ପେଟ୍ରୋଲ ପମ୍ପରେ ନୂଆ ନିୟମ! ଦିନକୁ ମିଳିବ ମାତ୍ର ଏତିକି ଲିଟର, ଧାର୍ଯ୍ୟ ହେଲା ଲିମିଟ୍‌

ନୂଆଦିଲ୍ଲୀ,୨୪।୯: ଯଦି ଆପଣଙ୍କ ପାଖରେ ବଡ଼ ଗାଡ଼ି କିମ୍ବା ଡିଜେଲରେ ଚାଲୁଥିବା କମର୍ସିଆଲ ଯାନ ରହିଛି ଏବଂ ନିୟମିତ ଭାବେ ବହୁ ପରିମାଣରେ ଡିଜେଲ ଭରାଇବାକୁ ପଡ଼ୁଛି, ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ। ଘରୋଇ ଇନ୍ଧନ ବିକ୍ରେତା କମ୍ପାନୀଗୁଡ଼ିକ ଡିଜେଲ ବିକ୍ରିକୁ ନେଇ ନୂଆ ସୀମା ଲାଗୁ କରିଛନ୍ତି।

ମଧ୍ୟପ୍ରାଚ୍ୟରେ ଜାରି ସଙ୍କଟ ଏବଂ ଏହାର ପ୍ରଭାବରେ ଯୋଗାଣ କମିବା କାରଣରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢ଼ିଛି। ଏହା ପରେ ଘରୋଇ ଫ୍ୟୁଏଲ ରିଟେଲରମାନେ ନିଜ ଆଉଟଲେଟରେ ଡିଜେଲ ବିକ୍ରିକୁ ସୀମିତ କରିବାକୁ ପଦକ୍ଷେପ ନେଇଛନ୍ତି।

Jio-BP ଏହାର ଅନେକ ଆଉଟଲେଟରେ ପ୍ରତି ଗ୍ରାହକଙ୍କ ପାଇଁ ଡିଜେଲ କିଣିବାର ସୀମା ୫୦ ଲିଟର କରିଛି। ଏଥିସହ ପ୍ରତ୍ୟେକ ଆଉଟଲେଟର ଦୈନିକ ଡିଜେଲ ବିକ୍ରିକୁ ୬,୦୦୦ ଲିଟରରେ ସୀମିତ କରାଯାଇଛି।

ପୂର୍ବରୁ ଏହି ପମ୍ପଗୁଡ଼ିକରେ ଦୈନିକ ହାରାହାରି ପ୍ରାୟ ୧୧,୦୦୦ ଲିଟର ଡିଜେଲ ବିକ୍ରି ହେଉଥିଲା। ଏବେ ଏହାର କୋଟାକୁ ପ୍ରାୟ ଅଧା କରାଯାଇଛି। ସେହିପରି Nayara Energy ମଧ୍ୟ ଏହାର ପମ୍ପଗୁଡ଼ିକରେ ଡିଜେଲ ବିକ୍ରି ପାଇଁ ୭୦ରୁ ୨୦୦ ଲିଟର ମଧ୍ୟରେ ସୀମା ରଖିଛି।

ଅନ୍ୟପଟେ Indian Oil (IOCL), HPCL ଏବଂ BPCL ଭଳି ସରକାରୀ ତେଲ ବିପଣନ କମ୍ପାନୀଗୁଡ଼ିକ ସ୍ପଷ୍ଟ କରିଛନ୍ତି ଯେ, ସେମାନଙ୍କ ପେଟ୍ରୋଲ ପମ୍ପରେ ଡିଜେଲ ବିକ୍ରି ଉପରେ ଏଭଳି କୌଣସି ସୀମା ଲାଗୁ ହୋଇନାହିଁ।

ଦେଶରେ ଥିବା ୧ ଲକ୍ଷରୁ ଅଧିକ ଫ୍ୟୁଏଲ ଷ୍ଟେଶନ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ପମ୍ପର ପରିଚାଳନା ସରକାରୀ କ୍ଷେତ୍ରର ତିନିଟି ତେଲ କମ୍ପାନୀ କରୁଛନ୍ତି। ତେଣୁ ସାଧାରଣ ଗ୍ରାହକଙ୍କ ଉପରେ ଏହି ସୀମାର ପ୍ରଭାବ ଅପେକ୍ଷାକୃତ କମ ରହିପାରେ।

ତେବେ ଦୂରଦୂରାନ୍ତ ଅଞ୍ଚଳରେ ଚାଲୁଥିବା ଦୀର୍ଘଦୂରର କମର୍ସିଆଲ ଯାନ, ବିଶେଷକରି ଟ୍ରକଗୁଡ଼ିକ ପାଇଁ ଏହା ସମସ୍ୟା ସୃଷ୍ଟି କରିପାରେ। ଅନେକ ହାଇୱେ ଏବଂ ଗ୍ରାମାଞ୍ଚଳରେ ସରକାରୀ କମ୍ପାନୀ ତୁଳନାରେ Jio-BP ଓ Nayara Energy ଭଳି ଘରୋଇ ଅପରେଟରଙ୍କ ପେଟ୍ରୋଲ ପମ୍ପ ଅଧିକ ଦେଖିବାକୁ ମିଳେ। ଏଭଳି ସ୍ଥିତିରେ ଘରୋଇ ପେଟ୍ରୋଲ ପମ୍ପଗୁଡ଼ିକରେ ଡିଜେଲ ରାସନିଂ ଜାରି ରହିଲେ, ଦୀର୍ଘଦୂର ଯାତାୟାତ କରୁଥିବା ଟ୍ରକ ଓ ଅନ୍ୟ କମର୍ସିଆଲ ଯାନଗୁଡ଼ିକୁ ବିକଳ୍ପ ପମ୍ପ ଖୋଜିବାକୁ ପଡ଼ିପାରେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚ୍‌ ପୂର୍ବରୁ ଭାରତକୁ ଚେତାବନୀ ଦେଲେ ପାକିସ୍ତାନ କୋଚ: ଆମେ ଚାପ….

