Posted inଜାତୀୟ

ନ୍ୟୁଜ ପୋର୍ଟାଲକୁ ବି କରିବାକୁ ପଡିବ ରେଜିଷ୍ଟ୍ରେଶନ

ନୂଆଦିଲ୍ଲୀ,୧୬ ।୭: ଡିଜିଟାଲ ମିଡିଆକୁ ନିୟନ୍ତ୍ରଣ କରିବାକୁ ଏବଂ ଖବରକାଗଜ ସହ ସମାନ କରିବାକୁ କେନ୍ଦ୍ର ସରକାର ଏକ ବିଲ ଆଣିବାକୁ ଯାଉଛନ୍ତି । ଏହି ବିଲକୁ ଆଇନଗତ ସ୍ୱୀକୃତି ମିଳିଲେ ଖବରକାଗଜ ପରି ନ୍ୟୁଜ ପୋର୍ଟାଲକୁ ବି ପଞ୍ଜିକରଣ କରିବା ଆବଶ୍ୟକ ପଡିବ । ଏପର୍ଯ୍ୟନ୍ତ ଏହି ନିୟମ କେବଳ ଖବରକାଗଜ ପାଇଁ ଲାଗୁ କରାଯାଇଥିଲା ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାର ୧୫୫ ବର୍ଷ ପୁରୁଣା ପ୍ରେସ ଆଣ୍ଡ ରେଜିଷ୍ଟ୍ରେଶନ ଅଫ ବୁକ୍ସ ଆକ୍ଟକୁ ଶେଷ କରିବାକୁ ଯାଉଛି । ଏହି ସ୍ଥାନରେ ‘ପ୍ରେସ ଆଣ୍ଡ ରେଜିଷ୍ଟ୍ରେଶନ ପିରିୟୋଡିକାଲ ବିଲ’ ଆଗତ କରାଯିବ । ଏହି ବିଲ ଖବରକାଗଜ ପାଇଁ ନୂଆ ଓ ସହଜ ପଞ୍ଜିକରଣ ବ୍ୟବସ୍ଥା ହେବ । ଏହିପରି ଡିଜିଟାଲ ମିଡିଆକୁ ଆଣିବାକୁ ପ୍ରସ୍ତୁତି ଚାଲିଛି । ଅନୁମାନ କରାଯାଉଛି କେନ୍ଦ୍ର ସରକାର ମୌସୁମି ଅଧିବେଶନ ସମୟରେ ଏହି ବିଲକୁ ଆଗତ କରିପାରନ୍ତି ।
ସୂଚନା ଅନୁଯାୟୀ, ପ୍ରେସ ବିଧେୟକ ପ୍ରେସ ଓ ପୁସ୍ତକ ପଞ୍ଜିକରଣ(ପିଆରବି) ଅଧିନିୟମ, ୧୮୬୭ର ସ୍ଥାନ ନେବ । ଏହି ଅଧିନରେ ମଧ୍ୟମ ଓ କ୍ଷୁଦ୍ର ପ୍ରକାଶକଙ୍କ ପାଇଁ ପ୍ରକ୍ରିୟା ସରଳ ରଖାଯିବ ଏବଂ ଗଣମାଧ୍ୟମର ସ୍ୱାଧିନତାର ମୂଲ୍ୟବୋଧ ବଜାୟ ରହିବ ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ୨୮୭ ମୁଣ୍ଡ ନେଲା କରୋନା

ନୂଆଦିଲ୍ଲୀ,୭।୬: ବଢି ବଢି ଚାଲିଛି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା। ଗୋଟିଏ ପଟେ ଦେଶରେ ଅନ୍‌ଲକ୍‌ ୧.୦ ଆରମ୍ଭ କରାଯାଇଥିବା ବେଳେ ଅନ୍ୟପଟେ କରୋନା ସଂକ୍ରମଣ...

