ଦେଶକୁ ପାଶ୍ଚାତ୍ୟ ଅପମାନ କରିଛି। ବିଶ୍ୱ ଅର୍ଥ ବ୍ୟବସ୍ଥାରେ ରୁଷିଆ କିଛି ଲାଭ ପାଇଛି। କିନ୍ତୁ ରାଜନୀତିରେ ଯୋଡ଼ି ହୋଇଥିବା କ୍ଷମତାଶାଳୀ ଏକ ଗୋଷ୍ଠୀ ଅକଳ୍ପନୀୟ ଭାବେ ଧନୀ ପାଲଟିଯାଇଛନ୍ତି। ସେମାନଙ୍କ ସମର୍ଥନ ପାଇବା ଲାଗି ରୁଷିଆର ରାଷ୍ଟ୍ରପତି ସେମାନଙ୍କୁ ସହଯୋଗ କରିଛନ୍ତି। ରୁଷିଆର ଜାତୀୟତାବାଦ ପୁଟିନ୍‌ଙ୍କୁ ତାଙ୍କ ଦେଶକୁ ଅଧିକ ସୁରକ୍ଷିତ ରଖିବା ପାଇଁ ଅନୁମତି ଦେଇଥିବାରୁ ଏହା ୟୁକ୍ରେନ୍‌ ପାଇଁ ଖରାପ ଖବର। କଟକଣା ଲାଗୁ ହେଉ କିମ୍ବା ନ ହେଉ, ସ୍ବାର୍ଥ ଓ ଜାତୀୟତାବାଦୀ ମାନସିକତା ସମ୍ପନ୍ନ ନିକଟତର ସାଥୀମାନଙ୍କ ସହ ତାଙ୍କର ସମ୍ପର୍କ ରହିଥିବାରୁ ସେ ଅଟକିବାର ସମ୍ଭାବନା ନାହିଁ।
ଜାତୀୟତାବାଦ ପ୍ରତ୍ୟାବର୍ତ୍ତନ କରିବା ଓ ବୃଦ୍ଧିପାଇବା ମଧ୍ୟ କିଛି ଶିକ୍ଷା ଦିଏ। ଆର୍ଥିକ ଜଗତୀକରଣ ପ୍ରକ୍ରିୟାକୁ କେମିତି ସଂଗଠିତ କରିବା ସେ ସମ୍ପର୍କରେ ପୁନର୍ବିଚାର କରିବା ଆବଶ୍ୟକ। ମୁକ୍ତ ବାଣିଜ୍ୟ ବିକାଶଶୀଳ ଓ ବିକଶିତ ଦେଶଗୁଡ଼ିକ ପାଇଁ ସମାନ ଭାବେ ଲାଭଦାୟକ ହେବ , ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ପାଶ୍ଚାତ୍ୟ ଉପଭୋକ୍ତାଙ୍କ ପାଇଁ ବାଣିଜ୍ୟ ମୂଲ୍ୟ ହ୍ରାସ କରାଯାଇଥିବାରୁ ଏହା ବହୁ ପରିମାଣରେ ଅସମାନତା ସୃଷ୍ଟି କରିଛି ଏବଂ ରୁଷିଆରେ ଧନୀ ବିଶେଷକୁ ଆହୁରି ଧନୀ କରିଛି ଓ ଚାଇନାରେ କମ୍ୟୁନିଷ୍ଟ ପାର୍ଟି ଚାଳକ ପାଲଟିଛି। ଏଣୁ ଏହା ବଦଳରେ ଆମକୁ ବିକଳ୍ପ ପଦକ୍ଷେପ ସମ୍ପର୍କରେ ଚିନ୍ତା କରିବାକୁ ହେବ।
ସର୍ବୋପରି ପାଶ୍ଚାତ୍ୟ କିପରି ତା’ବ୍ୟବସାୟିକ ଭାଗୀଦାରିମାନଙ୍କୁ ରାଜନୈତକି କ୍ଷେତ୍ରରେ ପ୍ରଭାବିତ କରିପାରିବ ନାହିଁ ସେଥିପ୍ରତି ଦୃଷ୍ଟିଦେବାକୁ ପଡ଼ିିବ। ଦୁର୍ନୀତିଗ୍ରସ୍ତ ଏକଚ୍ଛତ୍ରବାଦୀ ଶାସନଗୁଡ଼ିକ ସେମାନଙ୍କ ସରକାର ବା ରାଜନୀତିକୁ କିଭଳି ପ୍ରଭାବିତ କରିବେ ନାହିଁ, ସେଥିପାଇଁ ଏକ ନୂଆ ମାନଦଣ୍ଡ ଦରକାର। ଶୀତଳଯୁଦ୍ଧ ଏବଂ ଉପନିବେଶ ଯୁଗରେ ସେମାନଙ୍କ ଭୁଲ୍‌ କାର୍ଯ୍ୟକୁ ପାଶ୍ଚାତ୍ୟ ନେତାମାନେ ଯଦି ହୃଦୟଙ୍ଗମ କରିବେ, ତେବେ ସେମାନେ ଅନ୍ତର୍ଜାତୀୟ ବ୍ୟାପାରରେ ଅଧିକ ବିଶ୍ୱସନୀୟତା ଲାଭ କରିବେ। ଏହା ସେମାନେ ସ୍ବୀକାର କରିବା ଉଚିତ। ଅନ୍ୟ ସରକାର ଉପରେ ପାଶ୍ଚାତ୍ୟର ସୀମିତ ପ୍ରଭାବକୁ ସ୍ବୀକୃତି ଦେବା ଅର୍ଥ ନୁହେଁ ଯେ ମାନବ ଅଧିକାରକୁ ଅଣଦେଖା କରି ଏହା କରାଯିବ। ଏହାର ମାନେ ନୁହେଁ ଯେ, ପାଶ୍ଚାତ୍ୟ ସରକାରଗୁଡ଼ିକ ସିଭିଲ ସୋସାଇଟି ଉପରେ ନିର୍ଭରଶୀଳ ସରକାରୀ କାର୍ଯ୍ୟକଳାପକୁ କମ୍‌ କରାଯିବ। ଜାତୀୟତାବାଦୀ ଏକଚ୍ଛତ୍ରବାଦକୁ ସମ୍ପୂଣ୍ଣ ଶେଷ କରିବାଲଗି କୌଣସି ଅସ୍ତ୍ର ନାହିଁ, କିନ୍ତୁ ଏହାକୁ ପ୍ରତିହତ କରିବା ପାଇଁି ଉତ୍ତମ ବିକଳ୍ପମାନ ରହିଛି।
ଅର୍ଥନୀତି ପ୍ରାଧ୍ୟାପକ, ମାସାଚ୍ୟୁସେଟସ
ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍‌ନୋଲୋଜି


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?