ସ୍ବାଭିମାନ ଅଞ୍ଚଳରେ ‘ପୁଷ୍ପା-୨’

ଭୁବନେଶ୍ୱର,(ବ୍ୟୁରୋ)/ ମାଲକାନଗିରି,୧୦।୪ (ଡି.ଏନ୍‌.ଏ.): ବକ୍ସ ଅଫିସ୍‌ରେ ରେକର୍ଡ ଭାଙ୍ଗିଥିବା ସାଉଥ୍‌ ଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ସୁପରହିଟ୍‌ ଚଳଚ୍ଚିତ୍ର ‘ପୁଷ୍ପା’ର ସଫଳତା ପରେ ଏବେ ‘ପୁଷ୍ପା-୨’ ନିର୍ମାଣ ପାଇଁ ପ୍ରକ୍ରିୟା ଚାଲିଛି। ତେବେ ଖୁସିର କଥା ହେଲା, ଏହାର ଶୁଟିଂ ଓଡ଼ିଶାରେ ହେବାକୁ ଯାଉଛି। ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳ ଓ ସପ୍ତଧାରାର ବିଭିନ୍ନ ସ୍ଥାନରେ ଅଧିକାଂଶ ଶୁଟିଂ ହେବ। ସ୍ଥାନ ଚୟନ ପରେ ଚଳଚ୍ଚିତ୍ର ନିର୍ମାଣକାରୀ ସଂସ୍ଥା ମୈତ୍ରୀ ମୁଭି ମେକର୍ସ ପକ୍ଷରୁ ମାଲକାନଗିରି ଜିଲାପାଳ ବିଶାଳ ସିଂ ଓ ଆରକ୍ଷୀ ଅଧୀକ୍ଷକ ନିତେଶ ବାଧ୍ୱାନୀଙ୍କୁ ଚିଠି ଲେଖି ଅନୁମତି ଲୋଡ଼ାଯାଇଛି। ଏହି ଖବର ମିଳିବା ପରେ ଓଡ଼ିଆ ସିନେପ୍ରେମୀଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଛି।
ନିକଟରେ ପୁଷ୍ପା-୨ର ପୋଷ୍ଟର ଓ ଟିଜର ରିଲିଜ୍‌ ହୋଇଥିବାବେଳେ ଏହାକୁ ଦର୍ଶକଙ୍କ ଭରପୂର ପ୍ରଶଂସା ମିଳିଛି। ସୋସିଆଲ ମିଡିଆରେ ଚଳଚ୍ଚିତ୍ରର ଶୁଟିଂକୁ ନେଇ ଅନେକ ପୋଷ୍ଟ ଅପଲୋଡ୍‌ ହେଉଛି। ଚଳଚ୍ଚିତ୍ର ନିର୍ମାଣ ସଂସ୍ଥାର ଏକ ଟିମ୍‌ ଗତ ଏକମାସ ଧରି ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନ ବୁଲିବା ପରେ ଶେଷରେ ସ୍ବାଭିମାନ ଅଞ୍ଚଳର ଝୁଲା ପୋଲ, ହନ୍ତାଳଗୁଡା ଘାଟି ଓ ଚିତ୍ରକୋଣ୍ଡା ସ୍ପିଲୱେରେ ନିର୍ମାଣାଧୀନ ପୋଲ ନିକଟରେ ଶୁଟିଂ କରିବା ପାଇଁ ଯୋଜନା ରହିଛି। ସଂସ୍ଥା ପକ୍ଷରୁ ଫାଇଟ୍‌ ମାଷ୍ଟର ପିଟର ହାଇନସ୍‌, କଳା ନିର୍ଦ୍ଦେଶକ ରାମକ୍ରିଷ୍ଣା, ଫାଇଟ୍‌ ମାଷ୍ଟର ଡ୍ରାଗନ ପ୍ରକାଶ, ସହକାରୀ ପ୍ରଯୋଜକ ସୁବ୍ରମଣ୍ୟମ୍‌, ସହ ନିର୍ଦ୍ଦେଶକ ପ୍ରସାଦ ମାରିସେଟି, କ୍ୟାମେରା ମ୍ୟାନ୍‌ ଦେବରାଜ ପ୍ରମୁଖ ୨ଦିନ ଧରି ମାଲକାନଗିରିର ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ। ଆସନ୍ତା ମେ’ ପ୍ରଥମ ସପ୍ତାହରେ ଶୁଟିଂ ହେବାକୁ ଧାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି। ଜଣେ ସାଧାରଣ ଶ୍ରମିକରୁ ଚନ୍ଦନ କାଠ ଚୋରା ଚାଲାଣକାରୀ ଦସ୍ୟୁ ପାଲଟିଥିବା ‘ପୁଷ୍ପା’ ଉପରେ ନିର୍ମିତ ଚଳଚ୍ଚିତ୍ରର ପ୍ରଥମ ଭାଗଟି ପ୍ରଥମେ ତେଲୁଗୁ ଓ ପରେ ହିନ୍ଦୀ, ତାମିଲ, କନ୍ନଡ ଭାଷାରେ ୨୦୨୧ ଡିସେମ୍ବରରେ ମୁକ୍ତି ଲାଭ କରିଥିଲା। ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ୧ ହଜାରରୁ ଊର୍ଦ୍ଧ୍ୱ କୋଟି ଟଙ୍କାର ବ୍ୟବସାୟିକ ସଫଳତା ହାସଲ କରିଥିବାବେଳେ ପୁଷ୍ପା୨ ମଧ୍ୟ ସଫଳତା ହାସଲ କରିବ ବୋଲି ନିର୍ଦ୍ଦେଶକ ସୁକୁମାର ଆଶା ପ୍ରକଟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଦକ୍ଷିଣ ଭାରତର ନାୟକ ଅଲ୍ଲୁ ଅର୍ଜୁନ, ନାୟିକା ରସ୍ମିକା ମାନ୍ଧନା ଓ ସୁନିଲଙ୍କ ଭଳି ବହୁ ଲୋକପ୍ରିୟ କଳାକାର ରହିଛନ୍ତି। ମାଲକାନଗିରି ଜିଲାରେ ବହୁ ପର୍ଯ୍ୟଟନ କ୍ଷେତ୍ର ସହ ଏପରି ଏକ ଚଳଚ୍ଚିତ୍ର ଶୁଟିଂ ପାଇଁ ଉପଯୁକ୍ତ ସ୍ଥାନ ରହିଥିବା ସଂସ୍ଥା ପକ୍ଷରୁ କୁହାଯାଇଛି। ନିକଟରେ ମାଲକାନଗିରିରେ ଶୁଟିଂ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ମଧ୍ୟ ହିଟ୍‌ ହୋଇ ଦେଶରେ ଚର୍ଚ୍ଚା ସୃଷ୍ଟି କରି ପାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ଶେଖ ହାସିନା କେବେ ବାଂଲାଦେଶ ଫେରିବେ? ଉତ୍ତର ଦେଲା ଭାରତ