ମୁସଲମାନ୍‌ ଯୁବକଙ୍କୁ ବିବାହ କଲେ ଆର୍‌ଏସ୍‌ଏସ୍‌ କର୍ମକର୍ତ୍ତାଙ୍କ ଝିଅ: ସୁରକ୍ଷା ପାଇଁ କୋର୍ଟରେ ଆବେଦନ

ଚଣ୍ଡିଗଡ଼,୧୩।୬: ହରିୟାଣା ଯମୁନାନଗରରେ ଜଣେ ଆର୍‌ଏସ୍‌ଏସ୍‌ କର୍ମକର୍ତ୍ତାଙ୍କ ଝିଅ ପଡ଼ୋଶୀ ମୁସଲମାନ୍‌ ଯୁବକଙ୍କୁ ବିବାହ କରିଛନ୍ତି। ଏନେଇ ପିତାଙ୍କ ପକ୍ଷରୁ ତାଙ୍କ ଝିଅକୁ ଅପହରଣ କରାଯାଇଥିବା...

୪୦ ରାଲି ୧୪୪ ଆସନ, ଭାଜପାର ସ୍ବତନ୍ତ୍ର ମିଶନ…

ନୂଆଦିଲ୍ଲୀ,୮।୧୦ : ଭାଜପା ପକ୍ଷରୁ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଯୋଜନା ଆରମ୍ଭ ହୋଇଛି। ଏହି ମର୍ମରେ ୨୦୧୯ ନିର୍ବାଚନରେ ଯେଉଁ ୧୪୪ ଲୋକସଭା...

ଶାହାଙ୍କ ସହିତ ଧୋନୀଙ୍କ ଫଟୋ, ଭାଜପାରେ ଯୋଗଦେବା ନେଇ ଚର୍ଚ୍ଚା !…

ନୂଆଦିଲ୍ଲୀ,୧୨।୧୧ : ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ  ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କର ଭେଟ ହୋଇଛି। ଏହାପରେ ବିଭିନ୍ନ ପ୍ରକାରର...

ନିକଟରେ ୫ମ ବିବାହ କରିଥିବା ଶତାୟୁ ବୃଦ୍ଧ କରୋନାକୁ ହରାଇଲେ

କରୋନା ସଂକ୍ରମଣ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ...

ଦିଲ୍ଲୀ ଏନ୍‌ସିଆର୍‌ବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ହେଲେ ଗୋଟିଏ ଦିନ ପରେ ପୁଣି ବଢିବ ପ୍ରଦୂଷଣ ମାତ୍ରା

ନୂଆଦିଲ୍ଲୀ,୨ ।୧୧: ଶୀତଦିନ ଆରମ୍ଭରୁ ଅସ୍ତ୍ୟବସ୍ତ ହୋଇ ପଡିଲେଣି ଦିଲ୍ଲୀବାସୀ । ସେଠାରେ ବେଳକୁ ବେଳ ବାୟୁ ପ୍ରଦୂଷଣ ସ୍ତର ବଢି ଚାଲିଥିବା ବେଳେ ସୋମବାର...

‘ଅନ୍ୟାୟ ସୁଧାରିବ ସିଏଏ’

ନୂଆଦିଲ୍ଲୀ,୨୯ା୧(ପି.ଟି.): ଐତିହାସିକ ଅନ୍ୟାୟକୁ ସୁଧାରିବା ପାଇଁ ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଅଣାଯାଇଛି। ଏହି ପଦକ୍ଷେପ ଯୋଗୁ ପଡ଼ୋଶୀ ଦେଶଗୁଡ଼ିକର ସଂଖ୍ୟାଲଘୁଙ୍କୁ ଭାଜପା ଦେଇଥିବା...

୧ କେଜି ଇଡଲି-ଦୋସା ପିଠଉ ନେଲେ ୧ ବାଲ୍ଟି ପାଣି ମାଗଣା

ଚେନ୍ନାଇ, ୩୦।୬: ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଭୀଷଣ ଜଳସଙ୍କଟ ଦେଖାଦେଇଛି। ଗ୍ରାମାଞ୍ଚଳରେ ସ୍ଥିତି ଭୟାବହ ଥିବାବେଳେ ସହରରେ ଲୋକେ ଚଢାଦରରେ ପାଣି କିଣି ପିଉଛନ୍ତି। ବ୍ୟବସାୟୀମାନେ...

Advertisement
Archives

Model This Week