Posted inଜାତୀୟ

ଅନୁମତି ନ ନେଇ ଦ୍ୱିତୀୟ ବିବାହ କରିଥିଲେ ପିଲାଙ୍କୁ ମିଳିବନି ଚାକିରି

ପାଟନା,୧୬।୭: ବିହାର ସରକାର ଶନିବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ସରକାରୀ କର୍ମଚାରୀ ଦ୍ୱିତୀୟ ବିବାହ କଲେ ସରକାରଙ୍କ ଅନୁମତି ନେବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ଯେ, କୌଣସିସ୍ତରର କର୍ମଚାରୀ ଦ୍ୱିତୀୟ ବିବାହ କରିବାକୁ ସ୍ଥିର କଲେ ସରକାରଙ୍କଠାରୁ ଅନୁମତି ନେବାକୁ ବାଧ୍ୟତାମୂଳକ କରାଯାଇଛି। ଯଦି କର୍ମଚାରୀ ଅନୁମତି ନ ନେଇ ବିବାହ କରନ୍ତି ପରବତ୍ତ ସମୟରେ ଏହାକୁ ସରକାରୀ ସ୍ବୀକୃତି ଦିଆଯିବ ନାହିଁ। ନୀତୀଶ ସରକାରଙ୍କ ଆଦେଶ ଅନୁଯାୟୀ, ଯଦି ପୂର୍ବତନ ସ୍ବାମୀ କିମ୍ବା ସ୍ତ୍ରୀ ଜୀବିତ ଥାଇ ଅନ୍ୟ କାହାକୁ ବିବାହ କରନ୍ତି, ତେବେ ଏହାକୁ ବୈଧ ବୋଲି ଧରାଯିବ ନାହିଁ। ଏଥିସହ ଅନୁମତି ନ ନେଇ ବିବାହରୁ ଜନ୍ମିତ ଶିଶୁ କୌଣସି ସରକାରୀ ଚାକିରି ପାଇଁ ଦାବିଦାର ରହିବେ ନାହିଁ ବୋଲି ଉକ୍ତ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, କାର୍ଯ୍ୟକାଳ ସମୟରେ କୌଣସି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟେ ତେବେ ଏଭଳି ପରିସ୍ଥିତିରେ ଉକ୍ତ ପିଲାଙ୍କୁ ସହାୟତା ଅଧାରରେ କୌଣସି ଚାକିରି ପ୍ରଦାନ କରାଯିବ ନାହିଁ। ଅନ୍ୟପଟେ ଯଦି ସରକାରଙ୍କ ଅନୁମତି କ୍ରମେ ଦ୍ୱିତୀୟ ବିବାହ ଆଇନ ସଙ୍ଗତରେ ହୋଇଥାଏ, ତେବେ ଏପରି ପରିସ୍ଥିତିରେ ସ୍ତ୍ରୀ ଏବଂ ପିଲାମାନେ ଚାକିରୀ ପାଇବାକୁ ଯୋଗ୍ୟ ବିବେଚିତ ହେବେ। ସେହିପରି ସରକାର ଦେଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ଏଥିରେ ପ୍ରଥମ ପତ୍ନୀଙ୍କ ସ୍ଥାନ ମଧ୍ୟ ପ୍ରଥମେ ବିଚାର କରାଯିବ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ସମ୍ବନ୍ଧୀୟ ନିର୍ଦ୍ଦେଶ ସମସ୍ତ ବିଭାଗୀୟ ମୁଖ୍ୟ, ଡିଜିପି, ବିଭାଗୀୟ କମିଶନର ଏବଂ ସମସ୍ତ ଜିଲାର ଅଧିକାରୀଙ୍କୁ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ଆତଙ୍କବାଦୀ ନିହତ

ଶ୍ରୀନଗର,୨୧।୬: ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମା ଏବଂ ବାରମୁଲ୍ଲା ଜିଲାରେ ସୁରକ୍ଷା କର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀଙ୍କ ସମେତ ୩ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ...

