ପ୍ରବାସୀ ଓଡ଼ିଆଙ୍କ ପାଇଁ ନୂଆ ନିର୍ଦ୍ଦେଶାଳୟ

ଭୁବନେଶ୍ବର,୧୦ା୪(ବ୍ୟୁରୋ): ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ସକାଶେ ‘ପରିବାର-ଦ ପୋର୍ଟାଲ ଫର୍‌ ପ୍ରବାସୀ ଓଡ଼ିଆଜ୍‌-କନେକ୍ଟିଙ୍ଗ ଦ ରୁଟ୍‌ସ’ ନାମକ ଉତ୍ସର୍ଗୀକୃତ ପୋର୍ଟାଲ ହେବ। ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ପରାମର୍ଶଦାତା ପରିଷଦ ରହିବ। ଏହି ପରିଷଦରେ ସଦସ୍ୟମାନେ ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ହେବେ। ସଦସ୍ୟମାନଙ୍କ ସଂଖ୍ୟା, କାର୍ଯ୍ୟ ଅବଧି ଏବଂ ସଦସ୍ୟତା ସରକାର ନିର୍ଦ୍ଧାରଣ କରିବେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଏହି ପରିଷଦର ସ୍ଥାୟୀ ସଦସ୍ୟ ରହିବେ ଏବଂ ବିଭାଗୀୟ ସଚିବ ଏହାର ଆବାହକ ରହିବେ ବୋଲି ରବିବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ହୋଇଛି।
ଅପରାହ୍ନ ୧ଟା ସମୟରେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। କ୍ୟାବିନେଟ୍‌ରେ ମୋଟ୍‌ ୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ ଜାପାନର କ୍ୱିଟୋ ସହରରୁ ଏହି ବୈଠକ ସହ ଯୋଡ଼ି ହୋଇଥିବାବେଳେ ଓଡ଼ିଶା ଷ୍ଟେଟ୍‌ ଓ୍ବାଇଡ୍‌ ଏରିଆ ନେଟଓ୍ବର୍କ (ଓଏସ୍‌ଡବ୍ଲ୍ୟୁଏଏନ୍‌) ଜରିଆରେ କ୍ୟାବିନେଟ୍‌ ପ୍ରସ୍ତାବଗୁଡ଼ିକୁ ମଞ୍ଜୁରୀ ଦେଇଛନ୍ତି। ବୈଠକ ପରେ ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାଏକ କହିଛନ୍ତି, ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଏକ ବ୍ୟବସ୍ଥିତ ସରକାରୀ ଅନୁଷ୍ଠାନ, ଯାହା ପୂର୍ବରୁ ନ ଥିଲା। ଏହାଦ୍ୱାରା ଓଡ଼ିଶା ସରକାରଙ୍କ ସହିତ ପ୍ରବାସୀ ଓ଼ଡିଆ ଯୋଗାଯୋଗ ରଖିପାରିବେ। ପ୍ରବାସରେ ରହୁଥିବା ସମୟରେ ଓଡ଼ିଆମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଥିବେ, ତା’ର ସମାଧାନ କରିବା ସହଜ ହେବ। ଏହି ନିର୍ଦ୍ଦେଶାଳୟ ଓଡ଼ିଶାକୁ ବିଶ୍ୱ ଦରବାରରେ ଠିକଣା ଭାବେ ଉପସ୍ଥାପିତ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେବାକୁ ଯାଉଛି। ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଏହା ପରିଚାଳିତ ହେବ। ଏହାର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ପ୍ରବାସୀ ଓଡ଼ିଆମାନେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇପାରିବା ସହିତ ରାଜ୍ୟର ବିକାଶରେ ଭାଗୀଦାରି ହୋଇପାରିବେ। ଏହାସହିତ ଦେଶ ଓ ବିଦେଶରେ ଥିବା ଓଡ଼ିଆ ସଙ୍ଗଠନଗୁଡ଼ିକୁ ତାଲିକାଭୁକ୍ତ କରିବା, ବ୍ୟକ୍ତିଗତ, ଆନୁଷ୍ଠାନିକ ତଥା ନାଗରିକ ସମାଜ ସ୍ତରରେ ପ୍ରବାସୀ ଓଡ଼ିଆଙ୍କ ସହଭାଗିତାରେ ଭାଷା, ସଂସ୍କୃତି ଓ ଐତିହ୍ୟ, ପର୍ଯ୍ୟଟନ, ହସ୍ତତନ୍ତ, ହସ୍ତଶିଳ୍ପ ଓ କ୍ରୀଡ଼ା ପ୍ରୋତ୍ସାହନର ଉନ୍ନତି ହୋଇପାରିବ। ସେହିପରି ସାଂସ୍କୃତିକ ପ୍ରସାରଣ, କର୍ମଜୀବୀ, ଛାତ୍ର, କ୍ଲିୟରାନ୍ସ ଆଦି ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ସରକାରୀ ବିଭାଗଗୁଡ଼ିକ ସହିତ ଏହି ନିର୍ଦ୍ଦେଶାଳୟ ସମନ୍ବୟ ରଖି ଏକକ ପଏଣ୍ଟ ଭାବେ କାର୍ଯ୍ୟକରିବ। ଓଡ଼ିଆ ଐତିହ୍ୟର ପ୍ରସାର, ଉତ୍କଳ ଦିବସ ପାଳନ ଏବଂ ସୃଜନଶୀଳ ଓଡ଼ିଆ ଲେଖକମାନଙ୍କୁ ନେଇ ନିର୍ଦ୍ଦେଶାଳୟ ବିଶ୍ୱର ବିଭିନ୍ନ ସ୍ଥାନରେ ନିୟମିତ ବ୍ୟବଧାନରେ ଓଡ଼ିଆ ସମ୍ମିଳନୀ ଆୟୋଜନ କରିିବ। ଏହାସାଙ୍ଗକୁ ଓଡ଼ିଆ ଭାଷା ସାହିତ୍ୟରେ ଉତ୍କର୍ଷ ଲାଭ କରିଥିବା ଅନବଦ୍ୟ କୃତୀଗୁଡ଼ିକୁ ବିଭିନ୍ନ ଭାରତୀୟ ଓ ଅନ୍ତର୍ଜାତୀୟ ଭାଷାରେ ଅନୁବାଦ କରିବ। କେବଳ ସେତିକି ନୁହେଁ, ଓଡ଼ିଆ ସଂସ୍କୃତି ଓ ଐତିହ୍ୟର ବିକାଶରେ ସମ୍ପୃକ୍ତ ଅନୁଷ୍ଠାନଗୁଡ଼ିକୁ ଏବଂ ଭାରତ ଓ ବିଦେଶରେ ଥିବା ଜଗନ୍ନାଥ ମନ୍ଦିରଗୁଡ଼ିକୁ ତାଲିକାଭୁକ୍ତ କରିବା ଆଦି ବିଷୟକୁ ନେଇ ନିର୍ଦ୍ଦେଶାଳୟ କାର୍ଯ୍ୟ କରିବ।
