Posted inଜାତୀୟ

ନୂତନ ଅବକାରୀ ନୀତି, ୧୧ ଅଧିକାରୀଙ୍କୁ ନିଲମ୍ବିତ କଲେ ଉପରାଜ୍ୟପାଳ…

ନୂଆଦିଲ୍ଲୀ, ୬।୮ : ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସାକ୍ସେନା ନୂତନ ଅବକାରୀ ନୀତି ନେଇ କଡ଼ା ପଦକ୍ଷେପ ନେଇଛନ୍ତି। ଭିଜିଲାନ୍ସ ରିପୋର୍ଟ ପରେ ସେ ଏକ୍ସାଇଜ ପଲିସିରେ ଦୁର୍ନୀତି ଅଭିଯୋଗ ଆଧାରରେ ଏକ୍ସାଇଜ କମିଶନର ଆରଓ୍ବ ଗୋପୀ କୃଷ୍ଣ, ତତ୍କାଳୀନ ଏକ୍ସାଇଜ କମିଶନର ଦାନିକ୍ସ ଆନନ୍ଦ କୁମାର ତିୱାରୀଙ୍କ ସମେତ ୧୧ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ଏକ୍ସାଇଜ ପଲିସି ଲାଗୁ କରିବାରେ ବିଳମ୍ବ ବିଷୟରେ ଏହି ପଦକ୍ଷେପ ନିଆଯାଇଛି। ଅଧିକାରୀଙ୍କ ବିରୋଧରେ ନିଲମ୍ବନ ଏବଂ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଭିଜିଲାନ୍ସକୁ ଅନୁମୋଦନ କରିଛନ୍ତି।

ଏହାପୂର୍ବରୁ ଉପ-ମୁଖ୍ୟମନ୍ତ୍ରୀ ତଥା ଏକ୍ସାଇଜ ମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ପ୍ରଥମ ଥର ସ୍ବୀକାର କରିଛନ୍ତି ଯେ ଦିଲ୍ଲୀ ସରକାର ନୂତନ ଏକ୍ସାଇଜ ପଲିସି ୨୦୨୧-୨୨ ଯୋଗୁ ହଜାର ହଜାର କୋଟି କ୍ଷତି ସହିଛନ୍ତି। ଏଥିପାଇଁ ସେ ୧୭ ନଭେମ୍ବର ୨୦୨୧ ରୁ ଲାଗୁ ହୋଇଥିବା ନୂତନ ସିଷ୍ଟମରେ ଶେଷ ମୁହୂର୍ତ୍ତର ୟୁ-ଟର୍ନ ନେଇଥିବା ନେଇ ସେ ଉପରାଜ୍ୟପାଳଙ୍କୁ ଦାୟୀ କରିଛନ୍ତି। ଆମ ଆଦମୀ ପାର୍ଟି (ଏଏପି) ନେତା କହିଛନ୍ତି ଯେ ବର୍ତ୍ତମାନ ସେମାନେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କୁ ଚିଠି ଲେଖି ଏହି ଘଟଣାର ତଦନ୍ତ ଦାବି କରିଛନ୍ତି।

ଶନିବାର ସିସୋଦିଆଙ୍କ ଅଭିଯୋଗର କିଛି ମିନିଟ ପରେ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ରିପୋର୍ଟ କରିଛି ଯେ ଭି.କେ ସାକ୍ସେନା ଦିଲ୍ଲୀର ତତ୍କାଳୀନ ଏକ୍ସାଇଜ କମିଶନର, ଆଇଏଏସ ଅଧିକାରୀ ଆରଓ୍ବ ଗୋପୀ କୃଷ୍ଣ ଏବଂ ଦାନିକ୍ସ ଆନନ୍ଦ କୁମାର ତିୱାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ଗଣମାଧ୍ୟମ ସମ୍ମିଳନୀକୁ ସମ୍ବୋଧିତ କରି ସିସୋଦିଆ କହିଥିଲେ ଯେ ୨୦୨୧-୨୨ ଏକ୍ସାଇଜ ପଲିସି ଲାଗୁ ହେବା ପୂର୍ବରୁ ଦୁଇଥର ଫାଇଲକୁ ଉପରାଜ୍ୟପାଳଙ୍କ ପାଖକୁ ପଠାଯାଇଥିଲା।