କରାଚି,୨୪।୯: ଏସିଆନ ଗେମ୍ସ ୨୦୨୬ରେ ପାକିସ୍ତାନ କ୍ରିକେଟ ଟିମ ଆସନ୍ତା ସେପ୍ଟେମ୍ବର ୨୮ ରୁ ନିଜ ଅଭିଯାନ ଆରମ୍ଭ କରିବ। ତେବେ କ୍ୱାର୍ଟର ଫାଇନାଲରେ ପାକିସ୍ତାନ କେଉଁ…

ଦଳେଇଗୁଡ଼ା ସ୍କୁଲକୁ ଆକସ୍ମିକ ଗସ୍ତ କଲେ ଅତିରିକ୍ତ ଜିଲ୍ଲାପାଳ, ଯାଞ୍ଚ କଲେ ଖାଦ୍ୟର ଗୁଣବତ୍ତା

ନବରଙ୍ଗପୁର,୨୪।୯(ସଦାଶିବ ପ୍ରହରାଜ ): ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ପାଇଁ ଉପଲବ୍ଧ ବ୍ୟବସ୍ଥା, ଖାଦ୍ୟର ଗୁଣବତ୍ତା ଏବଂ ସରକାରୀ ନିର୍ଦ୍ଧାରିତ ମାନଦଣ୍ଡର ଅନୁପାଳନ ସମ୍ପର୍କରେ…

ଲଗାଣବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ; ଅଳ୍ପକେ ବର୍ତ୍ତିଲେ ପରିବାର, ବିପନ୍ନଙ୍କୁ ସହାୟତା ଦାବି

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଗତ ୪ ଦିନ ବ୍ୟାପି ବର୍ଷା ଲାଗି ରହିଛି । ଫଳରେ ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ…

ଚାଞ୍ଚଲ୍ୟକର ଖୁଲାସା, ଏହି ଖେଳାଳି ଛଡାଇ ନେବେ ଋତୁରାଜଙ୍କ ପଦ!

ନୂଆଦିଲ୍ଲୀ: IPL ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ନିଜ କୋଚିଂ ସେଟଅପ୍‌ରେ ବଡ଼ ପରିବର୍ତ୍ତନ କରିଛି । ଦୀର୍ଘ ସମୟ ଧରି ଦଳର ହେଡ୍…

୫ ରାଜ୍ୟର ନିର୍ବାଚନରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛି ଭାଜପା, ମୂଲ୍ୟ ଶୁଣିଲେ ହୋଇଯିବେ କାବା! ଏହି ରାଜ୍ୟରେ ସବୁଠୁ ଅଧିକ

ନୂଆଦିଲ୍ଲୀ,୨୪।୯: ଆସାମ, ତାମିଲନାଡୁ, ପୁଡୁଚେରୀ, କେରଳ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଖର୍ଚ୍ଚ ରିପୋର୍ଟରୁ ଜଣାପଡ଼ିଛି ଯେ, ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟ ଏହି ୫ଟି…

ଗଭୀର ଅବପାତ ପ୍ରଭାବରେ ଫୁଲୁଛି ଋଷିକୁଲ୍ୟା, ଭୟଭୀତ ନହେବାକୁ ପ୍ରଶାସନର ସଚେତନତା

ପୁରୁଷୋତ୍ତମପୁର,୨୪।୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ତିନିଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଏହି ଲଗାଣ…

ପାଣି ଘେରରେ ଗୋଖର କୁଦା; ବୁଡ଼ିଲା ତଳିଆ ଅଞ୍ଚଳ, ଆତଙ୍କିତ ମତ୍ସଜୀବୀ

ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ଟଳିଛି ବାତ୍ୟା ଭୟ । ଗଭୀର ଅବପାତ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ପାଳିବନ୍ଧ ପଞ୍ଚାୟତ ଗୋଖର କୁଦା ଗ୍ରାମ ପାଣି…

ମୋ ମାଧବ…ହାତରେ ବଂଶୀ ଧରି କୃଷ୍ଣ ସାଜିଲେ ଅଖିଳେଶ, ଜାଣନ୍ତୁ କିଏ ହେଲେ ସୁଦାମା

ଲକ୍ଷ୍ନୌ,୨୪।୯: ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଗୁରୁବାର ‘PDA ରଥ’ରେ ରାୟବରେଲୀ ପହଞ୍ଚିଛନ୍ତି । ତାଙ୍କ ଆଗମନ ପୂର୍ବରୁ ସହରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?