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟନିର୍ବାହୀ କମିଟି ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ସହିତ ଗତିଶୀଳ କରିବା ନିମନ୍ତେ ଆବଶ୍ୟକ ଦିଗ୍‌ଦର୍ଶନ ପ୍ରଦାନ କରିବ। ଉନ୍ନୟନ କମିଶନର, ଗୃହ, ଶ୍ରମ ଏବଂ କର୍ମଚାରୀ ବୀମା, ଅର୍ଥ, ଶିଳ୍ପ, ଉଚ୍ଚଶିକ୍ଷା, ଭାଷା, ସାହିତ୍ୟ ଓ ସଂସ୍କୃତି, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା, ବିଦ୍ୟାଳୟ ଓ ଗଣଶିକ୍ଷା, ପର୍ଯ୍ୟଟନ, ଆଇଟି ଏବଂ କ୍ରୀଡ଼ା ବିଭାଗର ଶାସନ ସଚିବମାନେ ଏହି କମିଟିର ସଦସ୍ୟ ରହିବେ। ରାଜ୍ୟ ସରକାର ଚାହିଁିଲେ କାର୍ଯ୍ୟନିର୍ବାହୀ କମିଟିରେ ପରିବର୍ତ୍ତନ କରିପାରିବେ।
ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇ କହିଛନ୍ତି, ମୁଖ୍ୟମନ୍ତ୍ରୀ ଜାପାନରେ ଥିବାବେଳେ ପ୍ରବାସୀ ଓଡ଼ିଆମାନେ ପୁଣିଥରେ ସେମାନଙ୍କ ଲାଗି ଏକ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ କରିବା ଲାଗି ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ଏ ସମ୍ପର୍କିତ ପ୍ରସ୍ତାବ କେଉଁଠି ଅଟକିଛି ବୋଲି ପଚାରିଲେ। ପ୍ରସ୍ତାବ ପ୍ରସ୍ତୁତ ଥିବାବେଳେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଫେରିବା ପରେ ଏହାକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିବ ବୋଲି ସେ କହିଥିଲେ। ହେଲେ ମୁଖ୍ୟମନ୍ତ୍ରୀ ଏହାକୁ ତୁରନ୍ତ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ତେଣୁ ଟେକ୍ନୋଲୋଜି ବ୍ୟବହାର କରାଯାଇ କ୍ୟାବିନେଟ୍‌ ବୈଠକରେ ଉକ୍ତ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି। ଏହାବାଦ୍‌ ରାଜ୍ୟରେ ୧୦ଟି ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା ଲାଗି ପ୍ରସ୍ତାବ ଅନୁମୋଦିତ ହୋଇଛି। କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀର, କଟକରେ ପାଇପ୍‌ ଜଳ ପ୍ରକଳ୍ପ ହେବ। କୃଷକ ଉତ୍ପାଦକ ସଂଗଠନ (ପିଏଫ୍‌ଓ)କୁ ସହାୟତା ପାଇଁ ପାଣ୍ଠି ବ୍ୟବସ୍ଥା ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ଶେଖ ହାସିନା କେବେ ବାଂଲାଦେଶ ଫେରିବେ? ଉତ୍ତର ଦେଲା ଭାରତ

ନୂଆଦିଲ୍ଲୀ/ଢାକା,୪।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ ଭାରତ କହିଛି ଯେ ତାଙ୍କ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା…

ଆଟଲାଣ୍ଟିକ ମହାସାଗର ଉପରେ ରହସ୍ୟଜନକ ଭାବେ ନିଖୋଜ ହେଲା ବିମାନ, ସାମ୍ନାକୁ ଆସିଲା ପାଇଲଟ୍‌ଙ୍କ ଶେଷ କଲ୍‌

ନୂଆଦିଲ୍‌ଲୀ,୪।୧୦: ଆଟଲାଣ୍ଟିକ ମହାସାଗର ଉପରେ ଉଡ଼ାଣ ଭରୁଥିବା ଏକ ବିମାନ ନିଖୋଜ ହୋଇଯାଇଛି, ଯାହା ଏକ ମେଡିକାଲ ଜେଟ ଅର୍ଥାତ ଏୟାର ଆମ୍ୱୁଲାନ୍ସ ଅଟେ। ଏଥିରେ ୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?