ୟୁନିଭରସିଟିରେ କୋଭିଡ୍‌ ଓ୍ବାର୍ଡ…

ଲକ୍ଷ୍ନୌ,୧୭।୪: କରୋନା ସଂକ୍ରମଣ ନେଇ ଉତ୍ତରପ୍ରଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଏଠାରେ ହସ୍ପିଟାଲରେ ବେଡ୍‌ର ଅଭାବ ଦେଖାଦେଇଛି। ଏପରିସ୍ଥଳେ ରାଜ୍ୟ ସରକାର ଆହ୍ଲାବାଦ ୟୁନିଭରସିଟିକୁ କୋଭିଡ୍‌...

କରୋନା ମୁକାବିଲା: ଦେଶର ୫୩୧ ଜିଲାରେ ନାହିଁ ଟେଷ୍ଟିଂ ଲ୍ୟାବ୍‌

ନୂଆଦିଲ୍ଲୀ,୨୮।୫: ଭାରତରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ମୁକାବିଲା କ୍ଷେତ୍ରରେ ନମୁନା ପରୀକ୍ଷା...

ମହାରାଷ୍ଟ୍ର, ହରିୟାଣା ପାଇଁ ଭାଜପାର ୨ୟ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ,୩ା୧୦(ଆଇଏଏନ୍‌ଏସ୍‌): ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଭାଜପା ବୁଧବାର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହରିୟାଣା ପାଇଁ ଏହି ପର୍ଯ୍ୟାୟରେ...

ଆଫଗାନିସ୍ତାନ ପ୍ରସଙ୍ଗରେ ଦେଶ ଏକଜୁଟ, କଂଗ୍ରେସ କହିଲା ଆମେ ସରକାରଙ୍କ ସାଥିରେ ରହିଛୁ…

ନୂଆଦିଲ୍ଲୀ,୨୬।୮: ଆଫଗାନିସ୍ତାନ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ପଡ଼ୋଶୀ ଦେଶରେ ଦେଖାଦେଇଥିବା ମାନବୀୟ ସଙ୍କଟ ସମୟରେ...

କେଟିଆର୍‌ଙ୍କ ଜନ୍ମଦିନ ଉତ୍ସବରେ ଯୋଗ ନ ଦେବାରୁ ୪ କର୍ମଚାରୀ ନିଲମ୍ବିତ

ହାଇଦ୍ରାବାଦ,୩୦।୭: ତେଲଙ୍ଗାନାର ପ୍ରଭାବଶାଳୀ ମନ୍ତ୍ରୀ କେ.ଟି. ରାମାରାଓ (କେଟିଆର୍‌)ଙ୍କ ଜନ୍ମଦିନ ଉତ୍ସବରେ ଯୋଗଦେଇ ନ ଥିବା ବେଲାମପାଲ୍ଲୀ ମ୍ୟୁନିସିପାଲିଟିର ୪ ଜଣ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ...

ପ୍ରେମିକାଙ୍କ ପାଇଁ ଏଲ୍‌ଓସି ଡେଇଁଲେ ପାକିସ୍ତାନୀ ଯୁବକ

ଜୟପୁର,୭।୧୨: ପାକିସ୍ତାନ ସୀମାକୁ ଲାଗିଥିବା ଲାଇନ ଅଫ୍‌ କଣ୍ଟ୍ରୋଲ (ଏଲ୍‌ଓସି ) ଡେଇଁବାକୁ ଉଦ୍ୟମ କରି ରାଜସ୍ଥାନର ଶ୍ରୀ ଗଙ୍ଗାନଗରରେ ଧରା ପଡ଼ିଛନ୍ତି ଜଣେ ୨୨...

ଦୂତାବାସ ଭିତରେ ଭାରତୀୟ ରାଷ୍ଟ୍ରଦୂତଙ୍କ ମୃତଦେହ…

ନୂଆଦିଲ୍ଲୀ,୭।୩ : ଭାରତ ପାଇଁ ପାଲେଷ୍ଟାଇନରୁ ଦୁଃଖଦ ଖବର ଆସିଛି। ବହିର୍ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ପାଲେଷ୍ଟାଇନରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ମୁକୁଲ ଆର୍ଯ୍ୟଙ୍କ ମୃତ୍ୟୁ...

Advertisement
Archives

Model This Week