ନୂଆଦିଲ୍ଲୀ/ଢାକା,୪।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ ଭାରତ କହିଛି ଯେ ତାଙ୍କ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା…

ଆଟଲାଣ୍ଟିକ ମହାସାଗର ଉପରେ ରହସ୍ୟଜନକ ଭାବେ ନିଖୋଜ ହେଲା ବିମାନ, ସାମ୍ନାକୁ ଆସିଲା ପାଇଲଟ୍‌ଙ୍କ ଶେଷ କଲ୍‌

ନୂଆଦିଲ୍‌ଲୀ,୪।୧୦: ଆଟଲାଣ୍ଟିକ ମହାସାଗର ଉପରେ ଉଡ଼ାଣ ଭରୁଥିବା ଏକ ବିମାନ ନିଖୋଜ ହୋଇଯାଇଛି, ଯାହା ଏକ ମେଡିକାଲ ଜେଟ ଅର୍ଥାତ ଏୟାର ଆମ୍ୱୁଲାନ୍ସ ଅଟେ। ଏଥିରେ ୬…

ମଶାଣି ଗୃହ ନଥିବାରୁ ହଟହଟା ଗ୍ରାମବାସୀ: ନିଜ ପାଇଁ ନିଜେ ଶ୍ମଶାନ ଜମି ସଫେଇ କଲା ଗ୍ରାମ୍ୟ କମିଟି

ଦାରିଙ୍ଗବାଡ଼ି, ୪/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତର ଗ୍ରାମ୍ୟ କମିଟି ପକ୍ଷରୁ ନିଜ ଗାଁ ଶ୍ମଶାନ ଜମିକୁ ନିଜେ ସଫେଇ କରି…

କଣ୍ଟାପଡ଼ା ଯାତ୍ରା ଦେଖିବା ହେଲା ଶେଷ ଯାତ୍ରା: ଦୁର୍ଘଟଣାରେ ଏଲ୍‌ଆଣ୍ଡ୍‌ଟି କର୍ମଚାରୀଙ୍କ ମୃତ୍ୟୁ

ଭଞ୍ଜନଗର, ୪/୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ାର କଣ୍ଟାପଡ଼ା ଯାତ୍ରା ଦେଖି ଶନିବାର ମଧ୍ୟରାତ୍ରିରେ ଭଞ୍ଜନଗର ନିକଟସ୍ଥ ଡିହପଢ଼ାଳ ଗ୍ରାମସ୍ଥିତ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା…

ତାମିଲନାଡୁରେ ବନ୍ଧା ପଡ଼ିଛି ଦାଦନ ଶ୍ରମିକଙ୍କ ମୃତଦେହ

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଦାଦନ ସମସ୍ୟା ଅସମାହିତ ରହିଛି। ଜିଲାର ପଦ୍ମପୁର ଉପଖଣ୍ଡରେ ଏହି ସମସ୍ୟା ଲାଗି ରହିଛି। ଏଠାରୁ ପ୍ରତିବର୍ଷ ରାଜ୍ୟ ବାହାରକୁ ଲୋକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?