ସିସୋଦିଆ କହିଛନ୍ତି ଯେ ପ୍ରଥମ ଥର ପାଇଁ ତତ୍କାଳୀନ ଉପରାଜ୍ୟପାଳ ଅନିଲ ବୈଜଲ କିଛି ପରାମର୍ଶ ଏବଂ ପରିବର୍ତ୍ତନ ସହିତ ଫାଇଲ ପଠାଇଥିଲେ, ଯାହା ଦିଲ୍ଲୀ ସରକାରଙ୍କ ଦ୍ୱାରା ଅନ୍ତର୍ଭୁକ୍ତ କରାଯାଇଥିଲା। ଉପରାଜ୍ୟପାଳଙ୍କ ପରାମର୍ଶ ଅନୁଯାୟୀ ଆବଶ୍ୟକ ପରିବର୍ତ୍ତନ କରିବା ପରେ ନଭେମ୍ବର ପ୍ରଥମ ସପ୍ତାହରେ ଦ୍ୱିତୀୟ ଥର ପାଇଁ ଫାଇଲ ପଠାଯାଇଥିଲା। ନଭେମ୍ବର ୧୭ରୁ ନୂତନ ନୀତି କାର୍ଯ୍ୟକାରୀ ହେବାକୁ ଥିଲା ଏବଂ ଏହା ଶୁଭାରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ ଉପରାଜ୍ୟପାଳ ନଭେମ୍ବର ୧୫ ରେ ଫାଇଲ ଫେରସ୍ତ କରିଥିଲେ ଏବଂ ଏଥିରେ ଏକ ବଡ ପରିବର୍ତ୍ତନ କରିବାକୁ କହିଥିଲେ। ଉପରାଜ୍ୟପାଳ କହିଥବଲେ ଯେ ଅନଧିକୃତ କଲୋନୀରେ ମଦ ଦୋକାନକୁ ଅନୁମତି ଦେବା ପାଇଁ ଆମକୁ ଦିଲ୍ଲୀ ବିକାଶ ପ୍ରାଧିକରଣ (ଡିଡିଏ) ଏବଂ ମ୍ୟୁନିସିପାଲିଟି କର୍ପୋରେଶନ ଠାରୁ ଅନୁମତି ନେବାକୁ ପଡିବ।

ସିସୋଦିଆ କହିଛନ୍ତି, ଏହି କାରଣରୁ ଦିଲ୍ଲୀ ସରକାର ହଜାରେ କୋଟି କ୍ଷତି ସହିଛନ୍ତି । କାରଣ ପ୍ରାୟ ୩୦୦ରୁ ୩୫୦ ଦୋକାନ ଯାହା ଅନଧିକୃତ କଲୋନୀରେ ଖୋଲା ଯାଇଥିଲା ତାହା ନୂତନ ବ୍ୟବସ୍ଥାରେ କେବେ ଖୋଲିପାରିବ ନାହିଁ। ଫଳସ୍ବରୂପ, ଦିଲ୍ଲୀରେ ମଦ ଦୋକାନ ଖୋଲିବାରେ ସଫଳ ହୋଇଥିବା କେତେକ କମ୍ପାନୀ ବିପୁଳ ଲାଭ କରିଥିଲେ, ଆଉ କେତେକ କ୍ଷତି ସହିଥିଲେ।

ନୂତନ ଏକ୍ସାଇଜ ନୀତିର ମୂଳ ଉଦ୍ଦେଶ୍ୟ ଥିଲା ମଦ ଦୋକାନଗୁଡ଼ିକର ଅସମାନ ବଣ୍ଟନକୁ ସମାପ୍ତ କରିବା, ଯାହା ଉପରାଜ୍ୟପାଳଙ୍କ ନିଷ୍ପତ୍ତି ହେତୁ କେବେ ହୋଇପାରିବ ନାହିଁ । ଉପରାଜ୍ୟପାଳଙ୍କ ହଠାତ ପରିବର୍ତ୍ତନ ହେବାର କାରଣ କେତେକ ବେସରକାରୀ କମ୍ପାନୀ କିମ୍ବା ବ୍ୟକ୍ତିବିଶେଷଙ୍କ ପାଇଁ ଉଦ୍ଦେଶ୍ୟମୂଳକ ଲାଭ ହୋଇପାରେ ବୋଲି ସିସୋଦିଆ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମୁମ୍ବାଇ,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ଯାତ୍ରୀ ଛାନିଆ! ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଗଲା ନିଆଁ, ଓଭରହେଡ୍‌ କ୍ୟାବିନ୍‌ରେ ଜଳିଲା…..

ନୂଆଦିଲ୍ଲୀ,୧୧।୧୦: ଆକାଶରେ ଉଡ଼ୁଥିବା ବେଳେ ଇଣ୍ଡିଗୋ ବିମାନରେ ହଠାତ୍‌ ଲାଗିଗଲା ନିଆଁ । ରବିବାର ଦିନ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଏଭଳି ଏକ ଘଟଣା…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ପାଣିରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?